ବାଲି ସୈରାତ ବାତିଲ କ୍ଷମତା ତହସିଲଦାରଙ୍କ ନାହିଁ:ହାଇକୋର୍ଟ

କଟକ: ୨୦୨୨ରେ ଲଘୁ ଖଣିଜ ଦ୍ରବ୍ୟ ସଂପର୍କିତ ନିୟମାବଳୀ (ଓଏମଏମସି ରୁଲ୍ସ)ରେ ସଂଶୋଧନ ହେବା ପରେ କ୍ଷମତା ନ ଥିଲେ ମଧ୍ୟ ରାଜ୍ୟରେ ତହସିଲଦାରମାନେ ବାଲି ସୈରାତ ଉତ୍ସ ନିଲାମ ବାତିଲ ଭଳି ନିର୍ଦେଶ ପ୍ରଦାନ କରୁଥିବା ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ୨୦୨୨ ଡିସେମ୍ବର ୨୮ରୁ ଓଡ଼ିଶା ମାଇନର ମିନେରାଲ କନ୍‌ସେସନ୍‌ (ଓଏମଏମସି) ରୁଲ୍ସର ସଂଶୋଧନ ଲାଗୁ ହେବା ପରେ ବାଲିଘାଟ ଲିଜ୍‌ ସମ୍ବନ୍ଧୀୟ ନିଷ୍ପତ୍ତି ନେବାର … Read more

ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଅଞ୍ଚଳରେ ରାଉରକେଲାରୁ ପାରାଦୀପ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ସହିତ ବସ୍‌ ଭିତରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଯାତ୍ରୀମାନେ ସମୟରେ ବସ୍‌ରୁ ବାହାରିଯାଇଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ବସ୍‌ରେ ମୋଟ ୬୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ବସ୍‌ର କିଛି ଅଂଶ ପୋଡ଼ିଯାଇଥିବାବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖବର … Read more

‘ମନ କି ବାତ’ରେ ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ କି ବାତ’ର ୧୩୫ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ଭାରତର ବିମାନ ଚଳାଚଳ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ହାସଲ ହୋଇଥିବା ବଡ଼ ସଫଳତା ବିଷୟରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜୁନ୍ ମାସରେ ଭାରତ ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରିଛି। ଭାରତରେ ନିର୍ମିତ C-295 ବିମାନ ଏହାର ପ୍ରଥମ ଉଡ଼ାଣ ସଫଳତାର ସହ ଶେଷ କରିଛି। ଭାରତରେ ଏଭଳି ୪୦ଟି ବିମାନ … Read more

ଚୌଦ୍ୱାର ଜେଲ୍‌ରୁ ସିସି କ୍ୟାମେରା ଫୁଟେଜ୍‌ ଗାଏବ

କଟକ: ଚୌଦ୍ୱାର ଜେଲ୍ ସିସି କ୍ୟାମେରା ଫୁଟେଜ୍‌, ଦସ୍ତାବିଜ୍ ଗାଏବ୍ । ଫସିଯିବେ ଜେଲ୍ ଡିଜି, ଅଧୀକ୍ଷକ! ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଏତଲାକୁ ନେଇ ପୁଲିସର ଷ୍ଟେସନ୍‌ ଡାଏରି । ଚୌଦ୍ବାର ସର୍କଲ ଜେଲ୍‌ରୁ ଦୁଇ ବିହାରୀ ଅପରାଧୀ ଫେରାର ଘଟଣାରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ପକ୍ଷରୁ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ଓ ଚୌଦ୍ବାର ସର୍କଲ ଜେଲ୍‌ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ଥାନା ଏତଲା ପରେ ଜେଲ୍ … Read more

ମହାରାଷ୍ଟ୍ର ‘ଟିଇଟି’ପେପର ଲିକ୍ ଘଟଣା : ସରକାରଙ୍କୁ କଡା ସମାଲୋଚନା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପେପର ଲିକ୍ କାରଣରୁ ମହାରାଷ୍ଟ୍ରରେ ୨୮ ଜୁନ ରବିବାର ଅନୁଷ୍ଠିତ ହେବାକୁ ଥିବା ଟିଚର ଏଲିଜିବିଲିଟି ଟେଷ୍ଟ (ଟିଇଟି) ୨୦୨୬ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ଏହାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମହାରାଷ୍ଟ୍ରରେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି l ସେ କହିଛନ୍ତି ଯେ ଦେଶର ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାକୁ ଅସୁଲିର ସିଷ୍ଟମ କରିଦିଆଯାଇଛି, ଏଣୁ ଦେଶର ଯୁବ ବର୍ଗ ଏବେ ଅସୁରକ୍ଷିତ। ଏ ନେଇ ରାହୁଲ ଗାନ୍ଧି ଏକ୍ସ ରେ … Read more

ମହିଳାମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ମହିଳା ଉଦ୍ୟମିତା ପ୍ଲାଟଫର୍ମ (WEP)ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହିଳାମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଶନିବାର ଦିନ ଆୟୋଜିତ ‘ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ’ ତଥା ଅନ୍ତର୍ଜାତୀୟ MSME ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ମହିଳା ଉଦ୍ୟମିତା ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି। ନୀତି ଆୟୋଗର ସହାୟତାରେ ଆରମ୍ଭ ହୋଇଥିବା ଏହି ପ୍ଲାଟ୍‌ଫର୍ମ’ (Women Entrepreneurship Platform- Odisha Chapter) କେବଳ ଏକ ଅନୁଷ୍ଠାନ ନୁହେଁ, ବରଂ ଓଡ଼ିଶାର ବିକାଶ ଯାତ୍ରାରେ ମହିଳାମାନଙ୍କ ଅର୍ଥନୈତିକ ନେତୃତ୍ୱର … Read more

ଅପରାଧିକ ମାମଲାରେ ଅଟକ ଥିବା ନବନିଯୁକ୍ତ OTAS ଅଧିକାରୀ ଭୀମସେନ ଟୁଡୁ ଚାକିରୀରୁ ବହିଷ୍କୃତ

ଭୁବନେଶ୍ୱର: ନୂଆ କରି ନିଯୁକ୍ତି ପାଇଥିବା OT&AS(Odisha Taxation & Accounts Service) ଅଧିକାରୀ ଭୀମସେନ ଟୁଡୁଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସରକାରୀ ସେବାରୁ ବହିଷ୍କାର କରିଛନ୍ତି। ଭବିଷ୍ୟତରେ ମଧ୍ୟ ଶ୍ରୀ ଟୁଡୁ ଆଉ କୌଣସି ସରକାରୀ ଚାକିରି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ସୂଚନାଯୋଗ୍ୟ ଯେ, ନୂଆ କରି OTAS ପାଇଥିବା ଶ୍ରୀ ଟୁଡୁ ତାଙ୍କ ଇଣ୍ଡକ୍ସନ୍ ଟ୍ରେନିଙ୍ଗ୍ ସମୟରେ ୨୦୨୬ ଜୁନ୍ … Read more

ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ପରେ ଜୀବନ ବଞ୍ଚାଇ ଫେରିଲେ ୬୨ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ତାମିଲନାଡୁ ଗ୍ୟାସ ଲିକ୍‌ ଅଘଟଣରୁ ଜୀବନ ବଞ୍ଚାଇ ଫେରିଛନ୍ତି ୬୨ ଓଡ଼ିଆ ଶ୍ରମିକ । ରାଜ୍ୟ ସରକାର ଚେନ୍ନାଇରୁ ଟ୍ରେନ୍‌ ଯୋଗେ ୬୨ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ଆଜି ସୁରକ୍ଷିତ ଭାବେ ଭୁବନେଶ୍ୱରରେ ଆଣିଛନ୍ତି । ସେମାନଙ୍କ ମଧ୍ୟରୁ ୫୮ ଜଣ କେନ୍ଦୁଝର ଜିଲ୍ଲାର ହୋଇଥିବାବେଳେ ଅନ୍ୟ ୪ ଜଣ କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ରହିଛନ୍ତି। ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀଙ୍କ ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୨ … Read more

ଓଡ଼ିଆ ଝିଅ ଜିତିଲେ ମିସ୍ ୟୁନିଭର୍ସ ଓଡ଼ିଶା ଟାଇଟଲ୍

ମୁମ୍ବାଇ: ଇତିହାସ ରଚିଲେ ୨୨ ବର୍ଷୀୟ ଗଞ୍ଜାମ ଝିଅ ପୁନମ ମହାରଣା । ଓଡ଼ିଆ ଝିଅ ପୁନମ ଜିତିଛନ୍ତି ମିସ୍ ୟୁନିଭର୍ସ ଓଡ଼ିଶା ଟାଇଟଲ୍ । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ଓଡ଼ିଶା ୨୦୨୬ ବିଜୟୀ ମୁକୁଟ ପିିନ୍ଧିଛନ୍ତି ବିଶ୍ୱ ସୁନ୍ଦରୀ । ସେ ଆଗାମୀ ଦିନରେ ଆୟୋଜିତ ହେବାକୁ ରହିଥିବା ‘Miss Universe India Finals’ ପ୍ରତିଯୋଗିତା ପାଇଁ ଓଡିଶାରୁ ଚୟନ ହୋଇଛନ୍ତି । ସୂଚନା ଥାଉ ଯେ, ପୁନମ ମହାରଣା ବ୍ରହ୍ମପୁରର … Read more

ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲଜୀ ଦେଶାଇ

ଭୁବନେଶ୍ୱର: ଏଆଇସିସି ବରିଷ୍ଠ ନେତା ଲାଲଜୀ ଦେଶାଇଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନୂଆ ପ୍ରଭାରୀଭାବେ ନିଯୁକ୍ତ କରିଛି । ଏହା ତତ୍କାଳ ପ୍ରଭାବରୁ କାର୍ଯ୍ୟକାରୀ ହେବ । ଲାଲଜୀ ଦେଶାଇ ବର୍ତ୍ତମାନ ଅଲ୍ ଇଣ୍ଡିଆ କଂଗ୍ରେସ ସେବା ଦଳର ରାଷ୍ଟ୍ରୀୟ ସଭାପତି (ମୁଖ୍ୟ ସଂଗଠକ) ଭାବରେ କାର୍ଯ୍ୟ କରୁଛନ୍ତି । ସେବା ଦଳ ହେଉଛି ଭାରତୀୟ ଜାତୀୟ କଂଗ୍ରେସର ଏକ ପ୍ରମୁଖ ତୃଣମୂଳ ସ୍ତରୀୟ ସ୍ୱେଚ୍ଛାସେବୀ ସଂଗଠନ । ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲାଲଜୀଙ୍କ ନିଯୁକ୍ତିକୁ … Read more