କିମସରେ ନେଫ୍ରୋଲୋଜି ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଭୁବନେଶ୍ୱର କିମସ ନେଫ୍ରୋଲୋଜି ବିଭାଗ ପକ୍ଷରୁ ତୃତୀୟ ବାର୍ଷିକ ନେଫ୍ରୋଲୋଜି ସମ୍ମିଳନୀ କେଏନସି ୩.୦ ଆୟୋଜିତ ହୋଇଛି। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରମୁଖ ଅନୁଷ୍ଠାନରୁ ବିଶିଷ୍ଟ ବିଶେଷଜ୍ଞ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗଦେଇ କିଡ୍‌ନୀ ଚିକିତ୍ସା କ୍ଷେତ୍ରର ସାମ୍ପ୍ରତିକ ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଆଡଭାନସେସ ଇନ ନେଫ୍ରୋଲୋଜି ଆଣ୍ଡ କିଡ୍‌ନୀ କେୟାର’ ଶୀର୍ଷକ ବିଷୟବସ୍ତୁ ଉପରେ ଆୟୋଜିତ ଏହି ସମ୍ମିଳନୀରେ ନେଫ୍ରୋଲୋଜି କ୍ଷେତ୍ରରେ ଉଦୀୟମାନ ନୂତନ ପ୍ରଯୁକ୍ତି, ଚିକିତ୍ସା ପଦ୍ଧତି … Read more

ପୋଖରୀରେ ଓଲଟି ପଡ଼ିଲା ଟ୍ରାକ୍ଟର, ଇଞ୍ଜିନ ତଳେ ଚାପି ହୋଇଗଲେ ଚାଳକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଧୀନ ଗୁଆପୁର ବାଲୁଙ୍କେଶ୍ୱର ନିକଟରେ ଆଜି ଏକ ଟ୍ରାକ୍ଟର ପୋଖରୀରେ ଓଲଟି ପଡ଼ିବାରୁ ଚାଳକଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୩ ଘଣ୍ଟାର ଅପରେସନ୍‌ ପରେ ପାଣି ଭିତରୁ ତାଙ୍କ ମୃତ ଦେହ ଉଦ୍ଧାର କରାଗଲା । ମୃତ ଟ୍ରାକ୍ଟର ଚାଳକ ହେଲେ ଆଲୋଇ ଗାଁର ସୌମ୍ୟରଞ୍ଜନ କାଣ୍ଡି ଓରଫ ବିପିନ। ଖବର ଅନୁସାରେ, ଆଜି କୌଣସି କାରଣରୁ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇବା ଫଳରେ ରାସ୍ତା କଡ଼ରେ ଥିବା ଏକ … Read more

୧୬ତମ ନିଯୁକ୍ତି ମେଳା: ୧୩୨୬ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତିପତ୍ର

ଭୁବନେଶ୍ୱର: ୧୬ତମ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ରେଳ ଅଡିଟୋରିୟମରେ ନିଯୁକ୍ତ ପତ୍ର ପ୍ରଦାନ କରିଛନ୍ତି । ସେ ୯ଟି ବିଭାଗରେ ନବ ନିଯୁକ୍ତ ୧୩୨୬ ଜଣ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗର ୩୬୪ ଜଣ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୩୬୧ ଜଣ, ଶକ୍ତି ବିଭାଗରେ ୨୪୦ ଜଣ, କୃଷି ଓ କୃଷକ ସଶକ୍ତିକରଣ ୧୧୮ ଜଣ, ସ୍ୱାସ୍ଥ୍ୟ ଓ ପରିବାର … Read more

ଆଧାର କାର୍ଡ ଭଳି ଚାଷୀଙ୍କୁ ମିଳିବ ଏଗ୍ରିଷ୍ଟାକ୍ ଆଇଡି

ଭୁବନେଶ୍ୱର: ସମବାୟ ସଂସ୍ଥାରେ ଚାଷୀଙ୍କ ପାଇଁ ହେବ ‘ଏଗ୍ରିଷ୍ଟାକ୍ ଆଇଡି’ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଚାଷୀ ସମବାୟ ସଂସ୍ଥା ଆସି ନ ପାରିଲେ ସରକାର ଚାଷୀଙ୍କ ପାଖକୁ ଯିବ । ଯେଉଁମାନେ ରାଜ୍ୟରେ ନଥିବେ ସେମାନେ ଭିସି ଜରିଆରେ ସେମାନଙ୍କର ପଞ୍ଜୀକରଣ କରିପାରିବେ । ଏହି ପରିଚୟ ପତ୍ରରେ ଚାଷୀଙ୍କ ଚାଷ ସମ୍ପର୍କିତ ବିଭିନ୍ନ ତଥ୍ୟ ସହ ଚାଷ ଋଣ, ବିହନ, ସାର ଆଦି ସମ୍ପର୍କିତ ସୂଚନା ରହିବ। … Read more

ଆର୍‌ଜି କର ଦୁଷ୍କର୍ମ ଓ ହତ୍ୟା ମାମଲାର ପୁନର୍ବାର ହେବ ତଦନ୍ତ : ଶୁଭେନ୍ଦୁ ଅଧିକାରୀ

କୋଲକାତା: ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲର କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାର ପୁନର୍ବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ସୂଚନା ଅନୁଯାୟୀ ମୃତ ଡାକ୍ତରଙ୍କ ମା’ ରତ୍ନା ଦେବନାଥ ବର୍ତ୍ତମାନ ବିଜେପି ବିଧାୟିକା ଅଛନ୍ତି l ସେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଝିଅ ସହିତ ହୋଇଥିବା ଅମାନବୀୟ ଘଟଣାର ପୁନଃ ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟ ସଚିବ ଓ ବିଶେଷଜ୍ଞଙ୍କ ଏକ ଦଳ ସହିତ ବ୍ୟାପକ … Read more

IIRF-୨୦୨୬ ରାଙ୍କିଂ ରେ ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟସନାଲ ରାଙ୍କିଂ ଫ୍ରେମୱାର୍କ (IIRF)-୨୦୨୬ରେ ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛନ୍ତି। ଏହି ରାଙ୍କିଂ ରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ୧୫ତମ ସ୍ଥାନ, ଭିମସାର ୬୪ତମ ସ୍ଥାନ ଏବଂ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ୭୪ତମ ସ୍ଥାନ ହାସଲ କରିଛି l ପ୍ରଥମ ଥର ପାଇଁ ଓଡ଼ିଶାର ଏକ ସରକାରୀ ମେଡିକାଲ କଲେଜ ଏହାର ଏମ୍ସ ସମକକ୍ଷ ଏମ୍ସ ଭୁବନେଶ୍ୱରକୁ ପଛରେ ପକାଇ … Read more

‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଐତିହାସିକ ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଐତିହାସିକ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ, ସହର, ଘର, ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଗୌରବର ସହ ଜାତୀୟ ପତାକା ଉଡ଼ାଇବାକୁ ମୁଖ୍ଯମନ୍ତ୍ରୀ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ୧୯୪୨ ଅଗଷ୍ଟ ୯ ରେ ଆରମ୍ଭ ହୋଇଥିବା ‘ଭାରତ … Read more

କାରକେଡ୍‌ରେ ସାମିଲ ସ୍କର୍ପିଓ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର ଗାଙ୍ଗ୍ୟାଲରେ ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀଙ୍କ କାରକେଡ଼ରେ ସାମିଲ ଥିବା ଏକ ସ୍କର୍ପିଓ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମୟରେ କାରକେଡ଼ରେ ଉପମୁଖ୍ୟମନ୍ତ୍ରୀ ନଥିଲ । କାରକେଡ଼ ତାଙ୍କୁ ଘରେ ଛାଡ଼ି ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଶନିବାର ରାତି ପ୍ରାୟ ୮ଟା ୫୫ ମିନିଟ୍ ସମୟରେ ଏହି ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି। ମୃତ ଯୁବକଙ୍କ ପରିଚୟ ବିହାରର ସମସ୍ତିପୁର ଅଞ୍ଚଳର ଭରତ କାପର … Read more

ରେଭେନ୍ସା ବିବାଦରେ ରାଜନୀତି ନପୂରାଇବାକୁ ଭର୍ତ୍ତୃହରିଙ୍କ ଆହ୍ୱାନ

କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପକ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ସାଂସଦ କହିଛନ୍ତି, “କିଛି ଭଲ କାର୍ଯ୍ୟ କରିବାକୁ ଯାଇ ଉଭୟଙ୍କ ପକ୍ଷରୁ ଅସୁବିଧା ହୋଇଛି । ରେଭେନ୍ସାର ଶୈକ୍ଷିକ ବାତାବରଣ ଠିକ୍ ଅଛି । ଛାତ୍ରଛାତ୍ରୀମାନଙ୍କର ପାଠପଢାରେ କୌଣସି ଅସୁବିଧା ହେଉ ନାହିଁ । ଯେଉଁ ୱାର୍ଡେନମାନେ ହଷ୍ଟେଲ ଦାୟିତ୍ୱରୁ ଓହରିଛନ୍ତି ତାହାକୁ ନେଇ ଅସୁବିଧା … Read more

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ :୧୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶାର ବାୟୁମଣ୍ଡଳ ଉପରି ଭାଗରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଗଷ୍ଟ ୧୪ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳରୁ ଅତି … Read more