February 27, 2026 12:39 pm

ଇଡି ଅଧିକାରୀଙ୍କ ବିରୋଧରେ ହୋଇଥିବା ଏଫ୍ଆଇଆର୍ ଉପରେ ରୋକ୍

ନୂଆଦିଲ୍ଲୀ:କୋଲକାତାରେ IPAC ବିରୋଧରେ ହୋଇଥିବା ଇଡିର ଚଢାଉ ନେଇ ଉପୁଜିଥିବା ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଛନ୍ତି lବେଙ୍ଗଲ ପୁଲିସ ଦ୍ୱାରା ଇଡି ବିରୁଦ୍ଧରେ କରାଯାଇଥିବା ମାମଲାକୁ କୋର୍ଟ ସ୍ଥଗିତ ରଖିଛନ୍ତି। ଏହି ମାମଲାରେ ପରବର୍ତ୍ତି ଶୁଣାଣି ଫେବ୍ରୁଆରୀ ୩ ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାର ଏବଂ ପୋଲିସକୁ ସମସ୍ତ ସିସିଟିଭି ଫୁଟେଜ୍, ଅନ୍ୟାନ୍ୟ ଉପକରଣ ଏବଂ ଡକ୍ୟୁମେଣ୍ଟ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଶୁଣାଣି ସମୟରେ, ଇଡି ପକ୍ଷରୁ … Read more

ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ

ଭୁବନେଶ୍ୱର: ଖାରବେଳ ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି, ବଜେଟ ଖର୍ଚ୍ଚ, ଖାଲି ଥିବା ପଦବୀ ପୂରଣ ନେଇ ଆଲୋଚନା ହୋଇଛି। କେଉଁ ବିଭାଗର କେତେ ପଦବୀ ଖାଲି ରହିଛି ଏବଂ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ଆଲୋଚନା ହୋଇଛି। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ‘ପ୍ରତି ଶନିବାର ଭିତ୍ତିଭୂମି ଉପରେ ସମୀକ୍ଷା ବୈଠକ ହେବ। ବର୍ତ୍ତମାନ ସୁଦ୍ଧା ବଜେଟର ୫୦ ପ୍ରତିଶତ ଖର୍ଚ୍ଚ … Read more

ମୋକିମଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କର ପ୍ରଶଂସା କଲେ ଅନୁଭବ

କଟକ: ଅନୁଭବଙ୍କ ମୁହଁରେ କଂଗ୍ରେସ ପୂର୍ବତନ ନେତା ମହମ୍ମଦ ମୋକିମଙ୍କ ପ୍ରଶଂସା । ମୋକିମ ଫାଉଣ୍ଡେସନ୍ ପକ୍ଷରୁ ଚାଲିଥିବା ସ୍ପୋର୍ଟ୍ସ କାର୍ଣ୍ଣିନିଭାଲର ଉଦଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ସୁପରଷ୍ଟାର ତଥା ବିଜେପି ନେତା ଅନୁଭବ ମହାନ୍ତି । ଏହା ଏକ କ୍ରୀଡ଼ା କାର୍ଯ୍ୟକ୍ରମ ହୋଇଥିବାରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ କୌଣସି ରାଜନୈତିକ ମନ୍ତବ୍ୟ ଦେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ। ଖାଲି ମୋକିମ ଏବଂ ସୋଫିଆଙ୍କୁ ପ୍ରଶଂସା କରିଥିଲେ। ମୋକିମଙ୍କୁ ସେ ପିଲାବେଳୁ … Read more

ଲିଙ୍ଗରାଜ ମନ୍ଦିର ନିକଟସ୍ଥ ସୁକ ଶାରୀ ମନ୍ଦିର ତଳୁ ବାହାରିଲା ମଧ୍ୟଯୁଗୀୟ ମନ୍ଦିରର ଭଗ୍ନାବଶେଷ

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ନିକଟସ୍ଥ ସୁକ ଶାରୀ ମନ୍ଦିର ତଳୁ ବାହାରିଲା ମଧ୍ୟଯୁଗୀୟ ମନ୍ଦିରର ଭଗ୍ନାବଶେଷ l ପ୍ରାୟ ଅଢେଇ ବର୍ଷରୁ ଅଧିକ ସମୟ ବନ୍ଦ ପଡିଥିବା ଏହି ମନ୍ଦିରର ଖନନ କାର୍ଯ୍ୟ ଏବେ ପୁନର୍ବାର ଆରମ୍ଭ ହୋଇଛି । ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା ASI।2021 ଅକ୍ଟୋବର ମାସରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ପକ୍ଷରୁ ପ୍ରଥମେ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେତେବେଳେ ଏହା ଏକ … Read more

ତୁରନ୍ତ ଇରାନ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଲେ ଭାରତ ସରକାର

ନୂଆଦିଲ୍ଲୀ: ଇରାନରେ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତିକୁ ଦେଖି ତେହରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ ଜାରି ହୋଇଛି । ସେଠାରେ ରହୁଥିବା ସମସ୍ତ ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଏହା ଜାରି ହୋଇଛି । ଦୂତାବାସ ପକ୍ଷରୁ ସୂଚିତ କରାଯାଇଛି ଯେ ଗତ ଜାନୁଆରୀ ୫ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଇରାନରେ ଲଗାତର ଭାବେ ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ … Read more

ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣା: ମର୍କତନଗର ଥାନା ପୋଲିସ ପକ୍ଷରୁ ୪ ଜଣଙ୍କୁ ଜେରା

ଭୁବନେଶ୍ୱର: ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାରେ ମର୍କତନଗର ଥାନା ପୁଲିସ ତଦନ୍ତକୁ ଜୋର୍‌ଦାର କରିଛି। ହ୍ୟୁମାନ ସାଗରଙ୍କ ଉଭୟ ଆର୍ଥିକ ଓ ସ୍ବାସ୍ଥ୍ୟଗତ ଦିଗକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏହି ମାମଲାରେ ଦୁଇ ସାକ୍ଷୀ ଓ ଦୁଇ ଅଭିଯୋଗକାରୀଙ୍କୁ ଜେରା କରାଯାଇଛି। ହ୍ୟୁମାନଙ୍କ ମୃତ୍ୟୁ ପଛରେ ଥିବା ଆର୍ଥିକ କାରବାର ସମ୍ପର୍କରେ ପଚରାଉଚରା କରାଯାଇଛି। ଏହା ସହିତ ଭୁବନେଶ୍ବର ଏମ୍‌ସକୁ ହ୍ୟୁମାନଙ୍କ ଅଲଟ୍ରାସାଉଣ୍ଡ, ରକ୍ତ ପରୀକ୍ଷା ରିପୋର୍ଟ, ଛାତି ଏକ୍ସ-ରେ, କାର୍ଡିଆକ୍ ଷ୍ଟାଟସ୍, କିଡ୍‌ନି … Read more

ସୋଆ ପକ୍ଷରୁ ପ୍ରଥମ ପୁଷ୍ପ ଉତ୍ସବ ଆୟୋଜିତ

ବନେଶ୍ୱର: ଆନ୍ତର୍ଜାତିକ ପୁଷ୍ପ ଦିବସ ପରିପ୍ରେକ୍ଷୀରେ ଜାନୁଆରୀ ୧୯ ଓ ୨୦ ତାରିଖରେ ଦୁଇ ଦିନ ଧରି ସୋଆ କ୍ୟାମ୍ପସ -୪ କୃଷି ମହାବିଦ୍ୟାଳୟ ପରିସରରେ ଏହି ପୁଷ୍ପ ଉତ୍ସବର ଆୟୋଜନ କରାଯାଉଛି । ପୁଷ୍ପ ଉତ୍ସବର ପ୍ରଥମ ଦିବସରେ ଭିନ୍ନ ଭିନ୍ନ ଫୁଲର ପ୍ରଦର୍ଶନୀ ସହ ଫୁଲକୁ ନେଇ ଭିନ୍ନ ଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ଦ୍ୱିତୀୟ ଦିବସରେ ଫୁଲ ଚାଷର ବୈଜ୍ଞାନିକ ପ୍ରଣାଳୀ, ଫୁଲ ଚାଷ ନିମନ୍ତେ ସରକାରଙ୍କ ପକ୍ଷରୁ ମିଳୁଥିବା ପ୍ରୋତ୍ସାହନ, … Read more

ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବ ବଡ଼ ପରିବର୍ତ୍ତନ: ନିୟମ ଭାଙ୍ଗିଲେ DL ରଦ୍ଦ

ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବ ବଡ଼ ପରିବର୍ତ୍ତନ। ସଡ଼କ ଦୁର୍ଘଟଣା ରୋକିବା ଓ ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ସରକାର ‘ପେନାଲ୍ଟି ପଏଣ୍ଟ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଏହି ନିୟମ ଲାଗୁ ହେବ। ତେଣୁ ଏଣିକି କେବଳ ଟ୍ରାଫିକ ନିୟମ ଭାଙ୍ଗିଲେ ଚାଲାଣରେ କାମ ସରିବ ନାହିଁ, ବରଂ ଏହା ଡ୍ରାଇଭରଙ୍କ ପକେଟ୍ ଏବଂ ଲାଇସେନ୍ସ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇବ । ନୂଆ ନିୟମ ଅନୁଯାୟୀ … Read more

ଇରାନ ଆନ୍ଦୋଳନକାରୀଙ୍କୁ ସମର୍ଥନ କଲେ ଟ୍ରମ୍ପ

ନୂଆଦିଲ୍ଲୀ:ଇରାନରେ ସରକାର ବିରୋଧୀ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ଟ୍ରମ୍ପ ଆନ୍ଦୋଳନକାରୀଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି। ଏକ ପୋଷ୍ଟ କରି ସେ ଇରାନବାସୀଙ୍କୁ ଆନ୍ଦୋଳନ ଜାରି ରଖିବା ସହ ସରକାରୀ ଅନୁଷ୍ଠାନଗୁଡ଼ିକୁ ନିଜ ଦଖଲକୁ ନେବାକୁ ଆହ୍ୱାନ ଦେଇଛନ୍ତି lଟ୍ରମ୍ପ ଲେଖିଛନ୍ତି, ‘ଇରାନର ଦେଶପ୍ରେମୀମାନେ ଆନ୍ଦୋଳନ ଜାରି ରଖ ନିଜର ସରକାରୀ ଅନୁଷ୍ଠାନଗୁଡ଼ିକୁ ଦଖଲ କର! ହତ୍ୟାକାରୀ ଓଅତ୍ୟାଚାରୀମାନଙ୍କ ନାମ ମନେ ରଖ ସେମାନଙ୍କୁ ଏହାର ବଡ଼ ମୂଲ୍ୟ ଦେବାକୁ ପଡ଼ିବ’। ଯେପର୍ଯ୍ୟନ୍ତ ନିରୀହ ଆନ୍ଦୋଳନକାରୀଙ୍କ ହତ୍ୟାକାଣ୍ଡ … Read more

ରାଜ୍ୟରେ ବଢ଼ିଲା ୭ ହଜାର ମତଦାନ କେନ୍ଦ୍ର

ଭୁବନେଶ୍ୱର: ଏସଆଇଆର୍ ପୂର୍ବରୁ ରାଜ୍ୟରେ ବୁଥ୍ ସଂଖ୍ୟାରେ ବୃଦ୍ଧି କରାଯାଇଛି । ପ୍ରାୟ ୭ ହଜାର ବୁଥ୍ ସଂଖ୍ୟା ବଢ଼ାଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ ମିଶ୍ର ସୂଚନା ଦେଇଛନ୍ତି l ଏସ୍ଆଇଆର୍ ପ୍ରସ୍ତୁତି ବିଗତ ପାଞ୍ଚ ମାସ ହେଲା ଜାରି ରହିଛି । ଏଥିରେ ଏକ ଗୁରୁତ୍ୱ ପୂର୍ଣ୍ଣ ଦିଗ ଭାବରେ ବୁଥ୍ ସଂଖ୍ୟାରେ ବୃଦ୍ଧି କରାଯାଇଛି । ୨୦୨୫ରେ ମତଦାତାଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି … Read more