ଏସିଆ କପ ୨୦୨୫ ବୟକଟ କରିବ BCCI

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଏସୀୟ କ୍ରିକେଟ ପରିଷଦ (ACC)ର ବାର୍ଷିକ ବୈଠକ ସମ୍ପର୍କରେ ଏକ ବଡ଼ ମତ ରଖିଛି। ଏହି ବୈଠକ ଜୁଲାଇ ୨୪ରେ ବାଂଲାଦେଶର ରାଜଧାନୀ ଢାକାରେ ଅନୁଷ୍ଠିତ ହେବାକୁ ଯାଉଛି, କିନ୍ତୁ ଭାରତ ସ୍ପଷ୍ଟ କରିଛି ଯେ ଯଦି ବୈଠକର ସ୍ଥାନ ପରିବର୍ତ୍ତନ କରା ନ ଯାଏ, ତେବେ ବୈଠକରେ ନିଆଯାଇଥିବା ଯେକୌଣସି ନିଷ୍ପତ୍ତିକୁ ବର୍ଜନ କରିବ। ରିପୋର୍ଟ ଅନୁଯାୟୀ, ବାଂଲାଦେଶରେ ବର୍ତ୍ତମାନର ପରିସ୍ଥିତି ଏବଂ ବଢ଼ୁଥିବା ରାଜନୈତିକ ଉତ୍ତେଜନାକୁ … Read more

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ: ସ୍ଵତନ୍ତ୍ର ଆଇନ ଅଧୀନରେ ଥିବା ମାମଲାଗୁଡ଼ିକ ପାଇଁ କୋର୍ଟ ସ୍ଥାପନ କରାଯାଇ ନ ଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଏଭଳି ହେଲେ ଉପରୋକ୍ତ ଆଇନର ଅଭିଯୁକ୍ତମାନଙ୍କୁ ଜାମିନ ମଞ୍ଜୁର କରିବାକୁ ଅଦାଲତ ବାଧ୍ୟ ହେବେ ବୋଲି ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ଏବଂ ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ କହିଛନ୍ତି। ଏନ୍‌ଆଇଏ ଆଇନ ଏବଂ ଅନ୍ୟାନ୍ୟ ସ୍ଵତନ୍ତ୍ର ଆଇନ ଅଧୀନରେ ମାମଲାଗୁଡ଼ିକର ତ୍ୱରିତ୍‌ ବିଚାର ପାଇଁ … Read more

ନାବାଳିକାଙ୍କୁ ଜାଳିଦେବା ଘଟଣାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମର୍ମାହତ

ଭୁବନେଶ୍ୱର: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗ ଘରକୁ ବହି ଆଣିବାକୁ ଯାଉଥିବା ବେଳେ ଜଣେ ନାବାଳିକାଙ୍କୁ ୩ ଜଣ ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ନାବାଳିକା ଜଣଙ୍କ ଦୁର୍ବୃତ୍ତଙ୍କ କବଳରୁ ଖସି ଆସି ତେରହଳ ଗାଁ ମୁଣ୍ଡରେ ଥିବା ଜଣଙ୍କ ଘରେ ପଶିଯାଇ ଜୀବନ ରକ୍ଷା କରିଥିଲେ। ନାବାଳିକାଙ୍କ ଗୋଡ଼ ହାତ ସହ ଶରୀର ପୋଡ଼ି ଯାଇଛି। ତାଙ୍କୁ ପ୍ରଥମେ ପିପିଲି ପରେ ଭୁବନେଶ୍ଵର ଏମ୍ସକୁ … Read more

ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣାରେ ଏଫ୍‌ଏମ୍‌ କଲେଜର ୮ ଜଣଙ୍କୁ ନୋଟିସ

ଭୁବନେଶ୍ୱର: ସୌମ୍ୟାଶ୍ରୀ ବିିଶିଙ୍କ ଆତ୍ମାହୁତି ଘଟଣାରେ ଶୁକ୍ରବାର ତଦନ୍ତ କରିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ। ବିଭାଗ ପକ୍ଷରୁ ଗଠିତ ୩ ଜଣିଆ କମିଟି ସଦସ୍ୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ସଦସ୍ୟ ଏବଂ ବିଦ୍ୟାର୍ଥୀଙ୍କ ମତ ନେଇଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ବିଭାଗର ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର, ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକ, ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରଫେସର ଝୁମ୍‌କୀ ରଥ ମହାବିଦ୍ୟାଳୟକୁ ଯାଇ ୪ ବିଦ୍ୟାର୍ଥୀ ଏବଂ ୩ ଆଇସିସି ସଦସ୍ୟଙ୍କ ସହ ପୃଥକ୍‌ ଭାବେ … Read more

ଗୁଗୁଲ୍ ଓ ମେଟାକୁ ନୋଟିସ୍‌ ଦେଲା ଇଡି

ନୂଆଦିଲ୍ଲୀ: ଅନଲାଇନ୍ ବେଟିଂ ଆପ୍ ମାମଲାର ତଦନ୍ତ ସହିତ ଜଡିତ ଟେକ୍ କମ୍ପାନି ଗୁଗୁଲ୍ ଏବଂ ମେଟାକୁ ନୋଟିସ୍ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ସେମାନଙ୍କୁ ଇଡି ନୋଟିସ୍‌ ଜାରି କରି ଜୁଲାଇ ୨୧ ତାରିଖରେ ପଚରାଉଚରା ପାଇଁ ସମନ କରିଛି। ଗୁଗୁଲ୍ ଏବଂ ମେଟା ଉଭୟ ବେଟିଂ ଆପ୍ଲିକେସନ୍ଗୁଡ଼ିକର ପ୍ରଚାର କରୁଛନ୍ତି ବୋଲି ଇଡି ଅଭିଯୋଗ ଆଣିଛି।କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି ଯେ ଏହି ଟେକ୍ କମ୍ପାନିଗୁଡ଼ିକ ପ୍ରମୁଖ ବିଜ୍ଞାପନ ସ୍ଲଟ୍ ପ୍ରଦାନ କରିଥିଲେ। … Read more

ଜନ୍ମଦିନରେ ଗିରଫ ହେଲେ ବଡ଼ ଘରର ପୁଅ; ଚୈତନ୍ୟ ବାଘେଲ

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ପୁଅ ହେଲେ ଗିରଫ। ଆଜି ସକାଳେ ଭୂପେଶ ବାଘେଲଙ୍କ ଭିଲାଇସ୍ଥିତ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଥିଲା। କୁହାଯାଉଛି ଯେ, ଚଢ଼ାଉ ପରେ ଇଡି ଦଳ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି। ଏହା ସହ ଚଢ଼ାଉ ଏବେ ବି ଜାରି ରହିଥିବା ସାମ୍ନାକୁ ଆସିଛି। ସବୁଠୁ ବଡ଼ କଥା ହେଲା ଆଜି ହେଉଛି ଚୈତନ୍ୟ ବାଘେଲଙ୍କ ଜନ୍ମଦିନ। ଜନ୍ମଦିନରେ … Read more

ଜାତିସଂଘ ରେକର୍ଡରେ ସ୍ଥାନୀତ ହେଲା ‘କିସ୍‍’

ଭୁବନେଶ୍ୱର: ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରମାଣ-ଆଧାରିତ ଶିକ୍ଷା ମାଧ୍ୟମରେ ଜନଜାତି ଭବିଷ୍ୟତକୁ ସଶକ୍ତ କରିବାରେ ଅଗ୍ରଣୀ କାର୍ଯ୍ୟ ପାଇଁ କିସ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ (ଇକୋସକ୍‍) ଉଚ୍ଚସ୍ତରୀୟ ସେଗମେଣ୍ଟ ଦ୍ୱାରା ରେକର୍ଡରେ ସ୍ଥାନିତ ହୋଇଛି। ଚଳିତ ମାସ ଇକୋସକର ସାଧାରଣ ଅଧିବେଶନରେ ଜନଜାତି ବିଷୟରେ ଆଲୋଚନା କାଳରେ କିସ୍‍ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା ସହ ଏହା ଜାତିସଂଘ ରେକର୍ଡରେ ସ୍ଥାନୀତ ହୋଇଛି। ବିଶ୍ୱର ସବର୍ବୃହତ ଜନଜାତି ଅନୁଷ୍ଠାନ ଭାବରେ ସ୍ୱୀକୃତି ପାଇଥିବା କିସର ଜାତିସଂଘ … Read more

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ମିସନ୍‌ ଲାଇଫ୍’: ପରିବେଶ ସଚେତନତା

ନୂଆଦିଲ୍ଲୀ:: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସ୍କୁଲ ଶିକ୍ଷାରେ ‘ମିସନ ଲାଇଫ’କୁ ସମନ୍ୱିତ କରି ଏକ ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ସ୍କୁଲ ପାଠ୍ୟକ୍ରମରେ ପରିବେଶ ସଚେତନତା ଓ ଜଳବାୟୁ ପରିବର୍ତ୍ତନ ଶିକ୍ଷାକୁ ସମନ୍ୱିତ କରିବାର ଆବଶ୍ୟକତା ଉପରେ … Read more

ପାକ୍ ସମର୍ଥିତ TRFକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ -ଟିଆରଏଫକୁ ଫରେନ୍ ଟେରରିଷ୍ଟ ଅର୍ଗାନାଇଜେସନ୍ ଘୋଷଣା କଲା ଆମେରିକା ବୈଦେଶିକ ବିଭାଗ। ଏହା ସହ ଟିଆରଏଫକୁ ସ୍ପେସିଆଲି ଡେଜିଗନେଟେଡ୍ ଗ୍ଲୋବାଲ ଟେରରିଷ୍ଟ ଘୋଷଣା କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରଥମେ ନିଜକୁ ଦାୟୀ କରିଥିଲା ଟିଆରଏଫ। ଆତଙ୍କବାଦୀ ସଂଗଠନ ଟିଆରଏଫ ଭାରତରେ, ଲସ୍କର-ଏ-ତୋଏବାର ପ୍ରତିନିଧିତ୍ବ କରୁଛି। ଆତଙ୍କୀ ସମୂହ ଲସ୍କର-ଏ-ତୈଏବାର ମୁଖା ପିନ୍ଧା ସଂଗଠନ ହେଉଛି ଟିଆର୍‌ଏଫ। ଏହି ସଂଗଠନ ଜମ୍ମୁକାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ … Read more

ପ୍ରବଳ ବର୍ଷା ନେଇ ଆଜି ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରବଳ ବର୍ଷା ନେଇ ଆଜି ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୮ ଉପକୂଳ ଜିଲ୍ଲାରେ ଶୁଖିଲା ପାଗ ରହିବ। ଆସନ୍ତାକାଲି ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୮ ତାରିଖରେ ୧୯ ତାରିଖରେ ରାୟଗଡ଼ା, କୋରାପୁଟ, କଳାହାଣ୍ଡି, କନ୍ଧମାଳ ଓ ଗଜପତିର କିଛି ସ୍ଥାନରେ ପ୍ରବଳ ହୋଇପାରେ। ୨୧ ତାରିଖ ଯାଏ ଅଧିକ … Read more