ଦୁଷ୍କର୍ମ ଅଭିଯୋଗରେ ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ନିଲମ୍ବିତ

ଭୁବନେଶ୍ୱର: ଛାତ୍ରୀ ନିର୍ଯ୍ୟାତନା ବିରୋଧରେ ହାଙ୍ଗାମ କରୁଥିବା ପ୍ରଦେଶ କଂଗ୍ରେସ ଏବେ ଅଡୁଆରେ। କାରଣ ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି। ଗତକାଲି ରାତିରେ ପୋଲିସ ତାଙ୍କୁ ଗିରଫ କରିଥିବାର ଜଣାପଡିଛି। ଫଳରେ ଏହି ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ଅଡୁଆରେ ପଡିଯାଇଛି। ଯେଉଁ ଛାତ୍ର କଂଗ୍ରେସ ଛାତ୍ରୀ ଦୁଷ୍କର୍ମ ନେଇ ସ୍ୱର ଉତ୍ତୋଳନ କରୁଥିଲା ବର୍ତ୍ତମାନ ତାହାର ମୁଖିଆ ଏପରି କରିବା ଚର୍ଚ୍ଚା ପାଲଟିଛି। ପିଡିତାଙ୍କ ଅବିଯୋଗ ଅନୁସାରେ ଗତ … Read more

ଏନ୍‌ସିଇଆର୍‌ଟି ବହିରୁ ବାଦ୍‌ ପଡିଲା ପାଇକ ବିଦ୍ରୋହ…

ଭୁବନେଶ୍ୱର: ଓଡ଼ିଶାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏନ୍‌ସିଇଆର୍‌ଟି ଦ୍ୱାରା ପ୍ରକାଶିତ ୮ମ ଶ୍ରେଣୀର ଇତିହାସ ବହିରେ ସ୍ଥାନିତ କରାଯାଇଥିଲା। କିନ୍ତୁ ଗତ ସପ୍ତାହରେ ଏନ୍‌ସିଇଆରଟିର ନୂଆ ଇତିହାସ ବହିରେ ଖୋର୍ଦ୍ଧାର ପାଇକ ବିଦ୍ରୋହକୁ ବାଦ୍‌ ଦିଆଯାଇଛି। ଏହା ଜଣାପଡିବା ପରେ ବିଭିନ୍ନ ମହଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା ଓଡିଆ ଜାତିପ୍ରତି ଚରମ ଅପମାନ ବୋଲି ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ … Read more

ପ୍ରମାଣ ନ ମିଳିବାରୁ ୧୯ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହେଲେ ୧୧ ଅଭିଯୁକ୍ତ

ମୁମ୍ବାଇ: ୨୦୦୬ରେ ମୁମ୍ବାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲାରେ ଐତିହାସିକ ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ। ଏହି ମାମଲାରେ ନିମ୍ନ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୧ ଜଣଙ୍କୁ ହାଇକୋର୍ଟ ମୁକ୍ତ କରିଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଆବେଦନ ପ୍ରକ୍ରିୟା ସମୟରେ ମୃତ୍ୟୁବରଣ କରିଥିଲେ। ଏହି ରାୟ ୧୯ ବର୍ଷ ପରେ ଆସିଛି।ହାଇକୋର୍ଟଙ୍କ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ‘ମାମଲାରେ ଉପସ୍ଥାପିତ ପ୍ରମାଣ ନିର୍ଭରଯୋଗ୍ୟ ନୁହେଁ’ ଏବଂ ‘ଅନେକ ସାକ୍ଷୀଙ୍କ … Read more

ସଂସଦ ପରିସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମୌସୁମୀ ଅଧିବେଶନରେ ଅଂଶଗ୍ରହଣ କରିବା ପାଇଁ ସଂସଦରେ ପହଞ୍ଚିଛନ୍ତି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ପରିସରରେ ଗଣମାଧ୍ୟମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, “ସଂସଦର ଏହି ମୌସୁମୀ ଅଧିବେଶନ ଏକ ବିଜୟ ଉତ୍ସବ ଭଳି । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଭାରତୀୟ ପତାକା ଉତ୍ତୋଳନ ପ୍ରତ୍ୟେକ ଭାରତୀୟଙ୍କ … Read more

ବୋତଲ ରେ ଦିଆଯିବନି ପେଟ୍ରୋଲ:ପେଟ୍ରୋଲିୟମ ଡିଲରସ୍ ଆସୋସିଏସନ

ଭୁବନେଶ୍ୱର: ରାଜ୍ୟରେ ସାଂପ୍ରତିକ ଘଟଣାକୁ ଦେଖି ଜୁଲାଇ ୨୧ରୁ ଆଉ ଖୋଲାରେ ପେଟ୍ରୋଲ୍ ଦିଆଯିବ ନାହିଁ ବୋଲି କହିଛନ୍ତି ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି ଶଶାଙ୍କ ଶେଖର। ପେଟ୍ରୋଲ୍ ପମ୍ପରେ କେବଳ ଗାଡ଼ିରେ ହିଁ ପେଟ୍ରୋଲ୍ ଦିଆଯିବ। ନିୟମ ଥିଲେ ମଧ୍ୟ ପେଟ୍ରୋଲ୍ ପମ୍ପରେ ଏହା ପାଳନ ହେଉନଥିଲା। ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ଏହି ନିଷ୍ପତ୍ତି ନେଇଛି। ଫଳରେ ଏବେ ଆଉ କେହି ବି ବୋତଲ ନେଇକି ଗଲେ ପେଟ୍ରୋଲ … Read more

ଇପିଏଫ୍‌ଓ ନିୟମ ରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

ଇପିଏଫ୍‌ଓ ଘୋଷଣା କରିଛି ଯେ ଯେଉଁମାନେ ୧ ବର୍ଷ ପର୍ଯ୍ୟନ୍ତ ନିରନ୍ତର ସେବା ପ୍ରଦାନ କରିଛନ୍ତି ଯଦି ସେମାନଙ୍କର କୌଣସି ପରିସ୍ଥିତିରେ ମୃତ୍ୟୁ ହୁଏ ସେବେ ସେମାନଙ୍କ ପରିବାରକୁ ୫୦ ହଜାର ଟଙ୍କା ମିଳିବ । ପରିବାରକୁ ଆର୍ଥିକ କ୍ଷେତ୍ରରେ ସହାୟତା କରିବା ପାଇଁ ଇପିଏଫ୍‌ଓ ଏମିତି ନିଷ୍ପତ୍ତି ନେଇଥିବା କୁହାଯାଉଛି । ପୂର୍ବରୁ ଯେଉଁ କର୍ମଚାରୀମାନେ କାମ କରିବାର ପ୍ରଥମ ବର୍ଷେ ଭିତରେ ପ୍ରାଣ ହରାଉଥିଲେ ସେମାନଙ୍କ ପରିବାର ପାଇଁ କୌଣସି ସର୍ବନିମ୍ନ ବୀମା ରାଶିର … Read more

ରଦ୍ଦ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ମ୍ୟାଚ୍ ୨୦୨୫

ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ଖେଳାଳୀଙ୍କ ପ୍ରତି କଠୋର ମନୋଭାବ ଦେଖାଇଛି ଭାରତୀୟ ଟିମ୍ । ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ୨୦୨୫ର ଆୟୋଜକମାନେ ଏକ ସରକାରୀ ବିବୃତ୍ତି ଜାରି କରି ସୂଚନା ଦେଇଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବାତିଲ କରାଯାଇଛି। ଭାରତୀୟ ଖେଳାଳିମାନେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ମନା କରିଦେଇଥିବାରୁ ଡବ୍ଲୁସିଏଲ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି । ଯୁବରାଜ ସିଂହଙ୍କ ଅଧିନାୟକତ୍ୱରେ ଇଣ୍ଡିଆ ଚାମ୍ପିଅନ୍ସର … Read more

ଏଫ୍‌ଏମ୍‌ କଲେଜରେ କ୍ରାଇମ୍‌ବ୍ରାଞ୍ଚ ଡିଜି

ବାଲେଶ୍ୱର:ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ମାମଲା । ଏଫ୍‌ଏମ୍‌ କଲେଜରେ କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ଚତୁର୍ଥ ଦିନରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ଖୋଳତାଡ଼ ଜାରି। ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା । ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସହ କ୍ରାଇମ୍‌ବ୍ରାଞ୍ଚ DGଙ୍କ ଆଲୋଚନା ।ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ବିତିଲାଣି ସପ୍ତାହେ । ୟୁଜିସି, ଉଚ୍ଚଶିକ୍ଷା ବିଭାଗ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ପୃଥକ ଭାବେ ୩ଟି ଟିମ୍ ଦ୍ଵିତୀୟ ଦିନରେ ମଧ୍ୟ ତଦନ୍ତ କରିଛନ୍ତି । … Read more

ସ୍ୱତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ; ନୂଆ ତାରିଖ ଘୋଷଣା କରିବ ବୋର୍ଡ

ଭୁବନେଶ୍ୱର: ଆଜି ହେବାକୁ ଥିବା ସ୍ୱତନ୍ତ୍ର OTET-୨୦୨୫ ପରୀକ୍ଷା ହେଲା ସ୍ଥଗିତ । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇଟି ସିଟିଂରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା । ସକାଳ ୯ ଟାରୁ ସାଢ଼େ ୧୧ ଟା ପେପର ୧ ଓ ଦିନ ୨ ଟାରୁ ସାଢ଼େ ୪ ଟା ପେପର ୨ ପରୀକ୍ଷା ହୋଇଥାନ୍ତା। ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଓଟିଇଟି … Read more

AIIMS ପରିସରରେ ୧୬୩ ଧାରା ଲାଗୁ

ଭୁବନେଶ୍ୱର: ଏମ୍ସ ବର୍ଣ୍ଣ ୱାର୍ଡରେ ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସା ଚାଲିଛି । ଏହାରି ଭିତରେ ଶନିବାର ରାତିରେ ଏମ୍ସ ପରିସରରେ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ନାରାବାଜି ସହ ମୁହାଁମୁହିଁ ହୋଇଛନ୍ତି ୩ ଦଳର କର୍ମୀ । ତାଳି ମାରି ବିରୋଧ ପ୍ରଦର୍ଶନ କରିଛି ବିଜେଡି, ବାମପନ୍ଥୀ ଦଳ ଓ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ । କଂଗ୍ରେସ ପକ୍ଷରୁ ବି ପ୍ରତିବାଦ … Read more