କଟକ ଜିଲ୍ଲାର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ

କଟକ: କଟକ ଜିଲ୍ଲାର ଅଧାରୁ ଅଧିକ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ । ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ରିପୋର୍ଟ ଦାଖଲ କରିନଥିବାରୁ ସେହି କଲେଜ ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜିଲ୍ଲାର ୨୧୦ଟି କଲେଜଙ୍କୁ ଆଇସିସି ରିପୋର୍ଟ ମାଗିଥିଲା ଜିଲ୍ଲା ପ୍ରଶାସନ। ଅଭିଯୋଗକାରିଣୀଙ୍କ ଯୋଗାଯୋଗ ଠିକଣା ସହ ମୁଖ୍ୟଙ୍କ ହସ୍ତାକ୍ଷର ମଗାଯାଇଥିଲା । କିନ୍ତୁ ଅଧାରୁ ଅଧିକ କଲେଜ ଚିଠିର ଉତ୍ତର ଦେଇନଥିବାରୁ … Read more

ନିଯୁକ୍ତି ପାଇବେ ୨୫୬ ହାବିଲଦାର ଓ ୧୩୫୦ କନଷ୍ଟେବଳ; ମୋହନ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (OISF)ର ୨ଟି ନୂଆ ବାଟାଲିୟନ୍ ହେବ । ତୃତୀୟ ଓ ଚତୁର୍ଥ ବାଟାଲିୟନ ନାମରେ ଏହା ନାମିତ ହେବ । ଏହି ଦୁଇଟି ନୂତନ ବାଟାଲିୟନ୍ ପାଇଁ ସମୁଦାୟ ୨୦୮୦ ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ଏଥିରୁ ୧୯୪୪ଟି ନିୟମିତ ପଦବୀ ଥିବାବେଳେ ୧୩୬ ଟି ପଦବୀ ଆଉଟସୋର୍ସିଙ୍ଗ ଭିତ୍ତିରେ ସୃଷ୍ଟି କରାଯାଇଛି ।ସୂଚନାଯୋଗ୍ୟ … Read more

ରାଜ୍ୟପାଳଙ୍କ ସଚିବ ଭାବେ ପ୍ରଥମ ମହିଳା ଆଇଏଏସ୍ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ଗତକାଲି ଏକ ବୃହତ୍ ପ୍ରଶାସନିକ ଅଦଳବଦଳ କରି ୧୬ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ନିଯୁକ୍ତ କରିଛନ୍ତି। ଏହା ମାଧ୍ୟମରେ ଜନସାଧାରଣଙ୍କୁ ସୁଶାସନ ଓ ସେବା ଯୋଗାଣରେ ନୂଆ ନେତୃତ୍ୱ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟପାଳଙ୍କ ସଚିବ ଭାବେ ମହିଳା ଆଇଏଏସ୍ ଙ୍କୁ ନିଯୁକ୍ତ କରାଯାଇଛି । ରାଜ୍ୟପାଳଙ୍କ ସଚିବ ଭାବେ ବରିଷ୍ଠ ଆଇଏଏସ ଅଧିକାରୀ ରୂପା ରୋଶନ ସାହୁଙ୍କୁ ନିଯୁକ୍ତି ମିଳିଛି । ରୂପା ରୋଶନ ଓଡ଼ିଶା ରାଜଭବନ … Read more

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର: ମଙ୍ଗଳବାର ରାତି ରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ପୁରୀ ଜିଲ୍ଲାପାଳ ଥିବା ଚଞ୍ଚଳ ରାଣା ହେଲେ ବିଏମସି କମିସନର। ଶିଳ୍ପ ବିଭାଗ ACS ହେମନ୍ତ ଶର୍ମା ହେଲେ I & PR ସଚିବ। ସଂସ୍କୃତି ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର ହୋଇଛନ୍ତି ଅର୍ଥ ସଚିବ। ସେ IDCO ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ରାଜ୍ୟପାଳଙ୍କ ପ୍ରମୁଖ ସଚିବ NBS ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ଦାୟିତ୍ୱ ଦିଆଯାଇଛି। … Read more

ଚାଷୀ ଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର: ଓଡ଼ିଶା ସରକାର ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରୁଥିବା ସମସ୍ତ ଚାଷୀଙ୍କ ପାଇଁ ଇ-କେୱାଇସି (ଇଲେକ୍ଟ୍ରୋନିକ ନୋ-ୟୁଅର-କଷ୍ଟମର) ଯାଞ୍ଚକୁ ବାଧ୍ୟତାମୂଳକ କରି ନକଲି ଚାଷୀଙ୍କୁ ଚିହ୍ନଟ ଓ ବାଦ ଦେବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଖାଦ୍ୟ ଯୋଗାଣ ଓ ଗ୍ରାହକ କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ, ପୂର୍ବବର୍ତ୍ତୀ ଋତୁଗୁଡ଼ିକରେ ଅନେକ ନକଲି ଚାଷୀ ଧାନ ବିକ୍ରି କରୁଥିବା ଜଣାପଡ଼ିଛି। ଇ-କେୱାଇସି ପ୍ରକ୍ରିୟାରେ ଆଙ୍ଗୁଠି ଚିହ୍ନ ଓ ଆଖିର ଆଇରିସ … Read more

ପୁଣି ଏୟାର ଇଣ୍ଡିଆରେ ଯାନ୍ତ୍ରିକ ସମସ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରୁ କୋଲକାତାକୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ (ଫ୍ଲାଇଟ୍ ଏଆଇ୨୪୦୩) ରନୱେରେ ୧୫୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ଚାଲିଥିବା ବେଳେ ଟେକ୍ନିକାଲ୍ ତ୍ରୁଟି ଯୋଗୁଁ ଟେକ୍-ଅଫ୍ ବାତିଲ କରାଯାଇଛି। ପାଇଲଟମାନେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସଓପି) ଅନୁସରଣ କରି ବିମାନକୁ ବ୍ରେକ୍ ଲଗାଇ ଅଟକାଇଥିଲେ। ଏହି ଘଟଣା ଗତକାଲି ସନ୍ଧ୍ୟା ୫ଟା ୩୦ରେ ଘଟିଥିବା ଜଣା ପଡିଛି । ଏୟାର ଇଣ୍ଡିଆର ବୟାନ ଅନୁଯାୟୀ, ବିମାନଟି ଆଜି ସନ୍ଧ୍ୟାରେ ପୁନଃନିର୍ଦ୍ଧାରିତ ସମୟରେ କୋଲକାତା … Read more

ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଧନଖଡଙ୍କ ଇସ୍ତଫାକୁ ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ଗୃହ ମନ୍ତ୍ରାଳୟଙ୍କୁ ପଠାଇଲେ। ସୋମବାର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ, ଜଗଦୀପ ଧନଖଡ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତୁରନ୍ତ ପ୍ରଭାବରୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠିରେ ସେ କହିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶ ଓ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ସେ ସମ୍ବିଧାନର ଧାରା ୬୭(କ) ଅନୁଯାୟୀ ଇସ୍ତଫା ଦେଉଛନ୍ତି … Read more

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ

ଭୁବନେଶ୍ୱର: ସଭାପତି ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ମନମୋହନ। ଆଗକୁ କିଛି ମନ୍ତ୍ରୀ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇ ପାରନ୍ତି। ଦିଲ୍ଲୀରେ ଶୀର୍ଷ ନେତାମାନଙ୍କୁ ଭେଟି ପାରନ୍ତି ମନମୋହନ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା ମଧ୍ୟ ହୋଇପାରେ। ମନମୋହନଙ୍କ ସହ ଦିଲ୍ଲୀ ଗସ୍ତରେ ସଂଗଠନର ସମ୍ପାଦକ ମାନସ ମହାନ୍ତି ମଧ୍ୟ ଯାଇଛନ୍ତି।ଦୀର୍ଘ ଦିନର ଛକାପଞ୍ଝା ପରେ ପୁଣି ଥରେ ରାଜ୍ୟ ବିଜେପିକୁ ମିଳିଛି ସଭାପତି । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ … Read more

ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ହେଲେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ

କଟକ: ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ୍‌ ଜଷ୍ଟିସ୍‌ ପାଠକଙ୍କୁ ଶପଥପାଠ କରାଇଥିଲେ । ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଜଷ୍ଟିସ ପାଠକଙ୍କ ନିଯୁକ୍ତି ସଂକ୍ରାନ୍ତ ୱାରେଣ୍ଟ ପାଠ କରିଥିଲେ । ଗୌହାଟୀ ହାଇକୋର୍ଟରୁ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ମେ … Read more

ସମସ୍ତ ସ୍କୁଲରେ ଲାଗିବ ହାଇ-ରିଜୋଲ୍ୟୁସନ ସିସିଟିଭି କ୍ୟାମେରା :ସିବିଏସଇ

ନୂଆଦିଲ୍ଲୀ: ସିବିଏସଇ ସହ ଜଡ଼ିତ ସମସ୍ତ ସ୍କୁଲରେ ହାଇ-ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ସ୍ଥାପନ କରାଯିବା ବାଧ୍ୟତାମୂଳକ । ଏଥିରେ ରିଅଲ-ଟାଇମ ଅଡ଼ିଓ-ଭିଜୁଆଲ ରେକର୍ଡିଂ କ୍ଷମତା ରହିବ। ଏହି ନିୟମ ସ୍କୁଲ ପରିସରରେ ନିରାପତ୍ତା ବିଶେଷ କରି ଅନୁପ୍ରବେଶକାରୀଙ୍କ ବିପଦକୁ ରୋକିବା ପାଇଁ ଲକ୍ଷ୍ୟ ରଖିଛି। ସିବିଏସଇରୁ ଆଫିଲିଏସନ ନେଇଥିବା ସବୁ ସ୍କୁଲ ଏହି ନିୟମକୁ ମାନିବେ । ଅର୍ଥାତ ସବୁ ସ୍କୁଲରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିବ ସିସିଟିଭି ।ନିର୍ଦ୍ଦେଶ ଅନୁସାରେ କ୍ୟାମେରା ସ୍ଥାପନର ସ୍ଥାନଗୁଡିକ ହେଲା-ସମସ୍ତ … Read more