କଲେଜ ଭଳି ସ୍କୁଲରେ ଗଠନ ହେବ ଆଇସିସି କମିଟି

ଭୁବନେଶ୍ୱର: କଲେଜ ଭଳି ସ୍କୁଲରେ ଗଠନ ହେବ ଆଇସିସି କମିଟି । ଆଇସିସି କମିଟି ସଠିକ୍ ଭାବେ ଗଠନ କରି କାମ କରିବାକୁ ଗଣଶିକ୍ଷା ବିଭାଗର କଡା ନିର୍ଦ୍ଦେଶ । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ପରେ ଗଣଶିକ୍ଷା ବିଭାଗର ଚେତା ପଶିଛି । କଡାକଡି ନିୟମ ଲାଗୁ ପାଇଁ ଗଣ ଶିକ୍ଷା ବିଭାଗର ବଡ଼ ନିର୍ଦ୍ଦେଶ । ବାଲେଶ୍ୱର ଏଫଏମ ଛାତ୍ରୀ ମୃତ୍ୟୁ ପରେ ସଜାଗ ହୋଇଛି ଗଣଶିକ୍ଷା ବିଭାଗ । କଲେଜ … Read more

ପ୍ରେସ୍‌ ମିଟ୍‌ କରି ବିଜେଡି ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ପ୍ରେସ୍‌ ମିଟ୍‌ କରି ବିଜେଡି ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ସିଧା ପ୍ରଶ୍ନ କରିଛନ୍ତି ପୂର୍ବ ସରକାରଙ୍କୁ । ବିଜେଡ଼ି ସରକାର ଓଡିଶାକୁ ୨୪ ବର୍ଷ ଶାସନ କରିଛି । ଯିଏ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେହି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ଯାହା ସବୁ ଘଟଣା ତାଙ୍କ ସରକାର ସମୟରେ ହୋଇଛି, ସମସ୍ତେ ଜାଣିଛନ୍ତି । ପୀଡ଼ିତାଙ୍କୁ ଭେଟିବା ପାଇଁ ଥରେ ବି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଯାଇଥିଲେ କି ? … Read more

କକ୍‌ପିଟ୍‌ରେ କ୍ୟାମେରା ଲଗାଇବା ଦାବିରେ, ଚାଲିଛି ତର୍କ ବିତର୍କ

ନୂଆଦିଲ୍ଲୀ: ଏୟାର୍ ଇଣ୍ଡିଆ ବୋଇଂ ୭୮୭-୮ ବିମାନ ଜୁନ୍ ୧୨ରେ ଦୁର୍ଘଟଣାଗ୍ରସ୍ତ ହେବାର କିଛି ମୁହୂର୍ତ୍ତ ପୂର୍ବରୁ କିଛି ଏଭଳି କଥାବାର୍ତ୍ତା ଫ୍ଲାଇଟ୍ ଅଡିଓ ରେକର୍ଡରରୁ ମିଳିଛି । ଜଣେ ପାଇଲଟ ପଚାରୁଛନ୍ତି, ଆପଣ କାହିଁକି ଇନ୍ଧନ କାଟିଲେ । ଅନ୍ୟ ଜଣକ ଉତ୍ତର ଦେଲେ, ମୁଁ କିଛି କରିନି । ଏହି ରିପୋର୍ଟକୁ ନେଇ ଅନେକ ପ୍ରଶ୍ନ ଉଠିବା ସହ କକ୍‌ପିଟ୍ ଭିଡିଓ ରେକର୍ଡରକୁ ନେଇ ଆରମ୍ଭ ହୋଇଛି ଆଲୋଚନା । କକ୍‌ପିଟ୍‌ରେ ଭିଡିଓ ରେକର୍ଡର … Read more

ଆଜି ଓଡିଶା ବନ୍ଦ :କଂଗ୍ରେସ ର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସମେତ ୮ ବିରୋଧୀ ଦଳ । ଦୋକାନ, ବଜାର, ଶିକ୍ଷାନୁଷ୍ଠାନ ସମେତ ସମସ୍ତ କାର୍ଯ୍ୟାଳୟ, ଅଦାଲତ, ବ୍ୟାଙ୍କ ଓ ବୀମା ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ରାଜଧାନୀ ସମେତ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ଓ ୮ ରାଜନୈତିକ ଦଳ … Read more

ରାଜ୍ୟ କ୍ୟାବିନେଟ୍‌ରେ ୧୧ଟି ବିଭାଗର ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ଵରାଷ୍ଟ୍ର, ସ୍ୱାସ୍ଥ୍ୟ, ଶକ୍ତି, ରାଜସ୍ଵ , ଗୃହ ନିର୍ମାଣ, ଗଣଶିକ୍ଷା ଆଦି ବିଭାଗରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ କ୍ୟାବିନେଟ୍‌ ବୈଠକରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାର କ୍ୟାବିନେଟ୍‌ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଆଦର୍ଶ ବିଦ୍ୟାଳୟରେ ରେଣ୍ଟ ମୁକ୍ତ କରିଛନ୍ତି। ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଆଉ ମାସିକ ଦେୟ ଦେବାକୁ ପଡ଼ିବ ନାହିଁ। ଏଥି … Read more

ଦିଲ୍ଲୀର ୫ ସ୍କୁଲକୁ ବୋମା ଧମକ 

ନୂଆଦିଲ୍ଲୀ: ବୁଧବାର ସକାଳୁ ସକାଳୁ ଦିଲ୍ଲୀରେ ୫ଟି ଜଣାଶୁଣା ସ୍କୁଲକୁ ବୋ‌ମା ଧମକ ମିଳିବା ପରେ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଥିଲେ। ଇମଲେ୍ ଜରିଆରେ ଧମକ ମିଳିବା ପରେ ପୁଲିସ ଛାନ୍‌ଭିନ୍ କରିବାକୁ ସ୍କୁଲରେ ପହଞ୍ଚିଥିଲେ ବି କିଛି ମିଳିନଥିଲା। ଧମକପୂର୍ଣ୍ଣ ଇମେଲଟି କିଏ ପଠାଇଥିଲା ବୋଲି ଯାଞ୍ଚ କରାଯିବା ପରେ ଇମେଲଟି ଜର୍ମାନୀରୁ ଆସିଛି ବୋଲି ଜଣାପଡ଼ିଛି। ହେଲେ ପୁଲିସ ସନ୍ଦେହ କରୁଛି ଯେ, ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱାର୍କ (ଭିପିଏନ) ବ୍ୟବହାର କରି ଅଭିଯୁକ୍ତ ନିଜ ପ୍ରକୃତ … Read more

ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ:ସଂସଦର ମୌସୁମୀ ଅଧିବେଶନ ୨୧ ଜୁଲାଇରୁ ଆରମ୍ଭ ହେଉଛି। ଏହି ମୌସୁମୀ ଅଧିବେଶନରେ ସରକାର ଆଠଟି ନୂତନ ବିଲ ଆଗତ କରିବେ। ଏଥିରେ ମଣିପୁରରେ ରାଷ୍ଟ୍ରପତି ଶାସନ ସହିତ ଜଡିତ ଏକ ବିଲ ମଧ୍ୟ ଅନ୍ତର୍ଭୁକ୍ତ। ସରକାର ମଣିପୁରରେ ରାଷ୍ଟ୍ରପତି ଶାସନ ବୃଦ୍ଧି କରିବାକୁ ବିଚାର କରୁଛନ୍ତି। ଏଥିରୁ ସ୍ପଷ୍ଟ ଯେ ସରକାରଙ୍କର ଏହି ଉତ୍ତର-ପୂର୍ବ ରାଜ୍ୟରେ ରାଷ୍ଟ୍ରପତି ଶାସନ ହଟାଇବା ପାଇଁ ବର୍ତ୍ତମାନ କୌଣସି ଯୋଜନା ନାହିଁ। ମଣିପୁରରେ ୧୩ ଫେବୃଆରୀରେ ରାଷ୍ଟ୍ରପତି ଶାସନ ଲାଗୁ … Read more

ଲୋୟର ପିଏମଜିରେ ବିଜେଡି କର୍ମୀଙ୍କୁ ଟେକିନେଲା ପୋଲିସ

ଭୁବନେଶ୍ୱର: ବାଲେଶ୍ୱର ଠାରୁ ଭୁବନେଶ୍ୱର ସବୁଠି ବିରୋଧର ସ୍ୱର ଦେଖିବାକୁ ମିଳୁଛି । ରଣକ୍ଷେତ୍ର ପାଲଟିଛି ଭୁବନେଶ୍ୱର ଲୋକୟର ପିଏମଜି । ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ୍ ସହ ମୁହାଁମୁହିଁ ହୋଇଥିଲେ । ବ୍ୟାରିକେଡ୍ ଡେଇଁ ଧସେଇ ପସିବା ବେଳେ ଦୁଇ ଜଣ ବିଜେଡି ନେତା ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ପିଏମଜି ଛକରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେଡି ନେତା … Read more

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ରେ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକ ଠାରେ ଆଦିକବି ସାରଳା ଦାସଙ୍କ ଜୟନ୍ତୀ ସମାରୋହରେ ଅତିଥି ଭାବେ ଯୋଗଦାନ କରିଛନ୍ତି। ଏହି ଅବସରରେ ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଆଦିକବି ସାରଳା ଦାସଙ୍କ ପ୍ରତି ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ଆଦିକବି ସାରଳା ଦାସ ମହାଭାରତ ରଚନା କରି ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଏହି ମହାନ କବିଙ୍କ ଜନ୍ମବାର୍ଷିକୀ … Read more

ସୌମ୍ୟାଶ୍ରୀ ଙ୍କୁ ଉଦ୍ଧାର କରିଥିବା ଛାତ୍ର ଏବେ ଆଇସିୟୁରେ:ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର

ଭୁବନେଶ୍ୱର: ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିବା ଛାତ୍ରଙ୍କ ର ଏବେ ଚାଲିଛି ଚିକିତ୍ସା l ସୌମ୍ୟାଶ୍ରୀଙ୍କୁ ମରଣମୁହଁରୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ଛାତ୍ର ଜଣକ ହେଉଛନ୍ତି ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ୱାଳ। ସେ ଗୁରୁତର ହୋଇ ଏବେ ଆଇସିୟୁରେ । ପ୍ରଥମେ ତାଙ୍କୁବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସେ … Read more