ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦି ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଲେ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି କହିଛନ୍ତି, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଦେଶବାସୀ ବିଶେଷ କରି ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । କୃଷି ପ୍ରତି ସମ୍ମାନ ଏବଂ କୃଷକଙ୍କ ପ୍ରତି କୃତଜ୍ଞତା ହେଉଛି ଏହି ପର୍ବର ବିଶେଷତ୍ୱ । ଏହା ଆମ ବନ୍ଧୁତ୍ୱ ଓ ଆତ୍ମୀୟତାର ପ୍ରତୀକ ମଧ୍ୟ । ନୂଆଁଖାଇ … Read more

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଲୋକସଭାର ବାଚସ୍ପତି ଓ ରାଜ୍ୟସଭାର ଉପାଧ୍ୟକ୍ଷ

ଭୁବନେଶ୍ୱର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ୨୯ ଅଗଷ୍ଟ ୨୦୨୫ରେ ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଉପରେ ଗଠିତ ସମିତିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ। ଶ୍ରୀ ବିର୍ଲା ଏହି ଅବସରରେ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବେ ଏବଂ ଏକ ସ୍ମରଣିକାକୁ ମଧ୍ୟ ଉନ୍ମୋଚନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା … Read more

ଓଡ଼ିଶା ମଣ୍ଡିରେ ଛତିଶଗଡ଼ ଧାନ ବିକିଲେ ଜେଲ ଦଣ୍ଡ : କୃଷି ମନ୍ତ୍ରୀ

ଭୁବନେଶ୍ୱର:-ଛତିଶଗଡ଼ର ଚାଷୀଙ୍କ ଧାନ ଓଡ଼ିଶାର ମଣ୍ଡିରେ ବିକ୍ରି କରୁଥିବା କେହି ଧରା ପଡ଼ିଲେ କ୍ଷମା କରାଯିବ ନାହିଁ । ସିଧାସଳଖ ଜେଲରେ ଭର୍ତ୍ତି କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂଦେଓ ।ସିଏମ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ବେଳେ ମଣ୍ଡିରେ ଦଲାଲଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କେଭି । ଅନେକ ସ୍ଥାନରେ ଛତିଶଗଡର ଚାଷୀଙ୍କ ଧାନକୁ ଆଣି ଓଡ଼ିଶା ମଣ୍ଡିରେ ବିକ୍ରି କରାଯାଉଥିବା ଦେଖାଯାଉଛି । ଏଥିରେ ସ୍ଥାନୀୟ ଲୋକଙ୍କ … Read more

ଓସ୍କାର ଦୌଡରେ ଅକ୍ଷୟ ପରିଜାଙ୍କ ‘ପାପା ବୁକା’

ଭୁବନେଶ୍ୱର:-ଓସ୍କାର ଦୌଡ଼ରେ ସାମିଲ ହୋଇଛି ଅକ୍ଷୟ ପରିଜାଙ୍କ ‘ପାପା ବୁକା’ । ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ‘ପାପା ବୁକା’ ଜରିଆରେ ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇଛନ୍ତି, ପାପୁଆ ନ୍ୟୁ ଗିନି ସହ ଭାରତର ପ୍ରଥମ ସହ-ପ୍ରଡକ୍ସନ ଫିଚର ଫିଲ୍ମ, ଯାହା ୨୦୨୬ ଓସ୍କାର ଏକାଡେମୀ ପୁରସ୍କାରର ଶ୍ରେଷ୍ଠ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ ବର୍ଗରେ ଅଫିସିଆଲ ଏଣ୍ଟ୍ରି ନେଇ ଆନୁଷ୍ଠାନିକ ଭାବେ ଚୟନ ହୋଇଛି । ଯାହା ରାଜ୍ୟ ପାଇଁ ଗର୍ବର ବିଷୟ ।ଏକ ଚଳଚଞ୍ଚଳ … Read more

ପିନାକୀ ମିଶ୍ରଙ୍କ ନାମ ରେ ଅଭିଯୋଗ,ତଦନ୍ତ ଆରମ୍ଭ କଲା ଗୃହ ମନ୍ତ୍ରଣାଳୟ ଓ ଇଡି

ପିନାକୀ ମିଶ୍ରଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଅର୍ଥ ହେରଫେର, ସଂସଦରେ ଦେଶ ସୁରକ୍ଷା ଓ ରୁଷ ବିରୋଧୀ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ଆସିଛି । ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ସଂସଦରେ ଦେଶ ସୁରକ୍ଷାର ଗୁପ୍ତ ତଥ୍ୟ ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ହୋଇଛି। ସନ୍ଦେହଜନକ ସମ୍ପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା , ନ୍ୟୁକ୍ଲିୟର ବୁଡ଼ା ଜାହାଜ, ମିଶାଇଲ … Read more

କଟକ ରେଳ ଷ୍ଟେସନରେ ଅଘଟଣ, ଭୁଶୁଡ଼ିଲା ପ୍ଲାଟଫର୍ମର ଛାତ

କଟକ ରେଳ ଷ୍ଟେସନରେ ଅଘଟଣ। ଭୁଶୁଡ଼ିଲା ପ୍ଲାଟଫର୍ମର ଛାତ। ନବୀକରଣ କାମ ଚାଲୁଥିବା ବେଳେ ଭୁଶୁଡ଼ି ପଡ଼ିଲା ଛାତ। ପ୍ଲାଟଫର୍ମ-୧ ଓ ୨ ରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ। ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଛାତ ଭୁଶୁଡ଼ିଥିବା ସୂଚନା ମିଳିଛି। ରେଳ ଧାରଣା ଉପରେ ପଡ଼ିଛି ଭୁଶୁଡ଼ି ପଡ଼ିଥିବା ଛାତ। ଯାହା ଯୋଗୁଁ କିଛି ଟ୍ରେନର ଯାତାୟତ ମଧ୍ୟ ବିଳମ୍ୱିତ ହେଉଥିବା ସୂଚନା ମିଳିଛି।ଉପର ସେଡର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ି ରହିଛି। ହେଲେ … Read more

ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଆସିଷ୍ଟାଣ୍ଟ କମିସନର

ଭୁବନେଶ୍ୱର: ରାଜ୍ୟ ଟିକସ ବିଭାଗର ସହକାରୀ କମିସନର ସରିତା ବାରିକ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭୁବନେଶ୍ୱର-IV ସର୍କଲରେ କାର୍ଯ୍ୟରତ ସରିତା ଜଣେ ବେକେରି ମାଲିକଙ୍କଠାରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଇନପୁଟ ଟ୍ୟାକ୍ସ କ୍ରେଡିଟ (ITC) ପ୍ରତ୍ୟାବର୍ତ୍ତନ ଏବଂ ଜରିମାନା ମାଫ କରିବା ପାଇଁ ଏହି ଲାଞ୍ଚ ମାଗିଥିଲେ। ବେକେରି ମାଲିକଙ୍କୁ ସରିତା ୨,୨୭,୧୪୭ ଟଙ୍କାର ଜରିମାନା ଓ ଟିକସ ପରିଶୋଧ ପାଇଁ ନୋଟିସ ଜାରି କରିଥିଲେ। ଏହା ଜାଣି … Read more

ବଦଳିଲେ ୯ ବରିଷ୍ଠ ଓଏଏସ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ର ନଅ ଜଣ ବରିଷ୍ଠ ଅଧିକାରୀଙ୍କୁ ମଙ୍ଗଳବାର ଦିନ ବଦଳି କରାଯାଇଛି। ସେମାନଙ୍କୁ ନୂତନ ନିଯୁକ୍ତି ଦିଆଯିବା ନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।ଗଙ୍ଗାଧର ନାୟକଙ୍କୁ ଗୃହ ନିର୍ଦ୍ଦେଶକ ଏବଂ ଗୃହ ଏବଂ ନଗର ଉନ୍ନୟନ (H&UD) ବିଭାଗର ନିର୍ଦ୍ଦେଶକ, ସ୍ୱତନ୍ତ୍ର ସଚିବ ଭାବରେ ନିଯୁକ୍ତି ଦିଆଯାଇଛି। ସେ ଭୁବନେଶ୍ୱରରେ ଓଡ଼ିଶା ସହରାଞ୍ଚଳ ଗୃହ ବୋର୍ଡ (OUHB) ଏବଂ ଓଡ଼ିଶା ଗ୍ରାମୀଣ ଗୃହ ଏବଂ … Read more

ପ୍ରବଳ ବର୍ଷା ଯୋଗୁ ବୈଷ୍ଣୋ ଦେବୀ ରାସ୍ତା ରେ ଭୂସ୍ଖଳନ: ୫ ମୃତ

ଜମ୍ମୁ: ଭୂସ୍ଖଳନ ଯୋଗୁ ଜମ୍ମୁ-କଶ୍ମୀରର ରୈସି ଜିଲ୍ଲାରୁ ଆରମ୍ଭ ହେଉଥିବା ବୈଷ୍ଣୋ ଦେବୀ ଯାତ୍ରାକୁ ଅସ୍ଥାୟୀ ରୂପେ ବନ୍ଦ କରି ଦିଆଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଇନ୍ଦରପ୍ରସ୍ଥ ଭୋଜନାଳୟ ନିକଟରେ ମଙ୍ଗଳ ବାର ଦିନ ବଡ଼ଧରଣର ଭୂସ୍ଖଳନ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୪ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଆର୍ମି ଠାରୁ ଆରମ୍ଭ କରି ସ୍ଥାନୀୟ ଅଧିକାରୀମାନେ ନିୟୋଜିତ ହୋଇଛନ୍ତି। ଅନ୍ୟମାନଙ୍କୁ ସୁରକ୍ଷିତ … Read more

ଦିଲ୍ଲୀରେ ହସ୍ପିଟାଲ ନିର୍ମାଣ ଦୁର୍ନୀତି: ପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ଘରେ ପଶିଲା ଇଡି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ୧୩ଟି ସ୍ଥାନରେ ଇଡି ଚଢ଼ାଉ କରିଛି । ଆପ୍ ସରକାରଙ୍କ ସମୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସହ ଜଡ଼ିତ ପ୍ରକଳ୍ପରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ହୋଇଥିଲା । ଏ ନେଇ ଦିଲ୍ଲୀର ଦୁର୍ନୀତି ନିବାରଣ ଶାଖା (ACB) ଗତ ଜୁନରେ ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜ ଓ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଇଡି ଜୁଲାଇ ମାସରେ … Read more