ଭାରତୀୟ ବାୟୁସେନା ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଷ୍ଟାଫ୍‍ ସହକାରୀ ମୁଖ୍ୟ(ଶିକ୍ଷା) ଏୟାର ଭାଇସ୍‍ ମାର୍ଶାଲ୍‍ ହରଜିତ୍‍ ଏସ୍‍ ସିଦାନା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ବୁଝାମଣାପତ୍ର ଅନୁସାରେ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତୀୟ ବାୟୁସେନାରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କର ସନ୍ତାନ ସନ୍ତତି, ବାୟୁସେନାର ଭେଟରାନ୍‍ କର୍ମଚାରୀ ଓ ସେମାନଙ୍କ ସନ୍ତାନ ସନ୍ତତିଙ୍କ ପାଇଁ କିଟ୍‍ … Read more

ମୋଦିଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ :କଂଗ୍ରେସ, ବିଜେପି ଭିତରେ ଗଣ୍ଡଗୋଳ

ବିହାର:ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିହାରର ରାଜଧାନୀ ପାଟନାରେ ଦୁଇ ଜାତୀୟ ଦଳର କର୍ମୀଙ୍କ ମଧ୍ୟରେ ହୋଇଛି ଖଣ୍ଡଯୁଦ୍ଧ। ଦଳୀୟ ପତାକା ଧରି ଦୁଇ ଦଳର କର୍ମୀ ପରସ୍ପରକୁ ଆକ୍ରମଣ କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଆକ୍ରମଣ ଓ ପ୍ରତି ଆକ୍ରମଣରେ କିଛି କର୍ମୀଙ୍କ ମୁଣ୍ଡ ଫାଟିଛି। ସେହିପରି ପାଟନାରେ ଥିବା କଂଗ୍ରେସ କାର୍ଯ୍ୟାଳୟର ଗେଟ ମଧ୍ୟ ଭାଙ୍ଗି ଯାଇଛି। ବିହାରରେ ରାହୁଲ ଗାନ୍ଧିଙ୍କ ଭୋଟର ଅଧିକାରୀ ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ … Read more

ଦେଶର ଜିଡିପିରେ ଅଭିବୃଦ୍ଧି

ନୂଆଦିଲ୍ଲୀ: ଦେଶର ଅର୍ଥନୀତିରେ ଜୋରଦାର୍ ପ୍ରଦର୍ଶନ। ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ୍ ୨୦୨୫ ତ୍ରୈମାସିକରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୭.୮ ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଛି। ଏହି ସଂଖ୍ୟା ଗତ ବର୍ଷର ସମାନ ତ୍ରୈମାସିକରେ ୬.୫ ପ୍ରତିଶତ ଅଭିବୃଦ୍ଧି ତୁଳନାରେ ଭଲ ଅଛି। ଯେତେବେଳେ, ପୂର୍ବ ତ୍ରୈମାସିକରେ ଜିଡିପି ହାର ୭.୪ ପ୍ରତିଶତ ଥିଲା। ଶିଳ୍ପ ଅଭିବୃଦ୍ଧି ଯୋଗୁଁ କାର୍ଯ୍ୟଦକ୍ଷତା ଉପରେ ଚାପ ପଡ଼ିଥିଲା। ଏହି ଅଭିବୃଦ୍ଧି ହାର ଆରବିଆଇର ୬.୫ ପ୍ରତିଶତ … Read more

ହକି ଏସିଆ କପରେ ଭାରତ ର ବିଜୟ ଅଭିଯାନ

ବିହାର ରାଜଗୀରେ ଆରମ୍ଭ ହୋଇଥିବା ହକି ଏସିଆ କପରେ ଭାରତୀୟ ଦଳ ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମୁକାବିଲା ଚୀନକୁ ୪-୩ ଗୋଲରେ ହରାଇଛି ଭାରତ । ପ୍ରଥମ ମ୍ୟାଚରେ ଅଧିନାୟକ ହରମନପ୍ରୀତ ସିଂହ ହ୍ୟାଟ୍ରିକ୍ ଗୋଲ୍ କରିଥିଲେ ଏବଂ ଜୁଗରାଜ ସିଂହ ଗୋଟିଏ ଗୋଲ୍ କରିଥିଲେ l ଶୁକ୍ରବାର ଅପରାହ୍ନ ୩ଟାରେ ଆୟୋଜକ ଦଳ ଭାରତ ଏବଂ ଚୀନ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଥିଲା । ପ୍ରଥମ କ୍ୱାର୍ଟରରେ ଭାରତକୁ ଝଟକା ଲାଗିଥିଲା … Read more

ଜନ ଅଭିଯୋଗ ଶୁଣାଣି ସେପ୍ଟେମ୍ବର ୧ ପାଇଁ ବନ୍ଦ ରହିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ସେପ୍ଟେମ୍ବର ୧ ତାରିଖ ଦିନ ତାଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ, ଆସନ୍ତା ଜନ ଅଭିଯୋଗ ଶୁଣାଣି ଅଧିବେଶନ, ସେପ୍ଟେମ୍ବର ୧ ତାରିଖ, ସୋମବାର ପାଇଁ ବାତିଲ୍ କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଖବର ମିଳିଛି। ସୂଚିତ କରାଯାଇଛି ଯେ, ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ … Read more

ଜାତୀୟ କ୍ରୀଡା ଦିବସ ଅବସରରେ ଓଡ଼ିଶା ପୋଲିସର କ୍ରୀଡ଼ାବିତଙ୍କୁ କରାଗଲା ସମ୍ବର୍ଦ୍ଧନା

କଟକ: ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଓଡ଼ିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କଟକ ଆଇପିଏସ ମେସ ସ୍ଥିତ ଆର.କେ. ପାଢ଼ୀ ମେମୋରିଆଲ ହଲ ଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମସ୍ତ କ୍ରୀଡ଼ାବିତଙ୍କୁ ଉତ୍ତରୀୟ, ନଗଦ ଅର୍ଥି ରାଶି ଆଦି ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ସମାରୋହ ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ସହ ଭବିଷ୍ୟତରେ ନୂଆ ମାଇଲଖୁଣ୍ଟ ହାସଲ … Read more

ଉର୍ଜିତ ପଟେଲ୍ ଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ଏକ ବଡ଼ ଦାୟିତ୍ୱ ମିଳିଛି । ଉର୍ଜିତ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । କେନ୍ଦ୍ର କ୍ୟାବିନେଟ୍ ନିଯୁକ୍ତି କମିଟି ଉର୍ଜିତଙ୍କୁ ଏହି ନୂତନ ଦାୟିତ୍ୱ ଦେଇଛନ୍ତି । କ୍ୟାବିନେଟର ନିଯୁକ୍ତି କମିଟି ଅର୍ଥନୀତିଜ୍ଞ ତଥା ପୂର୍ବତନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ଆଇଏମ୍ଏଫ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦବୀରେ ନିଯୁକ୍ତିକୁ ଅନୁମୋଦନ କରିଛି । ଅଗଷ୍ଟ ୨୮ … Read more

ଦେହରେ ନିଆଁ ଲଗାଇ ଆଇନଜୀବୀ ଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଦେହରେ ନିଆଁ ଲଗାଇ ଜଳି ଗଲେ ଆଇନଜୀବୀ । ମୃତକ ଜଣକ ହେଲେ ପାଣ୍ଡରା ଅଞ୍ଚଳ ର ୪୬ ବର୍ଷୀୟ ଦୀପକ ସାହୁ । ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି । ହେଲେ ସେ କାହିଁକି ଆତ୍ମହତ୍ୟା ନିଷ୍ପତ୍ତି ନେଲେ , ଆତ୍ମାହୁତି ପଛର କାରଣ କ’ଣ, ତାହା ସ୍ପଷ୍ଟ ହୋଇନାହିଁ । ଦୀପକ ମାନସିକ ରୋଗରେ ଆକ୍ରାନ୍ତ ଥିବା … Read more

ମହିଳା ସୁରକ୍ଷା କ୍ଷେତ୍ରରେ ଭାରତର ଶୀର୍ଷ ସାତ ସହର ମଧ୍ୟରେ ଭୁବନେଶ୍ୱର

ଭୁବନେଶ୍ୱର: ୨୦୨୫ ଜାତୀୟ ମହିଳା ସୁରକ୍ଷା ରିପୋର୍ଟ ଅନୁଯାୟୀ, ଅନ୍ୟ ସହରାଞ୍ଚଳ ତୁଳନାରେ ଭୁବନେଶ୍ୱରରେ ମହିଳାମାନେ ନିଜକୁ ଅଧିକ ସୁରକ୍ଷିତ ଅନୁଭବ କରୁଛନ୍ତି। ଭୁବନେଶ୍ୱର ସହିତ ମୁମ୍ବାଇ, କୋହିମା, ବିଶାଖାପାଟଣାମ୍, ଆଇଜୋଲ, ଗ୍ୟାଙ୍ଗଟକ୍ ଓ ଇଟାନଗରକୁ ମହିଳାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସହର ଭାବେ ରିପୋର୍ଟରେ ଦର୍ଶା ଯାଇଛି। ଗ୍ରୁପ୍ ଅଫ୍ ଇଣ୍ଟେଲେକ୍ଚୁଆଲ୍ସ ଆଣ୍ଡ ଆକାଡେମିସିଆନ୍ସ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟକୁ ଆଜି ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ)ର ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି। ଓଡ଼ିଶାର ରାଜଧାନୀ … Read more

ଦିନରେ ପ୍ରବଚକ ରାତିରେ ଚୋର ସାଜିଥିବା ଭଣ୍ଡ ଗିରଫ

ଭୁବନେଶ୍ୱର: ୟୁଟ୍ୟୁବ୍ ଚ୍ୟାନେଲ୍ ରେ ପ୍ରବଚନ ଦେଉଥିବା ଜଣେ ଭଣ୍ଡ ପ୍ରବଚକ ଗୁରୁବାର ଗିରଫ ହୋଇଛନ୍ତି । ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍ ଘଟଣାରେ ପୁଲିସ ତାଙ୍କୁ ଗିରଫ କରିଛି । ଭରତପୁର ଥାନା ଅଞ୍ଚଳର ବଡ଼ ଧରଣର ଲୁଟରେ ସଂପୃକ୍ତ ଥିଲା ଏହି ଚୋର । ଅଗଷ୍ଟ ୧୪ ରେ ହୋଇଥିଲା ଏହି ଲୁଟ । ତାଙ୍କ ନିକଟରୁ ୨ ଶହ ଗ୍ରାମ୍ ସୁନା, ୧ ଲକ୍ଷ ନଗଦ ଟଙ୍କା, ବାଇକ୍ ଓ ଲୁହା … Read more