February 26, 2026 10:05 am

ଗିନିଜ୍‌ ବିଶ୍ୱ ରେକର୍ଡ କଲା ଅଯୋଧ୍ୟାର ଦୀପୋତ୍ସବ

ଅଯୋଧ୍ୟା : ଗିନିଜ୍‌ ବିଶ୍ୱ ରେକର୍ଡ କଲା ଅଯୋଧ୍ୟାର ଦୀପୋତ୍ସବ । ଏକକାଳୀନ ସର୍ବାଧିକ ଲୋକଙ୍କ ଦ୍ୱାରା ‘ଦୀପ’ ଘୂର୍ଣ୍ଣନର ଗିନିଜ୍‌ ବିଶ୍ୱ ରେକର୍ଡ। ୨୬,୧୭,୨୧୫ ଦୀପର ସର୍ବବୃହତ ପ୍ରଦର୍ଶନ ପାଇଁ ମଧ୍ୟ କଲା ରେକର୍ଡ । ଏହି ଗିନିଜ୍‌ ବିଶ୍ୱ ରେକର୍ଡ ପୁରସ୍କାର ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦୀପୋତ୍ସବ ପୂର୍ବରୁ ଅଯୋଧ୍ୟାରେ ବିଶ୍ୱ ରେକର୍ଡ ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ସରୟୁ ନଦୀକୂଳରେ ଅନୁଷ୍ଠିତ ଆରତୀରେ ୨୧,୦୦୦ ରୁ ଅଧିକ ଲୋକ ଅଂଶଗ୍ରହଣ କରି ଗିନିଜ୍ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଚଳିତ ବର୍ଷ ଦୀପୋତ୍ସବ କାର୍ଯ୍ୟକ୍ରମରେ ଏକକାଳୀନ ୨୬ ଲକ୍ଷରୁ ଅଧିକ ଦୀପ ଜଳାଯିବା ସହିତ ଏକ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି । ୨୦୧୭ ମସିହାରୁ ଅଯୋଧ୍ୟାରେ ଦୀପୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି। ପ୍ରତିବର୍ଷ ଏଠାରେ ଦୀପ ସଂଖ୍ୟା ବୃଦ୍ଧି ପାଉଛି। ପ୍ରାରମ୍ଭରେ ଏଠାରେ ପ୍ରାୟ ଏକ ଲକ୍ଷ ଦୀପ ଜଳାଯାଉଥିଲା। ବର୍ତ୍ତମାନ ଏହି ସଂଖ୍ୟା ୨୬ ଲକ୍ଷରେ ପହଞ୍ଚିଛି।