December 6, 2025 1:37 pm

ପୋଲିସ SI ନିଯୁକ୍ତି ପରୀକ୍ଷା ସ୍କାମ, ଦିଲ୍ଲୀରେ ରହି ନିୟନ୍ତ୍ରଣ କରୁଥିଲା ଶଙ୍କର ପୃଷ୍ଟି

ଭୁବନେଶ୍ୱର: SI ନିଯୁକ୍ତି ପରୀକ୍ଷା ଜାଲିଆତି ତଦନ୍ତରୁ ହୋଇଛି ପର୍ଦ୍ଦାଫାସ । ଜଣା ପଡ଼ିଛି, ଦୁଇଟି ମଡ୍ୟୁଲରେ ହୋଇଥିଲା ପୋଲିସ SI ନିଯୁକ୍ତି ପରୀକ୍ଷା ସ୍କାମ । ଗୋଟିଏ ବିଜୟନଗରମ ମଡୁଲ ଓ ଅନ୍ୟଟି ଦୀଘା ମଡୁଲ । ଦୁଇଟି ମଡ୍ୟୁଲକୁ ଦିଲ୍ଲୀରେ ରହି ନିୟନ୍ତ୍ରଣ କରୁଥିଲା ପଞ୍ଚସଫ୍ଟର ମାଲିକ ଶଙ୍କର ପୃଷ୍ଟି । ବିଜୟନଗରମ ମଡ୍ୟୁଲ ଦାୟିତ୍ବରେ ଥିବା ମୁନା ମହାନ୍ତିଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଦୀଘା ମଡୁଲର ନେତୃତ୍ବ ନେଉଥିଲା ଅରବିନ୍ଦ ଦାସ ପୂର୍ବରୁ ଗିରଫ ହୋଇସାରିଛି । ମୁନ୍ନା ସହ ଆଜି ଗିରଫ ହୋଇଛନ୍ତି ଆଉ ତିନିଜଣ । ସେଥିରୁ ଜଣେ ମୁନାର ସହଯୋଗୀ ଶ୍ରୀକାନ୍ତ ମହାରଣା । ପ୍ରମାଣ ନଷ୍ଟ ସହ ମୁନାକୁ ଲୁଚାଇ ରଖିବାରେ ସହଯୋଗ ପାଇଁ ଗିରଫ ହୋଇଛି, ଦଶପଲ୍ଲା ଅଂଚଳର ଅଭିମନ୍ୟୁ ଦୋରା। ଏହାସହ ଆଶାୟୀ ପରୀକ୍ଷାର୍ଥୀ ଓ ତାଙ୍କ ପରିବାର ସହ ଯୋଗାଯୋଗ କରୁଥିବା ସୌମ୍ୟାଶ୍ରୀ ପ୍ରିୟଦର୍ଶିନୀ ସାମଲ ଗିରଫ ହୋଇଛିି।କ୍ରାଇମବ୍ରାଞ୍ଚର ସୂଚନା ମୁତାବକ, ବିଜୟନଗରମକୁ ୧୧୪ ଓ ଦୀଘାକୁ ୧୧୦ ଆଶାୟୀ ଛାତ୍ରଛାତ୍ରୀଙ୍କୁ Institute ଯୋଜନା ହୋଇଥିଲା । ଅକ୍ଟୋବର ୩୦ରେ ଦୀଘା ଯାଇଥାନ୍ତେ ୧୧୦ ପରୀକ୍ଷାର୍ଥୀ । ୨୯ରେ ବିଜୟନଗର ଯିବା ସମୟରେ ୧୧୪ ଜଣ ଧରାପଡିବା ପରେ ଆଉ କେହି ଦୀଘା ଗଲେ ନାହିଁ । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଫୋକସରେ ଶଙ୍କର ପୃଷ୍ଟି । ବର୍ତ୍ତମାନ ସେ ଦିଲ୍ଲୀ ଛାଡି ଦେଇଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । କିନ୍ତୁ ସେ ଖୁବ ଶୀଘ୍ର ଧରାପଡିବେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଏସଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ ଏ ପର୍ଯ୍ୟନ୍ତ ୧୨୧ ଜଣ ଗିରଫ ହୋଇଛନ୍ତି । ପ୍ରଶ୍ନପତ୍ର ଲିକ୍ କ୍ରାଇମ ସିଣ୍ଡିକେଟ୍ ରେ ବାହାର ରାଜ୍ୟର କୌଣସି ଗ୍ୟାଙ୍ଗର ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି