May 31, 2026 12:03 am

କଂଗ୍ରେସର ପ୍ରଚାରକ ତାଲିକାରେ ହେବିଓ୍ଵେଟ ନେତା

ନୂଆପଡା: ବିଜେପି ଓ ବିଜେଡି ପରେ ଶୁକ୍ରବାର କଂଗ୍ରେସ ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଜାରି କରାଯାଇଛି। ତାଲିକାରେ ପିସିସି ସଭାପତି ଭକ୍ତ ଦାସଙ୍କ ସହିତ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ବରିଷ୍ଠ ନେତା ସଚିନ ପାଇଲଟ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଯୁବ ଚେହେରା କହ୍ନେୟା କୁମାରଙ୍କ ପରି ହେବିଓ୍ଵେଟ୍ ନେତା ଅଛନ୍ତି। ସେହିପରି ପ୍ରଚାର ତାଲିକାରେ ଅଜୟ ଲଲ୍ଲୁ, ଭକ୍ତ ଦାସ, ରାମଚନ୍ଦ୍ର କାଡାମ, ସପ୍ତଗିରି ଉଲାକା, ଗିରିଧର ଗମାଙ୍ଗ, ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ନରସିଂହ ମିଶ୍ର, କିଶୋର ପଟେଲ୍, ତାରା ବାହିନୀପତି, ସନ୍ତୋଷ ସିଂ ସାଲୁଜା, ସୁର ରାଉତରାୟ, ଶରତ ରାଉତ, ଜାତୀୟ ଚେହେରା ଅଲକା ଲାମ୍ବା, ନିରଞ୍ଜନ ପଟ୍ଟନାୟକ, ମନୋଜ ମିଶ୍ର ସମେତ ୪୦ ଜଣ ତାଲିକାରେ ସାମିଲ୍। ଏହି ସବୁ ନେତା ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ।