ପ୍ରିଜାଇଡିଂ ଅଫିସର୍‌ ଧନଞ୍ଜୟ ମଲ୍ଲିକ ସସ୍‌ପେଣ୍ଡ..

ନୂଆପଡା: ନୂଆପଡ଼ା ଉପନିର୍ବାଚନର ୩୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକଙ୍କୁ ସସ୍‌ପେଣ୍ଡ କରାଯାଇଛି । ତାଙ୍କୁ ମତଦାତାଙ୍କ ଗୋପନୀୟତା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ପରବର୍ତ୍ତୀ ସମୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେହିପରି ନୂଆପଡ଼ାରେ ସମସ୍ତ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଛି । କୌଣସି ସ୍ଥାନରୁ … Read more

ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ୨୯ଦିନିଆ ଶୀତ ଅଧିବେଶନ

ଭୁବନେଶ୍ୱର: ସପ୍ତଦଶ ଓଡ଼ିଶା ବିଧାନସଭାର ପଞ୍ଚମ ଅଧିବେଶନ(ଶୀତ ଅଧିବେଶନ) ଆସନ୍ତା ୨୭ତାରିଖରୁ ଆରମ୍ଭ ହେବ । ଏହି ୨୯ଦିନିଆ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ରଖିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ବିଧାନସଭା ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡ଼ିଶା ବିଧାନସଭାରେ ପ୍ରଥମ ଥର ବିଧାନସଭା ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧିତ କରିବେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ବିଧାନସଭା ଗସ୍ତକୁ ଦୃଷ୍ଟିରେ ରଖି ସେ ରାଜ୍ୟର ମନ୍ତ୍ରୀ ଥିବାବେଳେ … Read more

ଲାଲକିଲ୍ଲା ନିକଟରେ ବିସ୍ଫୋରଣ: ୧୦ ମୃତ,୧୫ ରୁ ଅଧିକ ଆହତ

ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ଗେଟ୍ ନମ୍ବର ୧ ନିକଟରେ ଏକ i20 କାର୍‌ରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ୧୦ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଲାଲ କିଲ୍ଲା ଭଳି ଉଚ୍ଚ ସୁରକ୍ଷା ଅଞ୍ଚଳରେ ଏହିଭଳି ଘଟଣା ଘଟିବା ପରେ ଦେଶବ୍ୟାପୀ ହାଇ ଆଲର୍ଟ ଜାରି କରାଯାଇଛି। ସନ୍ଧ୍ୟା ପ୍ରାୟ ୬:୫୫ରେ ବିସ୍ଫୋରଣ ସମ୍ପର୍କରେ ସୂଚନା ମିଳିବା ପରେ ଦିଲ୍ଲୀ ଅଗ୍ନିଶମ ବାହିନୀର ୭ଟି ଗାଡ଼ି ଏବଂ … Read more

ରାଜଧାନୀର ତାପମାତ୍ରା ୪ ଦିନରେ ୪.୬ ଡିଗ୍ରୀ ଖସିଲା

ଭୁବନେଶ୍ୱର: ଏଥର ରାଜ୍ୟରେ ଶୀତ ବିଳମ୍ବରେ ଆସି ଜଲଦି ଚାଲିଯିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ବିଳମ୍ବରେ ଶୀତର ପ୍ରଭାବ ଜାରି ହେବ । ଏପଟେ ରାଜଧାନୀ ଭୁବନେଶ୍ବରରେ ହାଲକା ହାଲକା ଶୀତ ଅନୁଭୂତ ହେବା ଆରମ୍ଭ ହୋଇଗଲାଣି । ଗତ ୪ ଦିନରେ ୪.୬ ଡିଗ୍ରୀ ଖସିଛି ରାଜଧାନୀର ତାପମାତ୍ରା । ଭୋର ସାଢେ ୭ଟା ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ ଭୁବନେଶ୍ବରରେ ୧୬.୨ ଡିଗ୍ରୀ ପାରଦ ରେକର୍ଡ ହୋଇଛି । … Read more

ଇଭିଏମ୍ ପ୍ରସ୍ତୁତ, ଆସନ୍ତାକାଲି ୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନୂଆପଡା: ପ୍ରଚାର ଅବଧି ସରିଛି, ଆସନ୍ତାକାଲି ନୂଆପଡ଼ା ଭୋଟ୍ । ଉପନିର୍ବାଚନରେ ନୂଆ ବିଧାୟକ ବାଛିବ ନୂଆପଡ଼ା। ସେଥିପାଇଁ ନୂଆପଡାରେ ହାଇ-ଷ୍ଟେକ୍ସ ଉପ-ନିର୍ବାଚନ ପୂର୍ବରୁ ନୀରବତା ଅବଧି ଆରମ୍ଭ ହୋଇଥିବା ବେଳେ ଏବେ ନିର୍ବାଚନ ମଣ୍ଡଳୀ ମୁହାଁ ପୋଲିଂ ପାର୍ଟି । ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ସହିତ ସମ୍ବେଦନଶୀଳ ଭାବରେ ଚିହ୍ନଟ ହୋଇଥିବା ମୋଟ ୪୭ ଟି ବୁଥ୍ ଉପରେ କଡ଼ା ନଜର ରଖାଯିବ। ସ୍ୱଚ୍ଛତା ଏବଂ ବାସ୍ତବ-ସମୟ ତଦାରଖ ପ୍ରଦାନ କରିବା ପାଇଁ … Read more

ଟ୍ରଲରକୁ ଧକ୍କା ଦେଲା ଘରୋଇ ବସ୍ : ଜଣେ ମୃତ

ସମ୍ବଲପୁର: କଟକ NH-୫୫ର ରେଢାଖୋଲ ଲୁହାପଙ୍କ ଛକ ନିକଟରେ ଭାରସାମ୍ୟ ହରାଇ ଟ୍ରଲରକୁ ଧକ୍କା ଦେଇଛି ଏକ ଘୋରଇ ବସ୍। ଫଳରେ କଣ୍ଡକ୍ଟରଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ତେଣୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରିଥିଲେ।ମିଳିଥିବା ସୂଚନା ଅନୁସାରେ, ୩୪ଜଣ ଯାତ୍ରୀଙ୍କୁ ନେଇ ଏକ ଘରୋଇ … Read more

ଓଡିଶା ଝିଅକୁ ଆମେରିକାରେ ଶାରୀରିକ ଏବଂ ମାନସିକ ନିର୍ଯାତନା; ନିଜ ରାଜ୍ୟକୁ ଫେରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରି

ଭୁବନେଶ୍ୱର: ଆମେରିକାରେ ରହୁଥିବା ବାଲେଶ୍ୱରର ଝିଅ ପୂଜା ନାୟକ ଓରଫ (ସେଜଲ ଜୋହନ) (୨୧) ଆମେରିକାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆକୁଳ ନିବେଦନ କରିଛନ୍ତି । ଏକ ଆମେରିକୀୟ ଦମ୍ପତିଙ୍କ ଦ୍ୱାରା ପୋଷ୍ୟକନ୍ୟା ଭାବେ ପାଳିତ ହେଉଥିବା ସେଜଲ ଏବେ ଅସୁବିଧାରେ ଥିବା କହିଛନ୍ତି । ଏକ ଭାବପ୍ରବଣ ଭିଡିଓ ବାର୍ତ୍ତା ଜାରି କରି ଆମେରିକାରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ସମ୍ମୁଖୀନ ହେବା ବିଷୟରେ ବର୍ଣ୍ଣନା କରିଛନ୍ତି ।ସେ କହିବା ଅନୁସାରେ, ତାଙ୍କ ପାଳିତ ମାଆ … Read more

ଗୁଜରାଟରୁ ତିନି ଆତଙ୍କବାଦୀ ଗିରଫ

ଗୁଜୁରାଟ: ଗୁଜରାଟର ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍‌ ଓ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସୀଗୁଡ଼ିକର ମିଳିତ ଉଦ୍ୟମରେ ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ସହିତ ଏହି ୩ ଜଣଙ୍କର ସଂପର୍କ ଥିବା ବେଳେ ସେମାନେ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ବୋଲି ଏଟିଏସ୍ କହିଛି। ଗିରଫ ଆତଙ୍କବାଦୀମାନେ ହେଉଛନ୍ତି, ଅହମଦ ମୋହିଉଦ୍ଦୀନ ସୈୟଦ, ମହମ୍ମଦ ସୁହେଲ ଓ ଆଜାଦ ସୈଫୀ। ୩୫ ବର୍ଷୀୟ ଅହମଦ ମୋହିଉଦ୍ଦୀନ ସୈୟଦ ଜଣେ ଡାକ୍ତର। … Read more

ମଣିଷର କଷ୍ଟ ଯନ୍ତ୍ରଣା ଲାଘବ କରିବାର ସୁଯୋଗ ନର୍ସମାନଙ୍କୁ ମିଳିଥାଏ….

ଭୁବନେଶ୍ୱର: ନର୍ସିଂ ଏଭଳି ଏକ ମହାନ ବୃତି ଯେଉଁଥିରେ କି ବିଶ୍ୱରେ କଷ୍ଟ ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିଙ୍କୁ ମାନବିକ ସ୍ପର୍ଶ ବଳରେ ସେମାନଙ୍କର ଯନ୍ତ୍ରଣା ଲାଘବ କରିବାର ସୁଯୋଗ ମିଳିଥାଏ ବୋଲି ଶୁକ୍ରବାର କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ। କୋଭିଡ-୧୯ ସମୟରେ ନର୍ସମାନଙ୍କର ମହାନ ବୃତି । ସେମାନଙ୍କ ସେବା ସାରା ବିଶ୍ୱ ଅନୁଭବ କରିଛି ବୋଲି ସୋଆ ପରିଚାଳିତ ସମ ନର୍ସିଂ କଲେଜ -୧ ର … Read more

ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍

ନୂଆପଡ଼ା: ଆଜି ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନ । ଏହି ସମୟରେ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ବିଭାଗର ଚଢାଉ କରିଛି । କୋମନା ସ୍ଥିତ ମନୋଜ ମିଶ୍ରଙ୍କ ବାସଭବନରେ ଆୟକର ବିଭାଗର ପକ୍ଷରୁ ଚଢାଉ କରାଯାଇଛି । ମନୋଜ ମିଶ୍ର କୋମନା ବ୍ଲକ୍‌ର ପୂର୍ବତନ ବିଜେଡି ଅଧ୍ୟକ୍ଷ ଥିଲେ । ପୂର୍ବରୁ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଥିଲେ, ଏବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି । ନୂଆପଡ଼ା ଉପନିର୍ବାଚନ … Read more