December 6, 2025 2:30 pm

ପ୍ରିଜାଇଡିଂ ଅଫିସର୍‌ ଧନଞ୍ଜୟ ମଲ୍ଲିକ ସସ୍‌ପେଣ୍ଡ..

ନୂଆପଡା: ନୂଆପଡ଼ା ଉପନିର୍ବାଚନର ୩୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକଙ୍କୁ ସସ୍‌ପେଣ୍ଡ କରାଯାଇଛି । ତାଙ୍କୁ ମତଦାତାଙ୍କ ଗୋପନୀୟତା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ପରବର୍ତ୍ତୀ ସମୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେହିପରି ନୂଆପଡ଼ାରେ ସମସ୍ତ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଛି । କୌଣସି ସ୍ଥାନରୁ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସୂଚନା ମିଳି ନାହିଁ । ମକ୍ ଭୋଟିଂ ବେଳେ ତିନୋଟି ଇଭିଏମରେ ତ୍ରୁଟି ପରିଲିଖିତ ହେବାରୁ ତାକୁ ତୁରନ୍ତ ବଦଳା ଯାଇଛି । ସେହିପରି ଭୋଟିଂ ବେଳେ ୭୬ ନମ୍ବର ବୁଥରେ ଇଭିଏମରେ ତ୍ରୁଟି ଦେଖାଯିବାରୁ ପରିବର୍ତ୍ତନ କରାଯାଇଛି । ପୂର୍ବାହ୍ନ ୧୧ଟା ସୁଦ୍ଧା ନୂଆପଡ଼ାରେ ୩୨.୫୧% ଭୋଟିଂ ମତଦାନ ହୋଇଛି ।