ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ନାଁରେ ଅଭିଯୋଗ

ଭୁବନେଶ୍ୱର: ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ନାଁରେ ଠକେଇ ଅଭିଯୋଗ । ଅଙ୍କିତ ପ୍ରତାପ ଜେନାଙ୍କ ବିରୋଧରେ ୪୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଏବେ ସମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଟାଉନ୍‌‌ ଥାନାରେ ଅଙ୍କିତ ପ୍ରତାପ ଜେନାଙ୍କ ନାଁରେ ମାମଲା ରୁଜୁ ହୋଇଛି । କଟକର ଜଣେ ବ୍ୟବସାୟୀ ବକେୟା ୪୮ ଲକ୍ଷ ଟଙ୍କା ଦେଉନଥିବା ଅଭିଯୋଗ । ଅନ୍ୟପଟେ ପାଲଟା ଅଭିଯୋଗ କଲା ଅଙ୍କିତଙ୍କ କମ୍ପାନୀ ଏମ୍ଫୋରିଆ ୱାର୍କସ୍ ପ୍ରାଇଭେଟ୍‌‌ ଲିମିଟେଡ୍ । ଏସ୍‌‌ଏସ୍‌‌ବି … Read more

ଏଲଭିଶ ଯାଦବଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ଗୁଳିମାଡ଼

ନୂଆଦିଲ୍ଲୀ: ସୋସିଆଲ ମିଡିଆ ସେଲିବ୍ରିଟି ଏବଂ ଲୋକପ୍ରିୟ ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘରେ ଗୁଳିଚାଳନା ହୋଇଥିବା ଖବର ମିଳିଛି। ହରିୟାଣାର ଗୁରୁଗ୍ରାମରେ ତାଙ୍କ ଘରେ ଗୁଳିଚାଳନା ହୋଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ଆହତ ହୋଇନାହାଁନ୍ତି। ଏହି ଘଟଣା ଆଜି ସକାଳ ୫ଟାରେ ଘଟିଥିଲା। ବାଇକରେ ଆସି ଦୁର୍ବୃତ୍ତମାନେ ତାଙ୍କ ଘର ଉପରେ ଗୁଳି ଚଳାଇଥିଲେ। ଏଲଭିଶଙ୍କ ଘରେ ୧୦ ରୁ ୧୨ ରାଉଣ୍ଡ ଗୁଳିଚାଳନା ହୋଇଛି। ଏଲଭିଶଙ୍କ ଘରେ ଗୁଳିଚାଳନା ଖବର ପାଇବା ପରେ ପୋଲିସ … Read more

ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଳାହାଣ୍ଡି: ନୂଆପଡ଼ା ରେଳ ଷ୍ଟେସନ୍‌ ପାଖ ଏକ ଗଛରୁ ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ମହିଳା କନେଷ୍ଟବଳ ଜଣକ ହେଲେ ରୁକ୍ମଣୀ ନାଗ । ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ଝୁଲି ପଡ଼ିଥିବା ସୂଚନା ମିଳିଛି । ସେ ନୂଆପଡ଼ା ପୋଲିସରେ କାର୍ଯ୍ୟରତ ଥିଲେ । ନୂଆପଡ଼ା ପୋଲିସ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ମୁଖ୍ୟଡାକ୍ତରଖାନରେ ଭର୍ତ୍ତି କରାଇଛନ୍ତି । ତେବେ ମହିଳା ପୋଲିସ … Read more

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁଦାଗୀ ସାଂସଦଙ୍କ ତାଲିକା ମାଗିଲେ ସିଇଓ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ସେପ୍ଟେମ୍ୱର ୯ ତାରିଖରେ ଭୋଟ ହବ। ହେଲେ ତା ପୂର୍ବରୁ ଅନେକ ପ୍ରକ୍ରିୟା ନିର୍ବାଚନ କମିସନଙ୍କ ପକ୍ଷରୁ କରାଯାଉଛି । ସେହି ଆଧାରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଚିଠିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟର ଦାଗୀ ସାଂସଦଙ୍କ ତାଲିକା ମାଗିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ, ସିଇଓ । ଗତ ୧୪ ତାରିଖରେ ସିଇଓଙ୍କ ପକ୍ଷରୁ ଗୃହ ବିଭାଗ, ଖାଦ୍ୟ ଯୋଗାଣ ଓ … Read more

ଘରୋଇ କ୍ରିକେଟରେ ମଲ୍ଟି-ଡେ’ ମ୍ୟାଚ୍‌ ପାଇଁ BCCI ଆଣିଲା ନୂଆ ନିୟମ

ବିସିସିଆଇ ଘରୋଇ କ୍ରିକେଟରେ ମଲ୍ଟି-ଡେ’ ମ୍ୟାଚ୍‌ ପାଇଁ ‘ସିରିଅସ ଇଞ୍ଜୁରୀ ରିପ୍ଲେସମେଣ୍ଟ’ ନିୟମ ଆରମ୍ଭ କରିଛି। ଏହି ନିୟମ ୨୦୨୫-୨୬ ସିଜନରୁ ଲାଗୁ ହେବ ଏବଂ ମଲ୍ଟି-ଡେ ଫର୍ମାଟରେ ଆଘାତପ୍ରାପ୍ତ ଖେଳାଳିଙ୍କ ପାଇଁ ରିପ୍ଲେସମେଣ୍ଟ ଅନୁମତି ଦିଆଯିବ। ପନ୍ତଙ୍କ ଆଘାତ ଏହି ନିୟମ ପ୍ରଣୟନ ପାଇଁ BCCIକୁ ପ୍ରେରଣା ଦେଇଛି। ନୂଆ ନିୟମ ଅନୁଯାୟୀ ଯଦି କୌଣସି ଖେଳାଳି ମଲ୍ଟି-ଡେ’ ମ୍ୟାଚ୍‌ ସମୟରେ ଗମ୍ଭୀର ଆଘାତ ହେତୁ ମ୍ୟାଚ୍‌ ଛାଡ଼ିବାକୁ ପଡ଼େ, ତେବେ ଟିମ୍‌ ମ୍ୟାନେଜମେଣ୍ଟ ସମାନ … Read more

ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ଆଲୋଚନା ସଫଳ

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧବିରତି ପ୍ରସଙ୍ଗରେ ହୋଇପାରିଲାନି ଡିଲ୍ । ଆଲାସ୍କାରେ ଟ୍ରମ୍ପ-ପୁଟିନ ମହାବୈଠକ । ଦୁଇ ସୁପରପାୱାର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ୧୫୦ ମିନିଟ ଧରି ଚାଲିଲା ଆଲୋଚନା । କିନ୍ତୁ କୌଣସି ଠୋସ ନିଷ୍କର୍ଷ ବାହାରିପାରିନାହିଁ । ୟୁକ୍ରେନରେ ଯୁଦ୍ଧ ଶେଷ କରିବା ପାଇଁ ଟ୍ରମ୍ପ-ପୁଟିନ କୌଣସି ଚୁକ୍ତିରେ ପହଞ୍ଚି ପାରିଲେ ନାହିଁ । ଆଲୋଚନା ପରେ ଉଭୟ ଟ୍ରମ୍ପ ଓ ପୁଟିନ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଡିଲ ନହେବା ଯାଏ କୌଣସି ବୁଝାମଣା … Read more

ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମା ‘କୁଲି’ ର ରେକର୍ଡ..

ମହାରାଷ୍ଟ୍ର: ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମା ‘କୁଲି’ ହଲରେ ଧମାଲ କରୁଛି । ୭୪ବର୍ଷ ବୟସରେ ମଧ୍ୟ ଏହି ସୁପରଷ୍ଟାର ସବୁ ରେକର୍ଡ ଭାଙ୍ଗି ପ୍ରମାଣ କରିଛନ୍ତି ଯେ କେହି ତାଙ୍କ ସହିତ ପ୍ରତିଯୋଗିତା କରିପାରିବେ ନାହିଁ । ଏହି ସିନେମାଟି ଭାରତରେ ଦୁଇ ଦିନରେ ୧୧୮.୫୦କୋଟି ଇନକମ କରିସାରିଲାଣି । ଏହାସହିତ ସାଉଥ୍‍ ସୁପରଷ୍ଟାର ରଜନୀକାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୦ବର୍ଷ ପୂରଣ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇବା … Read more

କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମାଡ ମାରିବା ଅଭିଯୋଗ !

ଜୟପୁର: ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ। କୋରାପୁଟ ଜିଲ୍ଲାରେ ଗତ ୧୪ ତାରିଖରେ ଏକ ଶୋଭାଯାତ୍ରା ବେଳେ ତାରାଙ୍କୁ ଜଣେ ବ୍ୟକ୍ତି ମାଡ଼ ମାରିଥିବା ନେଇ ଥାନାରେ ଏତଲା ହୋଇଛି। କଂଗ୍ରେସ ରାଲିରେ ନମସ୍କାର କରିବାକୁ ଆସି ବିଧାୟକ ତାରା ବାହିନୀପତିଙ୍କୁ ମାଡ଼ ମାରିଲେ ଜନୈକ ବ୍ୟକ୍ତି । ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସୂଚନା ମୁତାବକ କୋରାପୁଟ କଂଗ୍ରେସ ପକ୍ଷରୁ ଏକ ମସାଲ ରାଲି ଅନୁଷ୍ଠିତ ହୋଇଥିଲା। ଗୁଣ୍ଡିଚା ମନ୍ଦିରରୁ ବାହାରି କୋରାପୁଟ … Read more

ପାକିସ୍ତାନ ଓ ପିଓକରେ ପ୍ରବଳ ବର୍ଷା ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି

ପାକିସ୍ତାନ: ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ଫଳରେ ୧୫୪ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଥିବା ଅଧିକାରୀମାନେ ଶୁକ୍ରବାର ସୂଚନା ଦେଇଛନ୍ତି। ଅଧିକାଂଶ ମୃତ୍ୟୁ ଖାଇବର ପଖତୁନଖ୍ୱା ପ୍ରଦେଶରେ ଘଟିଥିବା ବେଳେ ବନ୍ୟାରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ଗିଲଗିଟ-ବାଲ୍ଟିସ୍ତାନରେ କାରାକୋରମ୍ ହାଇୱେ ଏବଂ ବାଲ୍ଟିସ୍ତାନ୍ ହାଇୱେ ସମେତ ପ୍ରମୁଖ ରାସ୍ତାଗୁଡ଼ିକ ଅବରୋଧ ହୋଇଛି। ସ୍ଥାନୀୟ ସରକାରୀ ଅଧିକାରୀମାନେ କହିଛନ୍ତି … Read more

ଆସନ୍ତାବର୍ଷ ରଥଯାତ୍ରା ପାଇଁ ସରକାର ଙ୍କ ପ୍ରସ୍ତୁତି ଆରମ୍ଭ

ପୁରୀ: ଆସନ୍ତାବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର । ଆସନ୍ତାବର୍ଷ ରଥଯାତ୍ରା ପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ । ୧୯ ତାରିଖ ସନ୍ଧ୍ୟା ୬ଟାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବିଭିନ୍ନ ବିଭାଗର ସଚିବ ବୈଠକରେ ସାମିଲ ହେବେ । ଆସନ୍ତାବର୍ଷ ରଥଯାତ୍ରା କିଭଳି ଶୃଙ୍ଖଳିତ ଢଙ୍ଗରେ ସୁରୁଖୁରୁରେ କରାଯିବ, ସେନେଇ ବିସ୍ତୃତ ଭାବେ … Read more