ପ୍ରଣବ ବଳବନ୍ତରାୟଙ୍କ ନାମରେ ସରକାରୀ ଜମି ମାଡ଼ି ବସିଥିବା ଅଭିଯୋଗ

ଭୁବନେଶ୍ୱର: ଗଡ଼ମଧୁପୁର ମୌଜାରେ ଜମି ଜବରଦଖଲ ଅଭିଯୋଗରେ ଧର୍ମଶାଳା ତହସିଲ୍‌ ପକ୍ଷରୁ ପ୍ରଣବଙ୍କୁ ଏକ ନୋଟିସ୍‌ ଜାରି କରାଯାଇଛି । ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀର ଖାତା ନଂ ୩୩୬ ପ୍ଲଟ ନମ୍ବର ୧୧୧୮ରେ ଥିବା ଫାର୍ମ ହାଉସ୍ ବିନା ଅନୁମତିରେ ସରକାରୀ ଜମି ଜବରଦଖଲ କରିଥିବା ଦର୍ଶାଯାଇଛି । ଓଡିଶା ଭୂମି ଅନଧିକାର ଦଖଲ ନିବାରଣ ଅଧିନିୟମ ୧୯୭୨ର ଧାରା ୪ ଏବଂ ୬ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ମଧ୍ୟ ପ୍ରଣବଙ୍କ ବିରୋଧରେ ରହିଛି ସରକାରୀ ଜମି … Read more

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

କୋରାପୁଟ: ଆଜି ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ଜିଲ୍ଲାର ବିକାଶ ପାଇଁ ପ୍ରାୟ ୫୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଘୋଷଣା କରିବେ। ମୁଖ୍ୟମନ୍ତ୍ରୀ ଅପରାହ୍ନ ୪ ଟାରେ ହେଲିକପ୍ଟର ଯୋଗେ ବିଶାଖାପାଟଣାରୁ ଆସି କୋରାପୁଟ ବିଏସ୍‌ଏଫ ହେଲିପ୍ୟାଡ୍‌ରେ ପହଞ୍ଚିବେ ପରେ ସେଠାରୁ କାର୍‌ରେ ସ୍ଥାନୀୟ ସ୍ବତନ୍ତ୍ର ସର୍କିଟ ହାଉସ୍‌ଠାରେ ପ୍ରାୟ ୨ ଘଣ୍ଟା ଧରି … Read more

ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼, ୧୦ ମୃତ, ୧୨ରୁ ଅଧିକ ଆହତ

ଜୋହାନ୍ସବର୍ଗ: ଜୋହନ୍ସବର୍ଗର ଦକ୍ଷିଣ ପଶ୍ଚିମାଞ୍ଚଳ ଅନ୍ତର୍ଗତ ବେକେର୍ସଡାଲରେ ଘଟିଛି ଏକ ଲୋମହର୍ଷକ ଘଟଣା। କେତେକ ଦୁର୍ବୃତ୍ତମାନେ ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ କରିଛନ୍ତି । କିଛି ମାସ ମଧ୍ୟରେ ଏହା ଦକ୍ଷିଣ ଆଫ୍ରିକାରେ ଦ୍ବିତୀୟ ଭୟଙ୍କର ଗୁଳିମାଡ଼ ବୋଲି ଖବର ମିଳିଛି। ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି।ପୋଲିସର କହିବା ଅନୁସାରେ ସହରରୁ ୪୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ବେକର୍ସଡେଲରେ ହୋଇଥିବା ଆକ୍ରମଣ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ … Read more

’ଷ୍ଟାଚ୍ୟୁ ଅଫ୍‌ ଇକ୍ବାଲିଟି’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ନିବେଶକ ସମ୍ମିଳନୀରେ ଯୋଗଦେବା ପାଇଁ ହାଇଦ୍ରାବାଦ ଯାଇଥିବାବେଳେ ସେଠାରେ ଥିବା ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟି ପରିଦର୍ଶନ କରି ଜଗଦଗୁରୁ ରାମାନୁଜାଚାର୍ଯ୍ୟଙ୍କ ଆଶୀର୍ବାଦ ଲାଭ କରିଛନ୍ତି। ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସେହି ସମୟରେ ପ୍ରତିନିଧିମଣ୍ଡଳୀ ଶ୍ରୀ ଶ୍ରୀ ତ୍ରିଦଣ୍ଡି ଚିନ୍ନା ଶ୍ରୀମନ୍ତ ନାରାୟଣ ରାମାନୁଜ ଜିୟାର ସ୍ବାମୀଜୀଙ୍କୁ ଭେଟିବା ସହ ଭାରତୀୟ ଆଧ୍ୟାତ୍ମିକ ପରମ୍ପରା, ଅନ୍ତର୍ଭୁକ୍ତ … Read more

ITER (SOA) ରେ ICRAMERD – ୨୦୨୫ ଆୟୋଜିତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ଡିସେମ୍ବର ୧୯ ଓ ୨୦ ଦୁଇ ଦିନ ଧରି ୬ଷ୍ଠ ଇନ୍‌ଟରନ୍ୟାସନ୍‌ନାଲ୍ କନ୍‌ଫରେନ୍ସ ଅନ୍ ରିସେଂଟ ଆଡ୍‌ଭାନ୍‌ସେସ୍ ଇନ୍ ମେକାନିକାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଂଟ ୨୦୨୫ (ଆଇସିଆର୍‌ଏଏମ୍‌ଇଆରଡି) ଆୟୋଜିତ ହୋଇଯାଇଛି । ହାଇବ୍ରିଡ ମୋଡରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ସାରା ବିଶ୍ୱରୁ ଗବେଷଣା ଏବଂ ଶିକ୍ଷା କ୍ଷେତ୍ରର ବ୍ୟକ୍ତି ବିଶେଷ ଭାଗ ନେଇଥିଲେ । ଆଇଟିଇଆରର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର … Read more

ରାଜ୍ୟବ୍ୟାପୀ ବିଜେଡି ପାଳିବ ୨୯ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହେବ। ଏହା ସହିତ ଦଳର ମୁଖ୍ୟାଳୟ “ଶଙ୍ଖ ଭବନ” ଠାରେ ମହାସମାରୋହରେ ପାଳନ କରାଯିବ ବୋଲି ଶନିବାର ଦିନ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଶଙ୍ଖଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ, ପୂର୍ବତନ ମନ୍ତ୍ରୀ ତଥା ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, … Read more

PUC ନଥିଲେ ମିଳିବନି ତେଲ: ଓଡିଶା ବାଣିଜ୍ୟ ଓ ପରିବହନ ବିଭାଗ

ଭୁବନେଶ୍ୱର: ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ ସୃଷ୍ଚି କରୁଥିବା ଯାନ ଉପରେ ଅଙ୍କୁଶ ଲଗାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପଦକ୍ଷେପ ଗ୍ରହଣ କରିଛି । ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ଏବଂ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି । ଏ ସଂକ୍ରାନ୍ତରେ ତୈଳ ବିକ୍ରୟକାରୀ କମ୍ପାନୀଙ୍କୁ ଚିଠି ଲେଖାଯାଇଛି । ଯେଉଁ ମୋଟର ଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର … Read more

ରାଜଧାନୀରେ ଡଗ୍‌ ସୋ’ ଆରମ୍ଭ, ଭାଗ ନେଲେ ୮ ରାଜ୍ୟରୁ ୮୩ କୁକୁର

ଭୁବନେଶ୍ୱର: ଓଡ଼ିଶା କେନେଲ୍ କ୍ଲବ୍(ଭୁବନେଶ୍ୱର) ପକ୍ଷରୁ ଶୁକ୍ରବାର ଓୟୁଏଟିସ୍ଥିତ ଭେଟେରନାରୀ ପଡ଼ିଆରେ ଆରମ୍ଭ ହୋଇଛି ସର୍ବଭାରତୀୟ ଡଗ୍ ସୋ ଚାମ୍ପିଅନସିପ୍ । ପ୍ରଥମ ଦିନରେ ‘ଦି ଜର୍ମାନ ସେଫର୍ଡ ଡଗ୍ କନଫେଡେରେସନ୍(କଳିଙ୍ଗ ଚାପ୍ଟର)’ ପକ୍ଷରୁ ଅଷ୍ଟମ ଜର୍ମାନ ସେଫର୍ଡ କୁକୁରଙ୍କୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ହୋଇଥିଲା । ଏହି ପ୍ରଦର୍ଶନୀକୁ ଓୟୁଏଟିର କୁଳପତି ପ୍ରଫେସର ଡ. ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସେହିପରି ଜର୍ମାନୀରୁ ଆସିଥିବା ଜୋସେନ୍ ପ୍ରଲ୍ … Read more

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଏଥିରୁ ବାଦ ପଡିଛନ୍ତି ଉପ ଅଧିନାୟକ ଥିବା ଶୁଭମନ୍‌ ଗିଲ୍‌ । ତାଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି। ପ୍ରଥମ କରି ଟି-୨୦ ବିଶ୍ୱକପ ଦଳର ନେତୃତ୍ୱ ନେବେ ସୂର୍ଯ୍ୟକୁମାର । ୧୬ ଜଣିଆ ତାଲିକାରେ ସଞ୍ଜୁ ସାମସନ ଓ ଈଶାନ … Read more

ବିଦ୍ୟାଳୟରେ ସାଇନ୍ ବୋର୍ଡ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ର ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ବଡ ଭୁଣ୍ଡୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବିଦ୍ୟାଳୟ ପରିସରରେ ଥିବା ସୂଚନା ଫଳକ ପଡ଼ିଯାଇ ଏପରି ଅଘଟଣ ଘଟିଥିବା ଖବର ମିଳିଛି । ମୃତ୍ୟୁ ବରଣ କରିଥିବା ଛାତ୍ର ଜଣକ ହେଲେ ତିରିଂ ଥାନା ଅନ୍ତର୍ଗତ ବଡ଼ ଭୁଣ୍ଡୁ ଗ୍ରାମର ଶିବ ଚରଣ ଲୋହାରଙ୍କ ପୁଅ ଅଭିର ଲୋହାର(୭)। ଅନ୍ୟ ଦୁଇଜଣ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର … Read more