୨୨ ବର୍ଷୀୟା ଆନନ୍ଦମୟୀଙ୍କୁ ନେଇ ଚାଲିଛି ସବୁଠି ଚର୍ଚ୍ଚା…

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଆନନ୍ଦମୟୀଙ୍କୁ ନେଇ ଚର୍ଚ୍ଚା । ମାତ୍ର ୨୨ ବର୍ଷ ବୟରେ ୨.୫ ବିଲିୟନ ସମ୍ପତ୍ତିର ମାଲିକ । ଅଚାନକ ନେଲେ ବଡ଼ ଦାୟିତ୍ୱ । ୧୦୦ ବର୍ଷର କମ୍ପାନୀ, ଯାହାର ଭାର ସମ୍ଭାଳିବେ ଆନନ୍ଦମୟୀ । ଆନନ୍ଦମୟୀ ବଜାଜ ଏବେ ସୋସିଆଲ ମିଡିଆ ଏବଂ କର୍ପୋରେଟ୍ ଜଗତରେ ଶିରୋନାମାରେ ଅଛନ୍ତି । ୨୨ ବର୍ଷିୟା ଆନନ୍ଦମୟୀ, ବଜାଜ ଗ୍ରୁପର ଅଧ୍ୟକ୍ଷ କୁଶାଗ୍ର ବଜାଜଙ୍କ ଝିଅ । ଏତେ କମ ବୟସରେ ଆନନ୍ଦମୟୀ, … Read more

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩.୫କୋଟି ବେରୋଜଗାରଙ୍କୁ ଦେବେ ଚାକିରି…

ନୂଆଦିଲ୍ଲୀ: ୭୯ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ଯୋଜନା ଘୋଷଣା କରିଥିଲେ, ଯାହା ଅଧୀନରେ ଘରୋଇ କ୍ଷେତ୍ରରେ ପ୍ରଥମ ଚାକିରି ପାଇଥିବା ଯୁବକମାନଙ୍କୁ ୧୫,୦୦୦ ଟଙ୍କାର ପ୍ରୋତ୍ସାହନ ଦିଆଯିବ। ଏହି ଯୋଜନା ପାଇଁ ୧ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ଏବଂ ପ୍ରାୟ ୩.୫ କୋଟି ଯୁବକ ଏଥିରୁ ଉପକୃତ ହେବେ। ଏହା ସହିତ ନୂତନ ଚାକିରି ଦେଉଥିବା କମ୍ପାନୀଗୁଡ଼ିକୁ … Read more

ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, କହିଲେ ନାରୀଙ୍କୁ ମିଳିବ ସୁରକ୍ଷା

ଭୁବନେଶ୍ୱର: ସାରା ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ଦେଶରେ ଲାଗିରହିଛି ସ୍ବାଧୀନତା ଦିବସର ଆନନ୍ଦ ଉତ୍ସାହ । ଭୁବନେଶ୍ୱର ମାହାତ୍ମାଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଙ୍ଗଠିତ ଅପରାଧକୁ ଦମନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ସୁରକ୍ଷା ପାଇଁ ଆମର ଶୂନ୍ୟ ସହନଶୀଳ ନୀତି । ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ। ବ୍ୟକ୍ତି ଯେତେ ବି ଶକ୍ତିଶାଳୀ ହୁଅନ୍ତୁ ଛଡ଼ା … Read more

୬୫ ଲକ୍ଷ ଭୋଟରଙ୍କ ତାଲିକା ଦେବାକୁ ଇସି ଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ବାଚନ କମିଶନଙ୍କୁ ଦେଲେ କଡ଼ା ନିର୍ଦ୍ଦେଶ। ଅଗଷ୍ଟ ପହିଲାରେ ୬୫ ଲକ୍ଷ ଭୋଟର ତାଲିକାରୁ ବାଦ ପଡ଼ିଥିବା ନେଇ ତାଲିକା ଦିଅ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବାଦ ପଡିଥିବା ଭୋଟରଙ୍କ ନାମ ତାଲିକାରୁ କାହିଁକି ବାଦ ପଡ଼ିଲା ତାକୁ ସାର୍ବଜନୀନ କର। ତୃତୀୟ ଦିନରେ ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିର୍ବାଚନ କମିଶନଙ୍କ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ୱେବସାଇଟରେ ତଥ୍ୟ ପ୍ରକାଶ କରିବାକୁ ନିର୍ବାଚନ କମିଶନକୁ ୩ ଦିନର ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। … Read more

ପତଞ୍ଜଳି ବିରୋଧରେ IMAର ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବାବା ରାମଦେବ ଏବଂ ତାଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦକୁ ଭ୍ରମାତ୍ମକ ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଏହି ନିଷ୍ପତ୍ତି ଦିଆଯାଇଛି। ଏହି ନିର୍ଦ୍ଦେଶ ସହିତ, ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ସହିତ ପତଞ୍ଜଳି ଆୟୁର୍ବେଦ ମଧ୍ୟ ଆଶ୍ୱସ୍ତି ପାଇଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ ଯେ କୋର୍ଟ ପୂର୍ବରୁ ଏହି ମାମଲାରେ … Read more

ଓଡ଼ିଶାର ଛାତ୍ରଛାତ୍ରୀ ଜାପାନର ‘ସାକୁରା’ ବିଜ୍ଞାନ ହାଇସ୍କୁଲ କାର୍ଯ୍ୟକ୍ରମରେ ଭାଗନେବେ

ଭୁବନେଶ୍ୱର: ଓଡିଶାର ମେଧାବୀ ଛାତ୍ରଛାତ୍ରୀ ଯିବେ ଜାପାନ । ଓଡିଶାର ବିଭିନ୍ନ ଜିଲ୍ଲାରୁ ୬ ଜଣ ମେଧାବୀ ଛାତ୍ରଛାତ୍ରୀ ଜାପାନରେ ଅନୁଷ୍ଠିତ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ “ସାକୁରା” ରେ ରାଜ୍ୟକୁ ପ୍ରତିନିଧିତ୍ଵ କରିବେ । ଅଗଷ୍ଟ ୧୬ରୁ ୨୩ ପର୍ଯ୍ୟନ୍ତ ଜାପାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଇକନିକ୍ ଓଏଭି, ଅନ୍ଧାରୁଆ, ଖୋର୍ଦ୍ଧାରୁ ସାଇ ସୋହମ୍ ପ୍ରଧାନ, ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭୁବନେଶ୍ୱରରୁ ଶ୍ରେୟାଶ୍ରୀ ପାଣିଗ୍ରାହୀ, ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କରଚାମାଲ, … Read more

ଦୀଘା ସମୁଦ୍ରରେ ଗାଧୋଇଲାବେଳେ ଭାସିଗଲେ ୨ ପର୍ଯ୍ୟଟକ

ଭୁବନେଶ୍ୱର: ଦୀଘା ସମୁଦ୍ରରେ ଗାଧୋଇଲାବେଳେ ଭାସିଗଲେ ଦୁଇ ପର୍ଯ୍ୟଟକ । ଅଶାନ୍ତ ଦୀଘା ସମୁଦ୍ରରୁ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏ ପର୍ଯ୍ୟନ୍ତ ଅନ୍ୟ ଜଣଙ୍କର କୌଣସି ଖବର ମିଳିନାହିଁ । ସୂଚନା ମୁତାବକ, ଦୀଘା ସମୁଦ୍ରକୁ କିଛି ପର୍ଯ୍ୟଟକ ବୁଲିବା ସହିତ ଗାଧୋଉଥିଲେ । ଠିକ ଏହି ସମୟରେ ଅଶାନ୍ତ ସମୁଦ୍ର ମାଡିଆସିଥିଲା । ଏହି ଜୁଆରରେ ଦୁଇ ଜଣ ପର୍ଯ୍ୟଟକ ଭାସି ଯାଇଥିଲେ । ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ପୋଲିସ ଓ ସ୍ଥାନୀୟ … Read more

ସ୍ଵାଧୀନତା ଦିବସରେ ମିଳିବ ୧୦୯୦ପଦକ, ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରର ସେବା ପାଇଁ କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୦୯୦ ଜଣ ପୋଲିସ, ଅଗ୍ନିଶମ, ହୋମଗାର୍ଡ, ନାଗରିକ ପ୍ରତିରକ୍ଷା ଏବଂ ସୁଧାର ସେବା କର୍ମଚାରୀଙ୍କୁ ସାହସିକତା ତଥା ସେବା ପଦକ ପ୍ରଦାନ ପାଇଁ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରୁ ୨୩୩ ଜଣଙ୍କୁ ବୀରତ୍ଵ ପଦକ, ୯୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୭୫୮ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ ପ୍ରଦାନ … Read more

ଜାରି ହେଲା ଡ୍ରେସ୍ କୋଡ୍; ବୁର୍ଲା ଭିସୁଟ୍ ର ଛାତ୍ରୀମାନେ ପିନ୍ଧିବେ ସାଲୱାର କୁର୍ତ୍ତା

ସମ୍ବଲପୁର: ଭିସୁଟ୍ ଆରମ୍ଭ କଲା ଡ୍ରେସ କୋଡ। ଚଳିତ ମାସରୁ ଛାତ୍ରଛାତ୍ରୀ ଡ୍ରେସକୋର୍ଡ ପିନ୍ଧିବେ । ୨୦୨୫-୨୬ ଶିକ୍ଷାବର୍ଷରେ ଆଡମିଶନ କରିଥିବା ପ୍ରଥମ ବର୍ଷ ପିଲାଙ୍କ ପାଇଁ ଡ୍ରେସ୍ କୋଡ ଲାଗୁ କରାଯାଇଛି। ସାଲୱାର କମିଜ ପିନ୍ଧିବେ ଛାତ୍ରୀ । ହେଲେ ଦୁପଟା ପକାଇବେ ନାହିଁ । ସାଲୱାର କମିଜ ସହ ଜାକେଟ୍ ରହିବ । ସେହିପରି ପୁଅଙ୍କ ପାଇଁ ଫର୍ମାଲ ପ୍ୟାଣ୍ଟ ଓ ସାର୍ଟ ରହିଛି। ପିଜି ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି … Read more

ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଅବଧି ବୃଦ୍ଧି

ଭୁବନେଶ୍ୱର :ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ନିମନ୍ତେ ହେଉଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ସମୀକ୍ଷା କରାଯାଇଛି । ଏହି ପ୍ରକ୍ରିୟାରେ ଅଦ୍ୟାବଧି ୧୧ ଲକ୍ଷ ୫୦ ହଜାରରୁ ଅଧିକ ଚାଷୀ ପଞ୍ଜିକରଣ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଖରିଫ୍‌ ଋତୁ ଧାନ ସଂଗ୍ରହ ନିମନ୍ତେ ଯାରି ପଞ୍ଜିକରଣ ପ୍ରକ୍ରିୟା ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି । ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା … Read more