ଓଡିଶା ଆସିଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତାଙ୍କ ପରିବାର ସହ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ବର ଏୟାରପୋର୍ଟରେ ଅବତରଣ ପରେ ଓଡ଼ିଶାର ଐତିହ୍ୟ ଓ ପରମ୍ପରା ବିଷୟରେ ଜାଣିବାକୁ ଆସିଥିବା କହିଛନ୍ତି । ଆଜି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ କୋଣାର୍କ ଗସ୍ତ କରିବେ । କାଲି ରଘୁରାଜପୁର, ଧଉଳି ଓ ଖଣ୍ଡଗିରି-ଉଦୟଗିରି ଗୁମ୍ଫା ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ୨୯ ତାରିଖ ଦିନ CEC … Read more

୨୯ ତାରିଖ ରେ ରାଜ୍ୟ ସାରା ଆନ୍ଦୋଳନ କରିବ କଂଗ୍ରେସ: ଭକ୍ତ ଦାସ

ଭୁବନେଶ୍ୱର:ଟାଟା ପାୱାର ର ଆଡିଶନାଲ ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ l ଓଇଆରସି ନିର୍ଦ୍ଦେଶରେ ଟାଟା ପାୱାର ଆଡିଶନାଲ ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହ କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ।ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହ ଆଦାୟ ବନ୍ଦ, ସ୍ମାର୍ଟ ମିଟର ପାଇଁ ଆଦାୟ ହେଉଥିବା ଟଙ୍କା ଆଦାୟ ବନ୍ଦ ଓ ମାଗଣା ବିଜୁଳି ବଣ୍ଟନ କରିବାକୁ ସେ ଦାବି କରିଛନ୍ତି। ବାହାର ରାଜ୍ୟରେ … Read more

ଶଙ୍ଖ ଭବନରେ ପାଳିତ ହେଲା ବିଜେଡି ର ୨୯ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଶୁକ୍ରବାର ଦିନ ଶଙ୍ଖ ଭବନରେ ବିଜେଡି ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିଛି l ଏହି ଅବସରରେ ଦଳର ସଭାପତି ନବୀନ ପଟ୍ଟନାୟକ ଉତ୍ସବରେ ସାମିଲ ହୋଇ ଦଳୀୟ କର୍ମୀ ଓ ନେତାଙ୍କୁ ଉଦବୋଧନ ଦେଇଥିଲେ। ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକ ବିରୋଧୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି, ବିଜେଡି ଅଛି ଓ ଶହେ ବର୍ଷ ରହିବ। କିଛି ଦଳ ବିଜେଡି ବିରୋଧରେ ଅପପ୍ରଚାର କରୁଛନ୍ତି। ବିଜେଡି ଭାଙ୍ଗିଯିବ ବୋଲି କହୁଛନ୍ତି, କିନ୍ତୁ ବିଜେଡି ଅଛି … Read more

ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ହେବ ବନ୍ଦ

ଭୁବନେଶ୍ବର: ଆଜି ଠାରୁ ସକାଳ ୧୦ରୁ ୧୧ଟା ଏକ ଘଣ୍ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାରେ ବହିର୍ବିଭାଗ, ଓପିଡି ବନ୍ଦ ରହିବ । ଏହାସହ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ପକ୍ଷରୁ ହେଉଥିବା କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯିବ । ଏନେଇ ଓଡ଼ିଶା ମେଡିକାଲ ସେବା ସଂଘ, ଓମସା ପକ୍ଷରୁ ଘୋଷଣା କରାଯାଇଛି ।ରାଜ୍ଯର ସମସ୍ତ ସରକାରୀ ମେଡିକାଲରେ ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ଡାକ୍ତରମାନେ ଓପିଡିରେ ରୋଗୀ ଦେଖିବେ ନାହିଁ । ସେପଟେ, ଓଡ଼ିଶା ମେଡିକାଲ ସେବା ସଂଘ … Read more

ପରଲୋକରେ ପୂର୍ବତନ ବିଧାୟିକା ତଥା ବରିଷ୍ଠ ବିଜେପି ନେତ୍ରୀ ସଞ୍ଚିତା ମହାନ୍ତି

ଭୁବନେଶ୍ୱର: କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଖବର ପାଇ ବାସଭବନକୁ ବିଜେପିର ବହୁ ନେତା ଓ ମୁଖ୍ୟମନ୍ତ୍ରୀ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅନେକ ଦିନ ଧରି ସେ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ। ସେ ୨୦୦୪ରୁ ୨୦୦୯ ଯାଏ କୋରେଇ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ବହୁ ବିଜେପି ନେତା ଗଭୀର‌ … Read more

ଦୁବାଇ ବଜାରରେ ବିକ୍ରି ହେବ ଓଡିଶାର ପନିପରିବା

ଭୁବନେଶ୍ୱର: ଏଥର ଓଡ଼ିଶା ରସୁଣ ଓ ବିନ୍ସର ସ୍ୱାଦ ମିଳିବ ଦୁବାଇରେ । ରସୁଣ ଏବଂ ଫ୍ରେଞ୍ଚ ବିନ୍ସ ବ୍ୟତୀତ, ସେମାନେ ଓଡ଼ିଶାର ସବୁଜ ପନିପରିବା ଯେପରିକି ପୋଟଳ, ଅମୃତଭଣ୍ଡା ଏବଂ ଆଳୁର ମଧ୍ୟ ସ୍ବାଦ ପାଇବେ। ଗତ ବୁଧବାର ଦିନ ଭୂବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଓଡ଼ିଶାର କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାର ଚାଷୀମାନେ ୟୁନାଇଟେଡ୍ ଆରବ ଏମିରେଟ୍ସର ଦୁବାଇକୁ ୧ ହଜାର କିଲୋଗ୍ରାମ ତାଜା ଉଦ୍ୟାନ କୃଷି ଉତ୍ପାଦ ସଫଳତାର ସହ ରପ୍ତାନୀ … Read more

ହର୍ବାଲ ଟି’କୁ ଚା’ କହି ବିକିବା ବେଆଇନ ବୋଲି ଘୋଷଣା କଲା FSSAI

ନୂଆଦିଲ୍ଲୀ:କେନ୍ଦ୍ର ସରକାର ଏବେ ଚା’ର ନାମ ବ୍ୟବହାର ଉପରେ ନିୟମ ଲାଗୁ କରିଛନ୍ତି l ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ସ୍ପଷ୍ଟ କରିଛି ଯେ,ଚା’ କେବଳ ସେହି ଉତ୍ପାଦକୁ କହିହେବ ଯାହା କାମେଲିଆ ସାଇନେସିସ୍ ଗଛର ପତ୍ରରୁ ତିଆରି ହୋଇଥିବ। FSSAI ନିର୍ଦ୍ଦେଶ ଦେଇଛି ହର୍ବାଲ୍ ଟି, ଡିଟକ୍ସ ଟି ଏବଂ ଫ୍ଲାଓ୍ବାର ଟି ଭଳି ବହୁ ପ୍ରଡକ୍ଟକୁ ଏବେ ସେମାନଙ୍କର ନାମ ବଦଳାଇବାକୁ ପଡିବ। ଏହାକୁ ଚା’ ଭାବରେ ବିକ୍ରି ହୋଇପାରିବ … Read more

ଭାରତୀୟ ସେନାଙ୍କୁ ସୋସିଆଲ୍ ମିଡିଆ ବ୍ୟବହାର ପାଇଁ ଅନୁମତି ଦେଲା ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତୀୟ ସେନାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ଥିବା ପ୍ରତିବନ୍ଧକରେ ପରିବର୍ତନ କରି ସୋସିଆଲ୍ ମିଡ଼ିଆ ବ୍ୟବହାର ପାଇଁ ଅନୁମତି ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ଏବେ ସେନା, ସୈନିକ ଏବଂ ଅଧିକାରୀମାନେ କେବଳ ଦେଖିବା ଏବଂ ତଦାରଖ କରିବା ପାଇଁ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ । ସେମାନେ କୌଣସି ପୋଷ୍ଟ କରିପାରିବେ ନାହିଁ କିମ୍ବା କୌଣସି ପୋଷ୍ଟକୁ ଲାଇକ୍ କରିପାରିବେ ନାହିଁ । ରିପୋର୍ଟ ଅନୁଯାୟୀ, ଡିଜିଟାଲ କାର୍ଯ୍ୟକଳାପ ସମ୍ପର୍କରେ ସେନା ପାଇଁ ପୂର୍ବରୁ … Read more

କିଟ୍ ନହ୍ନିପରୀ ୨୦୨୫ ହେଲେ କର୍ଣ୍ଣାଟକର ସମୃଦ୍ଧି ତ୍ରିପାଠୀ

ଭୁବନେଶ୍ୱର: କିଟ୍ ଫିଲ୍ମ ଆଣ୍ଡ ଫେସନ ସ୍କୁଲ୍‍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ’ ୨୦୨୫ର ଫାଇନାଲ୍ ତଥା ମେଗା ରାଉଣ୍ଡ ମଙ୍ଗଳବାର ଶେଷ ହୋଇଛି । ଫାଇନାଲ୍ ରାଉଣ୍ଡରେ ସମଗ୍ର ଦେଶରୁ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ସମୃଦ୍ଧି ନହ୍ନିପରୀ ମୁକୁଟ ସହ ୧୦ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି । ସେମିଫାଇନାଲ୍‌କୁ ୩୫ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଫାଇନାଲ୍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ। ମଧ୍ୟପ୍ରଦେଶର … Read more

ସାନ୍ତାଳୀ ଭାଷାରେ ସମ୍ବିଧାନ ଉନ୍ମୋଚନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାନ୍ତାଳୀ ଭାଷାରେ ସମ୍ବିଧାନ ଜାରି କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଭାରତର ସମ୍ବିଧାନ ଏବେ ସାନ୍ତାଳୀ ଭାଷାରେ ଉପଲବ୍ଧ। ସାନ୍ତାଳୀ ସଂପ୍ରଦାୟର ସମସ୍ତ ଲୋକଙ୍କ ପାଇଁ ଏହା ଗର୍ବ ଏବଂ ଖୁସିର ବିଷୟ। ଅଲ୍ ଚିକି ଲିପିରେ ଏହା ଉପଲବ୍ଧ। ଏହାଦ୍ଵାରା ସେମାନେ ସମ୍ବିଧାନକୁ ନିଜ ଭାଷାରେ ପଢି ବୁଝି ପାରିବେ ସାନ୍ତାଳୀ ଲୋକ । ଅଲ୍ ଚିକି ଲିପିର ଶତବାର୍ଷିକୀ … Read more