ଟ୍ରମ୍ପ ଙ୍କ ଦାବିକୁ ଖଣ୍ଡନ କଲେ ଭାରତ ସରକାର

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଦାବିକୁ ଖଣ୍ଡନ କରିଛନ୍ତି ଭାରତ ସରକାର। ସୂଚନା ମୁତାବକ, ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଋଷଠୁ ଆଉ ତେଲ କିଣିବେ ନାହିଁ ବୋଲି ସୂଚନା ଦେଇଥିବା ନେଇ ଟ୍ରମ୍ପ ଦାବି କରିଥିଲେ। ତେବେ ଏନେଇ ଭାରତର ବିଦେଶ ମନ୍ତ୍ରଣାଳୟ ସୂଚନା ଜାରି କରି କହିଛି ଯେ, ଗତ ବୁଧବାରଠୁ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟଙ୍କ ଭିତରେ କୌଣସି ପ୍ରକାର ଯୋଗାଯୋଗ ହୋଇନାହିଁ। ଗୁରୁବାର ଭାରତର ବିଦେଶ ମନ୍ତ୍ରଣାଳୟ(MEA) ଏକ ପ୍ରେସ ବିବୃତି … Read more

ବିଜେଡିକୁ ଫେରିଲେ ଘାସିରାମ ମାଝୀଙ୍କ ପୁତୁରା ଭାନୁପ୍ରତାପ ସିଂ ମାଝୀ

ଭୁବନେଶ୍ବର: ଗୁରୁବାର ଦିନ ବିଜେଡିକୁ ଫେରିଛନ୍ତି ଘାସିରାମ ମାଝୀଙ୍କ ପୁତୁରା ଭାନୁପ୍ରତାପ ସିଂ ମାଝୀ। ଜଣେ ଦକ୍ଷ ଆଦିବାସୀ ନେତା ହେବା ସହ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡ଼ାର ସଭାପତି ତଥା ବିଶିଷ୍ଟ ସମାଜସେବୀ ଭାବେ ଜିଲ୍ଲାରେ ସେ ଖୁବ୍ ପରିଚିତ। ଭାନୁପ୍ରତାପଙ୍କୁ ପୁନଃ ଦଳରେ ସାମିଲ କରାଯିବାକୁ ବିଜେଡି ପକ୍ଷରୁ କୁହାଯାଇଛି ଯେ, ସେ ଆଜି ପୁଣି ଆମ ପରିବାରର ସଦସ୍ୟ ହେଲେ। ସେହିଭଳି ଭାନୁ ପ୍ରତାପ କହିଛନ୍ତି, ‘‘ପୂର୍ବରୁ ଜନତା ଦଳ ଥିବା … Read more

ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା

ଭୁବନେଶ୍ବର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ନୂଆ ଟିମ୍ ଘୋଷଣା କରାଯାଇଛି। ଏଥିରେ ୧୦ ଉପସଭାପତି ରହିଛନ୍ତି। ସେହିପରି ୪ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ଜଣେ ଯୁଗ୍ମ କୋଷାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ଉପସଭାପତି ଭାବେ ଡ. ଜତିନ ମହାନ୍ତି, ଅଶୋକ ମିଶ୍ର, କୁସୁମ ଟେଟେ, ରମେଶ ଚନ୍ଦ୍ର ସାହୁ, କେ. ନାରାୟଣ ରାଓ, ଶିବାଜୀ ମହାନ୍ତି, ଭବେନ୍ଦ୍ର କୁମାର ପଣ୍ଡା, ସିପ୍ରା ବାଜପେୟୀ, ସୁଦର୍ଶନ … Read more

ବିଜେଡି ନେତା ଲମ୍ବୋଦର ନିଆଲ ଧରିଲେ ପଦ୍ମ ; ବିଜେଡିକୁ ପୁଣି ଏକ ଝଟ୍‌କା

ଭୁବନେଶ୍ୱର: ନୂଆପଡ଼ା ରାଜନୀତିରେ ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି । ବିଜେଡ଼ି ଛାଡି ବିଜେପିରେ ମିଶିଛନ୍ତି ବିଜେଡ଼ିର ବରିଷ୍ଠ ନେତା ଲମ୍ବୋଦର ନିଆଲ । କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟ୍‌ରେ ଲଢ଼ିଥିଲେ । ଆଜି ଲମ୍ବୋଧର ନିଜ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ଲେଖିଥିବା ଖବର ମିଳିଛି। ଏହାପରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଆଜି ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଲମ୍ବୋଧର ଉପସ୍ଥିତ ରହିଥିଲେ। ଆଜି ସକାଳୁ ଜୟ … Read more

ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳି ଭେଟି

ଭୁବନେଶ୍ୱର: ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ିଛି । ବର୍ତ୍ତମାନ ମିଳୁଥିବା ୫୫ ପ୍ରତିଶତରୁ ମହଙ୍ଗା ଭତ୍ତା ବଢ଼ି ୫୮ ପ୍ରତିଶତ ହୋଇଛି । ବର୍ଦ୍ଧିତ ମହଙ୍ଗା ଭତ୍ତା ଗତ ଜୁଲାଇରୁ ପିଛିଲା ଭାବେ ଲାଗୁ ପାଇଁ ଘୋଷଣା କରାଯାଇଛି । ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ତିନି … Read more

ନବୀନ ପଟ୍ଟନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଫୋନ୍‌ କରି ଜନ୍ମଦିନର ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାସହ ନବୀନଙ୍କ ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କୁ ଜନ୍ମ ଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର … Read more

ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡିର ନୂଆପଡ଼ା ପ୍ରାର୍ଥୀ।

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ବୁଧବାର ସନ୍ଧ୍ୟାରେ ପ୍ରାର୍ଥୀ ଘୋଷଣା କରିଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ଦେଖାଯାଇଛି। ଆସନ୍ତା ନଭେମ୍ବର ୧୧ ତାରିଖରେ ଏଠାରେ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀ ପ୍ରାର୍ଥିପତ୍ର ଦାଖଲ … Read more

ପୁଣି ଇସ୍କନର ମନମାନି; ପାଳିଲା ଅଦିନିଆ ରଥଯାତ୍ରା

ପୁରୀ:ବାରମ୍ବାର ବାରଣ ସତ୍ତ୍ବେ ମାନୁନି ଇସ୍କନ । ଗତ ୭ ତାରିଖରେ ଋଷିକେଶରେ ଅଦିନିଆ ରଥଯାତ୍ରା ପାଳନ କରିଛି ଇସ୍କନ । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବିବାଦ ଘନେଇଛି । ବିନା ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଳନକୁ ପୂର୍ବରୁ ମଧ୍ୟ ବିରୋଧ କରାଯାଉଥିବା ବେଳେ ଏହାକୁ ଅଣଦେଖା କରି ଇସ୍କନ ରଥଯାତ୍ରା ପାଳନ କରିବାକୁ ବିଭିନ୍ନ ମହଲରେ ଘୋର ବିରୋଧ କରାଯାଇଛି ।ଅଦିନିଆ ଶ୍ରୀମନ୍ଦିର ସେବାୟତ ଓ ଭକ୍ତଙ୍କ … Read more

ଓଡ଼ିଶା ଗସ୍ତରେ ହରିଆଣାର ବିଧାନସଭାର ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର:ହରିଆଣା ବିଧାନସଭାର ଶିକ୍ଷା, ବୈଷୟିକ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ମେଡ଼ିକାଲ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସବ୍‌ଜେକଫ କମିଟିର ଅଧ୍ୟକ୍ଷ ଶ୍ରୀ ରାମ କୁମାର କାଶ୍ୟପଙ୍କ ଅଧ୍ୟକ୍ଷତାରେ ଏକ ୧୧ ଜଣିଆ ସଦସ୍ୟଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି । ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ସଦସ୍ୟମାନେ ବିଧାନସଭା ଷ୍ଟାଣ୍ଡିଙ୍ଗ୍‌ କମିଟି-୪ର ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ବିଧାନସଭା ଷ୍ଟାଣ୍ଡିଙ୍ଗ୍‌ କମିଟି-୫ର ଅଧ୍ୟକ୍ଷ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ସଦସ୍ୟ ଶ୍ରୀ … Read more

ରାସନକାର୍ଡ ହିତାଧିକାରୀମାନଙ୍କର ବଢିପାରେ ଚାଉଳର ପରିମାଣ

ଭୁବନେଶ୍ୱର: ରାସନକାର୍ଡ ହିତାଧିକାରୀଙ୍କୁ ଅଧିକ ୫ କେଜି ଚାଉଳ ଦେବାକୁ ବିଚାର କରୁଛନ୍ତି ରାଜ୍ୟ ସରକାର । ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିବାନୁସରେ , ଚୂଡାନ୍ତ ନିଷ୍ପତ୍ତି ହୋଇନି । ଏ ବିଷୟରେ ଚିନ୍ତା କରାଯାଉଛି । ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ । ରାଜ୍ୟର ସମସ୍ତ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ଅଧିକ ୫ କେଜି ଚାଉଳ ଦେବାକୁ ଚିନ୍ତା କରାଯାଉଛି … Read more