May 31, 2026 12:12 am

ଗୁପ୍ତଚରକୁ ଗିରଫ କଲା ପୁଲିସ୍‌:ଆଇଏସ୍‌ଆଇ କୁ ଦେଉଥିଲେ ତଥ୍ୟ

ଲୁଧିଆନା: ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ଏବଂ ଶୀର୍ଷ ଖଲିସ୍ତାନୀ ଆତଙ୍କବାଦୀ ଗୋପାଳ ସିଂହ ଚାୱଲାଙ୍କ ସହ ଦୃଢ଼ ସମ୍ପର୍କ ଥିବା ଜଣେ ଅଭିଯୁକ୍ତ ଗୁପ୍ତଚରଙ୍କୁ ମଙ୍ଗଳବାର ଦିନ ପଞ୍ଜାବ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତ ବର୍ଷ ବର୍ଷ ଧରି ସୀମା ସେପାଖରେ ଥିବା ଏଜେଣ୍ଟମାନଙ୍କ ସହିତ ସେନା ଗତିବିଧି ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରି ଆସୁଥିଲା। ଯେଉଁଥିରେ ‘ଅପରେସନ ସିନ୍ଦୂର’ ମଧ୍ୟ ସାମିଲ ଅଛି। ଅଧିକାରୀମାନେ କହିଛନ୍ତି ଯେ ଗିରଫ ଅଭିଯୁକ୍ତ ଗଗନଦୀପ ସିଂହ ସୈନ୍ୟ ନିୟୋଜନ ଏବଂ ରଣନୈତିକ ସ୍ଥାନର ବିବରଣୀ ସମେତ ସମ୍ବେଦନଶୀଳ ଗୋପନୀୟ ସୂଚନା ଅଂଶୀଦାର କରିଥିଲେ, ଯାହା ଜାତୀୟ ସୁରକ୍ଷା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଗଗନଦୀପ ସିଂହ ଗତ ପାଞ୍ଚ ବର୍ଷ ଧରି ପାକିସ୍ତାନସ୍ଥିତ ଖଲିସ୍ତାନୀ ସମର୍ଥକ ଗୋପାଳ ସିଂହ ଚାୱଲାଙ୍କ ସହ ଯୋଗାଯୋଗରେ ଥିଲେ। ଯାହାଙ୍କ ମାଧ୍ୟମରେ ସେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (ପିଆଇଓ) ସହିତ ପରିଚିତ ହୋଇଥିଲେ। ସେ ଭାରତୀୟ ଚ୍ୟାନେଲ ମାଧ୍ୟମରେ ପିଆଇଓଙ୍କଠାରୁ ପେମେଣ୍ଟ ମଧ୍ୟ ପାଉଥିଲେ ବୋଲି ପଞ୍ଜାବ ପୁଲିସର ମହାନିର୍ଦ୍ଦେଶକ ଗୌରବ ଯାଦବ କହିଛନ୍ତି