May 29, 2026 10:45 pm

ଯୁଦ୍ଧବିରତି କୁ ନେଇ ରାହୁଲ ଗାନ୍ଧୀ ଙ୍କ ବିବାଦୀୟ ମନ୍ତବ୍ୟ

ଭୋପାଳ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ବର୍ତ୍ତମାନ ଶାନ୍ତିର ବାତାବରଣ ରହିଛି। ଭାରତୀୟ ସଶସ୍ତ୍ର ବାହିନୀ ପ୍ରଥମେ ଅପରେସନ ସିନ୍ଦୂର କରି ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଏବଂ ପରେ ପାକିସ୍ତାନୀ ସେନାକୁ ମଧ୍ୟ । ଏହା ପରେ ପାକିସ୍ତାନର ଆବେଦନରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ତଥାପି କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ଯୁଦ୍ଧବିରତିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି। ରାହୁଲ ଗାନ୍ଧୀ ବିଜେପି ଏବଂ ଆରଏସଏସ ବିଷୟରେ ଏପରି କିଛି କହିଛନ୍ତି ଯାହା ଏକ ନୂତନ ରାଜନୈତିକ ହଙ୍ଗାମା ଆରମ୍ଭ କରିପାରେ। ଭୋପାଳରେ ଏକ ଭାଷଣ ସମୟରେ ରାହୁଲ ଗାନ୍ଧୀ କହିଥିଲେ ଯେ “ବିଜେପି-ଆରଏସଏସର ଲୋକମାନେ ଆତ୍ମସମର୍ପଣ କରିବାକୁ ଅଭ୍ୟସ୍ତ। ସେ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ କରିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ଆତ୍ମସମର୍ପଣ କରିଦେଲେ । ଯଦି ଦେଶରେ କଂଗ୍ରେସ ସରକାର ଥାଆନ୍ତା, ତେବେ ଆତ୍ମସମର୍ପଣ କେବେବି ହୋଇନଥାଆନ୍ତା।