May 30, 2026 12:44 am

ନୀତିନ ନବୀନ ଦେଲେ ରାଜ୍ୟ ନେତାଙ୍କୁ ଗୁରୁମନ୍ତ୍ର, କହିଲେ କାମ କରିଚାଲ

ଭୁବନେଶ୍ୱର: ବିଜେପି କୋର କମିଟି ବୈଠକ ଶେଷରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦେଇଛନ୍ତି ବାର୍ତ୍ତା । ୨୦୩୬ ବିକଶିତ ଓଡ଼ିଶା ଗଠନରେ ରୋଡ୍ ମ୍ୟାପ ନେଇ ୫ଟି ପରାମର୍ଶ ଦେଇଛନ୍ତି। ସଙ୍ଗଠନ କିପରି ଶକ୍ତିଶାଳୀ ହେବ, ସେ ନେଇ ଟାସ୍କ ଦେଇଛନ୍ତି। ସେ ସଙ୍ଗଠନକୁ ଗୁରୁତ୍ୱ ଦେଇ କହିଛନ୍ତି ଯେ, ସଙ୍ଗଠନ ସୁସ୍ଥ ରହିଲେ ସରକାର ଆଗକୁ ବଢିବ। ସଂଗଠନ ପାଇଁ ଯେତେ ପାରୁଛ କାମ କର, ଅଳ୍ପରେ ସନ୍ତୁଷ୍ଟ ହୁଅ ନାହିଁ । ସେହିପରି ଏହି ବୈଠକରେ ସରକାର ଆଉ ସଙ୍ଗଠନ କିଭଳି ସାମନ୍ତରଳ ଭାବେ ଆଗକୁ ବଢ଼ିବ ତା ଉପରେ ଗୁରୁତ୍ଵାରୋପ କରିଛନ୍ତି। ବିଜେପି ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର କିଭଳି ଭଲରେ ଲୋକଙ୍କ ପାଇଁ କାମ କରିବ। ସମୃଦ୍ଧ ଓଡ଼ିଶା ଗଠନରେ ପ୍ରାଧାନ୍ୟ ଦେବା ଲାଗି ନୀତିନ ନବୀନ ଗୁରୁମନ୍ତ୍ର ଦେଇଛନ୍ତି। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ, ସୁଭଦ୍ରା, ଆୟୁଷ୍ମାନ, କୋ-ଅପରେଟିଭ ସେବା ଭଳି ଅନ୍ୟ ସେବା ଘରେ ଘରେ ପହଞ୍ଚାଇବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ସରକାରୀ ଯୋଜନା ଘରେ ଘରେ ପହଞ୍ଚିଲେ ସରକାର ସଫଳ ହେବେ। ଦଲାଲ ଓ ମଧ୍ୟସ୍ଥି ବ୍ୟବସ୍ଥାକୁ ସଂପୂର୍ଣ୍ଣ ବନ୍ଦ କର। ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧା ଟଙ୍କା ଯିବା ସୁନିଶ୍ଚିତ କର। ମୋଦୀ ସରକାର ଓ ରାଜ୍ୟ ସରକାରଙ୍କ ଯୋଜନା ହିଁ ଦଳର ସବୁଠାରୁ ବଡ଼ ପ୍ରଚାର।