ରାଜନୀତି ରୁ ସନ୍ନ୍ୟାସ ଘୋଷଣା କଲେ ଲାଲୁଙ୍କ ଝିଅ

ବିହାର: ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ବିହାର ନିର୍ବାଚନର ଫଳାଫଳ ପରେ ରାଜନୀତି ଛାଡିବା ନେଇ ଘୋଷଣା କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, “ମୁଁ ରାଜନୀତି ଛାଡ଼ୁଛି ଓ ମୁଁ ମୋ ପରିବାର ସହ ସବୁ ସମ୍ପର୍କ ଚ୍ଛିନ୍ନ କରୁଛି। ସଞ୍ଜୟ ଯାଦବ ଓ ରମୀଜ ମୋତେ ଯାହା କହିଥିଲେ ମୁଁ ଏବେ ସେଇଆ କରୁଛି। ମୁଁ ସବୁ ଦୋଷ ନିଜ ମୁଣ୍ଡକୁ ନେଉଛି।” ଏଠାରେ ସେ ସବୁ ଦୋଷ ପାଇଁ ନିଜକୁ ଦାୟୀ … Read more

ନୂଆପଡ଼ା ଉପନିର୍ବାଚନ: ସଂନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭% ଭୋଟିଂ

ନୂଆପଡା:ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୫.୩୭% ମତଦାନ ହୋଇଛିlଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ ୨ଲକ୍ଷ ୫୩ହଜାର ୬୨୪ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏଥି ମଧ୍ୟରେ ୧ ଲକ୍ଷ ୨୪ ହଜାର ୧୦୮ଜଣ ପୁରୁଷ ଭୋଟର ଓ ୧ ଲକ୍ଷ ୨୯ହଜାର ୪୯୫ ମହିଳା ଭୋଟର ଥିଲେ । ସେହିଭଳି ୮୫ବର୍ଷରୁ ଅଧିକ ବୟସର … Read more

ପ୍ରିଜାଇଡିଂ ଅଫିସର୍‌ ଧନଞ୍ଜୟ ମଲ୍ଲିକ ସସ୍‌ପେଣ୍ଡ..

ନୂଆପଡା: ନୂଆପଡ଼ା ଉପନିର୍ବାଚନର ୩୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକଙ୍କୁ ସସ୍‌ପେଣ୍ଡ କରାଯାଇଛି । ତାଙ୍କୁ ମତଦାତାଙ୍କ ଗୋପନୀୟତା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ପରବର୍ତ୍ତୀ ସମୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେହିପରି ନୂଆପଡ଼ାରେ ସମସ୍ତ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଛି । କୌଣସି ସ୍ଥାନରୁ … Read more

ଇଭିଏମ୍ ପ୍ରସ୍ତୁତ, ଆସନ୍ତାକାଲି ୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନୂଆପଡା: ପ୍ରଚାର ଅବଧି ସରିଛି, ଆସନ୍ତାକାଲି ନୂଆପଡ଼ା ଭୋଟ୍ । ଉପନିର୍ବାଚନରେ ନୂଆ ବିଧାୟକ ବାଛିବ ନୂଆପଡ଼ା। ସେଥିପାଇଁ ନୂଆପଡାରେ ହାଇ-ଷ୍ଟେକ୍ସ ଉପ-ନିର୍ବାଚନ ପୂର୍ବରୁ ନୀରବତା ଅବଧି ଆରମ୍ଭ ହୋଇଥିବା ବେଳେ ଏବେ ନିର୍ବାଚନ ମଣ୍ଡଳୀ ମୁହାଁ ପୋଲିଂ ପାର୍ଟି । ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ସହିତ ସମ୍ବେଦନଶୀଳ ଭାବରେ ଚିହ୍ନଟ ହୋଇଥିବା ମୋଟ ୪୭ ଟି ବୁଥ୍ ଉପରେ କଡ଼ା ନଜର ରଖାଯିବ। ସ୍ୱଚ୍ଛତା ଏବଂ ବାସ୍ତବ-ସମୟ ତଦାରଖ ପ୍ରଦାନ କରିବା ପାଇଁ … Read more

ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍

ନୂଆପଡ଼ା: ଆଜି ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନ । ଏହି ସମୟରେ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ବିଭାଗର ଚଢାଉ କରିଛି । କୋମନା ସ୍ଥିତ ମନୋଜ ମିଶ୍ରଙ୍କ ବାସଭବନରେ ଆୟକର ବିଭାଗର ପକ୍ଷରୁ ଚଢାଉ କରାଯାଇଛି । ମନୋଜ ମିଶ୍ର କୋମନା ବ୍ଲକ୍‌ର ପୂର୍ବତନ ବିଜେଡି ଅଧ୍ୟକ୍ଷ ଥିଲେ । ପୂର୍ବରୁ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଥିଲେ, ଏବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି । ନୂଆପଡ଼ା ଉପନିର୍ବାଚନ … Read more

ସାଇଲେନ୍ସ ଆୱାର ପାଇଁ ଗାଇଡଲାଇନ୍ ଜାରି

ନୂଆପଡା : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆର ଏସ ଗୋପାଳନ , ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ପ୍ରମୋଦ ସାହୁ ଓ ଉପମୁଖ୍ୟ ନିର୍ବାଚନ ଅଧିକାରୀ ଲକ୍ଷ୍ମୀପ୍ରସାଦ ସାହୁ ଶୁକ୍ରବାର ଦିନ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଉପନିର୍ବାଚନରେ ଭୋଟରଙ୍କୁ ନିରପେକ୍ଷ ନିଷ୍ପତ୍ତି ନେବା ପାଇଁ ସୁଯୋଗ ଦେବା ନିମନ୍ତେ ନିର୍ବାଚନ ଆୟୋଗ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି । ୧୧ତାରିଖରେ ଭୋଟଗ୍ରହଣ ଶେଷ ହେବାର ୪୮ଘଣ୍ଟା ପୂର୍ବରୁ … Read more

ନବୀନଙ୍କ ନୂଆପଡ଼ା ଗସ୍ତକୁ ନେଇ ଶ୍ରୀମୟୀଙ୍କ ସମାଲୋଚନା

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତକୁ ନେଇ ଶ୍ରୀମୟୀ ମିଶ୍ର ସମାଲୋଚନା କରିଛନ୍ତି। ଶୁକ୍ରବାର ଦିନ ନୂଆପଡ଼ା କ୍ୟାମ୍ପେନକୁ ଯାଉଥିବାବେଳେ ନବୀନଙ୍କ ଏକ ଭିଡିଓ ପୋଷ୍ଟ କରି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ। ଭିଡିଓରେ ନବୀନ ଏୟାରପୋର୍ଟରେ ଧୀରେ ଧୀରେ ଚାଲି ଚାଲି ଆସୁଥିବା ଦେଖିବାକୁ ମିଳିଛି। ଭିଡିଓରେ ନବୀନଙ୍କୁ ୨ ଜଣ ପିଏସଓ ହାତ ଧରି ନେଉଛନ୍ତି । ସେହି ଭିଡିଓକୁ ସେୟାର କରି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି, ଯଦି ନବୀନଙ୍କ ପୁଅ,ଝିଅ … Read more

ନୂଆପଡ଼ା ଯିବାପାଇଁ ନବୀନଙ୍କ ହେଲିକପ୍ଟରକୁ ବିଳମ୍ବରେ ମିଳିଲା ଅନୁମତି

ନୂଆପଡା: ନବୀନଙ୍କ ହେଲିକପ୍ଟରକୁ ବିଳମ୍ବରେ ମିଳିଲା ଅନୁମତି । ଭୁବନେଶ୍ବର ଏୟାରପୋର୍ଟରୁ କ୍ଲିଅରାନ୍ସ ପାଇବାରେ ୧ ଘଣ୍ଟାରୁ ଅଧିକ ବିଳମ୍ବ ହେଲା । ଫଳରେ ୧ ଘଣ୍ଟା ୧୦ ମିନିଟ ବିଳମ୍ବରେ ନବୀନ ନୂଆପଡ଼ା ଯାତ୍ରା କରିଥିଲେ । ହେଲିକପ୍ଚର ଉଡ଼ାଣରେ ଅନୁମତି ବିଳମ୍ବ ପଛରେ ଷଡଯନ୍ତ୍ର ଅଭିଯୋଗ ଆଣିଛି ବିଜେଡି । ଖରିଆର ରୋଡ୍ ରୁ ନୂଆପଡ଼ା ଏନଏସି ପର୍ଯ୍ୟନ୍ତ ରୋଡ୍ ସୋ କରିବେ ନବୀନ । ବାଟରେ ୬ଟି ସ୍ଥାନରେ ଜନସାଧାରଣଙ୍କୁ ଉଦବୋଧନ ଦେବା … Read more

ବିହାରରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ

ବିହାର: ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ମୋଟ ୧୩୧୪ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଥିଲେ। ସେମାନଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଯାଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୦.୧୩ ପ୍ରତିଶତ ମତଦାନ ହୋଇଥିଲା।ଗୁରୁବାର ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବାବେଳେ କେତେକ ଅଞ୍ଚଳରେ ହିଂସା ଦେଖିବାକୁ ମିଳିଥିଲା। ଲଖିସରାଇରେ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କାରକେଡକୁ ଆକ୍ରମଣ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ସମୀକ୍ଷା କରୁଥିବା ସମୟରେ ବହୁ ସଂଖ୍ୟକ … Read more

ନୂଆପଡ଼ାବାସୀଙ୍କ ପାଇଁ କଂଗ୍ରେସର ଇସ୍ତାହାର ପତ୍ର..

ନୂଆପଡା: ନୂଆପଡ଼ା ମତଦାତାଙ୍କୁ ନିଜ ସପକ୍ଷରେ ଆଣିବାକୁ କଂଗ୍ରେସ ପକ୍ଷରୁ ଆଜି ଘୋଷଣା ପତ୍ର ଜାରି କରାଯାଇଛି । ନୂଆପଡ଼ାସ୍ଥିତ ଖୁଣ୍ଟିଆ ଭବନଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା ପତ୍ର ଉନ୍ମୋଚନ କରାଯାଇଛି । ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଉପସ୍ଥିତିରେ ପିସିସି ସଭାପତି ଭକ୍ତ ଚରଣ ଦାସ ଇସ୍ତାହାର ଉନ୍ମୋଚନ କରିଛନ୍ତି । ସଂକଳ୍ପ ପତ୍ରରେ କଂଗ୍ରେସ ଜିତିଲେ ନୂଆପଡ଼ାରେ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଶୀତଳ ଭଣ୍ଡାର … Read more