ନିର୍ଦ୍ବନ୍ଦ୍ବରେ ଜିତିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର:ରାଜ୍ୟ ସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ । ରାଜ୍ୟ ସଭା ଉପନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଉପନିର୍ବାଚନ ଭୋଟିଂ ଦରକାର ପଡ଼ିଲାନି । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଆଜି ଶେଷ ତାରିଖ ରହିଥିଲା । ରାଜ୍ୟ ସଭା ଉପନିର୍ବାଚନରେ ତାଙ୍କ ବିପକ୍ଷରେ କେହି ପ୍ରାର୍ଥୀପତ୍ର ଦାଖଲ କରି ନଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି ।ଗତ କିଛି ଦିନ ତଳେ ବିଜେଡି ଛାଡି ଭାଜପାରେ ଯୋଗଦେଇଥିଲେ ଦେବାଶିଷ । ଏହାପରେ ଦଳ ତାଙ୍କୁ ଭାଜପା … Read more

ପରାଜିତ ପ୍ରାର୍ଥୀଙ୍କୁ ନେଇ ନବୀନଙ୍କ ବଡ଼ ବୈଠକ

ଭୁବନେଶ୍ୱର:ଶଙ୍ଖ ଭବନରେ ୨୦୨୪ ସାଧାରଣ ନିର୍ବାଚନରେ ପରାଜିତ ପ୍ରାର୍ଥୀ ମାନଙ୍କ ସହ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏକ ସାଙ୍ଗଠନିକ ବୈଠକ କରିଛନ୍ତି। ବୁଧବାର ଦିନ ହୋଇଥିବା ଏହି ବୈଠକ ରେ ସେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳର ସାଙ୍ଗଠନିକ ସ୍ଥିତି ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଆଗକୁ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବାକୁ ଯାଉଥିବାରୁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବାକୁ ନେତାମାନଙ୍କୁ କହିଛନ୍ତି ଦଳ ସୁପ୍ରିମୋ ନବୀନ … Read more

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇ ଭାରତୀୟ ରାଜନୀତିରେ ନୂତନ ଇତିହାସ ସୃଷ୍ଟି କଲେ ନରେନ୍ଦ୍ରମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରାଜନୀତିରେ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ଜୁନ୍ ୧୦ ତାରିଖରେ ସେ ଦେଶର ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ରେକର୍ଡ ସ୍ଥାପନ କରିଛନ୍ତି। ମୋଦୀ ୨୬ ମଇ ୨୦୧୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଏବଂ ଆଜି ତାଙ୍କର ୪,୩୯୯ ଦିନ କାର୍ଯ୍ୟକାଳ ପୂରଣ ହୋଇଛି। ଏହା ସହିତ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡକୁ ପଛରେ … Read more

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିକେ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ନେତୃତ୍ୱରେ ନୂତନ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଘଟିଛି, ଯେଉଁଥିରେ ଆଜି ୧୩ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି। ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ସିଦ୍ଧרମୈୟା ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହି ଭବ୍ୟ ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ପ୍ରମୁଖ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଅଛନ୍ତି।

ପଦ୍ମ ଧରିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର:ବିଜେଡିର ବରିଷ୍ଠ ନେତା ଓ ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ କେନ୍ଦ୍ରୀୟ ନେତୃତ୍ୱ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି।ଗତକାଲି ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେବା ସହ ରାଜ୍ୟସଭା ସାଂସଦ ପଦ ମଧ୍ୟ ଛାଡ଼ିଥିଲେ। ଇସ୍ତଫା ପରେ ସେ ବିଜେଡି ଉପରେ ଖୋଲାଖୋଲି ବର୍ଷିଥିଲେ। ଲୋକଙ୍କ ସ୍ୱାର୍ଥ ଓ ନିଜ … Read more

ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର:ରାଜ୍ୟସଭା ସଦସ୍ୟ ତଥା ତିନି ଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଦେବାଶିଷ ବିଜେଡିରୁ ରାଜ୍ୟସଭା ସାଂସଦ ଅଛନ୍ତି । ବାରବାଟୀ କଟକ ଆସନରୁ ବିଜେଡି ବିଧାୟକ ଥିଲେ ଦେବାଶିଷ । ତିର୍ତ୍ତୋଲ ଆସନରୁ ମଧ୍ୟ ବିଜେଡି ବିଧାୟକ ଥିଲେ । ଶଙ୍ଖ ଶିବିର … Read more

ଫାଲଟା ବିଧାନସଭା ଆସନରେ ବିଜେପିର ବଡ଼ ବିଜୟ

କୋଲକାତା:ଦୀର୍ଘ ବର୍ଷ ହେବ ଟିଏମସି ଦଖଲରେ ଥିବା ଦକ୍ଷିଣ ୨୪ ପରଗଣା ଜିଲ୍ଲାର ଫାଲଟା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଐତିହାସିକ ବିଜୟ ହାସଲ କରିଛନ୍ତି । ଦେବାଂଶୁ ଜାହାଙ୍ଗୀର ଖାନଙ୍କୁ ଏକ ଲକ୍ଷ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ଜାହାଙ୍ଗୀର ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଅତି ଘନିଷ୍ଠ ଅଟନ୍ତି । ଏପ୍ରିଲ ୨୯ ତାରିଖରେ ହୋଇଥିବା ମତଦାନରେ ଅନିୟମିତତା ହୋଇଥିବା ବିଜେପି ଅଭିଯୋଗ କରିଥିଲା । ନିର୍ବାଚନ ସମୟରେ … Read more

ଭି.ଡି ସତୀଶନ କେରଳମର ନୂଆ ମୁଖ୍ୟମନ୍ତ୍ରୀ

କେରଳ: କେରଳମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭି.ଡି ସତୀଶନଙ୍କ ନାମ ଘୋଷଣା କରିଛି କଂଗ୍ରେସ । କେରଳ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୧୦ ଦିନ ପରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିଛି । ଭି.ଡି ସତୀଶନ ୬ ଥର ବିଧାୟକ ରହିଥିଲେ । ଦିଲ୍ଲୀରେ କଂଗ୍ରେସ ନେତାଙ୍କ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏଥିରେ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି ସମେତ ପାର୍ଟିର ଅନ୍ୟ ବରିଷ୍ଠ ନେତା ସାମିଲ ଥିଲେ । ଏହି ବୈଠକରେ … Read more

ପଶ୍ଚିମବଙ୍ଗରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ବିଶ୍ୱ କବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ବିଜେପି ବଙ୍ଗଳାରେ ଏକ ନୂତନ ସରକାର ଗଠନ କରିଛି । ଶୁଭେନ୍ଦୁ ଅଧିକାରୀ ଆଜି ରାଜ୍ୟର ନବମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶୁଭେନ୍ଦୁ ଶପଥ ଗ୍ରହଣ କରିଛନ୍ତି … Read more

TVKକୁ ସମର୍ଥନ ଦେଲେ ୩ ଦଳ, ବିଜୟ ଗଢିବେ ସରକାର

ନୂଆଦିଲ୍ଲୀ: ଶେଷରେ ବିଜୟଙ୍କୁ ମିଳିଛି ସମର୍ଥନ। ଏବେ ବିଜୟଙ୍କ ଟିଭିକେ ହିଁ ତାମିଲନାଡୁରେ ସରକାର ଗଢ଼ିବା ନେଇ ସ୍ପଷ୍ଟ ହୋଇଛି । ଗଣମାଧ୍ୟମର ସୂଚନା ଅନୁସାରେ ଆଜି, ସିପିଏମ, ସିପିଆଇ ଏବଂ ଭିସିକେ ଥାଲାପତି ବିଜୟଙ୍କ ଟିଭିକେକୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏହି ତିନି ଦଳଙ୍କ ସମର୍ଥନ ପରେ ଏବେ ରାଜ୍ୟରେ ନୂଆ ସରକାର ଗଢ଼ିବା ପାଇଁ ପଥ ପରିଷ୍କାର ହୋଇଛି। ସୂଚନା ଅନୁସାରେ, ତିନି ଦଳର ସମର୍ଥନ ପରେ ବିଜୟଙ୍କୁ ଆବଶ୍ୟକ ମ୍ୟାଜିକ … Read more