CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: SIR ପ୍ରସଙ୍ଗରେ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ପାଇଁ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ଦାବି ଉଠିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି । ନବୀନ କହିଛନ୍ତି, SIR ପ୍ରସଙ୍ଗରେ ପୁଣି ଥରେ ସମୀକ୍ଷା ହେବା ଦରକାର । ବିଜେଡି ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ଇସ୍ତଫା ଦାବି କରୁଛି । ବିଜେଡି SIR ପ୍ରକ୍ରିୟା ବିରୋଧରେ ସବୁବେଳେ କହି ଆସିଛି … Read more

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଦୁଇ ଜଣ ବରିଷ୍ଠ ଅଧିକାରୀ ଚୌଦ୍ୱାର ମଣ୍ଡଳ କାରାଗାରର ଅଧୀକ୍ଷକ ସୁଜିତ ରାଉଳ ଏବଂ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳଙ୍କୁ ନିଲମ୍ୱିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ସୂଚନା ମୁତାବକ, ଚୌଦ୍ୱାର ମଣ୍ଡଳ କାରାଗାରରୁ ଦୁଇ ବିହାରୀ କଏଦୀ ଫେରାର ହେବା ମାମଲାରେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉଳ … Read more

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ, ୩ ଅଭିଯୁକ୍ତ ଗିରଫ

ସମ୍ବଲପୁର: ସମ୍ବଲପୁର ସାଇବର ଥାନା ପୋଲିସ ନକଲି ସିମ୍‌ କାର୍ଡ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଞ୍ଚପୁଟର ସୂରଜ ବାଗ (୨୪), ସିନାପାଲିର ମାଳତୀ ଓରାମ ଓରଫ ମାଳା (୨୯) ଏବଂ ସମ୍ବଲପୁର ମୋତିଝରଣର ପାପୁ ଓରଫ ଶେଖ ପରୱେଜ (୩୨)। ସମ୍ବଲପୁର ସାଇବର ଥାନା ମାମଲା ନଂ-୩୪, ତା. ୨୨.୦୯.୨୦୨୬ର ତଦନ୍ତ ବେଳେ ଏହି ନକଲି ସିମ୍‌ କାରବାର ସାମ୍ନାକୁ ଆସିଥିଲା। ଅଭିଯୁକ୍ତମାନେ ଗ୍ରାହକଙ୍କ … Read more

ସୋଆ ର ପ୍ରଫେସର ସୁଶାନ୍ତ ମହାନ୍ତି ଆଇଏସ୍‌ପିପିଡିର ସଭାପତି ନିର୍ବାଚିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍ ର ପେଡିଆଟ୍ରିକ୍ସ ଆଣ୍ଡ ପ୍ରିଭେନ୍‌ଟିଭ୍ ଡେଂଟିଷ୍ଟ୍ରି ବିଭାଗର ମୁଖ୍ୟ ପ୍ରଫେସର ସୁଶାନ୍ତ ମହାନ୍ତି ଇଣ୍ଡିଆନ୍ ସୋସାଇଟି ଅ ଫ୍ ପେଡିଆଟ୍ରିକ୍ସ ଆଣ୍ଡ ପ୍ରିଭେନ୍‌ଟିଭ୍ ଡେଂଟିଷ୍ଟ୍ରି ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଆଇଏସ୍‌ପିପିଡିର ୪୭ତମ ଜାତୀୟ ସମ୍ମିଳନୀରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂବତର୍ନ ସଭାପତି ପ୍ରଫେସର ସୁଧୀନ୍ଦ୍ର ବାଲିଗାଙ୍କ ଠାରୁ ଦାୟିତ୍ୱ ଗ୍ରହଣ … Read more

ବାଚସ୍ପତି ସୁରମା ପାଢ଼ୀଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ତୁରନ୍ତ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ସ୍ୱେଶାଲିଷ୍ଟ ଡାକ୍ତରୀ ଟିମ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି। ବାଚସ୍ପତିଙ୍କ ଅସୁସ୍ଥତା ଖବର ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ୟକ୍ତିଗତ ଭାବେ ଏମ୍ସ ହସ୍ପିଟାଲରେ ପହଞ୍ଚି ତାଙ୍କୁ ସାକ୍ଷାତ କରିବା ସହ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଉପସ୍ଥିତ ଥିବା ଚିକିତ୍ସକମାନଙ୍କ ସହ ଆଲୋଚନା … Read more

ପୁରୀରେ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ପାଇଁ ପ୍ରସ୍ତାବ

ପୁରୀ: ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଏକ ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଏହି ଉଦ୍ଦେଶ୍ୟରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (PPA) ଏବଂ ଓଡ଼ିଶା ମାରିଟାଇମ୍ ବୋର୍ଡ (OMB) ମଧ୍ୟରେ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏନେଇ ବିଧାନସଭାରେ ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ସୂଚନା ଅନୁସାରେ, ପ୍ରସ୍ତାବିତ କ୍ରୁଜ୍ ଟର୍ମିନାଲ ପୁରୀ ଜିଲ୍ଲାର ସିପସୁବାଳି ଅଞ୍ଚଳରେ ଥିବା … Read more

୩ୟ ଦିନରେ ବି ଗୃହ ଅଚଳ, ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ ହେଲେ ମଧ୍ୟ, ହଟ୍ଟଗୋଳ ଏବଂ ହଙ୍ଗାମା ଲାଗି ବିଧାନସଭାକୁ ପୁଣି ଆଜି ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି । ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିଜେଡ଼ି ଓ କଂଗ୍ରେସ ସଦସ୍ୟମାନେ ନାରାବାଜି ଆରମ୍ଭ କରିଥିଲେ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଥିବାବେଳେ ବିରୋଧୀ ହଙ୍ଗାମା କରିଥିଲେ । ସୂଚନା ଥାଉ ଯେ, ଗତ ଦୁଇ ଦିନ ହେବ ବିଜେଡ଼ି କେବଳ ପାଠ୍ୟ … Read more

‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ:୧୦୯ NBW କାର୍ଯ୍ୟକାରୀ, ୧୪୮ ଅବକାରୀ ମାମଲା ଓ ୧୫ NDPS ମାମଲା

ଭୁବନେଶ୍ୱର: ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପୋଲିସ, କମିଶନରେଟ୍ ପୋଲିସ, ରେଳବାଇ ପୋଲିସ ଓ ଅନ୍ୟାନ୍ୟ ପୋଲିସ ୟୁନିଟ୍‌ଗୁଡ଼ିକର ମିଳିତ ସମନ୍ୱୟରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ‘ଦମନ’ କୁ ଅଧିକ ଜୋରଦାର କରାଯାଇଛି। ୨୧ ସେପ୍ଟେମ୍ବରରୁ ରାଜ୍ୟବ୍ୟାପୀ ଚାଲିଥିବା ଏହି ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। … Read more

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ଓଡ଼ିଶାର ସାମୁଦ୍ରିକ ରପ୍ତାନି ୧୪.୫୭% ହ୍ରାସ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧର ପ୍ରଭାବ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନି ଉପରେ ପଡ଼ିଛି। ମାଛ, ଚିଙ୍ଗୁଡ଼ି ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଉତ୍ପାଦର ରପ୍ତାନି ୨୦୨୫-୨୬ ଆର୍ଥିକ ବର୍ଷରେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ୧୪.୫୭% ହ୍ରାସ ପାଇଛି। ଏହା ଫଳରେ ଗତ ବର୍ଷ ତୁଳନାରେ ରପ୍ତାନି ଆୟରେ ପ୍ରାୟ ୨୩.୪୦ କୋଟି ଟଙ୍କାର କ୍ଷତି ହୋଇଥିବା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବୁଧବାର ରାଜ୍ୟ ବିଧାନସଭାରେ ସୂଚନା ଦେଇଛନ୍ତି। ଆଳି ବିଧାୟକ ପ୍ରତାପ … Read more

ବିଜେପିର ନୂଆ ପ୍ରଭାରୀ ତାଲିକା ଘୋଷଣା; ଡି. ପୂରନ୍ଦେଶ୍ୱରୀ ଓଡ଼ିଶା ପ୍ରଭାରୀ, ବୈଜୟନ୍ତଙ୍କୁ ମହାରାଷ୍ଟ୍ର ଦାୟିତ୍ୱ

ଭୁବନେଶ୍ୱର: ଆଜି ବିଜେପି ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଏହାର ପ୍ରଭାରୀଙ୍କ ନାଁ ଘୋଷଣା କରିଛି। ଡି. ପୂରନ୍ଦେଶ୍ୱରୀଙ୍କୁ ଓଡ଼ିଶାର ପ୍ରଭାରୀ କରାଯାଇଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମହାରାଷ୍ଟ୍ରର ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। ପ୍ରଭାରୀ ସହିତ ସହ ପ୍ରଭାରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ସହ ପ୍ରଭାରୀ ଭାବେ ନୂଆ ନିଯୁକ୍ତି ପାଇଛନ୍ତି ଡ. ସ୍ୱଦେଶ ସିଂହ। ସେହିପରି ମହାରାଷ୍ଟ୍ରର ସହ … Read more