SIRରେ କଟିଲା ୨୦ ଲକ୍ଷ ୧୪ ହଜାର ଭୋଟର ନାଁ

ଭୁବନେଶ୍ୱର:ରାଜ୍ୟରେ ଚାଲିଥିବା SIR ରେ କଟିଲା ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର, ଏସ୍ ଗୋପାଳନ ।ସେ କହିଛନ୍ତି ଯେ, ଚିଠା ତାଲିକା ପ୍ରସ୍ତୁତ ହୋଇ ରାଜନୈତିକ ଦଳକୁ ଦିଆଯାଇଛି । ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଭୋଟର ଥିବା ବେଳେ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଭୋଟର ସେମାନଙ୍କ ଫର୍ମ ଦାଖଲ କରିଛନ୍ତି … Read more

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ  ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର:ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ. ଗୋପାଲନ ଅଧ୍ୟକ୍ଷତାରେ ଶନିବାର ଦିନ ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ପାଇଁ ନିଯୁକ୍ତ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ହାଇବ୍ରିଡ୍ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଏସଆଇଆର ୨୦୨୬ ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ୧୦ ଜଣ ଆଇଏଏସ ଅଧିକାରୀ ଯୋଗ ଦେଇଥିଲେ। ଏଥିରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ପ୍ରକ୍ରିୟାର ସଫଳ ସମାପ୍ତି, ଚାଲିଥିବା ଡିଜିଟାଲାଇଜେସନର … Read more

ଭୁବନେଶ୍ୱରରେ ଡ୍ରେନରେ ଭାସିଗଲେ ଯୁବକ

ଭୁବନେଶ୍ୱର: ରାଜଧାନୀରେ ଶନିବାର ପ୍ରବଳ ଲଗାଣ ବର୍ଷା ଯୋଗୁଁ ଏକ ବଡ଼ ଅଘଟଣ ଘଟିଛି। ବାଣୀବିହାର ନିକଟସ୍ଥ ଏକ ମୁଖ୍ୟ ଡ୍ରେନରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ସ୍ଥାନୀୟ ପଥରବନ୍ଧ ବସ୍ତିର ୩୫ ବର୍ଷୀୟ ଅନିଲ ସିଂହ ବୋଲି ଚିହ୍ନଟ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଅନିଲ ଡ୍ରେନ ନିକଟରୁ ପ୍ଲାଷ୍ଟିକ ବୋତଲ ଗୋଟାଉଥିବା ସମୟରେ ଅସାବଧାନତା ବଶତଃ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଖବର ପାଇ ରାଜ୍ୟ ଅଗ୍ନିଶମ ଓ … Read more

ସରକାର-ଓମ୍‌ସା ଆଲୋଚନା ସଫଳ, ଆନ୍ଦୋଳନରୁ ଓହରିଲେ ଡାକ୍ତର

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଡାକ୍ତର ଆନ୍ଦୋଳନ ଶେଷରେ ସ୍ଥଗିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କ ସହ ଓଡ଼ିଶା ମେଡିକାଲ ସର୍ଭିସ୍‌ ଆସୋସିଏଶନ (ଓମ୍‌ସା)ର ପ୍ରତିନିଧିମାନଙ୍କ ଆଲୋଚନା ସଫଳ ହେବା ପରେ ଡାକ୍ତରମାନେ ପୁଣି କାର୍ଯ୍ୟରେ ଯୋଗ ଦେବେ । ଓମ୍‌ସାର ୧୩ ଦଫା ଦାବି ଉପରେ ଗଭୀର ଆଲୋଚନା ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କମିଟିରେ ସ୍ୱାସ୍ଥ୍ୟ, ସାଧାରଣ ପ୍ରଶାସନ (ଜିଏ), ଅର୍ଥ ଓ ଆଇନ ବିଭାଗର … Read more

ରାଜଧାନୀରେ ତ୍ରିକୋଣୀୟ ପ୍ରେମକୁ ନେଇ ବୁଲିଲା ଖଣ୍ଡା, ୧୦ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ବୁଦ୍ଧବିହାରରେ ପ୍ରେମବ୍ୟାପାରକୁ ନେଇ ଗୁରୁବାରଠୁ ଆରମ୍ଭ ହୋଇଥିବା ଗୋଷ୍ଠୀ ସଂଘର୍ଷ ଆଜି ଉଗ୍ର ରୂପ ନେଇଥିଲା । ଗୋଟିଏ ଗୋଷ୍ଠୀର ଯୁବକମାନେ ପ୍ରତିଶୋଧ ନେବାକୁ ବୁଦ୍ଧ ବିହାରରେ ପୁଣି ତୁମୁଳକାଣ୍ଡ ଭିଆଇଛନ୍ତି । ଆକ୍ରମଣର ଶିକାର ହୋଇଛନ୍ତି, ବୁଦ୍ଧ ବିହାର ଆଲର୍ଟିସ୍ ଆସୋସିଏସନ ସମ୍ପାଦକ ଗୌରାଙ୍ଗ ଚରଣ ଦାସଙ୍କ ବଡ଼ ପୁଅ ଶୁଭମ୍ ସ୍ୱରାଜ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି । ସାମାନ୍ୟ ଆହତ ହୋଇଥିବା ଅନ୍ୟ ୨ଜଣଙ୍କ ପରିଚୟ ମିଳିପାରିନାହିଁ । … Read more

ପୁରୀ ଶ୍ରୀମନ୍ଦିରରେ ଅଣସର ନୀତି ଜାରି; ଆଜି ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି

ପୁରୀ: ୧୦୮ ଗଡ଼ୁ ପବିତ୍ର ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ବିଶ୍ରାମ କରୁଛନ୍ତି। ଅଣସର ନୀତିର ଏକ ପ୍ରମୁଖ ପରମ୍ପରା ହେଉଛି ଫୁଲୁରି ତେଲ ଲାଗି। ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ପବିତ୍ର ଓ ଔଷଧୀୟ ତେଲ ଲାଗି କରାଯିବ। ବିଶ୍ୱାସ ରହିଛି, ଏହି ତେଲ ଲେପନ କରିବା ଦ୍ୱାରା ମହାପ୍ରଭୁଙ୍କ ଜ୍ୱର ଓ ଶାରୀରିକ ପୀଡ଼ାରୁ ଉପଶମ ମିଳିଥାଏ। ଏହି ଫୁଲରି ତେଲ ବଡ଼ ଓଡ଼ିଆ ମଠ … Read more

ଜୀବନ ହାରିଲେ ଚାଉଳିଆଗଞ୍ଜ ଥାନା ମହିଳା IIC

କଟକ: ମହିଳା IIC ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ କଟକର ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଗତକାଲି ଆଇଆଇସି ବିୟୁଟି ମହାନ୍ତି ଚାଉଳିଆଗଞ୍ଜ ଥାନାର ଉପରେ ଥିବା ରେଷ୍ଟରୁମରେ ରହିଥିଲେ । ଆଜି ସକାଳେ କବାଟ ବାଡ଼େଇବାରୁ ସେ କବାଟ ଖୋଲି ନ ଥିଲେ । ଏ ନେଇ କର୍ମଚାରୀ ଉପରସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଏହା ପରେ ଘରର କବାଟ ଖୋଲାଯାଇଥିଲା ଏବଂ ଆଇଆଇସିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । … Read more

ମହାପ୍ରଭୁଙ୍କ ଅଣସର ନୀତିକୁ ନେଇ ଆପତ୍ତିଜନକ କଣ୍ଟେଣ୍ଟ ପୋଷ୍ଟ ନ କରିବାକୁ କହିଲା ପୁରୀ ପୋଲିସ :ଟେକ ଡାଉନ ହେଲା ୯୭ଟି ଆପତ୍ତିଜନକ ପୋଷ୍ଟ ଓ ଆକାଉଣ୍ଟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଅଣସର ନୀତି ଆରମ୍ଭ ହେବା ପରଠାରୁ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ମହାପ୍ରଭୁଙ୍କୁ ନେଇ କିଛି ଆପତ୍ତିଜନକ ଅନୁଚିତ ଭାବେ ଏଡିଟ ଫଟୋ, ଭିଡିଓ ଏବଂ ପୋଷ୍ଟ ପ୍ରଚାର ହେଉଥିବା ପୁରୀ ପୋଲିସର ନଜରକୁ ଆସିଥିଲା। ଏପରି କଣ୍ଟେଣ୍ଟ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇ ଥାଏ । ଏହାକୁ ଗୁରୁତ୍ୱର ସହ ନେଇ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ପୁରୀ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅନଲାଇନ ମନିଟରିଂ … Read more

ପ୍ରାଇଭେଟ୍ ବ୍ୟାଙ୍କରେ ଖୋଲିପାରିବେନି ସରକାରୀ ଖାତା, ୧୪ ସରକାରୀ ବ୍ୟାଙ୍କକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ ସରକାରୀ ଅର୍ଥ କାରବାରକୁ ନେଇ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ବିଭାଗ, ବିଶ୍ୱବିଦ୍ୟାଳୟ, ସରକାରୀ ପ୍ରତିଷ୍ଠାନ ଓ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକର ସବୁ ଆର୍ଥିକ କାରବାର କେବଳ ୧୪ଟି ବ୍ୟାଙ୍କ ମାଧ୍ୟମରେ କରିବାକୁ ଅର୍ଥ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ଆଉ ଘରୋଇ ବ୍ୟାଙ୍କଗୁଡ଼ିକରେ ଥିବା ଆକାଉଣ୍ଟଗୁଡ଼ିକୁ ୨୦୨୬ ଡିସେମ୍ବର ୩୧ତାରିଖ ସୁଦ୍ଧା ଯେଉଁ ଅଫିସରମାନେ ସମ୍ପୂର୍ଣ୍ଣ ବନ୍ଦ ନକରିବେ ଓ ସେଥିରେ ଥିବା ଅର୍ଥକୁ ତାଲିକାଭୁକ୍ତ ବ୍ୟାଙ୍କକୁ … Read more

ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କୁ କୋର୍ଟଙ୍କ ସମନ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଏବଂ ଭିକେ. ପାଣ୍ଡିଆନଙ୍କୁ କୋର୍ଟଙ୍କ ସମନ l ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ପାଣ୍ଡିଆନ ରାଜ୍ୟର ବିଭିନ୍ନ ସ୍ଥାନକୁ ଶତାଧିକ ଥର ହେଲିକପ୍ଟରରେ ଗସ୍ତ ଓ ଭବ୍ୟ ସଭା କରିବା ଏବଂ ସେସବୁ ବାବଦରେ ହୋଇଥିବା କୋଟି କୋଟି ଟଙ୍କା ଖର୍ଚ୍ଚକୁ ନେଇ ଦାଏର ରିଭିଜନ୍ ଆବେଦନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ଭୁବନେଶ୍ୱରସ୍ଥିତ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍। ଏହି ମାମଲାରେ ଦୌରା ଜଜ୍ ବିଏନ୍ ମହାନ୍ତି ଉଭୟ ନବୀନ ଓ … Read more