ଅସୁସ୍ଥ ନବଜାତ ଶିଶୁକୁ ନୂଆ ଜୀବନ ଦେଲେ ସମ୍ ହସ୍ପିଟାଲ ଡାକ୍ତର

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତରମାନେ ମାତ୍ର ୨୪ ସପ୍ତାହରେ ଜନ୍ମ ହୋଇଥିବା ଗୋଟିଏ ଅସୁସ୍ଥ ଏବଂ ଅପରିପକ୍ୱ ଶିଶୁର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି । ଅନ୍ୟ ଏକ ହସ୍ପିଟାଲରେ ଜନ୍ମ ହୋଇଥିବା ଏହି ଶିଶୁଟିର ଓଜନ ସମ୍ ହସ୍ପିଟାଲରେ ଭର୍ତି ସମୟରେ ମାତ୍ର ୬୩୦ ଗ୍ରାମ ଥିଲା । ଶିଶୁଟିକୁ ଗୁରୁତର ଅବସ୍ଥାରେ ସମ୍ ହସ୍ପିଟାଲର ନବଜାତ ଶିଶୁରୋଗ ଚିକିତ୍ସା ବିଭାଗ (ଏନ୍‌ଆଇସିୟୁ)ରେ ଭର୍ତି କରାଯାଇ ଚିକିତ୍ସା … Read more

ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ନାଫିସ ଆହତ

କେନ୍ଦୁଝର: ଚମ୍ପୁଆ ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର । ଗୁଳି ବିନିମୟରେ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସର ଡାହାଣ ଆଣ୍ଠୁରେ ଗୁଳି ବାଜିଥିବା ସୂଚନା ମିଳିଛି। ଝାଡ଼ଖଣ୍ଡର ବାସିନ୍ଦା ଏହି ନାଫିସ ନାମରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ୩୦ରୁ ଅଧିକ ଚୋରି ଏବଂ ସଙ୍ଗୀନ ମାମଲା ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ, ଗିରଫ ପରେ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ଆଜି ସକାଳ ପ୍ରାୟ ୫ଟାରେ ମହମ୍ମଦ ନାଫିସକୁ ଚମ୍ପୁଆ … Read more

ଗୋ ମାଫିଆଙ୍କୁ ସୂଚନା ଦେଇ ଫସିଲେ ୩ ପୁଲିସ କର୍ମଚାରୀ

ମୟୁରଭଞ୍ଜ: ଗୋ ମାଫିଆଙ୍କୁ ପୋଲିସ ରେଡ୍ ସମ୍ପର୍କରେ ପୂର୍ବରୁ ସୂଚନା ଦେଇ ଫସିଗଲେ ପୋଲିସ ଏଏସଆଇ, କନଷ୍ଟେବଳ ଏବଂ ହୋମଗାର୍ଡ । ମୟୂରଭଞ୍ଜ ଏସପି ଏହି ତିନି କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ​ଏଏସଆଇ ରଣଜିତ ନାଏକ,​ କନେଷ୍ଟବଳ ଆଶିଷ ନାଏକ ଓ ​ହୋମଗାର୍ଡ ସୁବ୍ରତ ପାଢ଼ୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ମିଳିଥିବା ​ସୂଚନା ଅନୁଯାୟୀ, ଗତ ଜୁନ୍ ୧୩ ତାରିଖରେ ମୟୁରଭଞ୍ଜ ଜିଲ୍ଲାରେ ଗୋ ମାଫିଆ ଓ ଗଞ୍ଜେଇ ମାଫିଆଙ୍କ ବିରୋଧରେ … Read more

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା, ତ୍ରୁଟିଶୂନ୍ୟ ଆୟୋଜନକୁ ଗୁରୁତ୍ୱ

ପୁରୀ: ଆଜି ପୁରୀ ଟାଉନ ହଲରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବାକୁ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି କାମ କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ସେବାୟତ ଏବଂ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ପଡ଼ିବ । ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ପରିବହନ, ପୌର ପ୍ରଶାସନ, ବିଦ୍ୟୁତ, ଅଗ୍ନିଶମ, ଜଳଯୋଗାଣ ଓ ଅନ୍ୟାନ୍ୟ ସମସ୍ତ ବିଭାଗ … Read more

ଭୂଦାନ ଜମିର ବଣ୍ଟନ ଉପରେ ସ୍ଥଗିତାଦେଶ

ଭୁବନେଶ୍ୱର: ଭୂଦାନ ଜମିର ବଣ୍ଟନ ଏବଂ ହିତାଧିକାରୀଙ୍କ ସପକ୍ଷରେ ମ୍ଯୁଟେସନ୍ ପ୍ରକ୍ରିୟାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଷ୍ପତ୍ତି ନେଇଛି । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଆରଡିସି, ପଞ୍ଜୀକରଣ ମହାନିରୀକ୍ଷକ (ଆଇଜିଆର୍), ଜିଲ୍ଲାପାଳ ଏବଂ ଜମିଜମା ରେକର୍ଡ ଓ ସର୍ଭେ ନିର୍ଦ୍ଦେଶାଳୟଙ୍କୁ ଚିଠି ଲେଖି ଏହି ନିର୍ଦ୍ଦେଶ ଜାରି କରିଛନ୍ତି l ଏଥିସହିତ, ପୂର୍ବରୁ ବଣ୍ଟନ ହୋଇ ମ୍ୟୁଟେସନ୍ ସମ୍ପନ୍ନ ହୋଇଥିବା … Read more

ବଙ୍ଗୋପସାଗରରେ ଅବପାତ ସକ୍ରିୟ, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ରହିଛି ସୃଷ୍ଟି ହୋଇଥିବା ଅବପାତ । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏହାର କେନ୍ଦ୍ରସ୍ଥଳ ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରୁ ପ୍ରାୟ ୫୦ କିମି ଏବଂ ଚାନ୍ଦବାଲିର ଉତ୍ତରପୂର୍ବ ଦିଗରୁ ପ୍ରାୟ ୬୦ କିମି ଦୂରରେ ରହିଛି। ଏହି ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି । ଏହା ମୁଖ୍ୟତଃ ଚାନ୍ଦବାଲି ଏବଂ ଦିଘା ମଧ୍ୟରେ ବାଲେଶ୍ୱର ନିକଟବର୍ତ୍ତୀ ଅଞ୍ଚଳ ଦେଇ ସ୍ଥଳଭାଗରେ … Read more

ବାଲିପାଟଣାରେ ଶିକ୍ଷାନୁଷ୍ଠାନ ପାଖରେ ଖୁଲମଖୁଲା ନିଶା ବେପାର

ବାଲିପାଟଣା:ଉଚ୍ଚଶିକ୍ଷା ବିଭାଗ ଏବଂ ଜାତୀୟ ନାର୍କୋ କୋଅର୍ଡିନେସନ୍ ସେଣ୍ଟର ପକ୍ଷରୁ କଲେଜ ପରିସରର ୫୦୦ ମିଟର ପରିଧି ମଧ୍ୟରେ ମଦ, ଗଞ୍ଜେଇ, ତମାଖୁ ସମେତ ସମସ୍ତ ପ୍ରକାର ନିଶାଦ୍ରବ୍ୟ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଆସନ୍ତା ଜୁଲାଇ ୧୫ ସୁଦ୍ଧା ଏହାର ରିପୋର୍ଟ ଦାଖଲ କରିବାକୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହି ନିର୍ଦ୍ଦେଶନାମା କେବଳ କାଗଜପତ୍ରରେ ସୀମିତ ରହିବ ନା ବାସ୍ତବରେ ପ୍ରତିଫଳିତ ହେବ, ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି … Read more

SIRରେ କଟିଲା ୨୦ ଲକ୍ଷ ୧୪ ହଜାର ଭୋଟର ନାଁ

ଭୁବନେଶ୍ୱର:ରାଜ୍ୟରେ ଚାଲିଥିବା SIR ରେ କଟିଲା ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର, ଏସ୍ ଗୋପାଳନ ।ସେ କହିଛନ୍ତି ଯେ, ଚିଠା ତାଲିକା ପ୍ରସ୍ତୁତ ହୋଇ ରାଜନୈତିକ ଦଳକୁ ଦିଆଯାଇଛି । ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଭୋଟର ଥିବା ବେଳେ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଭୋଟର ସେମାନଙ୍କ ଫର୍ମ ଦାଖଲ କରିଛନ୍ତି … Read more

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ  ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର:ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ. ଗୋପାଲନ ଅଧ୍ୟକ୍ଷତାରେ ଶନିବାର ଦିନ ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ପାଇଁ ନିଯୁକ୍ତ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ହାଇବ୍ରିଡ୍ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଏସଆଇଆର ୨୦୨୬ ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ୧୦ ଜଣ ଆଇଏଏସ ଅଧିକାରୀ ଯୋଗ ଦେଇଥିଲେ। ଏଥିରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ପ୍ରକ୍ରିୟାର ସଫଳ ସମାପ୍ତି, ଚାଲିଥିବା ଡିଜିଟାଲାଇଜେସନର … Read more

ଭୁବନେଶ୍ୱରରେ ଡ୍ରେନରେ ଭାସିଗଲେ ଯୁବକ

ଭୁବନେଶ୍ୱର: ରାଜଧାନୀରେ ଶନିବାର ପ୍ରବଳ ଲଗାଣ ବର୍ଷା ଯୋଗୁଁ ଏକ ବଡ଼ ଅଘଟଣ ଘଟିଛି। ବାଣୀବିହାର ନିକଟସ୍ଥ ଏକ ମୁଖ୍ୟ ଡ୍ରେନରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ସ୍ଥାନୀୟ ପଥରବନ୍ଧ ବସ୍ତିର ୩୫ ବର୍ଷୀୟ ଅନିଲ ସିଂହ ବୋଲି ଚିହ୍ନଟ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଅନିଲ ଡ୍ରେନ ନିକଟରୁ ପ୍ଲାଷ୍ଟିକ ବୋତଲ ଗୋଟାଉଥିବା ସମୟରେ ଅସାବଧାନତା ବଶତଃ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଖବର ପାଇ ରାଜ୍ୟ ଅଗ୍ନିଶମ ଓ … Read more