କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତକୁ ପିପିଲି ପୋଲିସ କଲା ଏନକାଉଣ୍ଟର

ପିପିଲି : କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତକୁ ପିପିଲି ପୋଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି। ଗତ ୧ ତାରିଖରେ ସିଫା ନିକଟରେ ଜଣେ କିନ୍ନରଙ୍କୁ ହତ୍ୟା କରାଯାଇଥିଲା । ତେବେ ବୁଧବାର ରାତିରେ ଓଭରବ୍ରିଜ ନିକଟ ନାଇରା ପେଟ୍ରୋଲ ପମ୍ପ ନିକଟରେ କୋଣାର୍କ ଅଞ୍ଚଳର ଅଭିଯୁକ୍ତ କ୍ରିଷ୍ଣା କାଣ୍ଡିକୁ ଏନ୍‌କାଉଣ୍ଟର କରିଛି ପୋଲିସ । ସୂଚନା ଅନୁଯାଇ ପିପିଲି ପୋଲିସ କ୍ରିଷ୍ଣାଙ୍କ ପିଛା କରୁଥିବା ବେଳେ ସେ ପୋଲିସ ଉପରକୁ ଗୁଳି ମାଡ଼ କରିଥିଲା । ଫଳରେ … Read more

କିରାଣିଙ୍କ ଘରେ ଭିଜଲାନ୍ସ ଚଢାଉ: କୋଟି କୋଟି ଟଙ୍କା ହଡପ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ କିରାଣୀ ସୁବ୍ରତ ବେହେରା କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ହସ୍ପିଟାଲର କୋଟିପତି କିରାଣୀ ସୁବ୍ରତଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ କରିଛି । ଢେଙ୍କାନାଳ ଜିଲ୍ଲା ବାଉଁଶ ପୋଖରୀ ଠାରେ ଥିବା ନିଜ ଘର, ବଅଁରପାଳ ଶଶୁରଘର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସୁସୁଡ଼ାସ୍ଥିତ ବାସଭବନରେ ଚଢ଼ାଉ ହୋଇଛି । ତିନୋଟି ଭିଜିଲାନ୍ସ ଟିମ ଚଳାଇଛନ୍ତି … Read more

ଆଇସିୟୁ ବେଡ୍‌ରୁ ରୋଗୀ ଖସିପଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ

କଟକ: ଏସସିବି ଆଇସିୟୁରୁ ଚକିତ କଲାଭଳି ଚିତ୍ର ସାମ୍ନାକୁ ଆସିଥିଲା। ଡ୍ୟୁଟିରେ ଥିବା ଡାକ୍ତର, ନର୍ସିଂ ଅଫିସର ଏବଂ ଅନ୍ୟ କର୍ମଚାରୀମାନେ କର୍ତ୍ତବ୍ୟରେ ଅବହେଳା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। କର୍ତ୍ତବ୍ୟରେ ଅବହେଳା କରିଥିବା ଜଣେ ପ୍ରଫେସରଙ୍କ ସମେତ ନର୍ସିଂ ଇନ୍‌ଚାର୍ଜ, ଦୁଇ ଜଣ ନର୍ସିଂ ଅଫିସର, ୩ ଜଣ ସୁରକ୍ଷା କର୍ମୀଙ୍କୁ ଅଧୀକ୍ଷକ ବଦଳି କରିଛନ୍ତି। ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଆସିବା ପରେ ଡ୍ୟୁଟିରେ ଥିବା ନର୍ସିଂ ଅଫିସରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ … Read more

୪ଜି ମୋବାଇଲ ନେଟୱର୍କ ପାଇଁ ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଦାବି

ନୂଆଦିଲ୍ଲୀ: କୋରାପୁଟ ସାଂସଦ ସପ୍ତଗିରି ଉଲାକା କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ସମସ୍ତ ଅଞ୍ଚଳରେ ଭରସାଯୋଗ୍ୟ ୪ଜି ମୋବାଇଲ ନେଟୱର୍କ ସେବା ଉପଲବ୍ଧ ପାଇଁ ଦାବି କରିଛନ୍ତି। ଶ୍ରୀ ଉଲାକା ଦର୍ଶାଇଛନ୍ତି ଯେ, ଉଭୟ ଜିଲ୍ଲାରେ ବହୁ ଅଞ୍ଚଳ ଏବେ ମଧ୍ୟ ମୋବାଇଲ ନେଟୱର୍କରୁ ବଞ୍ଚିତ ରହିଛି। ଯଦ୍ୱାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାଧାରଣ ଲୋକ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା, ଶିକ୍ଷା, ଜୀବନଜୀବିକା, ବ୍ୟାଙ୍କିଙ୍ଗ୍‌ ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ସେବାରୁ … Read more

ଓଡ଼ିଶାରେ ୪,୧୦୦ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୧୪୪ତମ ରାଜ୍ୟସ୍ତରୀୟ ସିଂଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA)ମାଧ୍ୟମରେ, ୨୩ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ମଞ୍ଜୁର ମିଳିଛି । ଯାହା ୪୧୧୧.୮୦ କୋଟି ନିବେଶ ସହିତ ୯୯୨୪ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ୧୧ଟି ଜିଲ୍ଲାକୁ କଭର କରି ୨୩ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ଅନୁମୋଦନ ଗୁଡ଼ିକ ଓଡ଼ିଶାର ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ନିଯୁକ୍ତି-କେନ୍ଦ୍ରିକ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା … Read more

ପ୍ରଦୂଷଣ ପ୍ରମାଣପତ୍ର ପାଇଁ ବକେୟା ଚାଲାଣ ପୈଠ କରିବାକୁ ହେବ:ହାଇକୋର୍ଟ

ଭୁବନେଶ୍ୱର :ଏଣିକି ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର(PUCC) ପାଇବାକୁ ହେଲେ, ସମସ୍ତ ପେଣ୍ଡିଂ ଟ୍ରାଫିକ ଚାଲାଣ ପଇଠ କରିବାକୁ ପଡ଼ିବ। ମଙ୍ଗଳ ବାର ଏକ ଜନସ୍ୱାର୍ଥ ମାମଲା (PIL) ର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏହି ଗୁରୁତ୍ୱପୂର୍ଣ୍ଣ ରୁଲିଂ ଦେଇଛନ୍ତି। କୋର୍ଟ ତାଙ୍କ ନିଷ୍ପତ୍ତିରେ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ର ଧାରା ୧୬୭, ଉପ-ଧାରା (୧୨) ର ଉଲ୍ଲେଖ କରିଛନ୍ତି। ଏହି ନିୟମ ଅନୁଯାୟୀ, ଯଦି କୌଣସି ଗାଡ଼ି ନାମରେ ଚାଲାଣ … Read more

ବେସାମରିକ ବିମାନବନ୍ଦର ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ଭୁବନେଶ୍ୱର: ଆଜି ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ‘ବେସାମରିକ ବିମାନବନ୍ଦର ସୁରକ୍ଷା ପ୍ରଶିକ୍ଷଣ’ ଶିବିର ଉଦଘାଟିତ ହୋଇଯାଇଛି। ଆଇନ ଓ ଶୃଙ୍ଖଳା ପୋଲିସ ଏଡିଜି ସଞ୍ଜୟ କୁମାର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ପ୍ରଶିକ୍ଷଣ ଶିବିର ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ଝାରସୁଗୁଡ଼ା, ରାଉରକେଲା, ଜୟପୁର (କୋରାପୁଟ) ଏବଂ ଉତ୍କେଲା (କଳାହାଣ୍ଡି) ବିମାନବନ୍ଦରରୁ ମୋଟ ୪୦ … Read more

ପଞ୍ଜିକା ସମୀକରଣ ବୈଠକ ସରିଲା,ନିର୍ଭୁଲ ତଥ୍ୟ ପାଇଁ ପାଞ୍ଚ ପ୍ରକାଶକଙ୍କୁ ଅନୁମତି

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଞ୍ଜିକା ସମୀକରଣ ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା। ୨୦୧୬-୨୭ ପାଞ୍ଜି ଏବଂ କ୍ୟାଲେଣ୍ଡରରେ ସମସ୍ତ ତଥ୍ୟ ନିର୍ଭୁଲ ରହିବ। ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ସମସ୍ତ ପର୍ବପର୍ବାଣି ସଠିକ୍ ଏବଂ ନିର୍ଭୁଲ ପାଇଁ ଆଲୋଚନା ହୋଇଛି। ପାଞ୍ଚଜଣ ପ୍ରକାଶକ ନିର୍ଭୁଲ ତଥ୍ୟ ପଞ୍ଜିକାରେ ପ୍ରକାଶନ କରିବେ। ଅରବିନ୍ଦ ପାଢୀ ଆହୁରି କହିଛନ୍ତି ଯେ, ମହାବିଷୁବ ସଂକ୍ରାନ୍ତି ଠାରୁ ସମସ୍ତ ଯାନିଯାତ୍ରା ଆରମ୍ଭ ହୋଇଥାଏ। ୨୦୨୭ ମସିହା ବାଡ଼ି ନୃସିଂହ … Read more

ରାଜ୍ୟରେ ଗଡ଼ିଲା ୨୫୦ ନୂଆ ଆମ୍ବୁଲାନ୍ସ ,ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟର ଜରୁରୀକାଳୀନ ଚିକିତ୍ସା ପାଇଁ ଆହୁରି ୨୫୦ଟି ନୂଆ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରୁ ନୂଆ ଆମ୍ବୁଲାନ୍ସକୁ ଲୋକାର୍ପଣ କରିଛନ୍ତି । ରାଜ୍ୟ ସରକାର ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୦୨୫ ମସିହା ଡିସେମ୍ବର ୨୩ ତାରିଖ ଦିନ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ କରାଯାଇଥିଲା … Read more

ଏସସିବି ମେଡିକାଲ ଆଇସିୟୁରେ ବେଡ ବାଡ଼ା ଭାଙ୍ଗି ଗଳିପଡିଲେ ରୋଗୀ

କଟକ: କଟକ ଏସସିବି ମେଡିକାଲର ଆଇସିୟୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚିକିତ୍ସା ଚାଲିଥିବା ସମୟରେ ଜଣେ ମହିଳା ରୋଗୀ ବେଡ୍ ରୁ ବାଡା ଭାଙ୍ଗି ତଳକୁ ଖସିପଡିଥିବା ଖବର ମିଳିଛି । ଆଇସିୟୁ ଭିତରେ ରୋଗୀ ମାନଙ୍କୁ କେମିତି ଅବହେଳା କରାଯାଉଛି ତାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ମହିଳା ରୋଗୀ ଜଣକ ବେଡ୍ ରୁ ଖସିପଡୁଥିବା ବେଳେ କେହି ଜଣେ ଏହାକୁ ମୋବାଇଲରେ ଭିଡିଓ କରିଛନ୍ତି । ଯାହାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ … Read more