ରେଙ୍ଗାଳି ବାମ ବନ୍ଧ କେନାଲ କାର୍ଯ୍ୟାଳୟରେ ପଡିଲା ତାଲା

ଢେଙ୍କାନାଳ: କଟକ କମର୍ସିଆଲ୍ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ କ୍ରମେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । ରାଜଲକ୍ଷ୍ମୀ କନଷ୍ଟ୍ରକସନ ଠିକା ସଂସ୍ଥାର ବକେୟା ଅର୍ଥ ପଇଠ କରିବାରେ ବିଫଳ ହେବାରୁ ରେଙ୍ଗାଳି ବାମ ବନ୍ଧ କେନାଲ କାର୍ଯ୍ୟାଳୟକୁ ସିଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ‘ରାଜଲକ୍ଷ୍ମୀ କନଷ୍ଟ୍ରକସନ’ ନାମକ ଏକ ଠିକା ସଂସ୍ଥା କାମାକ୍ଷାନଗର ଅଞ୍ଚଳରେ ୨୦୦୪ ମସିହାରେ ପ୍ରାୟ ୯ କୋଟି ଟଙ୍କାର କେନାଲ କାମ କରିବା ପାଇଁ ଚୁକ୍ତି କରିଥିଲା। … Read more

ମହିଳା ସଂରକ୍ଷଣ ବିଲକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ୨୦୨୩ ମସିହାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ନାମରେ ମହିଳା ସଂରକ୍ଷଣ ବିଲ ସଂସଦର ଉଭୟ ଗୃହରେ ପାରିତ ହେବା ସହିତ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲେ ମଧ୍ୟ ଏହାକୁ ୨୦୨୪ ନିର୍ବାଚନରେ ଲାଗୁ କରି ନଥିବା ବିଜେପି ଏବେ ବିରୋଧୀଙ୍କ ଅସହଯୋଗ ଯୋଗୁ ମହିଳା ସଂରକ୍ଷଣ ବିଲ ପାରିତ ହେଲା ନାହିଁ ବୋଲି ମିଛ ଅଭିଯୋଗ କରି ବିଜେପି ଯେଉଁ ଜନଆକ୍ରୋଶ ରାଲି ନାମରେ ଦେଶରେ ନାଟକ କରୁଛି । ମହିଳା ମାନଙ୍କୁ ସେମାନଙ୍କ … Read more

ଦାବି ପୂରଣ ନହେଲେ ଡାକ୍ତରମା‌ନେ ସାମୂହିକ ଇସ୍ତଫା ଦେବେ:ଓମସା

ଭୁବନେଶ୍ୱର: ଜାନୁଆରି ମାସରେ ଓମସା ଡାକ୍ତରମାନେ ଦୁଇ ଘଣ୍ଟା ଓପିଡି ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ୪ ମାସ ଭିତ‌ରେ ଡାକ୍ତରଙ୍କ ଦାବି ପୂରଣ କରିବା ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସରକାର ଦାବି ପୂରଣ ନେଇ କୌଣସି ‌ଠୋସ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ତେଣୁ ଆସନ୍ତା ଏକ ମାସ ମଧ୍ୟରେ ସରକାର ଡାକ୍ତରମାନଙ୍କ ଦାବି ପୂରଣ ନକଲେ ଡାକ୍ତରମା‌ନେ ସାମୂହିକ ଇସ୍ତଫା ଦେବେ ବୋଲି ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି । … Read more

ରାଜଧାନୀରେ ବେଧଡ଼କ ଚାଲିଛି ବେଆଇନ ରେଭ୍ ପାର୍ଟି

ଭୁବନେଶ୍ୱର: ବେଆଇନ ରେଭ୍ ପାର୍ଟିର ଆସର ବୃଦ୍ଧି ପାଉଛି ସ୍ମାର୍ଟସିଟି ଭୁବନେଶ୍ୱର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ । ପ୍ରଶାସନର ବିନା ଅନୁମତିରେ ରାତି ଅଧିଆ ନାଚଗୀତ ସାଙ୍ଗକୁ ବେଧଡ଼କ ଭାବେ ଚାଲିଛି ନିଶା କାରବାର। ଏହି କ୍ରମରେ ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ ନାମୀ ରିସର୍ଟ ଏବେ ପୋଲିସ ଏବଂ ଅବକାରୀ ବିଭାଗର ସ୍କାନରକୁ ଆସିଛି। ସହରର କୋଳାହଳରୁ ଦୂରରେ ଥିବା ବିଭିନ୍ନ ଫାର୍ମ ହାଉସ୍ ଏବଂ ରିସର୍ଟଗୁଡ଼ିକ ଏବେ ଏହି ବେଆଇନ ପାର୍ଟିର ମୁଖ୍ୟ … Read more

ରାଜଗାଙ୍ଗପୁର ଟାୟାର କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ ଥିବା ଏକ ଟାୟାର କାରଖାନାରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରାଜଗାଙ୍ଗପୁର ପଦା ଜାମପାଲିସ୍ଥିତ ‘ଆଟିଟିୟୁଡ଼ ଏକଜିମ ପ୍ରାଇଭେଟ୍ ଲିମିଟେଡ୍’  ନାମକ ଏକ ଟାୟାରରୁ ତେଲ ବାହାର କରୁଥିବା କାରଖାନାରେ ଏହି ଅଘଟଣ ଘଟିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଖବର ପାଇ ରାଜଗାଙ୍ଗପୁର ପୋଲିସ ଏବଂ କୁତ୍ରା ଓ ରାଜଗାଙ୍ଗପୁରରୁ ୩ଟି ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିଆଁର ପ୍ରକୋପ ଅଧିକ ଥିବାରୁ … Read more

ତୁରନ୍ତ ମହାନଦୀ ବିବାଦରେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ସସ୍ମିତ ପାତ୍ର

ଭୁବନେଶ୍ୱର:ମହାନଦୀ ଜଳ ବିବାଦ ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଚରଣ ମାଝୀଙ୍କୁ ନିବେଦନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି ଯେ, ମହାନଦୀ ଟ୍ରିବ୍ୟୁନାଲରେ ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ମେ ୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ତାପୂର୍ବରୁ ରାଜ୍ୟ ଜଳସଂପଦ ବିଭାଗ ଏବଂ ଆଇନ ବିଭାଗ ସହ ମୁଖ୍ୟମନ୍ତ୍ରୀ ବୈଠକ ଡାକନ୍ତୁ । ଟ୍ରବ୍ୟୁନାଲରେ ଓଡ଼ିଶା ସରକାର ଏମିତି ତଥ୍ୟ ରଖନ୍ତୁ । … Read more

୨୧୯ ନୂତନ ପ୍ରାଣିଚିକିତ୍ସାଳୟ ଓ ଲ୍ୟାବ ପାଇଁ ୧୭୭ କୋଟିର MoU ସ୍ୱାକ୍ଷରିତ

ଭୁବନେଶ୍ୱର: ବିଶ୍ୱ ପ୍ରାଣିଚିକିତ୍ସା ଦିବସ ଅବସରରେ ଶନିବାର ରାଜ୍ୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରାଣିସମ୍ପଦ, ପ୍ରାଣିସ୍ୱାସ୍ଥ୍ୟ ଓ ମତ୍ସ୍ୟପାଳନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏହି ଅବସରରେ ପ୍ରାଣିସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବା ପାଇଁ ଆଜି ରାଜ୍ୟରେ ପ୍ରାୟ ୧୦୦ କୋଟି ଟଙ୍କାରେ ନିର୍ମିତ ୭୬ ଟି ପ୍ରାଣିଚିକିତ୍ସାଳୟ ଓ ୪ ଟି ପ୍ରାଣୀ ସହାୟତା … Read more

ଭଦ୍ରକ ରେ ଇସ୍ତଫା ଦେଲେ ବିଜେଡିର ପୂର୍ବତନ ସାଂସଦ, ପୂର୍ବତନ ବିଧାୟକଙ୍କ ସହିତ ଶତାଧିକ ଛାମୁଆ କର୍ମକର୍ତ୍ତା

ଭଦ୍ରକ: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ପୂର୍ବତନ ବିଧାୟକଙ୍କ ସହିତ ଶତାଧିକ ଛାମୁଆ କର୍ମକର୍ତ୍ତା lଭଦ୍ରକ ଲୋକସଭା କ୍ଷେତ୍ରର ବିଜେଡି ନେତା ଓ କର୍ମୀମାନଙ୍କ ସମୂହ ଇସ୍ତଫା କାର୍ଯ୍ୟକ୍ରମରେ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥିନୀ ସୁବାସିନୀ ସାହୁ, ଶଶୀ ସାହୁ, ପୂବର୍ତନ ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଚିନ୍ତାମଣି ଦାସ, ପୂର୍ବତନ କାଉନସିଲର ପ୍ରଣୟ … Read more

କିଟ୍‍ଭାରତର ଶ୍ରେଷ୍ଠ ୬ଷ୍ଠ ବିଶ୍ୱବିଦ୍ୟାଳୟ ବନିଲା

ଭୁବନେଶ୍ୱର: ଚଳିତବର୍ଷ ‘ଦି ଟାଇମ୍‍ସ ହାଇଅର ଏଜୁକେସନ୍‍’ ଏସିଆ ୟୁନିଭର୍‍ସିଟି ରାଙ୍କିଂ ଫଳାଫଳ ପ୍ରକାଶ ପାଇଛି । ଗୁରୁବାର ପ୍ରକାଶିତ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍‍ସିଟି ରାଙ୍କିଂରେ କିଟ୍‍ ବିଶ୍ୱବିଦ୍ୟାଳୟ ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୬୯ ତମ ସ୍ଥାନରେ ରହିଛି। ଏହା ସହ କିଟ୍‍ ଦେଶର ସମଗ୍ର ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ୬ଷ୍ଠ ସ୍ଥାନରେ ରହିଥିବା ବେଳେ ପୂର୍ବ ଭାରତରେ ଶ୍ରେଷ୍ଠ ସ୍ଥାନରେ ରହିଛି। ଗତବର୍ଷ ଏହି ରାଙ୍କିଂରେ କିଟ୍‍ ଏସିଆ ମହାଦେଶର … Read more

ସମୁଦ୍ର ପଥରେ ଆସିପାରୁନି ତେଲ; ଓଡ଼ିଶାରେ ଲାଗୁ ହେଲା କଟକଣା

ଭୁବନେଶ୍ୱର: ଯୁଦ୍ଧ ଜାରି ରହିଥିବା ସମୟ ଭିତରେ ତୈଳ ସଙ୍କଟ ଦେଖାଦେଇଛି । ହର୍ମୁଜ୍ ପଥ ଦେଇ ତେଲ ଆସି ପାରୁନଥିବାରୁ ଭାରତରେ ଏହାର ପ୍ରଭାବ ପରିଲିକ୍ଷିତ ହେଉଛି । ଯାହାକୁ ନେଇ ଓଡିଶା ସରକାର ଆଜି ନୂଆ ନିୟମ ଆଣିଛନ୍ତି । ଏଣିକି ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଥରକେ ୫୦ ଲିଟରରୁ ଅଧିକ ଏବଂ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ୍ ବିକ୍ରି କରିପାରିବେ ନାହିଁ । ଏଥିପାଇଁ ପେଟ୍ରୋଲ ପମ୍ପ ଗୁଡ଼ିକୁ ତାଗିଦ୍ … Read more