ବଢ଼ିବନି ବିଧାୟକଙ୍କ ଦରମା

ଭୁବନେଶ୍ୱର :ବିଧାୟକଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଦରମା ବିଲ୍ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଲେ ବିଧାନସଭା ସଚିବ । ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଠାରୁ ଏନେଇ ନୋଟିସ ଆସିଥିବା ସେ ଜଣାଇଛନ୍ତି । ବିଲ୍ ପ୍ରତ୍ୟାହାର ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି ।ସୂଚନା ଅନୁଯାୟୀ, ଗତ ବର୍ଷ ବିଲ୍ ଆଗତ କରି ବାଚସ୍ପତି, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଥିଲା । ନୂଆ ବିଲ୍ … Read more

ଚଳଚଞ୍ଚଳ ଏକାମ୍ର କ୍ଷେତ୍ର: ରୁକୁଣା ରଥରେ ବିରାଜିବେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ବର: ଆଜି ପବିତ୍ର ଅଶୋକାଷ୍ଟମୀ। ଏହି ଅବସରରେ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବିଶ୍ୱପ୍ରସିଦ୍ଧ ‘ଅଣଲେଉଟା’ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କୁ ସ୍ୱାଗତ କରିବା ପାଇଁ ରଥ ଓ ପଥ ଉଭୟ ପ୍ରସ୍ତୁତ ଥିବାବେଳେ ସମଗ୍ର ଏକାମ୍ର କ୍ଷେତ୍ର ଏବେ ଭକ୍ତମୟ ହୋଇଉଠିଛି। ଭୋର ୪ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସମାପନ ପରେ ଶ୍ରଦ୍ଧାଳୁଙ୍କ ପାଇଁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ଏହାପରେ ମହାସ୍ନାନ, ସୂର୍ଯ୍ୟପୂଜା ଓ ବେଶ ନୀତି ସମ୍ପନ୍ନ … Read more

ରୁକୁଣା ରଥଯାତ୍ରା ପାଇଁ ବିଧାନସଭା ମୁଲତବୀ

ଭୁବନେଶ୍ୱର:ରୁକୁଣା ରଥଯାତ୍ରା ପାଇଁ ବିଧାନସଭା ମୁଲତବୀ । ସୋମବାର ଯାଏଁ ବିଧାନସଭାକୁ ମୁଲତବୀ ନେଇ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।ଆଜି ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ଲାଗି ପ୍ରଥମେ ବିଧାନସଭାକୁ ସାଢେ ୧୧ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପରେ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ । ହେଲେ ଥମିନଥିଲା ବିରୋଧୀଙ୍କ ବିରୋଧ ପ୍ରଦର୍ଶନ । ଏପିରିକି କକ୍ଷତ୍ୟାଗ ମଧ୍ୟ କରିଥିଲେ ବିରୋଧୀ ସଦସ୍ୟ । ଏସବୁ ବିରୋଧ ପ୍ରଦର୍ଶନ ମଧ୍ୟରେ ବାଚସ୍ପତି … Read more

ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାପାଳଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ବିସ୍ତୃତ ଆଲୋଚନା କରିଛନ୍ତି । ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡିକର ଅଗ୍ନି ନିରାପତ୍ତା ଭିତ୍ତିଭୂମି ନିମନ୍ତେ ନିରୀକ୍ଷଣ, ଆବଶ୍ୟକ ଏଷ୍ଟିମେଟ ଏବଂ ସମୟସୀମା ମଧ୍ୟରେ ଶେଷ କରିବାକୁ ସମସ୍ତ ଜିଲ୍ଲାପାଳ … Read more

ବିଜେଡିକୁ ଫେରିଲେ ରଘୁନାଥ ଓ ଜୀବନ ପ୍ରଦୀପ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଦୀର୍ଘ ବର୍ଷ ପରେ ପୁଣି ନିଜ ପୁରୁଣା ଦଳ ବିଜୁ ଜନତା ଦଳକୁ ଫେରିଛନ୍ତି। ତାଙ୍କ ସହ ବାଲେଶ୍ୱରର ଅନ୍ୟତମ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ମଧ୍ୟ ଆଜି ଆନୁଷ୍ଠାନିକ ଭାବେ ଶଙ୍ଖ ଧରିଛନ୍ତି। ଶଙ୍ଖ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ … Read more

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଅଡିଟର୍‌

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ (RDE) କାର୍ଯ୍ୟାଳୟର ଅଡିଟର ଅମ୍ବିକା ପ୍ରସାଦ ରଥ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଜଣେ କଲେଜ କର୍ମଚାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି। ଖୋର୍ଦ୍ଧା ଜିଲ୍ଲାର ଏକ ଡିଗ୍ରୀ କଲେଜ କର୍ମଚାରୀଙ୍କ ସର୍ଭିସ୍ ବୁକ୍ ଅନୁଯାୟୀ MACP ଯୋଜନାରେ ଦରମା ନିର୍ଦ୍ଧାରଣ ଓ ସେବା ଯାଞ୍ଚ ପାଇଁ ସେ ୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଗତକାଲି (ମଙ୍ଗଳବାର) … Read more

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ

ପୁରୀ :ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି ଟିମ୍ । ଏହି ସ୍ବତନ୍ତ୍ର ପ୍ରତିନିଧି ଦଳରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ଦେଉଳକରଣ, ତଢଉକରଣ, ଭଣ୍ଡାର ମେକାପ ସାମିଲ ଅଛନ୍ତି । ଜିଓଲୋଜିଷ୍ଟ, ସ୍ବର୍ଣ୍ଣକାର, ଆରବିଆଇ ଅଧିକାରୀ ମଧ୍ୟ ଟିମ୍‌ରେ ସାମିଲ ଅଛନ୍ତ । ୧୨ଟା ୯ରୁ ୧ଟା ୪୫ ମିନିଟ୍ ରହିଛି ଶୁଭ ମୁହୂର୍ତ୍ତ । ଯଥେଷ୍ଟ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛି ଟିମ୍ । ଗଣତି ମଣତିର ସମ୍ପୂର୍ଣ୍ଣ … Read more

କଳା ରଙ୍ଗର ଟି-ସାର୍ଟ ପିନ୍ଧି ବିଧାନସଭା ରେ ବିରୋଧୀ ଦଳ ର ନାରାବାଜୀ

ଭୁବନେଶ୍ୱର: ଆଜି ମଧ୍ୟ ଏସସିବି ଘଟଣାକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଛି lବିଜେଡ଼ି ବିଧାୟକମାନେ ଆଜି ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି । କଳା ରଙ୍ଗର ଟି-ସାର୍ଟ ପିନ୍ଧି ଗୃହରେ ହଙ୍ଗମା କରିଛନ୍ତି ।ଯେଉଁଥିରେ ଲେଖାଯାଇଥିଲା ‘ଦୁର୍ବଳ ମୁଖ୍ୟମନ୍ତ୍ରୀ’ ଓ ‘ଶକ୍ତିଶାଳୀ ସ୍ୱାସ୍ଥ୍ୟ ମନ୍ତ୍ରୀ’ । ପ୍ରଶ୍ନ କାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ ପୁଣି ଥରେ … Read more

ପ୍ରଭାତଙ୍କ ବିଶ୍ୱାଳ ଙ୍କ ବାସଭବନରେ ଏକାଠି ହେଲେ ଅସନ୍ତୁଷ୍ଟ କର୍ପୋରେଟର

କଟକ:କଟକରେ ବିଜେଡିରେ ଏକପ୍ରକାର ଅସ୍ଥିରତା ସୃଷ୍ଟି ହୋଇଛି। ସୌଭିକଙ୍କ ନିଲମ୍ବନକୁ ଜୋରଦାର ବିରୋଧ କରିଛନ୍ତି କଟକ ବିଜେଡିର କର୍ମୀ। ଏହା ମଧ୍ୟରେ ପ୍ରଭାତ ବିଶ୍ୱାଳଙ୍କ ଘରେ ମେଳି କରିଛନ୍ତି ବିଜେଡି କର୍ପୋରେଟର। ମଙ୍ଗଳବାର ଦିନ ୧୩ ବିଜେଡି କର୍ପୋରେଟର ପ୍ରଭାତଙ୍କ ମହାନଦୀ ବିହାର ବାସ ଭବନରେ ଏକାଠି ହୋଇଛନ୍ତି। ଏହା ପରେ ଆରମ୍ଭ ହୋଇଛି ରୁଦ୍ଧ ଦ୍ଵାର ବୈଠକ। ପ୍ରଭାତ ବିଶ୍ଵାଳ ଦଳରୁ ବହିସ୍କୃତ ହେବା ଏବଂ ବିଧାୟକ ସୌଭିକ ବିଶ୍ଵାଳ ବିଜେଡିରୁ ନିଲମ୍ବିତ ହେବା ପରେ … Read more

ଶିଶୁ ମୃତ୍ୟୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର :କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଚାନ୍ଦପୁର ଏକ ଏକ ଶିଶୁ ସାଇକେଲ ଧକ୍କାରେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। କିନ୍ତୁ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଆଜି ପୋଷ୍ଟମର୍ଟମ ଓ୍ବାର୍ଡରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି। ମୃତକର ପରିବାର ଡାକ୍ତର ଓ ନର୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ … Read more