ଭୁବନେଶ୍ୱର ବିମାନ ବନ୍ଦରରୁ ୬ କୋଟିର ଗଞ୍ଜେଇ ଜବତ

ଭୁବନେଶ୍ଵର : ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ଭୁବନେଶ୍ବର ବିମାନବନ୍ଦରରୁ ଦୁଇ ଅଭିଯୁକ୍ତଙ୍କ ନିକଟରୁ ୬ କୋଟିର ମାରିଜୁଆନା ଜବତ ହୋଇଥିବା ସୂଚନା ମିଳିଛି। ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଏୟାରପୋର୍ଟରୁ ଜବତ କରିବା ସହ ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି। ଦୁଇ ଅଭିଯୁକ୍ତ ତାମିଲ ବୋଲି ଜଣାପଡ଼ିଛି । ଜବତ ଗଞ୍ଜେଇର ଓଜନ ପ୍ରାୟ ୬ କିଲୋ ହୋଇଥିବାବେଳେ ଏହାର ବଜାର ମୂଲ୍ୟ ୬ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି l

ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରମ ବିଭାଗର ନୂଆ ଗାଇଡଲାଇନ

ଭୁବନେଶ୍ୱର: ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ପାଇଁ ଶ୍ରମିକମାନଙ୍କ ନିମନ୍ତେ ନୂଆ ଗାଇଡ୍‌ଲାଇନ୍ ଜାରି ହୋଇଛି । ଏପ୍ରିଲ ୧ରୁ ଜୁନ୍‌ ୧୫ ମଧ୍ୟରେ ଦିନ ୧୧ରୁ ଅପରାହ୍ନ ୩ଟା କାମ ମନା । ସମସ୍ତ ବାଣିଜ୍ୟ, ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ଏହି କଟକଣା ଲାଗୁ ରହିବ ।ଏପ୍ରିଲ ମାସ ୧ ତାରିଖରୁ ଜୁନ ମାସ ୧୫ ତାରିଖ ଯାଏଁ ପ୍ରତ୍ୟହ ପୂର୍ବାହ୍ନ ୧୧ ଘଣ୍ଟାରୁ ଅପରାହ୍ନ … Read more

ଶ୍ରୀମନ୍ଦିର ମାଟି ତଳେ ଗଙ୍ଗ ବଂଶର ଗାରିମା

ପୁରୀ :ଶ୍ରୀକ୍ଷେତ୍ରର ମାଟି ତଳେ ଭର୍ତ୍ତି ହୋଇ ରହିଛି ଗଙ୍ଗବଂଶର କୀର୍ତ୍ତିରାଜି । ଜିପିଆର ସର୍ଭେ ରିପୋର୍ଟରେ ଏହି ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଶ୍ରୀମନ୍ଦିରଠାରୁ ସମୁଦ୍ର ପର୍ଯ୍ୟନ୍ତ ରହିଛି ସୁଡ଼ଙ୍ଗ । ୨୧.୬ବର୍ଗମିଟର ପରିମିତ ଅଞ୍ଚଳରେ କୋଠା ରହିଛି।ଏ ଠାରୁ ଏଚ୍ ପର୍ଯ୍ୟନ୍ତ କାଟଗୋରୀ ର ରହିଛି ସର୍ଭେ ରିପୋର୍ଟ । ‘ଏରିଆ-ଏଚ୍‌’ ବା ଏମାର ମଠ ସହ ନୃସିଂହ ମନ୍ଦିର, ବୁଢ଼ୀ ମା’ ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର ରାସ୍ତା ଅଞ୍ଚଳରେ ଏଭଳି ୪୩ଟି … Read more

ରାଜ୍ୟରେ ଗ୍ୟାସ୍ ସଙ୍କଟ ନାହିଁ:ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର:ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ଅଛି। ଲୋକଙ୍କୁ ବିଚଳିତ ନହେବାକୁ ପରାମର୍ଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଗ୍ୟାସ ସଙ୍କଟକୁ ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ତା’ପୂର୍ବରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶାରେ ବର୍ତ୍ତମାନ କୌଣସି ଗ୍ୟାସ ସଙ୍କଟ ନାହିଁ । ସିଲିଣ୍ଡର ଗ୍ୟାସ ଉପଲବ୍ଧ ଥିବାରୁ ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ପୂର୍ବରୁ କମର୍ସିଆଲ ଗ୍ୟାସ ବଣ୍ଟନ ୨୦ … Read more

ସାଢେ ୧୨ ପର୍ଯ୍ୟନ୍ତ ଗୃହ ମୁଲତବୀ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ଵର: ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ସଦସ୍ୟମାନେ ନାରାବାଜି କରିଥିଲେ। ଯାହାକୁ ନେଇ ବାଚସ୍ପତି ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏସ୍‌ସିବି ଅଗ୍ନିକାଣ୍ଡକୁ ନେଇ କଂଗ୍ରେସ-ବିଜେଡି ବିଧାୟକଙ୍କ ହୋହଲ୍ଲା କରିଥିଲେ। ପୁର୍ନବାର ବାଚସ୍ପତି ଗୃହକୁ ୧୨ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ସହ ସର୍ବଦଳୀୟ ବୈଠକ ମଧ୍ୟ ଡାକିଛନ୍ତି।

ନିଲମ୍ବିତ ୬ ବିଧାୟକଙ୍କ ସଭ୍ୟପଦ ରଦ୍ଧ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବ ବିଜେଡି

ଭୁବନେଶ୍ବର: ନିଲମ୍ବିତ ୬ ବିଧାୟକଙ୍କ ସଭ୍ୟପଦ ରଦ୍ଧ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବ ବିଜେଡି। ପ୍ରଥମେ ସଭ୍ୟପଦ ରଦ୍ଧ ପାଇଁ ବାଚସ୍ପତିଙ୍କ ଅବଗତ କରିବ ବିଜେଡ଼ି। ଆସନ୍ତା ୨ ଦିନ ମଧ୍ୟରେ ଏ ନେଇ ବିଧାନସଭା ବାଚସ୍ପତିଙ୍କୁ ବିଜେଡ଼ି ପକ୍ଷରୁ ଅବଗତ କରାଯିବ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।ଯଦି ବାଚସ୍ପତିଙ୍କ ନିକଟରେ କିଛି ନ ହୁଏ ତାହା ହେଲେ ହାଇକୋର୍ଟ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ବିଜେଡି ଯିବ। ୬ ଜଣ ବିଧାୟକ … Read more

ବଦଳିଲେ SCB ର ଡିନ୍ ଓ ଅଧ୍ୟକ୍ଷା

କଟକ:ବଦଳିଲେ SCB ମେଡିକାଲ କଲେଜ ଡିନ ଓ ମେଡିକାଲ୍ ଅଧୀକ୍ଷକ। ପ୍ରତିଭା ପଣ୍ଡା ଏସସିବିର ଡିନ୍ ଏବଂ ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରତିଭା ପଣ୍ଡା ବର୍ତ୍ତମାନ ବାରିପଦା ପିଆରଏମ ମେଡିକାଲ୍ କଲେଜ୍ ଡିନ, ଅଧ୍ୟକ୍ଷା ଭାବେ କାର୍ଯ୍ୟରତ। ଅନ୍ୟପଟେ ଏସସିବି ଡିନ୍ ଓ ଅଧ୍ୟକ୍ଷା ଦାୟିତ୍ଵରେ ଥିବା ଲୁସି ଦାସ ପଦରୁ ହଟିଛନ୍ତି। ନିର୍ମଳ ମହାପାତ୍ରଙ୍କୁ ପିଆରଏମ ମେଡିକାଲ୍ ଡିନ୍, ଅଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି। ଜ୍ୟୋତିଷ ଚନ୍ଦ୍ର ଚୌଧୁରି ଏସସିବି ଅଧୀକ୍ଷକ ନିଯୁକ୍ତ ହୋଇଛନ୍ତି। ଏ … Read more

ମୋବାଇଲ୍ ବ୍ୟବହାରରେ ଓଡିଶାର ସ୍ଥାନ ଷଷ୍ଠ

ଭୁବନେଶ୍ୱର: ବର୍ତ୍ତମାନ କୁନି ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ହାତରେ ମୋବାଇଲ ରହୁଛି । ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି ଯେ ଚଳିତବର୍ଷ ଜାନୁଆରି ମାସରେ ଓଡ଼ିଶାର ମୋଟ ମୋବାଇଲ୍ ଫୋନ୍ ଗ୍ରାହକଙ୍କ ସଂଖ୍ୟା ୩.୭୫ କୋଟି ଟପିଛି। ଜାନୁଆରି ମାସରେ ୨,୫୬,୦୩୩ ଜଣ ଗ୍ରାହକ ଯୋଡ଼ି ହେବା ଫଳରେ ମୋଟ ଗ୍ରାହକଙ୍କ ସଂଖ୍ୟା ୩,୭୫,୧୮,୩୩୧ରେ ପହଞ୍ଚିଛି। ରାଜ୍ୟରେ ବର୍ତ୍ତମାନ ରାଷ୍ଟ୍ରାୟତ୍ତ କମ୍ପାନି ବିଏସ୍ଏନ୍ଏଲ୍ ସମେତ ମୋଟ ୪ଟି … Read more

BJD ଛାଡ଼ିଲେ ଆଉ ୨ ନେତା

ଭୁବନେଶ୍ୱର: ସୁବାସିନୀ ଜେନାଙ୍କୁ ସସପେଣ୍ଡ ପରେ ଦଳ ଛାଡ଼ିଲେ ତୃଣମୂଳ ନେତା। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା, ଛାତ୍ର ସଭାପତି ସୁଶାନ୍ତ ବେହେରା ଦେଇଛନ୍ତି ଇସ୍ତଫା। ଉଭୟ ସଭାପତି ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଧାୟିକା ସୁବାସିନୀ ଜେନାଙ୍କ ନିଲମ୍ବନକୁ ବିରୋଧ କରି ଦଳ ଛାଡ଼ିଲେ। ତିନି ତିନି ଥରର ବ୍ଲକ ସଭାପତି ଅନୀଲ କୁମାର ମହାନ୍ତିଙ୍କ ଇସ୍ତଫା। ସୁବାସିନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗତକାଲି ଦଳ ଛାଡ଼ିଥିଲେ ଅନୀଲ … Read more

କିମସରେ ପେଡିଆଟ୍ରିକ୍ସ ଅପଡେଟ୍ ୨.୦

ଭୁବନେଶ୍ୱର: ‘କିମସ ପେଡିଆଟ୍ରିକ୍ସ ଅପଡେଟ୍ ୨.୦’ ସମ୍ମିଳନୀରେ ପ୍ରମୁଖ ଶିଶୁ ବିଶେଷଜ୍ଞ ଏବଂ ଚିକିତ୍ସକମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନବଜାତ ଶିଶୁର ଯତ୍ନ, ଶିଶୁ ଆଘାତ, ଜନ୍ମଗତ ହୃଦରୋଗ ଓ ଟୀକା ସମ୍ବନ୍ଧୀୟ ଅପଡେଟ୍ ସଂପର୍କରେ ବହୁବିଧ ଶିକ୍ଷାଗତ ଅଧିବେଶନ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଉପରେ ସୂଚନା ଦେଇ କିମ୍‍ସ ଶିଶୁ ରୋଗ ବିଭାଗ ମୁଖ୍ୟ ଡା ସେବାରଞ୍ଜନ ବିଶ୍ୱାଳ କହିଲେ, ଡାକ୍ତର ଓ ବିଶେଷଜ୍ଞଙ୍କ ପାଇଁ ଜ୍ଞାନ ବିନିମୟ ଓ ଶିଶୁ ଯତ୍ନରେ ବିକଶିତ ଅଭ୍ୟାସଗୁଡ଼ିକ ଉପରେ ବିଚାର ବିମର୍ଶ … Read more