ଓଡ଼ିଶା କ୍ୟାଡରର ଯୁବ IPS ଅଭିଜିତ ରାମଦାସଙ୍କ ଇସ୍ତଫା

ଭୁବନେଶ୍ୱର: ୨୦୨୫ ବ୍ୟାଚର ଯୁବ ଆଇପିଏସ୍ ଅଫିସର ୩୩ ବର୍ଷୀୟ ଅଭିଜିତ ରାମଦାସ ଚାକିରିରୁ ଇସ୍ତଫା ଦେଇଛନ୍ତି । ମହରାଷ୍ଟ୍ର ବାରାମତୀ ଅଞ୍ଚଳର ଅଭିଜିତ ଗତ ବର୍ଷ ଆଇପିଏସ୍ ପାଇଥିଲେ । ତାଙ୍କୁ ଓଡ଼ିଶା କ୍ୟାଡର ମିଳିଥିଲା। ତେବେ ତାଙ୍କୁ ଏ ପର୍ଯ୍ୟନ୍ତ ଓଡ଼ିଶାରେ ନିଯୁକ୍ତି ମିଳିନଥିଲା। ବର୍ତ୍ତମାନ ସେ ପ୍ରୋବେସନାରୀ ଆଇପିଏସ୍ ଅଧିକାରୀ ଭାବେ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପଲିସ ଏକାଡେମୀରେ ପ୍ରଥମ ପର୍ଯ୍ୟାୟ ଟ୍ରେନିଂ ନେଉଥିଲେ | ଅଭିଜିତଙ୍କ ଇସ୍ତଫା … Read more

ଏଫଏମ୍ ବିଶ୍ୱବିଦ୍ୟାଳୟରେ ବିଏସ୍‌ସି ନର୍ସିଂ ପରୀକ୍ଷା ବିବାଦର ଅନ୍ତ

ଭୁବନେଶ୍ବର: ବାଲେଶ୍ୱର ଫକୀର ମୋହନ (ଏଫଏମ୍) ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ୯ଟି କଲେଜର ବିଏସ୍‌ସି ନର୍ସିଂ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବିବାଦର ଅନ୍ତ ଘଟିଛି। ଶତାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହେବା ପରେ ସୃଷ୍ଟି ହୋଇଥିବା ତୀବ୍ର ଅସନ୍ତୋଷ ଭିତରେ ଶେଷରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଆଜି ଅପରାହ୍ନ ୪ଟା ୩୦ ସୁଦ୍ଧା ଫର୍ମ ଫିଲପ୍ ଶେଷ କରିବାକୁ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ନିର୍ଦ୍ଦେଶ ଦେଇଛନ୍ତି। ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା … Read more

ଲାଞ୍ଚ ନେବା ବେଳେ ଫସିଲେ ନାଚୁଣୀ ଥାନାର ASI ଅକ୍ଷୟ ସେଠୀ

ଭୁବନେଶ୍ବର: ଜମିଜମା ମାମଲାର ରଫାଦଫା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ପୋଲିସ ଅଧିକାରୀ। ସେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନାର ଏଏସ୍‌ଆଇ (ASI) ଅକ୍ଷୟ କୁମାର ସେଠୀ। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ରଙ୍ଗେହାତ ଗିରଫ କରିଛି। ଏକ ଜମିଜମା ବିବାଦର ସମାଧାନ କରିବା ପାଇଁ ASI ଅକ୍ଷୟ ସେଠୀ ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିଥିଲେ। ତେବେ ଅଭିଯୋଗକାରୀ ଜଣକ ଲାଞ୍ଚ ଦେବାକୁ ଚାହିଁ … Read more

ଭାରତୀୟ ହକି ଦଳରେ ଓଡ଼ିଶାର ଦୁଇ ଝିଅଙ୍କୁ ସୁଯୋଗ

ଭୁବନେଶ୍ୱର: ଜାପାନରେ ଅନୁଷ୍ଠିତ ହେବାକୁ ଥିବା ୨୦ତମ ଏସିଆନ ଗେମ୍ସ-୨୦୨୬ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷଣା ହୋଇଛି। ଏହା ଆସନ୍ତା ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ | ହକି ଇଣ୍ଡିଆ ପକ୍ଷରୁ ଶୁକ୍ରବାର ଘୋଷିତ ଏହି ୨୦ ଜଣିଆ ଦଳର ଅଧିନାୟକ ଦାୟିତ୍ୱ ପୁଣି ଥରେ ଷ୍ଟାର୍ ଖେଳାଳି ସଲିମା ଟେଟେଙ୍କୁ ପ୍ରଦାନ କରାଯାଇଛି। ସଲିମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଗତ ମାସରେ ନ୍ୟୁଜିଲାଣ୍ଡରେ ଏଫଆଇଏଚ ନେସନ୍ସ କପ୍ ଟାଇଟଲ୍ ଜିତି … Read more

ଇଭି ବିକ୍ରିରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ସହ ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ଉପରେ ଚାପ ବଢ଼ିଛି। ଏହାର ସିଧାସଳଖ ପ୍ରଭାବ ଗାଡ଼ି କିଣୁଥିବା ଗ୍ରାହକଙ୍କ ଉପରେ ପଡ଼ିଥିବା ବେଳେ ବର୍ତ୍ତମାନ ଅଧିକାଂଶ ଲୋକ ଇଲେକ୍ଟ୍ରିକ୍ ଭେହିକଲ୍ (EV) ଓ ସିଏନ୍‌ଜି ଭଳି ବିକଳ୍ପ ଇନ୍ଧନ ଚାଳିତ ଗାଡ଼ିକୁ ପସନ୍ଦ କରୁଛନ୍ତି। ଏହାର ପ୍ରଭାବରେ ଗତ ଜୁନ୍‌ ମାସରେ ଦେଶରେ ଇଭି ବିକ୍ରି ପ୍ରାୟ ୪୦ ପ୍ରତିଶତ … Read more

ବଲାଙ୍ଗିରରେ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ତୁଷୁରା ଅବକାରୀ ବିଭାଗ ଚଢ଼ାଉ କରି ପ୍ରାୟ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ଅବକାରୀ ବିଭାଗକୁ ପୂର୍ବରୁ ଖବର ମିଳିଥିଲା ଯେ କନ୍ଧମାଳର ବାଲିଗୁଡ଼ାରୁ ଦୁଇଟି ପିକ୍‌ଅପ୍‌ ଭ୍ୟାନ୍‌ରେ ଗଞ୍ଜେଇ ଦିଲ୍ଲୀକୁ ଚାଲାଣ ହେଉଛି। ଅବକାରୀ ବିଭାଗ ଡାଙ୍ଗାପଥର ଓ ପାଇକ ସମରା ଛକ … Read more

୨୦୨୭ ପଞ୍ଚାୟତ-ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ୨୦୨୭ରେ ହେବାକୁ ଥିବା ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ଓ ସ୍ୱଚ୍ଛ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆସନ୍ତା ଜୁଲାଇ ୨୧ ତାରିଖ ସକାଳ ୧୧ଟା ୩୦ ମିନିଟରେ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଏକ ଉଚ୍ଚସ୍ତରୀୟ ଭିଡିଓ କନଫରେନ୍ସ ଅନୁଷ୍ଠିତ ହେବ। ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଓଏସ୍‌ୱାନ୍ (OSWAN) ପ୍ଲାଟଫର୍ମ ମାଧ୍ୟମରେ ହେବାକୁ ଥିବା ଏହି … Read more

କାଠଯୋଡ଼ି ନଦୀ ପଠାରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

କଟକ: ପୁରୀଘାଟ ଗଡ଼ା ନିକଟସ୍ଥ କାଠଯୋଡ଼ି ନଦୀ ପଠାରୁ ଜଣେ ଅଜ୍ଞାତ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଠାବ ହୋଇଛି । ମହିଳାଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୁଣ୍ଡ କାଟି ଶବକୁ ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୁଣ୍ଡବିହୀନ ମୃତଦେହ ହୋଇଥିବାରୁ ମୃତକଙ୍କୁ ଚିହ୍ନଟ କରିବା ପୋଲିସ ପାଇଁ ଏକ ବଡ଼ସମସ୍ୟା ସୃଷ୍ଟି କରିଛି । ସୂଚନା ଅନୁଯାୟୀ , ଗୁରୁବାର ଦିନ ସ୍ଥାନୀୟ ଲୋକେ କାଠଯୋଡ଼ି ପଠାରେ ଏକ … Read more

ଚାନ୍ଦିପୁରରୁ ପିନାକ LRGRର ସଫଳ ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜରୁ ‘ପିନାକ’ ଲଙ୍ଗ୍‌ ରେଞ୍ଜ ଗାଇଡେଡ୍ ରକେଟ୍ (LRGR)ର ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ଗତ ୮ ଜୁଲାଇ ରେ ଏହି ପରୀକ୍ଷା ସମ୍ପନ୍ନ ହୋଇଛି। ବ୍ୟବହାରକାରୀଙ୍କ (ସେନା) ଆବଶ୍ୟକତା ଅନୁଯାୟୀ, ରକେଟ୍‌ର ସର୍ବନିମ୍ନ ୬୦ କିଲୋମିଟର ରେଞ୍ଜ୍‌ କ୍ଷମତାର ପରୀକ୍ଷା କରାଯାଇଥିଲା। ଯୋଜନା ଅନୁଯାୟୀ, ଉଡ଼ାଣ ସମୟରେ ରକେଟ୍‌ଟି ନିଜର ସମସ୍ତ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବା ସହ … Read more

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସମୀକ୍ଷା ବୈଠକ :ମାର୍ଚ୍ଚ ୨୦୨୭ ସୁଦ୍ଧା ନିର୍ମାଣ ହେବ ୨୨୦୦ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ନୂତନ ସରକାର ଆସିବା ପରେ ପ୍ରଥମ ଦିନରୁ ହିଁ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ପ୍ରକଳ୍ପକୁ ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ (Flagship Programme) ଭାବେ ଗ୍ରହଣ କରାଯାଇଛି। ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ସରକାର ପ୍ରାୟ ୨୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର … Read more