ବ୍ରଜ ମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡକ୍ଟର ବ୍ରଜମୋହନ ରାମଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସେ ଖୁବଶୀଘ୍ର ରାଜ୍ୟପାଳ ଭବନର ଦାୟିତ୍ୱ ଗ୍ରହଣ କରିବେ l ୧୯୫୮ ଜାନୁଆରୀ ୧ ତାରିଖରେ ଝାଡ଼ଖଣ୍ଡର ପଲାମୁ ଜିଲ୍ଲା ଅନ୍ତର୍ଗତ ଚାନ୍ଦୱାଠାରେ ତାଙ୍କର ଜନ୍ମ । ସେ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ୧୯୮୧ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ପୂର୍ବରୁ ବିହାର … Read more

ବାଣୀ ବିହାରରେ ଛାତ୍ର ସଂସଦ ନିର୍ବାଚନ ପ୍ରଚାର ବେଳେ ବୋମାମାଡ଼ ଅଭିଯୋଗ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି। ନିର୍ବାଚନ ପ୍ରଚାର ଚାଲିଥିବା ସମୟରେ ବାଣୀ ବିହାରରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବାବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କ୍ୟାମ୍ପସରେ ୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ କ୍ୟାମ୍ପସରେ ବୋମା ଫୁଟିବା ଭଳି ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ … Read more

ଏବିଇଓଙ୍କ ଘରେ ଭିଜିଲାନ୍ସ ରେଡ୍: ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଯାଜପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ (ଏବିଇଓ) ଜୟଦେବ ଜେନାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୋମବାର ବ୍ରହ୍ମପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ତାଙ୍କର ଏକାଧିକ ଠିକଣାରେ ଏକକାଳୀନ ଚାଷୀ/ତଲାସୀ ଜାରି ରହିଛି। ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ଥିବା ମୋଟ ୭ଟି ସ୍ଥାନରେ ଏହି ଚଢ଼ାଉ କରାଯାଉଛି। ଏହି ଚଢ଼ାଉରେ ୩ ଜଣ … Read more

ଏସସିବି ମେଡିକାଲରେ ମାନସିକ ରୋଗୀଙ୍କ ମୃତ୍ୟୁ ଘଟଣା ରେ ଦୁଇ ଜଣ କର୍ମଚାରୀ ଗିରଫ

କଟକ: ଏସସିବି ମେଡିକାଲର ମାନସିକ ରୋଗ ବିଭାଗରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଘଟଣାରେ କମିଶନରେଟ୍ ପୋଲିସ ତଦନ୍ତ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୃତ ରୋଗୀଜଣକ ହେଉଛନ୍ତି ଯାଜପୁର ଅଞ୍ଚଳର ଶ୍ରୀକାନ୍ତ ଦାସ। ଗତ ସେପ୍ଟେମ୍ବର ୨୮ ତାରିଖରେ ତାଙ୍କୁ ଏହି ବିଭାଗରେ ଭର୍ତ୍ତି କରାଯାଇଥିବା ବେଳେ ସେପ୍ଟେମ୍ବର ୩୦ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେଯେ ଶ୍ରୀକାନ୍ତଙ୍କୁ ମାନସିକ ରୋଗ ବିଭାଗରେ ପ୍ଲାଷ୍ଟିକ … Read more

ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ; ୧୩ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯହା ଆଗକୁ ଉତ୍ତର ଆଣ୍ଡାମାନ ଦିଗକୁ ଅଗ୍ରସର ହୋଇପାରେ। ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ଆକଳନ ଅନୁସାରେ, ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବଡ଼ କିମ୍ବା ଲଗାଣ ବର୍ଷାର ସମ୍ଭାବନା କମ୍ ଥିବାବେଳେ ମୁଖ୍ୟତଃ ଦଶହରାରେ ପାଗ ଶୁଖିଲା ରହିବ। ଆସନ୍ତା ୫ ଦିନ ଯାଏଁ … Read more

ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ବାତିଲ କରିବାକୁ କଲେଜ ଅଧ୍ୟକ୍ଷ ଓ କୁଳପତିମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ: ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ଦଳର ଦାବି ଅନୁସାରେ, ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ବାତିଲ କରିବାକୁ କଲେଜ ଅଧ୍ୟକ୍ଷ ଓ କୁଳପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଥିବା ମଧ୍ୟ ଦଳ ଅଭିଯୋଗ କରିଛି। ବିଜେଡି କହିଛି, ଆଇନଶୃଙ୍ଖଳା ସମସ୍ୟା ନଥିବା ସତ୍ତ୍ୱେ କେତେକ କଲେଜରେ ନିର୍ବାଚନ ବାତିଲ କରାଯାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ ହେଉଥିବା ଦଳ ଅଭିଯୋଗ କରିଛି। ଦଳ … Read more

R&B ଡିଭିଜନ୍‌ରେ ୯.୨୪ କୋଟି ଟଙ୍କା ହଡ଼ପ ମାମଲା: ଆଉ ୩ ଗିରଫ

ଭୁବନେଶ୍ବର: ଭିଜିଲାନ୍ସ ବିଭାଗ ପକ୍ଷରୁ R&B ଡିଭିଜନ୍-୧ କାର୍ଯ୍ୟାଳୟରେ ଘଟିଥିବା ୯ କୋଟି ୨୪ ଲକ୍ଷରୁ ଅଧିକ ଟଙ୍କା ସରକାରୀ ଅର୍ଥ ହଡ଼ପ ଘଟଣାରେ ଆଉ ତିନି ଜଣ ସରକାରୀ କର୍ମଚାରୀ ଗିରଫ ହୋଇଛନ୍ତି। ଏହାକୁ ମିଶାଇ ଏହି ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୯ରେ ପହଞ୍ଚିଛି। ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ସିନିୟର ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରା, ପୁରୀ R&B ଡିଭିଜନ୍‌ର ସିନିୟର ଆସିଷ୍ଟାଣ୍ଟ ବିଶ୍ୱନାଥ … Read more

ପବିତ୍ର ମହାଳୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତୀର୍ଥକ୍ଷେତ୍ରରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମହାଳୟା ତିଥି। ଏହି ଅବସରରେ ଦେଶବ୍ୟାପୀ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପିତୃପୁରୁଷଙ୍କୁ ସ୍ମରଣ କରାଯାଇ ପିଣ୍ଡଦାନ ଏବଂ ତର୍ପଣ କରାଯାଉଛି। ହିନ୍ଦୁ ଧାର୍ମିକ ପରମ୍ପରା ଅନୁସାରେ, ପିତୃପକ୍ଷର ଶେଷ ଦିନରେ ପୂର୍ବପୁରୁଷଙ୍କୁ ସ୍ମରଣ କରି ସେମାନଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ କରାଯାଏ। ପଞ୍ଜିକା ଅନୁସାରେ, ଚଳିତ ବର୍ଷ ଅମାବାସ୍ୟା ତିଥି ଅକ୍ଟୋବର ୯ ରାତି ପ୍ରାୟ ୯ଟା ୩୫ରୁ ଆରମ୍ଭ ହୋଇ ଅକ୍ଟୋବର ୧୦ … Read more

ବିଡ଼ିଓଙ୍କ ମନମୁଖି କାର୍ଯ୍ୟକୁ ବିରୋଧ, ବିଜେଡି-ବିଜେପି ମୁହାଁମୁହିଁ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ବିଜେଡି ସମର୍ଥିତ ଜନ ପ୍ରତିନିଧି ମାନେ ବ୍ଲକ ମୁଖ୍ୟ ଫାଟକ ସାମ୍ନାରେ ତାଲା ପକାଇ ଆମରଣ ଅନଶନରେ ବସିଥିଲେ । ବ୍ଲକ ଭିତରକୁ କର୍ମଚାରୀ ମାନେ ପ୍ରବେଶ କରିପାରୁ ନଥିଲେ । ଫଳରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକରେ ସେବା ସଂକଳ୍ପ ଦିବସ କାର୍ଯ୍ୟକ୍ରମ ଥିବା ବେଳେ ମହିଳା ମହାବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ସାମର୍ଥ୍ୟ ଶିବିର ଆୟୋଜନ … Read more

ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ କେନ୍ଦ୍ରର ସବୁଜ ସଙ୍କେତ:ଜଗନ୍ନାଥବଲ୍ଲଭ ପ୍ରକଳ୍ପ ପାଇଁ ୬୫୮.୦୩ କୋଟି ଟଙ୍କା ମଞ୍ଜୁର

ପୁରୀ: ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସରୁବାଲିଠାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତିକ ବିମାନବନ୍ଦର ପ୍ରକଳ୍ପକୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଚୂଡ଼ାନ୍ତ ପରିବେଶ ମଞ୍ଜୁରୀ ସହ ଉପକୂଳ ନିୟାମକ କ୍ଷେତ୍ର (ସିଆରଜେଡ୍‌) କ୍ଲିୟରାନ୍ସ ପ୍ରଦାନ କରାଯାଇଛି। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ, ଓଡ଼ିଶା ଉପକୂଳ କ୍ଷେତ୍ର ପରିଚାଳନା କର୍ତ୍ତୃପକ୍ଷ ଓ ଜଙ୍ଗଲ ବିଭାଗରୁ ଆବଶ୍ୟକ ସମସ୍ତ ବୈଧାନିକ କ୍ଲିୟରାନ୍ସ ମିଳିସାରିଥିବାରୁ ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମୋଡରେ ଖୁବ୍‌ଶୀଘ୍ର ଏହି ବିମାନବନ୍ଦରର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ … Read more