ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୧୦ରୁ ଅଧିକ ଗୁରୁତର

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକ ନିକଟ ଜାତୀୟ ରାଜପଥରେ ଛତ୍ରପୁର ଅଭିମୁଖେ ଯାଉଥିବା ଏକ କାର୍ ସାମ୍ନାରେ ଥିବା ଟ୍ରକ୍‌କୁ ଧକ୍କା ଦେବା ପରେ ଦୁଇଟିଯାକ ଗାଡ଼ି ନିୟନ୍ତ୍ରଣ ହରାଇ କେତେକ ମୋଟରସାଇକେଲ୍ ଓ ସାଇକେଲ୍ ଉପରେ ଚଢ଼ି ଯାଇଥିଲା । ଫଳରେ ଗାଡ଼ିଗୁଡ଼ିକ ଚାପି ହୋଇ ଘଟଣାସ୍ଥଳରେ ବ୍ୟାପକ କ୍ଷତିଘଟିଛି। ଏହି ଦୁର୍ଘଟଣାରେ ଛତ୍ରପୁର ଟ୍ରେଜେରୀ କାର୍ଯ୍ୟାଳୟର କର୍ମଚାରୀ ରୋଜାଲିନ୍ ମିଶ୍ରଙ୍କର ମୃତ୍ୟୁ ଘଟିଛି। ଏହାସହିତ ସେହି କାର୍ଯ୍ୟାଳୟର ଅନ୍ୟ … Read more

ରମାଦେବୀ ବିଶ୍ୱବିଦ୍ୟାଳୟରେ ହଙ୍ଗାମା, ଇପସିତାଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ମାହୋଲ ମଧ୍ୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସାମ୍ନାରେ ଦେଖାଦେଇଛି ପ୍ରବଳ ହଙ୍ଗାମା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିସିଜେଡି (BCJD) ସଭାନେତ୍ରୀ ଇପସିତା ସାହୁଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଛି। ସୂଚନାନୁଯାୟୀ, ଇପସିତା ସାହୁଙ୍କ ନାମରେ ସହିଦନଗର ଥାନାରେ ଏକ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ପୋଲିସ ତାଙ୍କୁ କାବୁ କରି ନେଇଥିବା ଜଣାପଡ଼ିଛି। ତେବେ ତାଙ୍କ ବିରୋଧରେ କେଉଁ ନିର୍ଦ୍ଦିଷ୍ଟ ମାମଲାରେ ଏହି ଅଭିଯୋଗ ହୋଇଛି, ସେ … Read more

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୮ ଗବେଷକ ସ୍ଥାନିତ

ଭୁବନେଶ୍ୱର: ଆମେରିକାର ସମ୍ମାନଜନକ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ନେଦରଲାଣ୍ଡର ପ୍ରମୁଖ ଶିକ୍ଷା ଓ ଗବେଷଣା ପ୍ରକାଶନ ସଂସ୍ଥା ଏଲସେଭିୟର ପକ୍ଷରୁ ପ୍ରକାଶିତ ୨୦୨୬ ମସିହାର ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ‘ଓ’ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ୩୮ ଜଣ ଗବେଷକ ସ୍ଥାନ ପାଇଛନ୍ତି । ଷ୍ଟାନଫୋର୍ଡର ଏହି ତାଲିକାରେ ଗବେଷକମାନଙ୍କୁ ଦୁଇଟି ବର୍ଗରେ ସ୍ଥାନିତ କରାଯାଇଛି । ଗୋଟିଏ କ୍ୟାରିୟର ଲଙ୍ଗ ଇମ୍ପାକ୍ଟ ଲିଷ୍ଟ (ସାମଗ୍ରିକ ଗବେଷଣା ଜୀବନର ପ୍ରଭାବ) ଏବଂ ଅନ୍ୟଟି ହେଉଛି … Read more

ବିଡିଏର ୧୫୩ତମ ବୋର୍ଡ ବୈଠକ ଅନୁଷ୍ଠିତ :ରାଜଧାନୀ ପାଇଁ BDA ର ମେଗା ପ୍ଲାନିଂ

ଭୁବନେଶ୍ୱର: ବିଡିଏର ୧୫୩ତମ ବୋର୍ଡ ବୈଠକ ପରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଦୀର୍ଘବର୍ଷ ଧରି ଅବହେଳିତ ଓ ବିଧ୍ୱଂସ୍ତ ଅବସ୍ଥାରେ ପଡ଼ିରହିଥିବା ରାଜଧାନୀର ସବୁଠୁ ଲୋକପ୍ରିୟ ନିକୋ ପାର୍କର ପୁନରୁଦ୍ଧାର ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି । ବିଡିଏର ଏହି ପାର୍କର ନବୀକରଣ କାମକୁ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ଓ ପ୍ରଶାସନିକ ମଞ୍ଜୁରୀ ପରେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ। ପାର୍କ ଦେଇ ଯାଉଥିବା ନାଳ ପାଣିକୁ ଆଧୁନିକ … Read more

ରାଜଧାନୀରେ ଆତଙ୍କ ସ୍କର୍ପିଓ ଧକ୍କାରେ ଜଣେ ମୃତ ଓ ୫ ଗୁରୁତର

ଭୁବନେଶ୍ୱର: ମଙ୍ଗଳବାର ରାତିରେ ଭରତପୁର ଅଞ୍ଚଳରେ ଏକ ସ୍କର୍ପିଓ ସିରିଜ୍ ଦୁର୍ଘଟଣା ଘଟାଇ ଆତଙ୍କ ଖେଳାଇଛି । ସ୍କର୍ପିଓ (OD07BG1777) ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ୫ଟି ବାଇକ୍‌ ଓ ଗୋଟିଏ ଆମ୍ବୁଲାନ୍ସ କ୍ଷତିଗ୍ରସ୍ତ ହୋଇଛି ।ଏହି ଦୁର୍ଘଟଣାରେ ଆହତଙ୍କ ମଧ୍ୟରୁ ଜଣକଙ୍କ ଅବସ୍ଥା ସଙ୍କଟାପନ୍ନ ମଧ୍ୟ ରହିଛି । ମୃତକ ଜଣକ ହେଲେ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ମାନସ ବାରିକ । ପୋଲିସ ମୃତଦେହ … Read more

ରାଜ୍ୟ କ୍ୟାବିନେଟ ବୈଠକରେ ୧୧ ବିଭାଗର ୧୬ ପ୍ରସ୍ତାବକୁ ମଞ୍ଜୁରି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବ ମଞ୍ଜୁରୀ ଲାଭ କରିଛି । ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ ଯୋଜନା, OSCMF ଓ OSSC ପାଇଁ ୧,୩୬୦ କୋଟି କର୍ପସ ଫଣ୍ଡ, ୪.୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଓ କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର … Read more

କିମ୍‌ସରେ କର୍ନିଆ ପ୍ରତିରୋପଣ

ଭୁବନେଶ୍ୱର: ପ୍ରଥମ ଥର ଲାଗି କିମ୍‍ସରେ ଏକ କର୍ନିଆ ପ୍ରତିରୋପଣ ସଫଳତାର ସହ କରାଯାଇଛି। ଆଖିରେ ସଂକ୍ରମଣ ଯୋଗୁଁ ଗତ ତିନି ବର୍ଷ ଧରି ଡାହାଣ ଆଖିର ପ୍ରାୟ ଦୃଷ୍ଟିଶକ୍ତି ହରାଇଥିବା ଜନୈକ ୩୭ ବର୍ଷୀୟ ରୋଗୀଙ୍କଠାରେ ଏହି ପ୍ରତିରୋପଣ କରାଯାଇଛି। ଅସ୍ତ୍ରୋପଚାର ପରେ ତାଙ୍କ ଦୃଷ୍ଟିଶକ୍ତିରେ ଉଲ୍ଲେଖନୀୟ ଉନ୍ନତି ଘଟିଛି । କିମ୍‍ସ ଚକ୍ଷୁ ବିଶେଷଜ୍ଞ ଡା. ଅକ୍ଷିତ ଗୁପ୍ତାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଏହି ଅସ୍ତ୍ରୋପଚାର କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି … Read more

ସ୍ୱାସ୍ଥ୍ୟସେବାରେ ନବସୃଜନକୁ ଗୁରୁତ୍ୱ, ସମ୍ ହସ୍ପିଟାଲ୍‌ରେ ନୂତନ ୟୁନିଟ୍ ପ୍ରତିଷ୍ଠା

ଭୁବନେଶ୍ୱର: ଗବେଷଣାଭିତିକ ନୂତନ ଚିନ୍ତାଧାରାକୁ ବାସ୍ତବ ସ୍ୱାସ୍ଥ୍ୟସେବାରେ ପ୍ରୟୋଗ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇଛି ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ସମ୍ ହସ୍ପିଟାଲ୍ । ଏହି ଅନୁଷ୍ଠାନରେ ନିକଟରେ ଗବେଷଣା ଓ ନବସୃଜନ ୟୁନିଟ୍ ଉଦ୍‌ଘାଟିତ ହୋଇଛି ।ଏହି ୟୁନିଟ୍‌ର ଉଦ୍‌ଘାଟନ ଅବସରରେ ବିଶିଷ୍ଟ ଅତିଥି, ଅଧ୍ୟାପକ ଓ ବିଭିନ୍ନ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ । ଏହି ୟୁନିଟ୍ ମାଧ୍ୟମରେ ଗବେଷଣା, ନୂତନ ଉଦ୍‌ଭାବନ, … Read more

ଆର୍ଥିକ ଦୁର୍ବଳ ସ୍ଥିତି ଏବଂ ବସ୍ତିବାସିନ୍ଦାଙ୍କ ପାଇଁ ଦୁଇ ଆବାସିକ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଘାଟିକିଆରେ ‘ନୀଳକଣ୍ଠେଶ୍ବର ନିବାସ’ ଓ ଗାଡ଼କଣର “ମୁକ୍ତେଶ୍ୱର ରେସିଡେନ୍ସି” ଆବାସିକ ପ୍ରକଳ୍ପ କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଘାଟିକିଆରେ ‘ନୀଳକଣ୍ଠେଶ୍ୱର ନିବାସ’ ୫.୨୭ ଏକର ଜମିରେ ପ୍ରିକାଷ୍ଟ କଂକ୍ରିଟ୍ ପଦ୍ଧତିରେ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପରେ ପ୍ରାୟ ୬୬.୫ କୋଟି ଟଙ୍କା ବ୍ୟୟ ହୋଇଛି । ଏଠାରେ ମୋଟ୍ ୯୨୮ଟି ଆବାସିକ ଗୃହ ସହ ୩୨ଟି ଦୋକାନ ନିର୍ମାଣ କରାଯାଇଛି । ସେହିପରି ଗାଡ଼କଣରେ ମୁକ୍ତେଶ୍ୱର ରେସିଡେନ୍ସି’ ସୁଲଭ … Read more

ସୋଆ ପକ୍ଷରୁ ସ୍ଥାୟୀ ଜଳକୃଷି ଓ ମତ୍ସ୍ୟ ଖାଦ୍ୟ ଉପରେ ଗବେଷଣାଧର୍ମୀ ପୁସ୍ତକ ପ୍ରକାଶ

ଭୁବନେଶ୍ୱର: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଗବେଷଣା ଓ ଆଧୁନିକ ଜ୍ଞାନକୁ ନେଇ ପ୍ରସ୍ତୁତ ପୁସ୍ତକ ‘ଫିସ୍ ଫିଡ୍ ଫର୍ମୁଲେସନ୍ ୱିଥ୍ ଆଗ୍ରୋ-ଇଣ୍ଡଷ୍ଟ୍ରିଆଲ୍ ୱେଷ୍ଟସ୍ ଆଣ୍ଡ ବାଏପ୍ରଡକ୍ଟସ୍‌’କୁ ଉନ୍ମୋଚିତ କରିଛନ୍ତି । ସୋଆର ଶିଳ୍ପ ଜୈବପ୍ରଯୁକ୍ତି ଗବେଷଣା କେନ୍ଦ୍ର (ସିଆଇବିଆ‌ର)ର ନିର୍ଦ୍ଦେଶକ ପ୍ରଫେସର ହୃଦୟନାଥ ଥାଟୋଇ, ପଶ୍ଚିମବଙ୍ଗର ରାଇଗଞ୍ଜ ବିଶ୍ୱବିଦ୍ୟାଳୟର ମାଇକ୍ରୋବାୟୋଲୋଜି ପ୍ରଫେସର ଡକ୍ଟର ପ୍ରଦୀପ କେ. ଦାସ ମହାପାତ୍ର, ଅହମ୍ମଦାବାଦସ୍ଥିତ ଫିନେ ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍‌‌ର ଅଧ୍ୟକ୍ଷ … Read more