ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଗାଏବ ହେବା ଘଟଣାରେ ଦୁଇ ଅବସରପ୍ରାପ୍ତ ଅଫିସରଙ୍କୁ ନୋଟିସ୍ ପଠାଇଲା କମିଶନରେଟ ପୁଲିସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ଫାଇଲ ଗାଏବ ହେବା ଘଟଣାରେ କମିଶନରେଟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବତନ ଆଇଟି ସଚିବ ମନୋଜ କୁମାର ମିଶ୍ର ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତତକାଳୀନ ପ୍ରମୁଖ ସଚିବ ରାଜେଶ କୁମାର ବର୍ମାଙ୍କୁ ନୋଟିସ୍ ଜାରି କରିଛି। ଏହି ଦୁଇ ଅବସରପ୍ରାପ୍ତ ଅଫିସରଙ୍କୁ ୩ଦିନ ମଧ୍ୟରେ ତଦନ୍ତକାରୀ ଅଫିସର ପାଖରେ ହାଜର ହୋଇ ପକ୍ଷ ରଖିବାକୁ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ, କମିଶନରେଟ ପୁଲିସ ନିଜର … Read more

ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା:ଭକ୍ତମୟ ଶ୍ରୀକ୍ଷେତ୍ର

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥାରୁଢ଼ ହେବେ ଚତୁର୍ଦ୍ଧା ମୂର୍ତ୍ତି, ଭକ୍ତ ଓ ଭଗବାନଙ୍କ ହେବ ମହାମିଳନ । ଏହି ପବିତ୍ର ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଆଜିଠୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଶ୍ରୀମନ୍ଦିରରୁ ବାହାରି ନଅ ଦିନିଆ ଯାତ୍ରାରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ସକାଳ ୬ଟାରେ ମଙ୍ଗଳଆଳତି ପରେ ୬ଟା ୧୦ରେ … Read more

ନିଜ ଦେହରେ କିରୋସିନ ଢାଳି ଯୁବତୀଙ୍କ ଆତ୍ମାହୁତି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଶାନ୍ତିନଗରରେ ଜଣେ ଯୁବତୀ ଘର ଭିତରେ ନିଜ ଦେହରେ କିରୋସିନ ଢାଳି ଜାଳି ହୋଇଯାଇଛନ୍ତି। ମିଳିଥିବା ଖବର ଅନୁଯାୟୀ, କୌଣସି କାରଣକୁ ନେଇ ଯୁବତୀ ଜଣକ ଆଜି ସକାଳେ ନିଜ ଶରୀରରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା (SCB) କୁ ସ୍ଥାନାନ୍ତର … Read more

୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ RI

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲର ସିରିଝୋଲି ରାଜସ୍ବ ନିରୀକ୍ଷକ ସୁଶାନ୍ତ ମଲ୍ଲିକ ପଟ୍ଟା ଟ୍ରାନ୍ସଫର କରାଇଦେବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଧରିଛି | ସୂଚନା ଅନୁଯାୟୀ, ବୁଧବାର ଦିନ ଏକ ମ୍ୟୁଟେସନ୍ ମାମଲାରେ ଅନୁକୂଳ ତଦନ୍ତ ରିପୋର୍ଟ ଦାଖଲ କରିବା ଏବଂ ତାଙ୍କ ପୈତୃକ ଜମିର ଆରଓଆର (ଭୂମି ପଟ୍ଟା) ତାଙ୍କ ସପକ୍ଷରେ ପ୍ରଦାନ କରିବା ପାଇଁ ଜଣେ ଆବେଦନକାରୀଙ୍କଠାରୁ ୨୫,୦୦୦ ଟଙ୍କା ନେଉଥିବା ବେଳେ ସେ … Read more

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀ ଗିରଫ

ଭୁବନେଶ୍ବର: ବହୁ ବାଦବିବାଦ ଓ ସମାଲୋଚନା ପରେ ଶେଷରେ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଗିରଫ ହୋଇଛନ୍ତି ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀ। ମଙ୍ଗଳବାର ଦିନ କ୍ରାଇମବ୍ରାଞ୍ଚର ଏକ ସ୍ପେଶାଲ ଟିମ୍ ତାଙ୍କୁ ବାସଭବନରେ ଅଟକ ରଖିବା ସହିତ ଦୀର୍ଘ ସମୟ ଧରି ଜେରା କରିଥିଲା। ଜେରା ବେଳେ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ଶେଷରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। କଟକ ଜେଏମଏଫସି କୋର୍ଟରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ … Read more

୭ ବିଭାଗର ୧୩ ପ୍ରସ୍ତାବକୁ କ୍ୟାବିନେଟର ମୋହର

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୪ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ l ବୈଠକରେ ୭ ଟି ବିଭାଗର ୧୩ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି l ଜଳ ସମ୍ପଦ ବିଭାଗର ୧ଟି, ମତ୍ସ୍ୟ ଓ … Read more

କୋଟି ଓଡ଼ିଆଙ୍କ ମଉଡ଼ମଣୀଙ୍କ ନବ ଯୌବନ ଦର୍ଶନ

ପୁରୀ: ସ୍ନାନ ପୂର୍ଣିମାରେ ମହାସ୍ନାନ ଯୋଗୁଁ ଅସୁସ୍ଥ ହୋଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ୧୫ ଦିନ ଅଣସର ଘରେ ରହିଥାନ୍ତି | ୧୫ ଦିନ ପରେ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହି ପବିତ୍ର ଅବସରକୁ ନବଯୌବନ ଦର୍ଶନ ବୋଲି କୁହାଯାଏ। ଶ୍ରୀଜଗନ୍ନାଥଙ୍କ ଅଣସର ପରର ଦୁଇଟି ତାତ୍ପର୍ଯ୍ୟପୂର୍ଣ୍ଣ ନୀତି ହେଉଛି ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ l ଅଣସର ପରେ ପ୍ରଥମେ ନବଯୌବନ ଦର୍ଶନ ଓ ତା’ ପରେ … Read more

ଲଗାଣ ବର୍ଷା ପାଇଁ ଭଦ୍ରକରେ ସ୍କୁଲ ଛୁଟି ଘୋଷଣା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଅତି ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଗୋଟିଏ ଦିନ ପାଇଁ ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ୍‌ରେ ଛୁଟି ଘୋଷଣା କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସୁବିଧା ଏବଂ ଯାତାୟାତରେ ସମ୍ଭାବ୍ୟ ଅସୁବିଧାକୁ ବିଚାରକୁ ନେଇ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କେତେକ ସ୍ଥାନରେ … Read more

ଟେକ୍ ମହିନ୍ଦ୍ରା ସହ ସୋଆର ବୁଝାମଣାପତ୍ର ସ୍ୱାକ୍ଷର

 ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଓ ବିଶ୍ୱସ୍ତରୀୟ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା ଲିମିଟେଡ୍ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହି ଚୁକ୍ତି ଅନୁଯାୟୀ ସୋଆର ଇଞ୍ଜିନିୟରିଂ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଇନ୍‌ଷ୍ଟିଚ୍ୟୁଟ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଏକ ଅତ୍ୟାଧୁନିକ ସେଂଟର ଅଫ୍ ଏକ୍ସିଲେନ୍ସ (ସିଓଇ) ଲ୍ୟାବ୍ ପ୍ରତିଷ୍ଠା କରାଯିବ । ଏହି ସହଯୋଗ ମାଧ୍ୟମରେ ଶିକ୍ଷାଗତ ଜ୍ଞାନ ଓ କର୍ପୋରେଟ୍ କ୍ଷେତ୍ରରେ … Read more

ପ୍ରଭାତ ବିଶ୍ୱାଳ ବିଜେପିରେ ସାମିଲ ହେବା ପରେ ନବୀନ ନିବାସରେ ବିଜେଡିର ବୈଠକ

ଭୁବନେଶ୍ୱର: ପ୍ରଭାତ ବିଶ୍ୱାଳ ବିଜେପିରେ ସାମିଲ ହେବା ପରେ ନବୀନ ନିବାସରେ ଚୌଦ୍ୱାର ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଆଗାମୀ ଦିନ ପାଇଁ ଏକ ବଡ଼ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂହଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ନବୀନ ନିବାସରେ ପହଞ୍ଚି ସାଂଗଠନିକ ସ୍ଥିତି ସମ୍ପର୍କରେ ସୁପ୍ରିମୋଙ୍କ ସହ ଆଲୋଚନା କରିଛନ୍ତି। ତୃଣମୂଳ ସ୍ତରରେ ଦଳକୁ କିପରି ସୁଦୃଢ଼ କରାଯିବ, ସେ … Read more