ପଞ୍ଚାୟତ ନିର୍ବାଚନରେ ଏକାଠି ଲଢ଼ିବେନି କଂଗ୍ରେସ ଏବଂ ବିଜେଡି: ଭକ୍ତ ଚରଣ ଦାସ

ଭୁବନେଶ୍ୱର: ଆସନ୍ତା ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏବଂ ବିଜେଡି ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ ସ୍ପଷ୍ଟ କରିଛି କଂଗ୍ରେସ । ପଞ୍ଚାୟତ ଓ ମ୍ୟୁନିସିପାଲଟି ନିର୍ବାଚନରେ ନିଜ ଦମ୍‌ରେ ଲଢ଼ିବ କଂଗ୍ରେସ । ବିଜେଡି ସହ ଏକ ହୋଇ କଂଗ୍ରେସ ପଞ୍ଚାୟତ ନିର୍ବାଚନ ଲଢ଼ିବନି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି। ସେ କହିଛନ୍ତି ଯେ, ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ବିଜେଡି ସହିତ ମେଣ୍ଟ କରିବାକୁ ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିଲା … Read more

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ପାଳନ

କଟକ: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀରେ ଚଳଚଞ୍ଚଳ ହୋଇଛି ମଧୁବାବୁଙ୍କ ଜନ୍ମମାଟି କଟକ ଜିଲ୍ଲାର ସତ୍ୟଭାମାପୁର। ପ୍ରଥମ ଓଡ଼ିଆ ଭାବେ ବିଦେଶ ଯାଇ ପାଠ ପଢିଥିବା ଉତ୍କଳ ଗୌରବ, ରାଜ୍ୟ ବାହାରେ ଏମିତିକି ଦେଶ ବାହାରେ ନିଜକୁ ପ୍ରତିଷ୍ଠିତ କରିବାର ସବୁ ସୁଯୋଗକୁ ଏଡାଇ ଯାଇ ନିଜ ଜନ୍ମଭୂମିକୁ କର୍ମକ୍ଷେତ୍ର କରିବାର ସଂକଳ୍ପ ନେଇ ଓଡ଼ିଶା ଫେରି ଆସିଥିଲେ। ଜନ୍ମମାଟି ସତ୍ୟଭାମାପୁର ଓ କଟକ ସହର ପାଲଟିଥିଲା ତାଙ୍କ କର୍ମକ୍ଷେତ୍ର। ସ୍ବତନ୍ତ୍ର ଓଡ଼ିଶା … Read more

ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଭଉଣୀର ମୃତଦେହ ଧରି ପହଞ୍ଚିଲା ଭାଇ

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ପାଟଣା ଥାନା ମଲ୍ଲିପଶି ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ସମ୍ମୁଖରେ ସୋମବାର ଏକ ହୃଦୟବିଦାରକ ତଥା ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ, ଡ଼ିଆନାଳି ଗାଁର ଜିତୁ ମୁଣ୍ଡାଙ୍କ ଭଉଣୀ କଲରା ମୁଣ୍ଡାଙ୍କ ୨ ମାସ ପୂର୍ବେ ମୃତ୍ୟୁ ଘଟି ଥିଲା। ପୂର୍ଵରୁ ତାଙ୍କ ସ୍ବାମୀ ଓ ଏକ ମାତ୍ର ସନ୍ତାନଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା l କଲରାଙ୍କ ସମ୍ପର୍କୀୟ କହିଲେ, ଜିତୁ ହିଁ ଏକ ମାତ୍ର ବ୍ୟକ୍ତି ଥିଲେ … Read more

ନିଲମ୍ବିତ ହୋଇଥିବା ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିନେଇ ବାଚସ୍ପତିଙ୍କୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ

ଭୁବନେଶ୍ୱର:ବିଜେଡିରୁ ନିଲମ୍ବିତ ହୋଇଥିବା ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ଦାବିରେ ସୋମବାର ବିଜୁ ଜନତା ଦଳ ର ଏକ ପ୍ରତିନିଧି ଦଳ ବାଚସ୍ପତିଙ୍କୁ ଭେଟିଛନ୍ତି। ବିଜେଡି ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସମ୍ବିଧାନର ଧାରା ୧୯୧(୨) ଏବଂ ଦଶମ ଅନୁସୂଚୀ (ଦଳବଦଳ ନିରୋଧୀ ଆଇନ) ଅନୁଯାୟୀ ଯେଉଁ ୮ ଜଣ ବିଧାୟକ ଦଳର ହ୍ୱିପକୁ ଅମାନ୍ୟ କରିଛନ୍ତି, ସେମାନଙ୍କ ସଭ୍ୟପଦ ରଦ୍ଦ ହେବା ଉଚିତ୍। ଅରୁଣ ସାହୁ ଅଭିଯୋଗ … Read more

ରେଙ୍ଗାଳି ବାମ ବନ୍ଧ କେନାଲ କାର୍ଯ୍ୟାଳୟରେ ପଡିଲା ତାଲା

ଢେଙ୍କାନାଳ: କଟକ କମର୍ସିଆଲ୍ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ କ୍ରମେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । ରାଜଲକ୍ଷ୍ମୀ କନଷ୍ଟ୍ରକସନ ଠିକା ସଂସ୍ଥାର ବକେୟା ଅର୍ଥ ପଇଠ କରିବାରେ ବିଫଳ ହେବାରୁ ରେଙ୍ଗାଳି ବାମ ବନ୍ଧ କେନାଲ କାର୍ଯ୍ୟାଳୟକୁ ସିଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ‘ରାଜଲକ୍ଷ୍ମୀ କନଷ୍ଟ୍ରକସନ’ ନାମକ ଏକ ଠିକା ସଂସ୍ଥା କାମାକ୍ଷାନଗର ଅଞ୍ଚଳରେ ୨୦୦୪ ମସିହାରେ ପ୍ରାୟ ୯ କୋଟି ଟଙ୍କାର କେନାଲ କାମ କରିବା ପାଇଁ ଚୁକ୍ତି କରିଥିଲା। … Read more

ମହିଳା ସଂରକ୍ଷଣ ବିଲକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ୨୦୨୩ ମସିହାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ନାମରେ ମହିଳା ସଂରକ୍ଷଣ ବିଲ ସଂସଦର ଉଭୟ ଗୃହରେ ପାରିତ ହେବା ସହିତ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲେ ମଧ୍ୟ ଏହାକୁ ୨୦୨୪ ନିର୍ବାଚନରେ ଲାଗୁ କରି ନଥିବା ବିଜେପି ଏବେ ବିରୋଧୀଙ୍କ ଅସହଯୋଗ ଯୋଗୁ ମହିଳା ସଂରକ୍ଷଣ ବିଲ ପାରିତ ହେଲା ନାହିଁ ବୋଲି ମିଛ ଅଭିଯୋଗ କରି ବିଜେପି ଯେଉଁ ଜନଆକ୍ରୋଶ ରାଲି ନାମରେ ଦେଶରେ ନାଟକ କରୁଛି । ମହିଳା ମାନଙ୍କୁ ସେମାନଙ୍କ … Read more

ଦାବି ପୂରଣ ନହେଲେ ଡାକ୍ତରମା‌ନେ ସାମୂହିକ ଇସ୍ତଫା ଦେବେ:ଓମସା

ଭୁବନେଶ୍ୱର: ଜାନୁଆରି ମାସରେ ଓମସା ଡାକ୍ତରମାନେ ଦୁଇ ଘଣ୍ଟା ଓପିଡି ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ୪ ମାସ ଭିତ‌ରେ ଡାକ୍ତରଙ୍କ ଦାବି ପୂରଣ କରିବା ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସରକାର ଦାବି ପୂରଣ ନେଇ କୌଣସି ‌ଠୋସ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ତେଣୁ ଆସନ୍ତା ଏକ ମାସ ମଧ୍ୟରେ ସରକାର ଡାକ୍ତରମାନଙ୍କ ଦାବି ପୂରଣ ନକଲେ ଡାକ୍ତରମା‌ନେ ସାମୂହିକ ଇସ୍ତଫା ଦେବେ ବୋଲି ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି । … Read more

ରାଜଧାନୀରେ ବେଧଡ଼କ ଚାଲିଛି ବେଆଇନ ରେଭ୍ ପାର୍ଟି

ଭୁବନେଶ୍ୱର: ବେଆଇନ ରେଭ୍ ପାର୍ଟିର ଆସର ବୃଦ୍ଧି ପାଉଛି ସ୍ମାର୍ଟସିଟି ଭୁବନେଶ୍ୱର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ । ପ୍ରଶାସନର ବିନା ଅନୁମତିରେ ରାତି ଅଧିଆ ନାଚଗୀତ ସାଙ୍ଗକୁ ବେଧଡ଼କ ଭାବେ ଚାଲିଛି ନିଶା କାରବାର। ଏହି କ୍ରମରେ ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ ନାମୀ ରିସର୍ଟ ଏବେ ପୋଲିସ ଏବଂ ଅବକାରୀ ବିଭାଗର ସ୍କାନରକୁ ଆସିଛି। ସହରର କୋଳାହଳରୁ ଦୂରରେ ଥିବା ବିଭିନ୍ନ ଫାର୍ମ ହାଉସ୍ ଏବଂ ରିସର୍ଟଗୁଡ଼ିକ ଏବେ ଏହି ବେଆଇନ ପାର୍ଟିର ମୁଖ୍ୟ … Read more

ରାଜଗାଙ୍ଗପୁର ଟାୟାର କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ ଥିବା ଏକ ଟାୟାର କାରଖାନାରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରାଜଗାଙ୍ଗପୁର ପଦା ଜାମପାଲିସ୍ଥିତ ‘ଆଟିଟିୟୁଡ଼ ଏକଜିମ ପ୍ରାଇଭେଟ୍ ଲିମିଟେଡ୍’  ନାମକ ଏକ ଟାୟାରରୁ ତେଲ ବାହାର କରୁଥିବା କାରଖାନାରେ ଏହି ଅଘଟଣ ଘଟିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଖବର ପାଇ ରାଜଗାଙ୍ଗପୁର ପୋଲିସ ଏବଂ କୁତ୍ରା ଓ ରାଜଗାଙ୍ଗପୁରରୁ ୩ଟି ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିଆଁର ପ୍ରକୋପ ଅଧିକ ଥିବାରୁ … Read more

ତୁରନ୍ତ ମହାନଦୀ ବିବାଦରେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ସସ୍ମିତ ପାତ୍ର

ଭୁବନେଶ୍ୱର:ମହାନଦୀ ଜଳ ବିବାଦ ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଚରଣ ମାଝୀଙ୍କୁ ନିବେଦନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି ଯେ, ମହାନଦୀ ଟ୍ରିବ୍ୟୁନାଲରେ ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ମେ ୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ତାପୂର୍ବରୁ ରାଜ୍ୟ ଜଳସଂପଦ ବିଭାଗ ଏବଂ ଆଇନ ବିଭାଗ ସହ ମୁଖ୍ୟମନ୍ତ୍ରୀ ବୈଠକ ଡାକନ୍ତୁ । ଟ୍ରବ୍ୟୁନାଲରେ ଓଡ଼ିଶା ସରକାର ଏମିତି ତଥ୍ୟ ରଖନ୍ତୁ । … Read more