ସଂଶୋଧିତ ଇଂରାଜୀ ବନାନର ତ୍ଵରିତ କାର୍ଯ୍ୟକାରୀ ପାଇଁ ରାଜସ୍ୱ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ୍ ଏବଂ ସହରାଞ୍ଚଳମାନଙ୍କର ନାମର ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଳାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି l ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାର ୨୨ … Read more

ବଦଳି ଆଦେଶ ଅମାନ୍ୟ କଲେ ବନ୍ଦ ହେବ ଦରମା

ଭୁବନେଶ୍ୱର: ବଦଳି ଆଦେଶକୁ ଅଣଦେଖା କରି ନୂଆ କାର୍ଯ୍ୟସ୍ଥଳରେ ଯୋଗ ନଦେଉଥିବା ଅଧିକାରୀଙ୍କୁ ଶେଷ ଚେତାବନୀ ଦିଆଯାଇଛି। ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନଦେଲେ ଆସନ୍ତାକାଲିଠାରୁ ସେମାନଙ୍କ ଦରମା ବନ୍ଦ କରାଯିବ ବୋଲି ସ୍ପଷ୍ଟ କରିଛି ରାଜ୍ୟ ଅର୍ଥ ବିଭାଗ। ଖବର ଅନୁଯାୟୀ, କିଛି ଅଧିକାରୀ ବଦଳି ଆଦେଶକୁ ମାନିବା ପରିବର୍ତ୍ତେ ବିଭିନ୍ନ ଉପାୟରେ ତାହାକୁ ବିଳମ୍ବ କରୁଛନ୍ତି। କେତେକ କ୍ଷେତ୍ରରେ ରାଜନୈତିକ ପ୍ରଭାବ ପକାଇ ବଦଳି ଆଦେଶକୁ ଅଟକାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ମଧ୍ୟ … Read more

ମନ୍ତ୍ରୀଙ୍କ ବିରୋଧରେ ମିଥ୍ୟା ପ୍ରଚାର ଅଭିଯୋଗରେ ଫସିଲେ ଫୋକସ୍ ପ୍ଲସ୍ ଟିଭିର ମୁଖ୍ୟ

ଭୁବନେଶ୍ୱର: ମିଥ୍ୟା ପ୍ରଚାର ଅଭିଯୋଗରେ କ୍ୟାପିଟାଲ୍ ଥାନା ପୋଲିସ, ବରମୁଣ୍ଡାରେ ଥିବା ଫୋକସ୍ ପ୍ଲସ୍ ଅଫିସରେ ଚଢ଼ଉ କରିବା ସହ ଅଫିସ କୁ ସିଲ୍ କରିଛି। ମିଳିଥିବା ଖବର ଅନୁଯାୟୀ, ଗତ ୧୨ ତାରିଖରେ ଏକ ସଙ୍ଗଠନ ପକ୍ଷରୁ ବାପୁଜୀନଗରରେ ଥିବା ଏକ ହୋଟେଲରେ ଏକ କାର୍ଯ୍ୟକ୍ରମ ହୋଇଥିଲା। ସେଠାରେ ଫୋକସ୍ ପ୍ଲସ୍ ଟିଭିର ମୁଖ୍ୟ ସୁଧାଂଶୁ ରାଉତ ଅତିଥି ଭାବେ ଯୋଗଦେଇଥିଲେ। ସେହି କାର୍ଯ୍ୟକ୍ରମରେ ସୁଧାଂଶୁ କହିଥିଲେ, ଆମ ଉମରକୋଟ ରିପୋର୍ଟର ପ୍ରୀତିରଞ୍ଜନ ଦାସଙ୍କ ମାଧ୍ୟମରେ … Read more

ବିଜେପିରେ ମିଶିବା ଖବର ଗୁଜବ ବୋଲି କହିଲେ ବିକ୍ରମ ଆରୁଖ

ଭୁବନେଶ୍ୱର: ଗତ କିଛଦିନ ଧରି ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ବିଜେଡିର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ରବିବାର ସନ୍ଧ୍ୟାରେ ଏହାକୁ ଗୁଜବ ଓ ମିଛ ଖବର ବୋଲି କହିଛନ୍ତି ବିକ୍ରମ ଆରୁଖ । ସେ କହିଛନ୍ତି, ମୁଁ ବିଜେଡିରେ ଥିଲି, ଅଛି ଓ ରହିବି। ମୁଁ ବିଜେଡିର ପ୍ରତିଷ୍ଠାତା ସଦସ୍ୟ। ଦଳ ପ୍ରତିଷ୍ଠା ହେବା ଦିନ ଠାରୁ ଆନ୍ତରିକତା ସହ କାମ କରିଛି। ମୁଁ … Read more

ବିଜେପିରୁ ଇସ୍ତଫା ଦେଲେ ଚାମେଲି ଓଝା

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ତିଖିରିର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜଧାନୀର ଲୋୟର ପିଏମଜିଠାରେ ଚାଲିଥିବା ଧାରଣାସ୍ଥଳରୁ ସେ ଏହି ଘୋଷଣା କରିଛନ୍ତି। ଦଳ ତାଙ୍କ ପ୍ରତି ଅନ୍ୟାୟ କରିଥିବା ସେ ଅଭିଯୋଗ କରିଛନ୍ତି। ତୃଣମୂଳ ସ୍ତରରେ ଦଳ ପାଇଁ କାର୍ଯ୍ୟ କରିଥିଲେ ମଧ୍ୟ ବିପଦ ବେଳେ କୌଣସି ବରିଷ୍ଠ ନେତା ତାଙ୍କ ସହ ଠିଆ ହୋଇନଥିବା ସେ କହିଛନ୍ତି। ଏପରିକି ମହିଳାଙ୍କୁ ସମ୍ମାନ ଦେଉନଥିବା ଦଳରେ ରହିବାର … Read more

ରଥଯାତ୍ରାରେ ଦଳାଚକଟାଜନିତ ମୃତ୍ୟୁ ଘଟଣାକୁ ନେଇ ଓଡ଼ିଶା ରାଜ୍ୟ ମାନବାଧିକାର ଆୟୋଗଙ୍କ କଡ଼ା ଆଭିମୁଖ୍ୟ

ଭୁବନେଶ୍ୱର: ପୁରୀ ରଥଯାତ୍ରାରେ ବାରମ୍ବାର ଭିଡ଼ ପରିଚାଳନାରେ ତ୍ରୁଟି ଓ ଦଳାଚକଟାଜନିତ ମୃତ୍ୟୁ ଘଟଣାକୁ ନେଇ ଓଡ଼ିଶା ରାଜ୍ୟ ମାନବାଧିକାର ଆୟୋଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଦ୍ୱାରା ଦାଏର ପିଟିସନ୍ ଓ ସମ୍ବାଦପତ୍ରରେ ପ୍ରକାଶିତ ଖବରକୁ ଆଧାର କରି ଆୟୋଗ ଏହି ମାମଲାର ବିଚାର କରିବା ସହ ପୁରୀ ଜିଲ୍ଲାପାଳ ଓ ରାଜ୍ୟ ଗୃହ ସଚିବଙ୍କୁ ପରବର୍ତ୍ତୀ ଶୁଣାଣି ସୁଦ୍ଧା ତଥ୍ୟଭିତ୍ତିକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର … Read more

ଆୟୁଷ୍ମାନ କାର୍ଡରେ ମିଳିବ କ୍ୟାନ୍ସର ର ଅତ୍ୟାଧୁନିକ ଚିକିତ୍ସା :ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କ୍ୟାନସର ରୋଗୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି l ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କ୍ୟାନସର ଆରୋଗ୍ୟ ଯୋଜନାକୁ ରାଜ୍ୟ ବଜେଟ୍‌ରେ ସାମିଲ କରାଯାଇଛି। ଏହା ଫଳରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଥିବା ୧୨୧ଟି ପ୍ୟାକେଜ୍‌ରେ କ୍ୟାନସର ଚିକିତ୍ସାର ବ୍ୟବସ୍ଥା କରାଯାଇଛି। ଏଥିରେ କେମୋଥେରାପି, ରେଡିଓଥେରାପି, ବିଭିନ୍ନ ପ୍ରକାରର କର୍କଟ ଅସ୍ତ୍ରୋପଚାର ଓ ଉନ୍ନତ ଚିକିତ୍ସା ସେବା ଅନ୍ତର୍ଭୁକ୍ତ ରହିଛି। କ୍ୟାନସର ଭଳି ଜଟିଳ … Read more

ନିଟ୍ ପରୀକ୍ଷାରେ କିସ୍‍ର ୧୧ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ୱର: ଗତକାଲି ନିଟ୍‍ ଫଳାଫଳ ପ୍ରକାଶ ପାଇଥିବା ବେଳେ କିସ୍‍ର ୧୧ ଜଣ ଛାତ୍ରଛାତ୍ରୀ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ହେଲେ ଲକ୍ଷ୍ମୀ ବିରୁଆ, ଜୟାବ ମାଝି, ଅନିତା ବଇପାଇ, ଗଣେଶ ହେମ୍ବ୍ରମ, ମୁସ୍କାନ ମହାନନ୍ଦିଆ, ଲକ୍ଷ୍ମୀ ବାନରା, ଡାଙ୍ଗି ଟୁଡୁ, ସରିବାଳା ମୁଣ୍ଡା, ମୌସୁମୀ ମାଝି, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ଓ ସନ୍ତୋଷୀ ମାର୍ଡି। ଚଳିତ ବର୍ଷ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଅଧିକ ଭଲ ପ୍ରଦର୍ଶନ କରିଛନ୍ତି। ଏଥିରେ କିସ୍ ରେ ପଢୁଥିବା ଓଡ଼ିଶା ସମେତ … Read more

ସୋଆର ସ୍ୱତନ୍ତ୍ର ସମାବର୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ସୋଆ (ଶିକ୍ଷା ‘ଓ’ ଅନୁସନ୍ଧାନ) ଡିମ୍ଡ-ଟୁ-ବି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନ୍ୟାୟମୂର୍ତି ଶ୍ରୀ ଟଣ୍ଡନ କହିଥିଲେ ଯେ, ପ୍ରଯୁକ୍ତିର ବିକାଶ ପାରଂପରିକ ଅଦାଲତ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତନ ଆଣିପାରିଥାଏ, କିନ୍ତୁ ଏହା କେବେ ବି ମାନବୀୟ ବିଚାର ଶକ୍ତିର ସ୍ଥାନ ନେଇପାରିବ ନାହିଁ । ଶ୍ରୀ ଟଣ୍ଡନ୍ କହିଥିଲେ “ମୁଁ ପ୍ରଯୁକ୍ତିକୁ ବିରୋଧ କରୁନାହିଁ । କାରଣ ଏହା କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ … Read more

ରଥଯାତ୍ରାରେ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉପମୁଖ୍ୟମନ୍ତ୍ରୀ

ପୁରୀ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପୁରୀ ମେଡିକାଲ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ରଥଯାତ୍ରା ସମୟରେ ଆହତ ହୋଇ ଚିକିତ୍ସାଧୀନ ଥିବା ଶ୍ରଦ୍ଧାଳୁମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି। ଏହା ସହ ସେ ନବନିର୍ମିତ ମେଡିକାଲର ବିଭିନ୍ନ ବିଭାଗ ବୁଲି ଦେଖିବା ସହ ସେଠାରେ ଉପଲବ୍ଧ ଆଧୁନିକ ଭିତ୍ତିଭୂମି ଓ ଚିକିତ୍ସା ସୁବିଧାର ପ୍ରଶଂସା କରିଥିଲେ। ରାଜ୍ୟ ସରକାରଙ୍କ ଏହି ଆଧୁନିକ ମେଡିକାଲ ପୁରୀ ଓ ଆଖପାଖ ଅଞ୍ଚଳର ଲୋକଙ୍କୁ … Read more