ଆୟୁଷ୍ମାନ କାର୍ଡରେ ମିଳିବ କ୍ୟାନ୍ସର ର ଅତ୍ୟାଧୁନିକ ଚିକିତ୍ସା :ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କ୍ୟାନସର ରୋଗୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି l ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କ୍ୟାନସର ଆରୋଗ୍ୟ ଯୋଜନାକୁ ରାଜ୍ୟ ବଜେଟ୍‌ରେ ସାମିଲ କରାଯାଇଛି। ଏହା ଫଳରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଥିବା ୧୨୧ଟି ପ୍ୟାକେଜ୍‌ରେ କ୍ୟାନସର ଚିକିତ୍ସାର ବ୍ୟବସ୍ଥା କରାଯାଇଛି। ଏଥିରେ କେମୋଥେରାପି, ରେଡିଓଥେରାପି, ବିଭିନ୍ନ ପ୍ରକାରର କର୍କଟ ଅସ୍ତ୍ରୋପଚାର ଓ ଉନ୍ନତ ଚିକିତ୍ସା ସେବା ଅନ୍ତର୍ଭୁକ୍ତ ରହିଛି। କ୍ୟାନସର ଭଳି ଜଟିଳ ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ଏହି ନୂଆ ବ୍ୟବସ୍ଥା ପରେ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ, ଯାହା ରୋଗୀଙ୍କ ଆର୍ଥିକ ବୋଝକୁ ବହୁ ପରିମାଣରେ କମାଇବ। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସରକାରଙ୍କ ଲକ୍ଷ୍ୟ ହେଉଛି ଅର୍ଥ ଅଭାବରୁ କୌଣସି ରୋଗୀ ଯେପରି ଚିକିତ୍ସାରୁ ବଞ୍ଚିତ ନହୁଅନ୍ତି। ଆୟୁଷ୍ମାନ କାର୍ଡଧାରୀମାନେ ରାଜ୍ୟର ସରକାରୀ ଏବଂ ପ୍ୟାନେଲଭୁକ୍ତ ବେସରକାରୀ ହସ୍ପିଟାଲରେ ଏହି ସୁବିଧା ପାଇପାରିବେ। ଏହାଦ୍ୱାରା ରୋଗୀମାନେ ଅଧିକ ଉନ୍ନତମାନର ଚିକିତ୍ସା ସହଜରେ ପାଇପାରିବେ।

Leave a Comment