ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦନ ଜେନାକୁ ପୁରୀ ପୋଲିସ କଲା ଏନକାଉଣ୍ଟର

ପୁରୀ :ଗତକାଲି(ଶନିବାର) ଓମକାରେଶ୍ବର ମନ୍ଦିର ନିକଟରେ ହୋଇଛି ଏନକାଉଣ୍ଟର ।ପୁରୀ ବାସେଳୀ ସାହି ଥାନା ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦନ ଜେନାକୁ କରିଛି ଏନକାଉଣ୍ଟର ।ଚନ୍ଦନର ଡାହାଣ ପଟ ଗୋଡ଼ରେ ବାଜିଛି ଗୁଳି । ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଚନ୍ଦନ ଘର ହେଉଛି କୋଣାର୍କ ହାଟ ଦଣ୍ଡା ଅଞ୍ଚଳରେ । ଅଭିଯୁକ୍ତ ନାଁରେ ରହିଛି ଏକାଧିକ ମାମଲା ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦନ ଜେନା ଚୋରା ବନ୍ଧୁକ … Read more

ମହିଳା ଓ୍ୱାସ୍ ରୁମ୍‌ରେ କ୍ୟାମେରା ଲଗେଇଥବା ଜୁନିୟର କ୍ଲର୍କଙ୍କୁ ସସ୍‌ପେଣ୍ଡ କଲେ ଜିଲ୍ଲାପାଳ

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା DRDA କାର୍ଯ୍ୟାଳୟରେ ଥିବା ମହିଳା ଓ୍ୱାସ୍‌ ରୁମ୍‌ରେ ହିଡେନ୍‌ କ୍ୟାମେରା ଲଗାଇବା ଘଟଣାରେ ରେଭିନ୍ୟୁ ଜୁନିୟର କ୍ଲର୍କ ସଞ୍ଜୟ ଅଧେଖାକୁ ନିଲମ୍ବନ କଲେ ଜିଲ୍ଲାପାଳ । ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ଗତ ଗୁରୁବାର ଦିନ ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଡିଆରଡିଏ ଅଫିସର ଖେଳିଯାଇଥିଲା ଚାଞ୍ଚଲ୍ୟ । ମହିଳା ୱାସ୍‌ ରୁମ୍‌ରେ କିଏ ଲଗାଇଥିଲା ସିକ୍ରେଟ୍ କ୍ୟାମେରା । ଯାହାକୁ ନେଇ ସେହି ସମୟରେ ଅଫିସ୍ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା … Read more

ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ କୋଷ୍ଟାଗାର୍ଡ ଓ ମେରାଇନ ପୋଲିସ ସଜାଗ

ଭୁବନେଶ୍ୱର: ପଶ୍ଚିମବଙ୍ଗ ସହ ସୀମା ବାଣ୍ଟୁଥିବା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଭଳି ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୀମାନ୍ତବର୍ତ୍ତୀ ପ୍ରାୟ ୮୧୦ଟି ଥାନା ଅଞ୍ଚଳକୁ ସମ୍ପୂର୍ଣ୍ଣ ଆଲର୍ଟ କରାଯିବା ସହ କୌଣସି ବି ସନ୍ଦେହଜନକ ପ୍ରବେଶ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପରେ ସେମାନେ ଓଡ଼ିଶା ମୁହାଁ ହେବାର ଆଶଙ୍କା ରହିଛି । ଏହାକୁ ନଜରରେ ରଖି ପଶ୍ଚିମବଙ୍ଗ ସୀମା ଲାଗିଥିବା … Read more

ହର୍ମୁଜ୍ ପ୍ରଣାଳୀ ଦେଇ ଭାରତ ଆସୁଛି ଆଉ ଏକ ବଡ଼ ତେଲ ଟ୍ୟାଙ୍କର

ନୂଆଦିଲ୍ଲୀ: ପଶ୍ଚିମ ଏସିଆର ଦ୍ରୁତ ପରିବର୍ତ୍ତନଶୀଳ ପରିସ୍ଥିତି ମଧ୍ୟରେ ଭାରତକୁ କିଛି ଆଶ୍ବସ୍ତିକର ଖବର ମିଳିଛି। ଆଉ ଏକ ଭାରତୀୟ ଟ୍ୟାଙ୍କର ହର୍ମୁଜ୍ ପ୍ରଣାଳୀ ପାର କରିଛି। ଏହି ସୂଚନା ଅନେକ ସାମୁଦ୍ରିକ ପରିବହନ ମନିଟରିଂ ୱେବସାଇଟ୍ ଦ୍ୱାରା ରିପୋର୍ଟ କରାଯାଇଛି। “ନିସୋସ୍ କେରୋସ୍” ନାମକ ଏହି ଜାହାଜଟି ବିଶାଖାପାଟଣା ଅଭିମୁଖେ ଆସୁଛି ଏବଂ ଜୁନ୍ ୩ ତାରିଖ ସୁଦ୍ଧା ଏଠାରେ ପହଞ୍ଚିବା ଆଶା କରାଯାଉଛି।ଏହି ମାର୍ଶାଲ୍ ଦ୍ୱୀପପୁଞ୍ଜ-ପତାକାଧାରୀ ଜାହାଜଟି ମେ ୨୧ ତାରିଖରେ ଶାରଜାହରୁ ଯାତ୍ରା … Read more

ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ସୌମ୍ୟଙ୍କ ପରିବାର, ଲୋୟର ପିଏମଜିରେ ଧାରଣା

ଭୁବନେଶ୍ୱର: ବାଲିଅନ୍ତା ବର୍ବରତା ଘଟଣାରେ ନ୍ୟାୟ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି ମୃତ ସୌମ୍ୟରଞ୍ଜନଙ୍କ ପରିବାର। ସୌମ୍ୟଙ୍କ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ କରି ଆଜି ରାଜଧାନୀର ଲୋୟର ପିଏମଜି ଠାରେ ସୌମ୍ୟଙ୍କ ମାଆ, ପରିବାର ସଦସ୍ୟ ଏବଂ ଗ୍ରାମବାସୀ ଏକ ଅଭିନବ ପ୍ରତିବାଦ କରି ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଦୁଇ ଯୁବତୀଙ୍କ ଗାଡ଼ିକୁ ସୌମ୍ୟଙ୍କ ବାଇକ୍ ଧକ୍କା ଦେଇଥିବା ନେଇ … Read more

ଅତିରିକ୍ତ ତହସିଲଦାରଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ଶ୍ରୀ ପିଲ୍ଲା ପୂର୍ବରୁ ଭୁବନେଶ୍ୱରରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ ଏବଂ ପରେ ଜଗତସିଂହପୁରରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରେ ଯୋଗଦେଇଥିଲେ। ଭୁବନେଶ୍ୱରରେ ଅତିରିକ୍ତ ତହସିଲଦାର ଥିବାବେଳେ ତାଙ୍କର ଅନେକ ନିଷ୍ପତ୍ତିରେ ଅନିୟମିତତାର ତଥ୍ୟ ଆସିଥିଲା।ଶ୍ରୀ ପିଲ୍ଲାଙ୍କର ଜମିଜମା ସମ୍ପର୍କିତ ଅନେକ ନିଷ୍ପତ୍ତି ସମ୍ବନ୍ଧରେ ବିଭାଗର … Read more

ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ସ୍ପେଶାଲ ଡ୍ରାଇଭ୍‌ : ୫୭୦୩ ଜଣଙ୍କ ବିରୋଧରେ NBW କାର୍ଯ୍ୟକାରୀ,୫୨୦ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜ୍ୟରେ ଅପରାଧ ଓ ଅପରାଧୀଙ୍କ ବିରୋଧରେ ଓଡ଼ିଶା ପୋଲିସର ଜୋରଦାର ଆକ୍ସନ । ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଗତ ମେ ୧୨ ତାରିଖରୁ ସାରା ରାଜ୍ୟରେ ଜାରି ରହିଛି ଏକ ସ୍ପେଶାଲ ଡ୍ରାଇଭ୍‌ । ବିଗତ ୧୮ ଦିନର ଏହି ସ୍ପେଶାଲ ଅପରେସନରେ ପୋଲିସକୁ ମିଳିଛି ବ୍ୟାପକ ସଫଳତା । ଖବରଦାତା ସମ୍ମିଳନୀରେ ସୂଚନା ଦେଇ ପୋଲିସ ଡିଜି କହିଛନ୍ତି ଯେ, ଏହି ଅଭିଯାନ କାଳରେ ୫,୭୦୩ ଜଣଙ୍କ … Read more

ଶନିବାର ଠାରୁ ରାଜ୍ୟରେ SIR:ଘରକୁ ଘର ବୁଲିବେ BLO

ଭୁବନେଶ୍ୱର :ରାଜ୍ୟରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେବଡ଼ ଧରଣର ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ ବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କାଲିଠୁ ଯୋଗ୍ୟତା ଅବଧି ଭାବେ ଧାର୍ଯ୍ୟ କରାଯାଇଛି। ଏ ନେଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟରେ ସୂଚନା ଦେଇଛନ୍ତି । ଏହି ଅଭିଯାନରେ ରାଜ୍ୟର ପ୍ରାୟ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଜଣ … Read more

DRDA କାର୍ଯ୍ୟାଳୟର ମହିଳା ୱାସରୁମରୁ ମିଳିଲା ସିକ୍ରେଟ କ୍ୟାମେରା

ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା DRDA କାର୍ଯ୍ୟାଳୟର ମହିଳା ୱାସରୁମ ଭିତରୁ ଏକ ସିକ୍ରେଟ କ୍ୟାମେରା ମିଳିବା ପରେ କର୍ମଚାରୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି। କିଏ ଏହି କ୍ୟାମେରା ଲଗାଇଥିଲା ଏବଂ ଏହା ପଛରେ କଣ ଉଦ୍ଦେଶ୍ୟ ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।ସୂଚନା ଅନୁଯାୟୀ ଗତ ୨୫ ତାରିଖରେ ଜଣେ ମହିଳା କର୍ମଚାରୀ ୱାସରୁମ ବ୍ୟବହାର କରୁଥିବା ବେଳେ ହଠାତ୍ ଏକ ଛୋଟ କ୍ୟାମେରା ଖସି ପଡ଼ିଥିଲା। … Read more

ପାଣ୍ଡିଆନଙ୍କ ଫେରିବାକୁ ନେଇ ଚାଲିଥିବା ଚର୍ଚ୍ଚାକୁ କଡା ସମାଲୋଚନା କଲେ ଶ୍ରୀମୟୀ

ଭୁବନେଶ୍ୱର:ପାଣ୍ଡିଆନଙ୍କୁ ପ୍ରତ୍ୟକ୍ଷ ସକ୍ରିୟ ଭୂମିକାରେ ଫେରାଇ ଆଣିବା ପାଇଁ ଦଳରେ ଚାଲିଥିବା କ୍ୟାମ୍ପେନ୍ ମଧ୍ୟରେ ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି।ପାଣ୍ଡିଆନ ଫେରିବାକୁ ନେଇ ଚାଲିଥିବା କ୍ୟାମ୍ପେନ ଯୋଗୁ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଉଭୟ ଦଳ ଓ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇସାରିଥିଲେ ମଧ୍ୟ ଦଳୀୟ ନେତାମାନଙ୍କ ଚେତା ପଶିନାହିଁ। ବିଜେଡିର ଗୋଟିଏ ଚାଟୁକାର ଗୋଷ୍ଠୀ ଗଣମାଧ୍ୟମରେ ପାଣ୍ଡିଆନଙ୍କ ସପକ୍ଷରେ ଜୋରସୋରରେ ପ୍ରଚାର ଚଳାଇଥିବାବେଳେ ଶ୍ରୀମୟୀ ଆଜି … Read more