କିଟ୍‍ ଦ୍ୱାରା ବିକଶିତ ବନ୍ୟପ୍ରାଣୀ ମନିଟରିଂ ଡିଭାଇସ୍‍ ଡିଜାଇନକୁ ମିଳିଲା ପେଟେଣ୍ଟ

ଭୁବନେଶ୍ୱର:ପ୍ରଯୁକ୍ତିବିଦ୍ୟା-ଚାଳିତ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି, “ଇଣ୍ଟେଲିଜେଣ୍ଟ ସେନ୍ସର ଡିଭାଇସ୍ ଫର୍‍ ଅଟୋମେଟେଡ୍ ୱାଇଲ୍ଡଲାଇଫ୍ ମନିଟରିଂ’ ଶୀର୍ଷକ ଏକ ଅଭିନବ ଉପକରଣକୁ ଡିଜାଇନ୍ ପେଟେଣ୍ଟ ପ୍ରଦାନ କରାଯାଇଛି। ଏହା କିଟ ବିଶ୍ୱବିଦ୍ୟାଳୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିବା ବେଳେ ଗବେଷଣା-ଆଧାରିତ ପରିବେଶ ସୁରକ୍ଷା ପଦକ୍ଷେପରେ ଏହାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ।କିଟ୍‍ ଲ୍ୟାବ୍‍ରେ ବିକଶିତ ଏହି ପ୍ରଯୁକ୍ତିର ଉଦ୍ଦେଶ୍ୟ ହେଉଛି ସେନ୍ସର-ଆଧାରିତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବନ୍ୟପ୍ରାଣୀ ତଦାରଖ ଏବଂ ଜୈବ ବିବିଧତା … Read more

ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼:ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକର ଦୁଧିଆନାଳୀ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।ଗାଁକୁ ସଜାଡିବାକୁ ଆସିଥିବା କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇଥିଲେ ଗ୍ରାମବାସୀ l ଖବର ପାଇ କଂସର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ସୂଚନା ଅନୁଯାୟୀ କାଳବୈଶାଖୀ ଯୋଗୁଁ ୪ ଦିନ ହେଲା ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିଲା । ଗୁରୁବାର ବିଦ୍ୟୁତ ବିଭାଗ ପକ୍ଷରୁ ଏହାକୁ ସଜାଡିବାକୁ ଆସିଥିବାବେଳେ ୩ ଜଣ କର୍ମଚାରୀଙ୍କୁ … Read more

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ସମ୍ପ୍ରସାରଣ ନେଇ ଉଚ୍ଚ ସ୍ତରୀୟ ବୈଠକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରୁ ଶ୍ରୀକ୍ଷେତ୍ର ପୁରୀ କୁ ଥିବା ୩୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବୁଧବାର ଦିନ ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି I ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଅଧକ୍ଷତାରେ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ପ୍ରସ୍ତାବିତ ନକସା ଏବଂ ଏହାର ଉପଯୋଗୀତା ବିଷୟରେ ଆଲୋଚନା ହୋଇଥିଲା I ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ … Read more

ରାଜଧାନୀରେ ନିଶା ମାଫିଆକୁ ଏନକାଉଣ୍ଟର

ଭୁବନେଶ୍ୱର:ଦୁର୍ଦ୍ଦାନ୍ତ ଅପରାଧୀ ତଥା ଡ୍ରଗ୍ସ ଡିଲର୍ ପୁପୁନ ମାଝୀକୁ ଏନକାଉଣ୍ଟର କଲା ସ୍ପେଶାଲ କ୍ରାଇମ ୟୁନିଟ୍। ଇନ୍ଫୋଭାଲି ଅଞ୍ଚଳରେ ପୁପୁନ୍ ସହ ପୋଲିସ ମୁହାମୁହିଁ ହୋଇଥିଲା। ପୋଲିସକୁ ଗୁଳି କରି ଖସି ଯାଉଥିବା ବେଳେ ସ୍ପେସାଲ କ୍ରାଇମ୍ ୟୁନିଟ୍ କବଳରୁ ବର୍ତ୍ତି ପାରି ନଥିଲା ପୁପୁନ୍। ତା ପାଖରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ।ତା ସହିତ ଗୋଟିଏ ପିସ୍ତଲ ୫ ରାଉଣ୍ଡ ଅଫୁଟା ଗୁଳି ଓ ବାଇକ ମଧ୍ୟ ଜବତ କରାଯାଇଛି।ପୋଲିସ ପକ୍ଷରୁ ମିଳିଥିବା … Read more

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ୍-୨୦୨୪ ପରୀକ୍ଷା ଫଳ

ଭୁବନେଶ୍ୱର:ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ୍ (OPSC) -୨୦୨୪ ପରୀକ୍ଷା ଫଳ । ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ ଶହ କୃତକାର୍ଯ୍ୟ ହୋଇଛନ୍ତି । ୨ ଶହ ମଧ୍ୟରୁ ୭୮ ଜଣ ମହିଳା କୃତକାର୍ଯ୍ୟ ହୋଇଛନ୍ତି । ବୁବୁନ ସାହୁ ହୋଇଛନ୍ତି ଟପ୍ପର । ଦ୍ବିତୀୟ ସ୍ଥାନରେ ରହିଛନ୍ତି ଶୋଭନା ମହାନ୍ତି ଏବଂ ତୃତୀୟରେ ଜିତମିତ୍ର ସାହୁ । ଚତୁର୍ଥରେ କନକ ଜୈନ, ୫ମରେ ସଂଗ୍ରାମ ପ୍ରଧାନ, ଷଷ୍ଠ ଅମନ ଗୋଏଲ, ସପ୍ତମରେ ଶାନ୍ତନୁ କୁମାର ଶତପଥୀ, ଅଷ୍ଟମରେ … Read more

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୩୬୦ ଅଧିକାରୀ ବଦଳି, ୬ ପ୍ରଶାସନିକ ଅଧିକାରୀଙ୍କୁ ମୂଳ କ୍ୟାଡରକୁ ଫେରାଇ ଦିଆଗଲା

ଭୁବନେଶ୍ୱର:ସହରାଞ୍ଚଳ ଶାସନରେ ଦକ୍ଷତା, ସ୍ୱଚ୍ଛତା ଏବଂ ଉତ୍ତର ଦାୟିତ୍ଵ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ କରାଯାଇଛି। ରାଜ୍ୟର ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB)ରେ କାର୍ଯ୍ୟରତ ବିଭିନ୍ନ କ୍ୟାଡରର ୩୬୦ ଜଣ ଅଧିକାରୀଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବଦଳି ନିର୍ଦ୍ଦେଶ ଜାରି କରାଯାଇଛି। ନାଗରିକ-କେନ୍ଦ୍ରିକ ସହରାଞ୍ଚଳ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ଚାଲିଥିବା ପ୍ରୟାସର ଏକ ଅଂଶସ୍ୱରୂପ, ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ … Read more

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ମୃତ

କଳାହାଣ୍ଡି : ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି । ସେଣ୍ଟ୍ରିଙ୍ଗ କାଢ଼ିବା ବେଳେ ସମସ୍ତେ ଚାପି ହୋଇଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁଯାୟୀ, ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ ପାଇଖାନା ଟାଙ୍କିରେ ସେଣ୍ଟ୍ରିଂ ଖୋଲୁଥିବା ବେଳେ ବଡ଼ ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ୩ ମିସ୍ତ୍ରୀ, ଜଣେ ଶ୍ରମିକ, ମାଲିକ … Read more

ପଦ୍ମ ଧରିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର:ବିଜେଡିର ବରିଷ୍ଠ ନେତା ଓ ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ କେନ୍ଦ୍ରୀୟ ନେତୃତ୍ୱ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି।ଗତକାଲି ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେବା ସହ ରାଜ୍ୟସଭା ସାଂସଦ ପଦ ମଧ୍ୟ ଛାଡ଼ିଥିଲେ। ଇସ୍ତଫା ପରେ ସେ ବିଜେଡି ଉପରେ ଖୋଲାଖୋଲି ବର୍ଷିଥିଲେ। ଲୋକଙ୍କ ସ୍ୱାର୍ଥ ଓ ନିଜ … Read more

ସୁଧୀର ପାତ୍ର ହତ୍ୟା ମାମଲା: ଦୁଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ସୋମବାର ବିଳମ୍ବିତ ରାତିରେ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ । ସେମାନେ ହେଲେ ହେଲେ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ(୨୭) ଓ ଗୁଜରାଟ ସୁରତ ଜିଲ୍ଲା ମୋଦି ମହଲା ଏକେ ରୋଡ୍ର ସରୋଜ ପଣ୍ଡା(୩୫) । ବ୍ରହ୍ମପୁର ଏସପି ଡ. ସରବଣା ବିବେକ ଏମ୍ କହିଛନ୍ତି ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଏହି … Read more

ସିଏସଟିଟି -କିଟ୍ ମିଳିତ ବିଶେଷଜ୍ଞ ପରାମର୍ଶଦାତା କମିଟି କର୍ମଶାଳା ଉଦଯାପିତ

ଭୁବନେଶ୍ୱର:ଜାତୀୟ ଶିକ୍ଷା ନୀତି ୨୦୨୦ର ଲକ୍ଷ୍ୟ ଅନୁଯାୟୀ ଭାରତୀୟ ଭାଷାରେ ବୈଷୟିକ ଓ ଉଚ୍ଚଶିକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବୈଜ୍ଞାନିକ ଏବଂ ବୈଷୟିକ ଶବ୍ଦାବଳୀ ଆୟୋଗ (ସିଏସଟିଟି) ଓ କିଟ୍ ବିଶ୍ଵବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ଆୟୋଜିତ ପାଞ୍ଚଦିନିଆ ବିଶେଷଜ୍ଞ ପରାମର୍ଶଦାତା କମିଟି କର୍ମଶାଳା ଇତି ମଧ୍ୟରେ ସଫଳତାର ସହ ସମାପ୍ତ ହୋଇଛି। ୧୮ରୁ ୨୨ ମଇ ପର୍ଯ୍ୟନ୍ତ ଆୟୋଜିତ ଏହି କର୍ମଶାଳାରେ “ଇଲେକ୍ଟ୍ରୋନିକ୍ସ” ଏବଂ “ରାଜନୀତି ବିଜ୍ଞାନ” ବିଷୟର ଇଂରାଜୀ–ହିନ୍ଦୀ–ଓଡ଼ିଆ ଶବ୍ଦକୋଷ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। … Read more