ଓଡ଼ିଶାର ଅନ୍ତରୀଣ ଡିଜିପି ହେଲେ ବିନୟତୋଷ ମିଶ୍ର

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ମିଳିଛି ନୂଆ ଦାୟିତ୍ୱ। ୧୯୯୩ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଧିକାରୀଙ୍କୁ ଓଡ଼ିଶାର ଅନ୍ତରୀଣ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ଦିଆଯାଇଛି। ସମ୍ପ୍ରତି କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ଯ୍ୟରତ ଶ୍ରୀ ମିଶ୍ରଙ୍କୁ ଡିଜିପି ପଦର ଅତିରିକ୍ତ ଦାୟିତ୍ୱ ହସ୍ତାନ୍ତର ନେଇ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଆସନ୍ତା ୧୬ ତାରିଖରେ ବର୍ତ୍ତମାନର ଡିଜିପି ୱାଇ. ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ, ତାଙ୍କ ପରେ ଶ୍ରୀ … Read more

ନବୀନ ନିବାସରେ ବିଜେଡିର ବୈଠକ ଅନୁଷ୍ଠିତ:ସରକାରଙ୍କୁ ସମାଲୋଚନା କଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଛି l ବୈଠକ ପରେ ପ୍ରମିଳା ମଲ୍ଲିକ ରାଜ୍ୟର ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଜେଡି ସରକାର ସମୟରେ ଭାଗଚାଷୀମାନେ ସୁବିଧାରେ ପଞ୍ଜୀକରଣ କରୁଥିଲେ କିନ୍ତୁ ବର୍ତ୍ତମାନର ସରକାର ଭାଗଚାଷୀଙ୍କ ସେହି ଅଧିକାରକୁ ଛଡ଼ାଇ ନେଇଛନ୍ତି। ସରକାର ଚାହୁଁନାହାନ୍ତି ଯେ ଚାଷୀମାନେ ଅଧିକ ଅମଳ କରନ୍ତୁ। ତେଣୁ ପୂର୍ବଭଳି ସହଜରେ ଭାଗଚାଷୀଙ୍କ ପଞ୍ଜୀକରଣ ବ୍ୟବସ୍ଥା … Read more

ଇଣ୍ଡିଗୋ ବିମାନ ବାତିଲ ପରେ ଭୁବନେଶ୍ୱର ବିମାନବନ୍ଦରରେ ମହିଳାଙ୍କ ହଙ୍ଗାମା

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରଠାରେଏକ ଇଣ୍ଡିଗୋ ବିମାନ ବାତିଲ ହେବା ପରେ ଜଣେ ମହିଳା ଯାତ୍ରୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି ବିଳମ୍ବ ହେବା ସହ ପରେ ବାତିଲ ହୋଇଥିଲା, ଯାହା ଫଳରେ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣକ ନିଜ ପୁଅର ଚିକିତ୍ସା ପାଇଁ କୋଲକାତା ଯିବାର ଥିଲା । ତେବେ ବିମାନ ବାତିଲ ହେବା ଖବର ଶୁଣି ସେ ଉତ୍ତ୍ୟକ୍ତ ହୋଇପଡିଥିଲେ। କ୍ରୋଧାନ୍ୱିତ ହୋଇ … Read more

ପୁଲିସ ସେବା ପୁରସ୍କାର-୨୦୨୬; ସଂଜୀବ ପଣ୍ଡା ଓ ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ୨୦୨୬ ବର୍ଷର ପୋଲିସ ସେବା ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶାର ୧୭ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ବିଭିନ୍ନ ବର୍ଗରେ ପୁରସ୍କୃତ ହେବେ। ଏହି ତାଲିକା ଅନୁସାରେ, ୫ ଜଣଙ୍କୁ ସାହାସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ। ADG ପାହ୍ୟା ଅଧିକାରୀ ସଂଜୀବ ପଣ୍ଡାଙ୍କୁ ମିଳିବ ରାଷ୍ଟ୍ରପତି ପଦକ। DSP ପାହ୍ୟାର ଅଧିକାରୀ ସ୍ମିତାରାଣୀ ମହାନ୍ତିଙ୍କୁ ମଧ୍ୟ ମିଳିବ ରାଷ୍ଟ୍ରପତି ପଦକ। ସୂଚନା ଅନୁସାରେ, … Read more

ଶକ୍ତି ବିଭାଗର ପ୍ରସ୍ତାବିତ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ୨୦୩୦ ସୁଦ୍ଧା ସମସ୍ତଙ୍କୁ ମିଳିବ ଗୁଣାତ୍ମକ ବିଦ୍ୟୁତ ସେବା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିନ ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ଦିନରେ ହେବାକୁ ଥିବା ଶକ୍ତି ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରୁ ଜଣାଯାଇଛି ଯେ, ବର୍ତ୍ତମାନ ରାଜ୍ୟରେ ୨୧୦ଟି ଗ୍ରୀଡ୍‌ ସବ୍‌ଷ୍ଟେସନ୍ କାର୍ଯ୍ୟକ୍ଷମ ଅଛି । ସେଥିମଧ୍ୟରୁ ଗତ ୨ ବର୍ଷ ମଧ୍ୟରେ ୧୫ଟି ନୂଆ ଗ୍ରୀଡ୍‌ ସବ୍‌ଷ୍ଟେସନ୍ ସ୍ଥାପନ କରାଯାଇଛି। ସେହିଭଳି ୨ ବର୍ଷ ମଧ୍ୟରେ ୭୮୮.୯୯ ସର୍କିଟ୍‌ କିଲୋମିଟର ଟ୍ରାନ୍ସମିସନ୍ ଲାଇନ୍ … Read more

କଟକରେ ଯୁବତୀଙ୍କୁ ଗଣଦୁଷ୍କର୍ମ: ୫ ଗିରଫ, ଜଣେ ଫେରାର

କଟକ: ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଘଟଣାରେ କଟକ ନିଶ୍ଚିନ୍ତକୋଇଲି ଥାନା ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଜଣେ ଅଭିଯୁକ୍ତ ଫେରାର ଥିବାବେଳେ ଘଟଣାର ତଦନ୍ତ ପାଇଁ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ମୋଟ୍ ଚାରୋଟି ଟିମ୍ ଗଠନ ହୋଇଥିବା ବେଳେ ଉଭୟ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା କଟକ ଜିଲ୍ଲା ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ଏହି ଗଣ … Read more

୩ କୋଟିରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହଡ଼ପ: ତିର୍ତ୍ତୋଲର ଦୁଇ ପୂର୍ବତନ ଅଧିକାରୀ ଗିରଫ

ଜଗତସିଂହପୁର: ଓଡ଼ିଶା ଭିଜିଲାନ୍ସ ଦୁଇ ଜଣ ପୂର୍ବତନ ସରକାରୀ ଅଧିକାରୀଙ୍କୁ ୩ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଗିରଫ କରିଛି। ଗିରଫ ହୋଇଥିବା ଅଧିକାରୀମାନେ ହେଲେ ତିର୍ତ୍ତୋଲ ବ୍ଲକ୍‌ର ପୂର୍ବତନ ଏସ୍‌ଆର୍‌ଏ ଭଞ୍ଜ କିଶୋର ବେହେରା ଏବଂ ପୂର୍ବତନ ପିଇଓ ପ୍ରଦୀପ୍ତ କୁମାର ମଲ୍ଲିକ। ଭିଜିଲାନ୍ସ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଆର୍ଥିକ ବର୍ଷ ୨୦୧୧-୧୨ ରୁ ୨୦୨୧-୨୨ ମଧ୍ୟରେ ଏହି ଆର୍ଥିକ ଠକେଇ ହୋଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ, ଭଞ୍ଜ କିଶୋର … Read more

ସହଜ ହେବ ଅନୁକମ୍ପାମୂଳକ ନିଯୁକ୍ତି :ନୂତନ ନିୟମକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଥଇଥାନ ସହାୟତା) ନିୟମ, ୨୦୨୬’ କୁ ଅନୁମୋଦନ ମିଳିଛି। ଚାକିରି କାଳରେ ପ୍ରାଣ ହରାଉଥିବା ସରକାରୀ କର୍ମଚାରୀଙ୍କ ଯୋଗ୍ୟ ପରିବାର ସଦସ୍ୟଙ୍କୁ କିପରି ଠିକ୍ ସମୟରେ ନିଯୁକ୍ତି ମିଳିପାରିବ, ସେଥିପାଇଁ ଏହି ନୂତନ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଏହି ନୂଆ ବ୍ୟବସ୍ଥା ଅନୁଯାୟୀ ସର୍ବାଧିକ ବାଧକ ସାଜୁଥିବା ‘୧୦୦-ପଏଣ୍ଟ ମୂଲ୍ୟାୟନ ପ୍ରଣାଳୀ’କୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରାଯାଇଛି । ଥଇଥାନ ସହାୟତା ଯୋଜନା ଅଧୀନରେ … Read more

ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରେଭେନ୍ୟୁ ଇନ୍ସପେକ୍ଟର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧୀନ ତୁଡ଼ିଗଡ଼ିଆ ରାଜସ୍ୱ ନିରୀକ୍ଷକ ଶରତ କୁମାର ସେଠୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଅଭିଯୋଗକାରୀ ତାଙ୍କ ପୈତୃକ ଜମିର ମ୍ୟୁଟେସନ୍ କରି ତାଙ୍କ ଜେଜେବାପାଙ୍କ ନାଁରେ Record of Rights (ROR) ପାଇଁ ଆବେଦନ କରିଥିଲେ। ତେବେ ଏହି ପ୍ରକ୍ରିୟାକୁ ରେଭିନ୍ୟୁ ଇନ୍ସପେକ୍ଟର ଜଣକ ବିଳମ୍ବ କରୁଥିବା ଅଭିଯୋଗ ହୋଇଥିଲା। ପରେ ମ୍ୟୁଟେସନ୍ … Read more

ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ :ଜୁଲାଇ ସୁଦ୍ଧା- ରାଜସ୍ୱ ଆଦାୟ ପୂର୍ବ ବର୍ଷ ଅପେକ୍ଷା ୭.୩% ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଙ୍ଗଳ ବାର ଦିନ ଲୋକସେବା ଭବନରେ ଅର୍ଥ ବିଭାଗର ସମୀକ୍ଷା କରି ରାଜସ୍ୱ ଆଦାୟ ବ୍ୟବସ୍ଥାକୁ ଆହୁରି ଦକ୍ଷ କରିବା ସହିତ ପୁଞ୍ଜି ଓ କାର୍ଯ୍ୟକ୍ରମ ବ୍ୟୟକୁ ଆହୁରି ବୃଦ୍ଧି କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ଏହି ବୈଠକ ରେ ଅର୍ଥବିଭାଗ ପକ୍ଷରୁ ରାଜସ୍ୱ ପ୍ରାପ୍ତି ଓ ଖର୍ଚ୍ଚ ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ରଖାଯାଇଥିଲା । ବୈଠକରେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁଯାୟୀ ରାଜ୍ୟ ସରକାରଙ୍କ … Read more