ଆସିଲା ୨୦୨୪ ଭୋଟର ତାଲିକା,ରାଜ୍ୟରେ ୩ କୋଟି ୩୨ ଲକ୍ଷ ଭୋଟର

ଭୁବନେଶ୍ୱର:  ୨୦୨୪ ଭୋଟର ତାଲିକା ସରକାର ପ୍ରକାଶ କରିଛନ୍ତି। ଓଡ଼ିଶାରେ ଏଥର ଭୋଟ ଦେବେ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଲୋକ । ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଏକ ପ୍ରେସ୍ ମିଟରେ ୨୦୨୪ ଭୋଟର ତାଲିକା ଜାରି କରିଛନ୍ତି । ତାଲିକାରେ ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ପୁରୁଷ ଭୋଟର ଥିବା ବେଳେ ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ … Read more

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସପାଳିତ 

ଶାନ୍ତନୁ କୁମାର ରଣା ଗୋପାଳପୁର: ସ୍ଥାନୀୟ ଭଞ୍ଜବିହାରସ୍ଥିତ ବିଜୁ ପଟ୍ଟନାୟକ ଅଡ଼ିଟୋରିୟମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ୨ ତାରିଖ ଅର୍ଥାତ୍ (ମଙ୍ଗଳବାର) ଅନୁଷ୍ଠିତ ହୋଇଛି । କବି ହରପ୍ରସାଦ ଦାସ ମୁଖ୍ୟ ଅତିଥି ଓ ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଳିପୁଡ଼ି ପଣ୍ଡିତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।  କୁଳପତି ଗୀତାଞ୍ଜଳି ଦାଶ  ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ପ୍ରଗତି ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । … Read more

ଜାତୀୟସ୍ତରୀୟ କବାଡ଼ିରେ ଭାଗ ନେବେ ତେଜସ୍ୱୀନି 

ଶାନ୍ତନୁ କୁମାର ରଣା କୁକୁଡ଼ାଖଣ୍ଡି: ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ୬୭ ତମ ଜାତୀୟ ବିଦ୍ୟାଳୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାତ୍ରା କରିଛନ୍ତି ଆଦର୍ଶ ବିଦ୍ୟାଳୟ ଛାତ୍ରୀ ତେଜସ୍ୱିନୀ ରାଉତ । ଏହା ଆସନ୍ତା ଜାନୁଆରୀ ୩ ରୁ ୮ ତାରିଖ ଯାଏଁ ଅନୁଷ୍ଠିତ ହେବ । ସ୍ଥାନୀୟ ପାଣ୍ଡିଆଝୋଳି ଗ୍ରାମର ଚାଷୀ ସୁଧିର ରାଉତଙ୍କ ଝିଅ ତେଜସ୍ୱିନୀ ବ୍ରହ୍ମପୁରରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ କବାଡ଼ିରେ ଚମତ୍କାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ … Read more

ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଙ୍କୁ ଆନ୍ତର୍ଜାତୀୟ ଉତ୍ସବ ରେ ସମ୍ମାନ

 ଶାନ୍ତନୁ କୁମାର ରଣା  ବ୍ରହ୍ମପୁର: ହାଇଦ୍ରାବାଦ ର ରବୀନ୍ଦ୍ର ଭାରତୀ ଠାରେ ଆନ୍ତର୍ଜାତିକ କାଲ୍ସିକଲ୍ ଓ ଲୋକକଳା ଫେଷ୍ଟିବଲ୍ ଅନୁଷ୍ଠିତ ହୋଇଯାଇଛି। ତେଲେଙ୍ଗାନା ଭାଷା ସଂସ୍କୃତି ଓ ସଂସ୍କୃତି କଳା ନିକେତନ ତରଫରୁ କାଯ୍ୟ କ୍ରମ ହୋଇଛି। ସଂସ୍କୃତି କଳା ନିକେତନ ର ପ୍ରତିଷ୍ଠାତା  ସଂଯୁକ୍ତା ପଣ୍ଡା ଓ ଗୁରୁ ଡ .ସୁଦୀପ୍ତା ପଣ୍ଡା ଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା ।  ନୂତନ ବର୍ଷ ଆରମ୍ଭରୁ ଏ ଭଳି ପ୍ରୋଗ୍ରାମ ସମସ୍ତଙ୍କୁ ଆନନ୍ଦିତ କରିଥିଲା । ୮ … Read more

କର୍ତବ୍ୟ ପଥରେ ଏଥର ଗଡିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ/ଭୁବନେଶ୍ଵର: କର୍ତବ୍ୟ ପଥରେ ଏଥର ଗଡିବା ଓଡ଼ିଶା ପ୍ରଜ୍ଞାପନ ମେଢ଼। ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଗଣତନ୍ତ୍ର (ସାଧାରଣତନ୍ତ୍ର) ଦିବସ‌ ପରେଡ୍‌ରେ ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବ। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମାଧ୍ୟମରେ କର୍ତ୍ତବ୍ୟପଥରେ ଦର୍ଶକମାନେ ଓଡ଼ିଶାର କଳାକୁ ଆଖି ଆଗରେ ଦେଖିବାର ସୁଯୋଗ ପାଇପାରିବେ। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଦିନ ଚିଠି ଜାରି … Read more

୧ କୋଟି ବୀମାରାଶି ଲୋଭରେ ଚେହେରା ସହିତ ମେଳ ଖାଉଥିବା ବ୍ୟକ୍ତିଙ୍କୁ ହତ୍ୟା କରି ‘ଜିମ୍‌ ଟ୍ରେନର୍‌’ ଗିରଫ

ଚେନ୍ନାଇ: ବୀମା ଅର୍ଥ ପାଇବା ଲାଗି ନିଜ ଚେହେରା ସହିତ ମେଳ ଖାଉଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ନିଜର ମୃତ୍ୟୁ ଘଟିଛି ବୋଲି ଦର୍ଶାଇ ଥିବା ସନ୍ଦେହରେ ଜଣେ ‘ଜିମ୍‌ ଟ୍ରେନର୍‌’ଙ୍କୁ ଗିରଫ କରାଯାଇଥିବା କଥା ଚେନ୍ନାଇ ପୁଲିସ କହିଛି। ଏହି ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ସନ୍ଦେହରେ ‘ଜିମ୍‌ ଟ୍ରେନର୍‌’ଙ୍କର ଆଉ ୨ଜଣ ବନ୍ଧୁଙ୍କୁ ମଧ୍ୟ ଗିରଫ କରାଯାଇଛି। ପୁଲିସ କହିଛି, ୨୦୨୩ ସେପ୍ଟେମ୍ବରରେ ଆୟନାନାବରମ୍‌ସ୍ଥିତ ୩୮ ବର୍ଷିୟ ‘ଜିମ୍‌ ଟ୍ରେନର୍‌’ ସୁରେଶ ମିଛରେ … Read more

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ  ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ 

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ଆଜି ଲୋକାର୍ପିତ ହୋଇଛି। ୨୭୨୩ କୋଟି ଟଙ୍କା ବ୍ୟରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। । ଏତଦବ୍ୟତୀତ  ସେ ଜିଲ୍ଲାରେ ୩୦୫ କୋଟିର ୬୯ଟି ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି।  ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ସମ୍ବଲପୁରୀ ଭାଷାରେ ନବୀନ କହିଥିଲେ, ନୂଆବର୍ଷରେ ବଲାଙ୍ଗୀର ଜିଲ୍ଲାରୁ ମୋର ପ୍ରଥମ ଜିଲ୍ଲା ଗସ୍ତ ଆରମ୍ଭ … Read more

ପଶ୍ଚିମ ଓଡିଶାରେ ହାଇକୋର୍ଟର ଏକ  ବେଞ୍ଚ ଅନାବଶ୍ୟକ: କେନ୍ଦ୍ର ଆଇନ ମନ୍ତ୍ରୀ 

ଦିଲ୍ଲୀ: ପଶ୍ଚିମ ଓଡିଶାର ଲୋକମାନେ ଏକ ସମୟରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କରୁଥିବା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ମଙ୍ଗଳବାର ଦିନ କହିଛନ୍ତି ଯେ ପଶ୍ଚିମ ଓଡିଶାରେ ଏଭଳି ବେଞ୍ଚ ଅନାବଶ୍ୟକ। ମେଘୱାଲ ଗୁରୁତ୍ୱାରୋପ କରିଛନ୍ତି ଯେ ହାଇକୋର୍ଟର ଏକ ବେଞ୍ଚ ପ୍ରତିଷ୍ଠା ପାଇଁ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ,  ପ୍ରଧାନ ବିଚାରପତି ଏବଂ ପରବର୍ତୀ ସମୟରେ ଭାରତର ପ୍ରଧାନ ବିଚାରପତିଙ୍କ ସୁପାରିଶ ଆବଶ୍ୟକ। ଇ-କୋର୍ଟ ପ୍ରକଳ୍ପରେ ଚାଲିଥିବା … Read more

ଭୁବନେଶ୍ଵର ମେଟ୍ରୋରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମେଟ୍ରୋ ରେଲ୍‌ର ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ବାରଙ୍ଗ ରତାଗଡଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଦିନଟି ରାଜ୍ୟର ବିକାଶ ଇତିହାସରେ ଏକ ସ୍ୱତନ୍ତ୍ର ଦିବସ ହୋଇ ରହିବ। ପରିବହନ କ୍ଷେତ୍ରରେ ଆସିବ ବଡ ରୂପାନ୍ତରଣ। ସେ କହିଥିଲେ ଯେ ମେଟ୍ରୋ ରେଲ୍‌ପାଇଁ ମୁଁ ଯେଉଁ ପ୍ରତିଶୃତି ଦେଇଥିଲି, ତାହା ଆଜି ପାଳନ କରୁଛି। ମୁଖ୍ୟମନ୍ତ୍ରୀ କହିଥିଲେ … Read more

ସୁଶୀଳା ଦେବୀ ସ୍ୱାସ୍ଥ୍ୟ ଓ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନର ନୂଆ କ୍ୟାମ୍ପସ ଉଦଘାଟିତ

ବ୍ରହ୍ମପୁର: ସୁଶୀଳା ଦେବୀ ସ୍ଵାସ୍ଥ୍ୟ ଓ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନର ନୂତନ ଭାବେ ନିର୍ମିତ କ୍ୟାମ୍ପସ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଡୁରା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭାବି ନାରାୟଣପୁର ଗ୍ରାମରେ ରବିବାର ଦିନ ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନ ର ନିର୍ଦ୍ଦେଶକ ପ୍ରଶାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ଉତ୍ସବ କୁ ବ୍ରହ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରମେଶଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ ଯୋଗ ଦେଇ ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ … Read more