ରାଜ୍ୟକୁ ନାହିଁ ବନ୍ୟା ଆଶଙ୍କା

ଭୁବନେଶ୍ୱର:ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । କିନ୍ତୁ ବିଭିନ୍ନ ନଦୀରେ ଜଳ ସ୍ତର ସ୍ଥିର ରହିଛି । ରାଜ୍ୟରେ ୮୯ ବ୍ଲକରେ ବର୍ଷା ରେକର୍ଡ ହୋଇଥିବାବେଳେ ରାଜ୍ୟକୁ ବନ୍ୟା ଆଶଙ୍କା ନ ଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ । ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ମୁତାବକ, ଲଗାଣ ବର୍ଷା ଯୋଗୁଁ କେବଳ ଗୋଟିଏ ନଦୀର ଜଳସ୍ତର ବିପଦ ସଙ୍କେତ ଟପି ଥିବାବେଳେ … Read more

ଗଜପତିରେ ବର୍ଷା ବିତ୍ପାତ,ମହେନ୍ଦ୍ରଗିରିରେ ଫସି ରହିଥିବା 24 ପର୍ଯ୍ୟଟକ ଉଦ୍ଧାର

ଗଜପତି:ଗତକାଲିର ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ସଂପୂର୍ଣ୍ଣ ବେହାଲ ହୋଇପଡିଛି । ଗୁରୁବାର ସକାଳ 9ଟାରୁ ଅପରାହ୍ନ 2ଟା ମଧ୍ୟରେ ଜିଲ୍ଲାରେ 1375ମିମି ବର୍ଷା ରେକର୍ଡ କରାଯାଇଛି । ତେଣୁ ଏଭଳି ଅସ୍ବାଭାବିକ ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି । ଗଜପତି ଜିଲ୍ଲାର 4ଟି ସ୍ଥାନରେ ଭୂ-ସ୍ଖଳନ ହୋଇଛି । ଫଳରେ ରାସ୍ତାଘାଟ ସବୁଠି ମାଟି ଆଉ ମାଟି … Read more

ରାବଣପୋଡ଼ି ଉତ୍ସବରେ ଶତାଧିକ ମୋବାଇଲ୍‌ ଚୋରି

ଭୁବନେଶ୍ୱର:ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିଜୟା ଦଶମୀ ଅବସରରେ ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ବରମୁଣ୍ଡା ଦଶହରା ପଡ଼ିଆ ଅନ୍ୟତମ ଆକର୍ଷଣର କେନ୍ଦ୍ର ଥିଲା, ଯେଉଁଠାରେ ଏକ ୭୦ ଫୁଟ ଉଚ୍ଚତା ବିଶିଷ୍ଟ ରାବଣଙ୍କ ପ୍ରତିମୂର୍ତ୍ତି ପୋଡ଼ାଯାଇଥିଲା। କିନ୍ତୁ ଏହି ଆନନ୍ଦମୟ ଉତ୍ସବ ମଧ୍ୟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବରମୁଣ୍ଡା ପଡ଼ିଆରେ ଆୟୋଜିତ ଏହି ରାବଣପୋଡ଼ି ଉତ୍ସବ ସମୟରେ ଶତାଧିକ ମୋବାଇଲ୍‌ ଚୋରି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।ବରମୁଣ୍ଡା … Read more

ସ୍ତ୍ରୀଙ୍କୁ କୁରାଢ଼ିରେ ହାଣିଦେଲେ ଏବିଡିଓ

କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡ଼ଅଁର ଗାଁରେ ଏକ ବଡ଼ ଅଘଟଣ ଘଟିଛି । ବିଜୟା ଦଶମୀରେ ସ୍ତ୍ରୀକୁ ହତ୍ୟା କରିଛନ୍ତି ଏବିଡ଼ିଓ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଏବିଡ଼ିଓ ଦେବୀ ପ୍ରସାଦ ଜେନା ପାରିବାରିକ କଳହରୁ ସ୍ତ୍ରୀଙ୍କୁ କୁରାଢ଼ିରେ ହାଣି ଦେଇଛନ୍ତି । ପାରିବାରିକ କଳହରୁ ସ୍ୱାମୀ ଦେବୀପ୍ରସାଦ ସ୍ତ୍ରୀ ସୁଦେଷ୍ଣାଙ୍କୁ କୁରାଢ଼ିରେ ହାଣି ହତ୍ୟା କରି ଦୌଡ଼ି ପଳାଇଥିବା ଜଣାପଡ଼ିଛି ।ଝିଅର ଚିତ୍କାର ଶୁଣି ପଡୋଶୀମାନେ ଯାଇ ସୁଦେଷ୍ନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର … Read more

ଲଘୁଚାପ ବର୍ଷାରେ ଭାଙ୍ଗିଲା ତୋରଣ ୫ଆହତ:ବାଲିକୁଦା

ଜଗତସିଂହପୁର: ଲଘୁଚାପ ଜନିତ ଲଗାଣ ବର୍ଷା ଓ ପବନରେ ଭାଙ୍ଗିଲା ତୋରଣ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବଜାରରେ ନିର୍ମାଣ ହୋଇଥିବା ଦୁର୍ଗାପୂଜା ତୋରଣ ଭାଙ୍ଗି ପଡ଼ିଛି । ଫଳରେ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ବାଲିକୁଦା ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ଗତକାଲିଠାରୁ ତୁହାକୁ ତୁହା ବର୍ଷା ଓ ପବନ ହୋଇଛି । ଫଳରେ ତୋରଣ ଭାଙ୍ଗି ୫ ଜଣ ଆହତ … Read more

ଆଜି ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ:ଆଜି ଶ୍ରୀମନ୍ଦିରରେ ବିଜୟାଦଶମୀ ତଥା ଦଶହରା ପର୍ବ । ଏହି ଅବସରରେ ରତ୍ନସିଂହାସନରେ ଶ୍ରୀବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । କିରିଟି , ଚୁଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ଶ୍ରୀଭୂଜ, ଶ୍ରୀପୟର ଓ ଘାଗଡ଼ା ମାଳି ଆଦି ସ୍ବର୍ଣ୍ଣଅଳଙ୍କାରରେ ବିଭୂଷିତ ହୋଇଛନ୍ତି ଜଗତ ଠାକୁର । ଶ୍ରୀମନ୍ଦିରରେ ଅବକାଶ ନିତୀ ପରେ ଶ୍ରୀଜିଉଙ୍କର ସୁନାବେଶ ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଏହାକୁ ଦୃଷ୍ଟିରେ ରଖି … Read more

ଆଜି ଜନସମ୍ପର୍କ ପଦଯାତ୍ରା ପାଇଁ ସଙ୍କଳ୍ପ ନେବ ବିଜେଡି

ଭୁବନେଶ୍ୱର: ଆଜି ଜନ ସମ୍ପର୍କ ପଦଯାତ୍ରା ପାଇଁ ସଙ୍କଳ୍ପ ନେବ ବିଜେଡି । ସରକାରଙ୍କ ବିଫଳତା ବିରୋଧରେ ଜନସଚେତନତା ସୃଷ୍ଟି କରିବ । ହେଲେ ପାର୍ବଣ ଥିବାରୁ ଆଜି ପଦଯାତ୍ରା କରିବନି ବିଜେଡି । ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ପାଇଁ ସଂକଳ୍ପ ନିଆଯିବ । ଏହାପରେ ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀରୁ ପଦଯାତ୍ରା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ … Read more

ଗଭୀର ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଗଭୀର ଅବପାତରେ ପରିଣତ ହୋଇଛି। ଶୁକ୍ରବାର ସକାଳେ ଏହା ପାରାଦୀପ-ଗୋପାଳପୁର ମଧ୍ୟ ଦେଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଯାହାର ପ୍ରଭାବ ରେ ଗୁରୁବାର ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ପୁରୀ ଓ ଜଗତସିଂପୁରକୁ ରେଡ୍ ଆଲର୍ଟ ଜାରି … Read more

ପୋଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି, କ୍ରାଇମବ୍ରାଞ୍ଚ କରୁଛି ତଦନ୍ତ

ଭୁବନେଶ୍ବର: ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ଦ୍ବାରା ପରିଚାଳିତ ପୁଲିସ ଏସ୍‌ଆଇ ପରୀକ୍ଷାରେ ବଡ଼ ଦୁର୍ନୀତି ସାମନାକୁ ଆସିଛି। ଏହି ସମ୍ବେଦନଶୀଳ ଘଟଣା ପଦାକୁ ଆସିବା ପରେ ପୁଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇଛି। କ୍ରାଇମବ୍ରାଞ୍ଚ ଏହି ଘଟଣାରେ ୧୧୭ ଜଣ ପରୀକ୍ଷାର୍ଥୀ ଓ ୨ ଦଲାଲଙ୍କୁ ଗିରଫ କରିଛି। ଏହି କେ‌େଳଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସଂପର୍କିତ ତଥ୍ୟ ସାମନାକୁ ଆସିଛି। … Read more

ନବରତ୍ନ କମ୍ପାନି ନାଲ୍‌କୋରେ ସିବିଆଇ ର ଯାଞ୍ଚ

ଭୁବନେଶ୍ବର: ନବରତ୍ନ କମ୍ପାନି ନାଲ୍‌କୋରେ ଅଫିସ ରେ ସିବିଆଇ ଯାଞ୍ଚ କରିଛି। ନିଯୁକ୍ତି ସଂକ୍ରାନ୍ତୀୟ ଏକ ଅଭିଯୋଗ ଉପରେ ଏହି ଯାଞ୍ଚ କରାଯାଇଥିବା ସୂଚନା ମିଳିଛି। ତେବେ ସିବିଆଇ ହାତରେ ନିର୍ଦ୍ଦିଷ୍ଟ ପ୍ରମାଣ କିଛି ଲାଗିଛି କି ନାହିଁ, ତାହା ସ୍ପଷ୍ଟ ହୋଇ ନାହିଁ। ପୂର୍ବରୁ ଘରୋଇ ଅସ୍ଥାୟୀ କର୍ମଚାରୀଙ୍କ ଅଭିଜ୍ଞତା ଥିବ‌ା ଦର୍ଶାଇ ୨୦ ଜଣଙ୍କୁ ନାଲ୍‌କୋରେ ନିଯୁକ୍ତି ମିଳିଥିବା ନେଇ ସିବିଆଇରେ ଅଭିଯୋଗ ହୋଇଥିଲା। କିଛି ଉପରିସ୍ଥ ଅଧିକାରୀ ଅର୍ଥ ନେଇ ନିଯୁକ୍ତି ଦେଇଥିବା … Read more