ବାର୍ଡ ଫ୍ଲୁ ବ୍ୟାପିଥିବା ଅଞ୍ଚଳ ର ସମୀକ୍ଷା କଲେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ

ପୁରୀ: ଡେଲାଙ୍ଗ ବ୍ଲକର ବଡ଼ ଆଙ୍କୁଲା ଗାଁରେ କୁକୁଡ଼ାମାନଙ୍କୁ ବାର୍ଡ ଫ୍ଲୁ ରୋଗ ଲାଗିଥିବା ଜାତୀୟ ଉଚ୍ଚ ସୁରକ୍ଷା ପ୍ରାଣୀରୋଗ ପ୍ରତିଷ୍ଠାନ, ଭୋପାଳ ଜୁଲାଇ ୧୧ ତାରିଖ ଦିନ ନିଶ୍ଚିତ କରିଛି । ଖବର ପାଇବା କ୍ଷଣି ରାଜ୍ୟ ସରକାର ଏହି ରୋଗ କିପରି ଅନ୍ୟ ଅଞ୍ଚଳକୁ ବ୍ୟାପିବ ନାହିଁ ଓ ରୋଗର ନିରାକରଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ରବିବାର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଅଞ୍ଚଳକୁ … Read more

ସବୁ ନିର୍ବାଚନମଣ୍ଡଳୀ ରେ ଗାଁରୁ ବଜାରକୁ ହେବ ସଡ଼କ

ଭୁବନେଶ୍ୱର: ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ସଡ଼କ ନିର୍ମାଣ କରିବେ। ଏଥିନେଇ ଜାରି ହୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସଂକଳ୍ପ । ୧୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଗାଁରୁ ବଜାରକୁ ସଂଯୋଗ ପାଇଁ ନିର୍ମାଣ ହେବ ସଡ଼କ। ବିଧାନସଭା ନିର୍ବାଚନ ମଣ୍ଡଳୀ ପିଛା ବାର୍ଷିକ ୧ କୋଟି ଟଙ୍କା ଲେଖାଏଁ କରାଯିବ ଖର୍ଚ୍ଚ। ଏହି ରାଶିରେ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ୨୦ଟି ସଡ଼କ ନିର୍ମାଣ କରାଯାଇ ପାରିବ। ଗୋଟିଏ ସଡ଼କ … Read more

୩ ନକଲି ମାଓବାଦୀ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୋରାଗୁଡ଼ା ପୋଲିସ ୩ ନକଲି ମାଓବାଦୀଙ୍କୁ ଗିରଫ କରିଛି। ଗିରଫ ମଧ୍ୟରେ ଦୁଇଜଣ ଯୁବକ କୁପାଖାଲ ଗ୍ରାମର ବିନୋଦ ବାଗ ଓ ମାଳିଗୁଡ଼ା ଗ୍ରାମର ନରେଶ ନାଏକ ଓ ଅନ୍ୟଜଣେ ନାବାଳକ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନାଥାଉକି, ବିନୋଦ ଓ ନରେଶଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ଓ ନାବାଳକଙ୍କୁ ବାଳ ସ୍ବଧାର ଗୃହକୁ ପଠାଯାଇଛି।ସୂଚନାମୁତାବକ, ଦୋରାଗୁଡ଼ା ଥାନାର ହାତୀମୁଣ୍ଡା ଟିକିରି ଗ୍ରାମର … Read more

୨୪ ଘଣ୍ଟା ଭିତରେ ୪୫ ମାଓବାଦୀ କଲେଣି ଆତ୍ମସମର୍ପଣ

ରାଇପୁର: ପୁଣି ମାଓ ସଙ୍ଗଠନକୁ ଲାଗିଛି ଶକ୍ତ ଧକ୍କା । ବନ୍ଧୁକ ଛାଡି ଆତ୍ମସମର୍ପଣ କଲେ ୨୩ ହାର୍ଡକୋର ମାଓବାଦୀ। ଛତିଶଗଡ ସୁକୁମା ପୁଲିସ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ । ସୁକୁମା ଜିଲ୍ଲାପାଳ ଏଲେକ୍ସ ପଲ୍ ମେନନ ଅପହରଣ ମାଷ୍ଟରମାଇଣ୍ଡ ଲୋକେଶର ଆତ୍ମସମର୍ପଣ। ପିଏଲଜିଏ ବାଟାଲିୟନର ୮ କୁଖ୍ୟାତ ମାଓବାଦୀଙ୍କ ଆତ୍ମସମର୍ପଣ। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଅଛନ୍ତି ୯ ଜଣ ମହିଳା। ସମସ୍ତଙ୍କ ନାଁରେ ୧ କୋଟି ୧୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ସେହିପରି ଛତିଶଗଡ … Read more

ୱାକଫ୍ ସଂଶୋଧନ ବିଲ୍‌କୁ ବିରୋଧ କରିଥିଲେ: ମୁନା ଖାନ୍

ନୂଆଦିଲ୍ଲୀ: ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ ୫ ବିଜେଡି ସାଂସଦ । ଗତ ଏପ୍ରିଲ୍‌ ମାସରେ ୱାକଫ୍‌ ବିଲ୍‌କୁ ନେଇ ବିଜେଡିରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା । ବିଲ୍‌କୁ ବିରୋଧ କରିବ ବୋଲି ଆରମ୍ଭରୁ କହି ଆସୁଥିବା ବିଜେଡି ଶେଷ ମୁହୂର୍ତ୍ତରେ ପଲଟିଯାଇଥିଲା । ସାଂସଦମାନଙ୍କ ବିବେକ ଉପରକୁ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା । ବିଲ୍‌ ସପକ୍ଷରେ କିଏ ଓ ବିପକ୍ଷରେ କିଏ ଭୋଟ୍‌ ଦେଇଥିଲେ ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନଥିଲା … Read more

‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ଆକାଶମାର୍ଗରୁ ଆକାଶମାର୍ଗକୁ ଲକ୍ଷ୍ୟଭେଦ ହୋଇ ପାରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଶୁକ୍ରବାର ଓଡ଼ିଶା ଉପକୂଳ ଚାନ୍ଦିପୁରଠାରେ ସୁଖୋଇ ୩୦ ଏମ୍‌କେଆଇ ଯୁଦ୍ଧ ବିମାନରେ ଏହି କ୍ଷେପଣାସ୍ତ୍ରର ବିମାନ ପରୀକ୍ଷଣ କରାଯାଇଥିଲା। ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଆକାଶମାର୍ଗରେ ନିର୍ଦ୍ଧାରିତ ଲକ୍ଷ୍ୟକୁ ଧାର୍ଯ୍ୟ ସମୟରେ ଧ୍ୱଂସ କରିଥିବା ଜଣାପଡ଼ିଛି। ଅସ୍ତ୍ର’ରେ ଡିଆର୍‌ଡିଓ ଦ୍ୱାରା ବିକଶିତ କରାଯାଇଥିବା ଅତ୍ୟାଧୁନିକ ରେଡିଓ ଫ୍ରିକ୍ବେନ୍‌ସି ସିକର୍ ସହିତ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ପ୍ରଣାଳୀର ସଫଳ ପ୍ରୟୋଗ କରାଯାଇଛି। ଚାନ୍ଦିପୁର … Read more

ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ମାନେ ନେଇ ପାରିବେ ପ୍ରସବ କାଳୀନ ଛୁଟି

କଟକ : ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ମାନେ ନେଇ ପାରିବେ ପ୍ରସବ କାଳୀନ ଛୁଟି । ଏହି ରାୟ ଦେଇଛନ୍ତି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ । ପୂର୍ବରୁ ଏକ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ଜଣକିଆ ଖଣ୍ଡପୀଠ ଅନୁରୂପ ରାୟ ଦେଇ ଚୁକ୍ତିଭିତ୍ତିକ ମହିଳାଙ୍କୁ ପ୍ରସବକାଳୀନ ଛୁଟିରୁ ବଞ୍ଚିତ କରିବା ଅମାନବୀୟ ବୋଲି କହିଥିଲେ। ଏହି ରାୟ ବିରୋଧରେ ରାଜ୍ୟ ସରକାର ଆବେଦନ କରିଥିଲେ। ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ଚୁକ୍ତିଭିତ୍ତିକ … Read more

ପୁରୀ ବିମାନ ବନ୍ଦର ନିର୍ମାଣକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଆପତ୍ତି ।

ପୁରୀ: ଗତ କିଛି ଦିନ ତଳେ ବିମାନବନ୍ଦର ନିର୍ମାଣକୁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । କିନ୍ତୁ ଏବେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଆପତ୍ତି ଉଠାଇବା ପରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଛି ଏହି ଯୋଜନା । ୫ହଜାର କୋଟିରୁ ଅଧିକ ଖର୍ଚ୍ଚରେ ଏହାର ନିର୍ମାଣ ହେବାକୁ ଥିବାବେଳେ ଏବେ ଏଥିରେ ରୋକ ଲାଗିଛି । ଜଙ୍ଗଲ ଜମି ସାଙ୍ଗକୁ ବିଦେଶୀ ପକ୍ଷୀ ଓ ଅଲିଭ୍‌ରିଡଲେଙ୍କ ସୁରକ୍ଷାକୁ ନଜରରେ ରଖି ଆପତ୍ତି ଉଠାଇଛି କେନ୍ଦ୍ର … Read more

ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ପରେ OAS ସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ଵର: ବହୁ ବାଦବିବାଦ ପରେ ଶେଷରେ ଗିରଫ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଏଥିସହ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ୫ ଜଣ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଥିଲା। ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ଏଠାରେ ତାଙ୍କୁ ପୋଲିସ ଗିରଫ କରିଛି। ସ୍ଵାସ୍ଥ୍ୟ … Read more

IAS ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

କଟକ: IAS ବିଷ୍ଣୁପଦ ସେଠୀଙ୍କୁ ମିଳିଲା ସାମୟିକ ଆଶ୍ୱସ୍ତି । ଆସନ୍ତା ୮ ତାରିଖ ଯାଏଁ ତାଙ୍କ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେଯାଏଁ ବିଷ୍ଣୁ ପଦ ଙ୍କୁ ମିଳିଛି ଅନ୍ତରୀଣ ସୁରକ୍ଷା। ସିବିଆଇ ଚଢ଼ାଉ ମାମଲାରେ ଆଗୁଆ ଜାମିନ ଆବେଦନ କରି ବିଷ୍ଣୁପଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେଯାଏଁ ବିଷ୍ଣୁପଦଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି … Read more