ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିବା ପରେ ପୋଲିସ SI ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର:ରାଜ୍ୟରେ ହେବାକୁ ଥିବା ପୋଲିସ SI ପରୀକ୍ଷା ସ୍ଥଗିତ । ଓଡ଼ିଶା ପୋଲିସ ପକ୍ଷରୁ ପରୀକ୍ଷା ତାରିଖ ସ୍ଥଗିତ ଘୋଷଣା । ଆସନ୍ତା ଅକ୍ଟୋବର 5 ଓ 6 ତାରିଖରେ ହୋଇଥାନ୍ତା ଏସଆଇ ପରୀକ୍ଷା । ପରବର୍ତ୍ତୀ ସମୟରେ ପରୀକ୍ଷା ତାରିଖ ଘୋଷଣା ହେବ ।ସୂଚନା ଅନୁଯାୟୀ ଓଡ଼ିଶା ପୋଲିସର ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ହେବାକୁ ଥିବା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଥିଲା । ପରୀକ୍ଷାର୍ଥୀଙ୍କୁ ୩ଟି ବସରେ ଆନ୍ଧ୍ରପ୍ରଦେଶ … Read more

ଶ୍ରୀମନ୍ଦିରର ୧ କିମି ପରିଧି ସହିତ ବଡ଼ଦାଣ୍ଡରେ ବିକ୍ରି ହେବନି ମଦ

ପୁରୀ :ଶ୍ରୀମନ୍ଦିରର ୧ କିମି ପରିଧି କିମ୍ବା ବଡ଼ଦାଣ୍ଡରେ ବିକ୍ରି ହେବନି ମଦ । ଶ୍ରୀକ୍ଷେତ୍ରକୁ ନିଶାମୁକ୍ତ କରିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ମନ୍ଦିର ଚତୁଃପାର୍ଶ୍ୱରେ ମାଦକ ଦ୍ରବ୍ୟ ବିକ୍ରିକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି। ସେହିପରି ବଡ଼ଦାଣ୍ଡରେ ଗୋଟିଏ ବି ମଦ ଦୋକାନ ରହିବ ନାହିଁ । ଏହାଛଡ଼ା ବଡଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ଛୋଟ … Read more

ଆଜି ସୃଷ୍ଟି ହେବ ଘୂର୍ଣ୍ଣିବଳୟ; 3 ଦିନ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି, ପବନ ସହିତ ବର୍ଷା ସମ୍ଭାବନା ଅଛି। ସେଥିପାଇଁ ୩ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩୦ ତାରିଖରେ ଉତ୍ତର ଆଣ୍ଡାମାନସାଗର ଅଞ୍ଚଳରେ ଏକ ନୂତନ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ଏହାର ପ୍ରଭାବରେ ଉତ୍ତର ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ, ଅକ୍ଟୋବର ୧ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି।ଲଘୁଚାପ କ୍ଷେତ୍ର … Read more

ପାର୍ବଣ ପାଇଁ କଟକ-ଭୁବନେଶ୍ୱରରେ ସୁରକ୍ଷା କଡ଼ାକଡ଼ି।

ଭୁବନେଶ୍ୱର: ପାର୍ବଣ ପାଇଁ କଟକ-ଭୁବନେଶ୍ୱରରେ ସୁରକ୍ଷା କଡ଼ାକଡ଼ି। ସାମ୍ୱାଦିକ ସମ୍ମିଳନୀରେ ପୋଲିସ୍ କମିଶନର ଦେଇଛନ୍ତି ସୂଚନା। ଏଥର ଟ୍ୱିନସିଟିରେ ମୁତୟନ ହେବେ ୬୧ ପ୍ଲାଟୁନ୍ ଫୋର୍ସ। ପୋଲିସ ସହ ୨୦ ପ୍ଲାଟୁନ୍ ହୋମଗାର୍ଡ ମୁତୟନ ହେବେ। ମୋଟ ୧୯୩ ମଣ୍ଡପ ପାଇଁ ସୁରକ୍ଷା ବ୍ୟବସ୍ଥା ହୋଇଛି।ପୋଲିସ୍ କମିଶନର କହିଛନ୍ତି, ୨୪ଟି ପେଣ୍ଡାଲରେ ଅଳଙ୍କାର ସୁରକ୍ଷା ବ୍ୟବସ୍ଥା ହୋଇଛି। ବିଦ୍ୟୁତ୍ ଓ ନିଆଁରୁ ରକ୍ଷା କରିବାକୁ ବିଶେଷ ପଦକ୍ଷେପ ନିଆଯାଇଛି। ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ … Read more

ରାଜ୍ୟ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ସେଗୁଡିକ ହେଲା-ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬, କାରଖାନା ୧୯୪୮ର ସଂଶୋଧନ ଆଇନ ପାରିତ। ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି। ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ ମିଳିବ। ମହିଳା କର୍ମଚାରୀ ଚାହିଁଲେ ସମ୍ମତି … Read more

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବିକଲେ ଗୋବିନ୍ଦ ସାହୁଙ୍କ ପରିବାର

ଭୁବନେଶ୍ବର: ପିତାଙ୍କ ହତ୍ୟାକାରୀକୁ ଧରିବା ପାଇଁ ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦାବିପତ୍ର ଦେଲେ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ।ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଗୋବିନ୍ଦ ସାହୁ । ୨୦୨୨ ଡିସେମ୍ବର ୨୦ ତାରିଖରେ କଣ୍ଟାବାଞ୍ଜି ସବ୍‌-ଜେଲ୍‌ରେ ଥିବା ସମୟରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା ।ରବିବାର ଗୋବିନ୍ଦ ସାହୁଙ୍କ ପରିବାର ସଦସ୍ୟ ପୁର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ । ଘଟଣାର … Read more

ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ଦିନ ରହିପାରିବେ ନାହିଁ ଶିକ୍ଷା ବିଭାଗରେ ଥିବା ଅଧିକାରୀ

ଭୁବନେଶ୍ୱର:ଆଗକୁ ଆଉ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ଦିନ ରହିପାରିବେ ନାହିଁ ଶିକ୍ଷା ବିଭାଗରେ ଥିବା ଅଧିକାରୀମାନେ । ୩ ବର୍ଷରୁ ଅଧିକ ଦିନ ଧରି ଗାଦି ମାଡ଼ି ବସିଥିବା ସମସ୍ତ ଅଧିକାରୀଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯିବ । ଏନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।ଚଳିତ ବର୍ଷ ୫୦ ପ୍ରତିଶତ ଅଧିକାରୀ, କର୍ମଚାରୀ ବଦଳି ହେବେ । ଆସନ୍ତାବର୍ଷକୁ ବାକି ରହିଯାଇଥିବା ଅଣଶିକ୍ଷକଙ୍କୁ ବଦଳି କରାଯିବ । ସେହିପରି ନିଜ … Read more

ବିସ୍ଫୋରକ ଓ ବନ୍ଧୁକ ତିଆରି କାରଖାନାକୁ ଧ୍ବଂସ 

ମାଲକାନଗିରି: ସୁକମା ଜିଲ୍ଲାର ମେଟାଗୁଡା ଜଙ୍ଗଲରେ ଏକ ବଡଧରଣର ହମଲାକୁ ବିଫଳ କଲେ ଯବାନ ମାନେ । ଜଙ୍ଗଲରେ ନକ୍ସଲ ତିଆରି କରିଥିବା ବନ୍ଧୁକ କାରଖାନା ଚାଲିଥିଲା । ଏହି କାରଖାନାରେ ବାରୁଦ, ବନ୍ଧୁକ ତିଆରି କରିବା ସାମଗ୍ରୀ ସମେତ ବହୁ ବିସ୍ଫୋରକ ଥିଲା ଯାହାକୁ ଜବତ କରିବାରେ ସଫଳ ହୋଇଛନ୍ତି ଯବାନ ମାନେ । ମେଟାଗୁଡା ଅଞ୍ଚଳର ଇରାପଲ୍ଲୀ ଓ କୋଇମେଟା ମଧ୍ୟରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଯବାନ ମାନେ ଏକ … Read more

ବ୍ରାଉନ ସୁଗାର ଜବତ ବେଳେ ୨ ଗିରଫ

ପୁରୀ: ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁରୀ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁରୀ ନୀଳଚକ୍ର ନଗରର ସୁକାନ୍ତି ପଣ୍ଡା ଏବଂ ଜଳେଶ୍ବର ଅଞ୍ଚଳର ମହମ୍ମଦ ସାଜଦ୍ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁରୀ ଏସ୍ପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ପୋଲିସର ଖବର ଅନୁଯାୟୀ, … Read more

କାର୍-ଟ୍ରଲର୍ ଧକ୍କା ରେ : ୭ ଫୁଟବଲ୍ ଖେଳାଳି ଗୁରୁତର

ଭୁବନେଶ୍ୱର: କୋଇଡ଼ା ଖଣି ଅଞ୍ଚଳ ୫୨୦ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । କାର୍ ଦୁର୍ଘଟଣାରେ ୭ ଫୁଟବଲ୍ ଖେଳାଳି ଆହତ ହୋଇଛନ୍ତି । ଫୁଟବଲ୍ ମ୍ୟାଚ୍ ଖେଳି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ରେଙ୍ଗାଲବେଢ଼ା ନିକଟରେ କାର୍ ଓ ଟ୍ରଲର୍  ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୭ ଫୁଟବଲ୍ ଖେଳାଳୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ … Read more