February 26, 2026 10:08 pm

ସ୍ତ୍ରୀଙ୍କୁ କୁରାଢ଼ିରେ ହାଣିଦେଲେ ଏବିଡିଓ

କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡ଼ଅଁର ଗାଁରେ ଏକ ବଡ଼ ଅଘଟଣ ଘଟିଛି । ବିଜୟା ଦଶମୀରେ ସ୍ତ୍ରୀକୁ ହତ୍ୟା କରିଛନ୍ତି ଏବିଡ଼ିଓ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଏବିଡ଼ିଓ ଦେବୀ ପ୍ରସାଦ ଜେନା ପାରିବାରିକ କଳହରୁ ସ୍ତ୍ରୀଙ୍କୁ କୁରାଢ଼ିରେ ହାଣି ଦେଇଛନ୍ତି । ପାରିବାରିକ କଳହରୁ ସ୍ୱାମୀ ଦେବୀପ୍ରସାଦ ସ୍ତ୍ରୀ ସୁଦେଷ୍ଣାଙ୍କୁ କୁରାଢ଼ିରେ ହାଣି ହତ୍ୟା କରି ଦୌଡ଼ି ପଳାଇଥିବା ଜଣାପଡ଼ିଛି ।ଝିଅର ଚିତ୍କାର ଶୁଣି ପଡୋଶୀମାନେ ଯାଇ ସୁଦେଷ୍ନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଶାଳନିଆଁ ଓ ପରେ ଭଦ୍ରକ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଘଟଣାସ୍ଥଳରେ ବନ୍ତ ପୋଲିସ ପହଞ୍ଚି ତଦନ୍ତ କରିଛି। ସୂଚନା ଅନୁଯାୟୀ, କିଛିବର୍ଷ ହେଲା ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ଲାଗିଥିବା ବେଳେ ସ୍ତ୍ରୀ ଯାଇ ବାପଘରେ ରହୁଥିଲେ। କିନ୍ତୁ ପୁଅ ମାଟ୍ରିକ ପରୀକ୍ଷା ଦେବ ବୋଲି ଗତ ମାର୍ଚ୍ଚରେ ଘରକୁ ଫେରିଥିଲେ।