ସୋଆରେ ଆଇଇଇଇର ଷ୍ଟୁଡେଂଟ ବ୍ରାଂଚ ଓ କମ୍ପ୍ୟୁଟର ସୋସାଇଟି ଷ୍ଟୁଡେଂଟ ବ୍ରାଂଚ ଚାପ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର ୨୧/୧୦: ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃତିଗତ, ବୈଷୟିକ ଏବଂ ଗବେଷଣାତ୍ମକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ)ର ଷ୍ଟୁଡେଂଟ ବ୍ରାଂଚ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ନିକଟରେ ଉଦ୍‌ଘାଟିତ ହୋଇଯାଇଛି । ସେହିପରି ଆଇଇଇଇ କମ୍ପ୍ୟୁଟର ସୋସାଇଟିର ସୋଆ ଷ୍ଟୁଡେଂଟ ବ୍ରାଂଚ ଚାପ୍ଟର ମଧ୍ୟ ଏହି ଅବସରରେ ଆରମ୍ଭ କରାଯାଇଛି । ଏଥି ନିମନ୍ତେ … Read more

ଲଘୁଚାପଜନିତ ବର୍ଷା ପାଇଁ ପ୍ରଶାସନ ଆର୍ଲଟ ରହିଛି:ସୁରେଶ ପୂଜାରୀ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ପ୍ରବଳ ବର୍ଷା ପାଇଁ ପ୍ରଶାସନ ଆର୍ଲଟ ରହିଛି। ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସମସ୍ତ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ବିଦେଶୀ ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ … Read more

ନିଶା ନିବାରଣ କେନ୍ଦ୍ରରେ ଅଘଟଣ: ଯୁବକ ମୃତ

କଟକ: ମାନସିକ ଦୁଶ୍ଚିନ୍ତାରେ ଥିଲେ ସୌମ୍ୟ । ସେଥିପାଇଁ ସେ ମାନସିକା ଚାପରୁ ମୁକ୍ତ ହେବାକୁ ନିଶା ନିବାରଣ କେନ୍ଦ୍ରକୁ ଆସିଥିଲେ । ଶେଷରେ ଯୁବକ ଜଣକ ଶବ ହୋଇ ଫେରିଛନ୍ତି । ପୁଅକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ପରିବାର ଲୋକେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । କଟକ ସଦର ଥାନା ଉତ୍ତମାପୁରରେ ଥିବା ସଂପର୍କ ନିଶାମୁକ୍ତି କେନ୍ଦ୍ର ବିରୋଧରେ ଏଭଳି ଅଭିଯୋଗ ଆସିଛି । ମୃତ ଯୁବକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲାର । … Read more

ଟ୍ବିନ୍ ସିଟିରେ ଦୀପାବଳି ବଢାଇଲା ପ୍ରଦୂଷଣ

ଭୁବନେଶ୍ୱର: ଦୀପାବଳି ପାଳନ ପରେ ଭୁବନେଶ୍ୱରରେ ପ୍ରଦୂଷଣର ମାତ୍ରା ବଢିଯାଇଛି। କାରଣ ଗତକାଲି ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସ୍ତର ବଢିଯାଇଛି। ପ୍ରବଳ ବାଣଫୁଟାଇବା ଯୋଗୁଁ ଖସିଛି ଭୁବନେଶ୍ବର-କଟକ ଏୟାର କ୍ବାଲିଟି ଇନଡେକ୍ଟ । ରାତି ୯.୩୦ ସୁଦ୍ଧା ଦୃଶ୍ୟମାନତା ୫୦୦ ମିଟରକୁ ହ୍ରାସ ପାଇଲା। ସହରର ବାୟୁ ଗୁଣବତ୍ତା “ଗମ୍ଭୀର” ବର୍ଗକୁ ଖସିଗଲା, ସନ୍ଧ୍ୟା ୭ଟାରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୬୫୭ ଛୁଇଁଛି। ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଦୂଷିତ ହୋଇଯାଇଛି ବାୟୁ। ରସୁଲଗଡ଼, ବରମୁଣ୍ଡା … Read more

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ

ନୂଆପଡା: ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ୨୦ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ବିଜୁ ଜନତା ଦଳର ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜନତା ଦଳର ଜୟ ଢୋଲକିଆ ଏବଂ ଭାରତୀୟ ଜାତୀୟ କଂଗ୍ରେସର ଘାସିରାମ ମାଝୀ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ , ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟିର ରାଜା ରାମ … Read more

ନାମାଙ୍କନ ଭରିଲେ BJD ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ

ନୂଆପଡା: ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନୀ ଛୁରିଆଙ୍କ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ଏହାପୂର୍ବରୁ ସେ ମାଆ ଦୂର୍ଗାଙ୍କର ଦର୍ଶନ କରିଥିଲେ । ଏକ ବିରାଟ ପଟୁଆରରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଯାଇଥିଲେ । ଏହି ସମୟରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏହି ଉପନିର୍ବାଚନ ପାଇଁ ବିଜେପିରୁ ଜୟ ଢୋଲକିଆ ଏବଂ କଂଗ୍ରେସରୁ ଘାସୀରାମ ମାଝି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଉପନିର୍ବାଚନ ପାଇଁ ୨୦ ତାରିଖ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ … Read more

କଳିଙ୍ଗା ଘାଟିରେ ବାଇପାସ୍ ରାସ୍ତା ପ୍ରସ୍ତାବ

ଉଦୟଗିରି: ଘାଟିରେ ଭୂସ୍ଖଳନ ଯୋଗୁଁ ୩୪ ଦିନ ହେଲା ଯାତାୟାତ ବାଧାପ୍ରାପ୍ତ ହେବାରୁ ସ୍ଥାନୀୟ ଲୋକେ ଅସୁବିଧା ଭୋଗୁଛନ୍ତି। ଜରୁରୀକାଳୀନ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଏଯାବତ ଯାତାୟାତ ସମ୍ଭବ ହୋଇପାରିନାହିଁ। ଏଭଳି ପରିସ୍ଥିତି ଯୋଗୁଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଗତ ୧୭ ତାରିଖରେ ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହିତ କଳିଙ୍ଗା ଘାଟିରେ ବିକଳ୍ପ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଅନୁଧ୍ୟାନ କରିଥିଲେ। ଏହା ପରେ ବନ ବିଭାଗ ଅଧିକାରୀଙ୍କୁ ସ୍ଥିତି … Read more

୨୧ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଲଘୁଚାପ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ଗଞ୍ଜାମ ଜିଲ୍ଲାରେ । ୬୧.୨ ମିଲିମିଟର ରେକର୍ଡ କରାଯାଇଛି । ବର୍ତ୍ତମାନ ଗୋଟିଏ ଘୂର୍ଣ୍ଣିବଳୟ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଖାପାଖି ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ରହିଛି । ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ଦେଢ଼ କିଲୋମିଟର ପର୍ଯ୍ୟନ୍ତ ରହିଛି । ଏହାର ପ୍ରଭାବରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର … Read more

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୪୭୧ଟି ଗ୍ରାମ ପଞ୍ଚାୟତର ଭିତ୍ତି ପ୍ରସ୍ତର ସ୍ଥାପନ

ଭୁବନେଶ୍ୱର : ଆଜି ଲୋକସେବା ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭିସି ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ ପର୍ଯ୍ୟାୟ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ, ମୁଖ୍ଯ ଶାସନ ସଚିବ ମନୋଜ ଆହୁଜା ମଧ୍ଯ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର, … Read more

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବଡ଼ବଡ଼ିଆ ଡାକିବେ: ସୁରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ ହେବେ

ପୁରୀ : ଆସନ୍ତାକାଲି ପବିତ୍ର ଦୀପାବଳି ବା ପୟାଶ୍ରାଦ୍ଧ। ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପ୍ରବଳ ଭକ୍ତଙ୍କ ସମାଗମ ହେବ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଭାବେ ବଡ଼ବଡ଼ିଆ ଡାକିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ବରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୪ ଜଣ ଅତିରିକ୍ତ ଏସପି , ୧୫ ଡିଏସପି, ୧୪ ଜଣ ଇନ୍ସପେକ୍ଟର ମୁତୟନ ହେବେ … Read more