ପାତ୍ରପଡ଼ା V2 ସମୁଖରେ ଦୁର୍ଘଟଣା ଘଟାଇଥିବା ଥର୍‌ ଧରାପଡ଼ିଲା

ଭୁବନେଶ୍ୱର: ପାତ୍ରପଡ଼ା V2 ସମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଠ ବର୍ଷ ଝିଅର ଜୀବନ ଚାଲିଯାଇଥିବା ବେଳେ ମା’ ଓ ଦୁଇ ବର୍ଷ ର ପୁଅ ଗୁରୁତର ଅବସ୍ଥାରେ ଏମ୍ସ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସୂଚନାମିଳିଛିକି ରାସ୍ତା ପାରି ହେବା ସମୟ ରେ ପଛରୁ ସ୍କର୍ପିଓ ଓ ଥାର ଦ୍ରୁତ ଗତିରେ ଆସି ଦୁର୍ଘଟଣା କରିଥିବା ଅଭିଯୋଗ ହୋଇଛି । ତେବେ CCTV ଆଧାରରେ ଖଣ୍ଡଗିରି ଥାନା ପୋଲିସ୍ ଜଟଣୀ ଅଂଚଳରୁ ଜବତ କରିଛି … Read more

ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲର ୬୫୦ ଶଯ୍ୟା ବିଶିଷ୍ଟ ନୂତନ କୋଠା ଉଦଘାଟିତ

କୋରାପୁଟ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୬୫୦ ଶଯ୍ୟା ବିଶିଷ୍ଟ ନୂଆ କୋଠାର ଉଦଘାଟନ କରିଛନ୍ତି। ଏହା ସହିତ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଖାଲି ପଡ଼ିଥିବା ସ୍ୱାସ୍ଥ୍ୟସେବା ପଦବୀ ପୂରଣ ହେବ ବୋଲି ଘୋଷଣା କରିଛନ୍ତି । ଏହା ଦକ୍ଷିଣ ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଏକ ବଡ଼ ପଦକ୍ଷେପ। ଏହି ନୂଆ ବ୍ଲକ କୋରାପୁଟ ଜିଲ୍ଲା ସହ ପାଖାପାଖି ଜିଲ୍ଲା ଓ ଛତିଶଗଡ଼ର … Read more

୩୩୪ଟି ଦଳର ପଞ୍ଜିକରଣ କୁ ରଦ୍ଧ କଲେ ନିର୍ବାଚନ କମିସନ

ଭୁବନେଶ୍ୱର: ନିର୍ବାଚନ କମିଶନ ଶନିବାର ଏକ ବଡ଼ ପଦକ୍ଷେପ ନେଇ ୩୩୪ଟି ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଅର୍ଥାତ୍ RUPPର ପଞ୍ଜିକରଣ ବାତିଲ କରିଛନ୍ତି। ଏହି ଦଳଗୁଡ଼ିକ ୨୦୧୯ ପରଠାରୁ ଗୋଟିଏ ବି ନିର୍ବାଚନ ଲଢ଼ି ନଥିଲେ ଏବଂ ସେମାନଙ୍କ କାର୍ଯ୍ୟାଳୟର କୌଣସି ଠିକଣା ମଧ୍ୟ ମିଳିପାରିଲା ନାହିଁ। ଏହି କାରଣ ପାଇଁ ଏହି ଦଳଗୁଡ଼ିକ ଏକ ପଞ୍ଜିକୃତ ଅଣପଞ୍ଜିକୃତ ରାଜନୈତିକ ଦଳ ଭାବରେ ରହିବା ପାଇଁ ବାଧ୍ୟତାମୂଳକ ସର୍ତ୍ତାବଳୀ ପୂରଣ କରି ନଥିଲେ। ବିହାର ବିଧାନସଭା ନିର୍ବାଚନ … Read more

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ା ମହାକୁମ୍ଭ…

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା । ଗୋଟିଏ ଗ୍ରାଉଣ୍ଡରେ ଏକାଠି ହେବେ ୧୭ଟି ଦେଶର ୧୬୦ ପୁରୁଷ ଓ ମହିଳା ଆଥଲେଟ୍ । ଅଲିମ୍ପିଆନ ଶ୍ରାବଣୀ ନନ୍ଦ, ପ୍ରଜ୍ଞା ପାରମିତା, ଲାଲୁ ପ୍ରସାଦ ଭୋଇ ଓ ଅନିମେଷ କୁଜୁର ଏହି ଅନ୍ତର୍ଜାତୀୟ ଇଭେଣ୍ଟରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରିବେ । ମୋଟ ୧୮ଟି ଇଭେଣ୍ଟରେ ହେବ ପ୍ରତିଦ୍ବନ୍ଦ୍ବିତା । ୨୦୧୭ ଏସିଆନ ଆଥଲେଟିକ୍ସର ସଫଳ ଆୟୋଜନ ପରେ ଓଡିଶାରେ … Read more

ଅଗଷ୍ଟ ୧୩ ତାରିଖରେ ଓଡିଶା ଆସିବେ ମୋହନ ଭଗତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭଗତ ୩ ଦିନିଆ ଓଡିଶା ଗସ୍ତରେ ଆସିବେ। ସୂଚନାଅନୁଯାୟୀ ଅଗଷ୍ଟ ୧୩ ତାରିଖ ଦିନ ସଂଧ୍ୟାରେ ଭୁବନେଶ୍ୱରରେ ପହଁଚିବେ । ସେ ତିନି ଦିନିଆ ଓଡିଶା ପ୍ରବାସ ସାରି ଅଗଷ୍ଟ ୧୫ ତାରିଖ ଦିନ ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ସୁମନ୍ତ କୁମାର ପଣ୍ଡା କହିଛନ୍ତି ଯେ, ଡ. ଭଗତ … Read more

ଅପେରସନ”ଗରୁଡ଼” ଅଭିଯାନ ସଫଳ

ଭୁବନେଶ୍ୱର:ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ”ଗରୁଡ଼” ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଚଳିତ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଅପରାଧ ଏବଂ ଅପରାଧୀଙ୍କ ଉପରେ ରୋକ ଲଗାଇବାକୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ସୂଚନା ଦେଇଛନ୍ତି ।ଏହି ଅଭିଯାନରେ ମୁଖ୍ୟତଃ ଜାମିନ … Read more

ଘରୋଇ ହସ୍ପିଟାଲରେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଗତକାଲିର ଏହି ଘଟଣା ହସ୍ପିଟାଲ ପରିସରରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି। ମୃତକଙ୍କ ନାମ ସୋନାଲୀ ରାଉତ, ଯିଏ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ସୋନାଲୀ ହସ୍ପିଟାଲରେ ଡ୍ୟୁଟି କରୁଥିବା ବେଳେ ତାଙ୍କର ଅନୁପସ୍ଥିତି ସହକର୍ମୀମାନେ ଲକ୍ଷ୍ୟ କରିଥିଲେ। ଖୋଜାଖୋଜି ପରେ ସେ ଷ୍ଟାଫ ବାଥରୁମରେ ଅଚେତ ଅବସ୍ଥାରେ ମିଳିଥିଲେ। ଏହାପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା … Read more

ଜୟପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ହାତରେ ବାନ୍ଧିଲେ ରାକ୍ଷୀ

ଜୟପୁର: ଅରବିନ୍ଦ ନଗରରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୋକୁଳାନନ୍ଦ ମଲ୍ଲିକ ଓ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଅଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସମ‌ସ୍ତଙ୍କ ରାଖୀ ବାନ୍ଧିବାର କାର୍ଯ୍ୟକ୍ରମ ସଂପୂର୍ଣ୍ଣ ନିଆରା। ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମ ସରକାର କାର୍ଯ୍ୟ … Read more

ଓଡ଼ିଶା ବିଧାନସଭାର ନୂତନ ୱେବ୍‌ସାଇଟ୍‌ ଉନ୍ମୋଚିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ନୂତନ ୱେବ୍‌ସାଇଟ୍‌ ଉନ୍ମୋଚିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଏହି ୱେବ୍‌ସାଇଟ୍‌କୁ ଉନ୍ମୋଚନ କରି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଲେ ଯେ ଏଭଳି ପ୍ରୟାସ ଅଧିକ ସ୍ୱଚ୍ଛ ଓ ପାରଦର୍ଶିତା ଦିଗରେ ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଓଡ଼ିଶା ସରକାରଙ୍କ ଆଇଟି ଓ ଇଟି ବିଭାଗ ଏବଂ ଭାରତ ସରକାରଙ୍କ … Read more

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାର ଅଭିଯୁକ୍ତକୁ ଧରିଲା ପୋଲିସ

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ପୋଲିସ ହାତରେ ଧରାପଡିଛି । ମୁଖ୍ୟ ଅଭିଯୁକ୍ତ ହେଲା ଗଣେଶ୍ବର ବେହେରାଙ୍କ ପୁଅ ପ୍ରମୋଦ ବେହେରା। ତାର ଘର ବିଲିକଣା ପଞ୍ଚାୟତ ତେରୋଇ ଗାଁରେ ବୋଲି ଜଣାଯାଇଛି। ତାକୁ ଚେନ୍ନାଇରୁ ଧରି କେନ୍ଦ୍ରାପଡ଼ା ଆଣୁଛି ପୋଲିସ୍। ସେପଟେ କାଠିଆପଡା ଯିବ ଫୋରେନସିକ ଟିମ୍ । ଏସ୍ପି ଙ୍କ ଉପସ୍ଥିତିରେ ହେବ ଅଧିକ ତଦନ୍ତ ।ସୂଚନାପାଇଁ ବୁଧବାର ଦିନ, ଜଣେ ଯୁବତୀ ତାଙ୍କ ପୂର୍ବତନ ପ୍ରେମିକଙ୍କ ବାରମ୍ବାର ଧମକର … Read more