ଶ୍ରୀମନ୍ଦିର ଭାଙ୍ଗିଦେବା ପାଇଁ ମିଳିଛି ଆତଙ୍କବାଦୀଙ୍କ ଧମକପୂର୍ଣ୍ଣ ଲେଖା

ପୁରୀ: ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ପୋଷ୍ଟର। ପରିକ୍ରମା ମାର୍ଗ ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥରେ ଧମକପୂର୍ଣ୍ଣ ଲେଖା ନଜର ଆସିଛି। ଆତଙ୍କବାଦୀ ଆକ୍ରମଣ ନେଇ ଦୁଇଟି ସ୍ଥାନରେ ଧମକପୂର୍ଣ୍ଣ ଲେଖା, ଲେଖା ହୋଇଛି। ଲାଗିଥିବା ଏକାଧିକ ଡେକୋରେଟିଭ୍ ଲାଇଟ୍‌ ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ବାଲି ସାହି ପ୍ରବେଶ ପଥ ଠିକ୍ ଡାହାଣ ପଟେ ଥିବା ବୁଢ଼ୀ ମା ଠାକୁରାଣୀଙ୍କ କାନ୍ଥରେ କେହି ଦୃର୍ବୁତ୍ତ ଏଭଳି ଧମକପୂର୍ଣ୍ଣ ଲେଖା ଲେଖିଛି।ସୂଚନା ଅନୁସାରେ … Read more

ଓଡ଼ିଶାରେ ସ୍ଥାପନ ହେବ ୨ ସେମିକଣ୍ଡକ୍ଟର ମାନ୍ୟୁଫାକ୍ଚରିଂ ୟୁନିଟ୍‌

ଭୁବନେଶ୍ୱର: ଓଡ଼ିଶାରେ ସ୍ଥାପନ ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍‌ । ଏ ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁଷ୍ଠିତ ହୋଇଯାଇଛି । କ୍ୟାବିନେଟ ବୈଠକ ରେ ୧୮,୫୪୧ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ପଞ୍ଜାବ ସେମିକଣ୍ଡକ୍ଟର ୟୁନିଟ୍ … Read more

‘ହରିଜନ’ ଶବ୍ଦ ବ୍ୟବହାର ନ କରିବାକୁ ସରକାର ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ସରକାର ସମସ୍ତ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ବିଭାଗଗୁଡ଼ିକୁ ‘ହରିଜନ’ ଶବ୍ଦ ଆଉ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ କମିଶନର-କମ୍-ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ‘ହରିଜନ’ ଶବ୍ଦଟି କୌଣସି ସରକାରୀ ଯୋଗାଯୋଗ, ରେକର୍ଡ, କାରବାର, ଜାତି ପ୍ରମାଣପତ୍ର, ପ୍ରକାଶନ, ବିଭାଗୀୟ ନାମ କିମ୍ବା ଅନ୍ୟ କୌଣସି ପ୍ରକାରର ବ୍ୟବହାରରେ କରାଯିବନାହିଁ । ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନ ଜାତି ବିକାଶ, ସଂଖ୍ୟାଲଘୁ ଏବଂ … Read more

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ମାରି ଅଡୁଆରେ ଶିକ୍ଷୟିତ୍ରୀ

ଭୁବନେଶ୍ୱର: ସରକାର ଶିକ୍ଷାର ବିକାଶ କ୍ଷେତ୍ରରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଉଛି। କୌଣସି ଛାତ୍ରଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ଆଘାତ ନଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦେଶ ରହିଛି। ହେଲେ ସରକାରଙ୍କ ଏହି ନିର୍ଦ୍ଦେଶକୁ ଅଣଦେଖା କରୁଛନ୍ତି । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦିଆଯିବା ସହ ମାଡ଼ ମାରି ଲହୁଲୁହାଣ କରାଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଳକ ଦ୍ଵାରଗାଁ ସ୍ଥିତ … Read more

ଏଣିକି ସବୁ ଅଫିସରେ ଲାଗିବ ଏଆଇ କ୍ୟାମେରା, ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ବସିଛି । ୧୦ଟି ଦିଗକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ରାଜ୍ୟର ସବୁ ଅଫିସରେ ଲାଗିବ ଏଆଇ କ୍ୟାମେରା । ପ୍ରଥମେ ଖାରବେଳ ଭବନ ଓ ଲୋକସେବା ଭବନରେ ଲାଗିବ କ୍ୟାମେରା । ପରେ ଜିଲ୍ଳା ସ୍ତରୀୟ ସବୁ ସରକାରୀ ଅଫିସରେ ଏଆଇ କ୍ୟାମେରା ଲଗାଯିବ। ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବର ଅନୁଧ୍ୟାନ କରାଯିବ। ସେହିପରି … Read more

ଅନଲାଇନ୍ ଗେମ ହେଲା କାଳ,ନେଲା ନାବାଳକ ଛାତ୍ରର ଜୀବନ…

ବାଲେଶ୍ୱର: ଅନଲାଇନ୍ ଗେମ ଖେଳିବାକୁ ବାରଣ କରିବାରୁ ଘଟିଛି ଏକ ଦୁଃଖଦ ଘଟଣା । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଗୁହାଳିପଦା ଗ୍ରାମରେ ଘଟିଛି ଅଘଟଣ। ଅନଲାଇନ୍ ଗେମ୍ ନେଲା ନାବାଳକ ଛାତ୍ରଙ୍କ ଜୀବନ। ଏହି ଗ୍ରାମର ଅଷ୍ଟମ ଶ୍ରେଣୀର ନାବାଳକ ଛାତ୍ର ସନ୍ତୋଷ କୁମାର ଜେନା(୧୩) ପ୍ରତ୍ୟେକ ଦିନ ବିଦ୍ୟାଳୟରୁ ଫେରିବା ପରେ ଅନଲାଇନ୍ ଗେମରେ ବ୍ୟସ୍ତ ରୁହନ୍ତି। ପରିବାର ଲୋକ ଏନେଇ ବାରମ୍ବାର ପୁଅକୁ ତାଗିଦ୍ କରୁଥିବା ବେଳେ ଲୁଚି ଲୁଚି ସନ୍ତୋଷ ଫ୍ରି … Read more

ରାଜ୍ୟର ବିଭିନ୍ନ ପୋଷ୍ଟ ଅଫିସରେ ଅଚଳାବସ୍ଥା

ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ହେଲାଣି ବିଭିନ୍ନ ପୋଷ୍ଟ ଅଫିସରେ ଅଚଳାବସ୍ଥା ଲାଗି ରହିଛି। ଧାଡ଼ିରେ ଠିଆ ହୋଇ ଅତିଷ୍ଠ ହେଲେଣି ଗ୍ରାହକ । ବିଭିନ୍ନ ଡାକଘରେ ଲାଗିଛି ଲିଙ୍କ୍‌ ଫେଲ୍‌ର ଫଳକ । ତେବେ ରାଖୀ ପାଇଁ ଭାରତୀୟ ଡାକ ସେବା ପକ୍ଷରୁ ରାଜ୍ୟରେ ନୂଆ ସଫ୍ଟୱେୟାର ଲଞ୍ଚ୍‌ ହୋଇଥିଲା । ଫଳରେ ସେ ସମୟରେ ସମସ୍ୟା ହେଉଥିଲା । ଲୋକମାନେ ଭାବୁଥିଲେ ରାଖୀ ପରେ ସମସ୍ୟାର ସମାଧାନ ହୋଇଯିବ । … Read more

ନୂଆ ବିସ୍ଥାପନ ଓ ଥଇଥାନ ନୀତି ଆଣିବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ୨୦୨୫ ମସିହାରେ ଏକ ନୂତନ ବିସ୍ଥାପନ ଓ ଥଇଥାନ (ଆରଆଣ୍ଡଆର) ନୀତି ଆଣିବାକୁ ଯୋଜନା କରୁଛନ୍ତି। ରାଜ୍ୟ ସରକାର ଏହି ସମ୍ପର୍କରେ ଏକ ନୂତନ ବ୍ୟବସ୍ଥା ପ୍ରସ୍ତୁତ ଏବଂ ପ୍ରଣୟନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି ବୋଲି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଦିନ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି। ପ୍ରସ୍ତାବିତ ନୀତିର ଅଂଶ ଭାବରେ ବିସ୍ଥାପିତ ଲୋକଙ୍କୁ ବିଭିନ୍ନ ପ୍ରକାରର କ୍ଷତିପୂରଣ ମଧ୍ୟରୁ ଗୋଟିଏ … Read more

ଅବସରପ୍ରାପ୍ତ ଆଇଏଫଏସ ଅମରେଶ କୁମାର ଜୟସୱାଲଙ୍କୁ ଦୁଇ ବର୍ଷ କାରାଦଣ୍ଡ

କଟକ: ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସୋମବାର ଏକ ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଅବସରପ୍ରାପ୍ତ ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ଅମରେଶ କୁମାର ଜୟସୱାଲଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ଭିଜିଲାନ୍ସ କୋର୍ଟର ବିଚାରପତି ଅରୁଣ କୁମାର ମଲ୍ଲିକ ଭୁବନେଶ୍ୱରର ଅରଣ୍ୟ ଭବନର ପୂର୍ବତନ ବନ ସଂରକ୍ଷକ ଜୟସୱାଲଙ୍କୁ ୫୦,୦୦୦ ଟଙ୍କା ଜରିମାନା ମଧ୍ୟ କରିଛନ୍ତି।ସମ୍ବଲପୁରରେ ଡିଭିଜନାଲ ଫରେଷ୍ଟ ଅଫିସର (ଟେରିଟୋରିଆଲ୍) ଭାବରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ୨୦୨୩ … Read more

ଅଷ୍ଟମ ଶ୍ରେଣୀ ନାବାଳିକାର ଆତ୍ମାହୁତି ଉଦ୍ୟମ..

ବରଗଡ଼: ଆଉ ଜଣେ ନାବାଳିକା ପେଟ୍ରୋଲ୍ ଢାଳି ଆତ୍ମାହୁତି ଉଦ୍ୟମ କରିଛି । ବରଗଡ଼ ଜିଲ୍ଲା ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁରେ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ପଡ଼ିଆରୁ ମୁର୍ମୁଷୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ନାବାଳିକାଙ୍କ ଶରୀର ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି। ନାବାଳିକା ଜଣଙ୍କ ଆତ୍ମାହୁତି ଉଦ୍ୟମ କରିଛନ୍ତି ନା ତାକୁ କେହି ଜାଳି ଦେଇଛି ତାହା ସ୍ପଷ୍ଟ ହୋଇପାରିନି। ସେ ତାଙ୍କ ମାମୁଁ … Read more