ବିଜୁ ଜନତା ଦଳ ମହିଳା ସଂଗଠନର ପୁନର୍ବିନ୍ୟାସ

ଭୁବନେଶ୍ବର: ବିଜୁ ଜନତା ଦଳ ମହିଳା ସଂଗଠନର ନାମ ପ୍ରକାଶ ପାଇଛି । ସ୍ନେହାଙ୍ଗୀନି ଛୁରିଆଙ୍କୁ ପୁନର୍ବାର ବିଜୁ ମହିଳା ଜନତା ଦଳର ଦାୟିତ୍ୱ ମିଳିଛି । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ସ୍ନେହାଙ୍ଗିନୀଙ୍କୁ ନିଯୁକ୍ତି ହୋଇଛନ୍ତି । ସେହିପରି ସ୍ନେହଙ୍ଗୀନିଙ୍କ ଟିମ ମଧ୍ୟ ଗଠନ ହୋଇଛି । ସ୍ନେହଙ୍ଗୀନିଙ୍କ ଟିମରେ 3 ଜଣ ବରିଷ୍ଠ ସାଧାରଣ ସମ୍ପାଦକ ଓ 12 ଜଣ ସାଧାରଣ ସମ୍ପାଦକ ନିଯୁକ୍ତି ପାଇଛନ୍ତି । ବିଜେଡି ସଭାପତି ନବୀନ … Read more

ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର କୋମାରେ

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ସେ କୋମାରେ ଥିବା ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ସେ କୋମାରେ ଥିବାବେଳେ ଚିକିତ୍ସା ପରେ ଧିରେ ଧିରେ ସୁସ୍ଥ ହୋଇଯିବେ ବୋଲି ଆଶା କରିଛନ୍ତି ଡାକ୍ତର। ସୂଚନା ଅନୁସରେ, ଲିଭର ଜନିତ ସମସ୍ୟାରେ ସେ ପୀଡିତ ଥିଲେ। ଗତ ସପ୍ତାହରୁ କଟକର … Read more

ଦିନ ଦ୍ୱିପ୍ରହରରେ ରାଜଧାନୀର ୮ଟି ଫ୍ଲାଟରେ ଚୋରି

ଭୁବନେଶ୍ୱର: କମିଶନରେଟ୍ ପୋଲିସର ଚିନ୍ତା ବଢ଼ାଇଛନ୍ତି ଲୁଟେରା ଗ୍ୟାଙ୍ଗ । ଦିନ ଦ୍ୱିପ୍ରହରରେ ରାଜଧାନୀର ୮ଟି ଫ୍ଲାଟରେ କଳା କନା ବୁଲାଇଛନ୍ତି ଲୁଟେରା । ଯାହା ଏବେ ପୋଲିସ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି । ଚନ୍ଦକା ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟରୁ ୮ଟି ଫ୍ଲାଟରୁ ସିରିଜ୍ ଚୋରି ହୋଇଛି । ତିନୋଟି ଫ୍ଲାଟରେ ଚୋରମାନେ ଚୋରି କରିପାରି ନଥିବାବେଳେ ଅନ୍ୟ ୫ଟି ଫ୍ଲାଟରୁ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି … Read more

ଓଡିଶା ବାହାରେ ଥିବା ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରିବ, ଆଇନ ମନ୍ତ୍ରୀଙ୍କ ପ୍ରତିଶୃତି

ଭୁବନେଶ୍ୱର: ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରାଇ ଆଣିବାକୁ ସରକାରଙ୍କ ପ୍ରକ୍ରିୟା ଆରମ୍ଭ। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସଂପତ୍ତି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ। ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମହାପ୍ରଭୁଙ୍କର ୫୮ ହଜାର ଏକର ଜମି ରାଜ୍ୟ ଓ ରାଜ୍ୟ ବାହାରେ ଅଛି । ସେଥିମଧ୍ୟରୁ ୩୬ରୁ ୩୭ ହଜାର ଏକର ଜମିର କାଗଜ ପ୍ରସ୍ତୁତ କରିସାରିଛୁ । ବାକି ଜମିର କାଗଜପତ୍ର ପ୍ରସ୍ତୁତ କରିବାର ପ୍ରକ୍ରିୟା ଜାରି ରହିଛି । ସରକାର … Read more

ଆସିଲା GST 2.0,12 ପ୍ରତିଶତ ଏବଂ 28 ପ୍ରତିଶତ ସ୍ଲାବ୍ ସମାପ୍ତ।

ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୬ତମ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଏସଟି ସ୍ଲାବକୁ ତିନିରୁ ହ୍ରାସ କରି ଦୁଇଟି କରାଯାଇଛି। ଏବେ କେବଳ ୫% ଏବଂ ୧୮% ସ୍ଲାବ ରହିବ। ୨୮% ସ୍ଲାବକୁ ପୂରାପୂରି ହଟାଇ ଦିଆଯାଇଛି। ଏହା ସହିତ ବିଲାସପୂର୍ଣ୍ଣ ଓ ତମାଖୁ ଦ୍ରବ୍ୟ ପାଇଁ ଏକ ସ୍ୱତନ୍ତ୍ର ୪୦% ସ୍ଲାବ ରଖାଯାଇଛି। ଏହି ନୂଆ ହାର ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ … Read more

ଶିକ୍ଷୟିତ୍ରୀଙ୍କ ମାଡ଼ରେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ଆଖି ରେ ଆଘାତ

ଭୁବନେଶ୍ୱର: ଗଣିତ ପ୍ରଶ୍ନ ର ଉତ୍ତର ଦେଇ ନ ପାରିବାରୁ ଶିକ୍ଷୟତ୍ରୀଙ୍କ କ୍ରୋଧର ଶୀକାର ହୋଇଛନ୍ତି ଜଣେ ଛାତ୍ରୀ । ଶିକ୍ଷୟତ୍ରୀ ଜଣକ ଛାତ୍ରୀଙ୍କୁ ମାଡ଼ ମାରି ଆଖି ପତା ଫଟାଇ ଦେଇଛନ୍ତି । ଭୁବନେଶ୍ୱର ଡୁମଡୁମା ଫେଜ୍‌-୨ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁଙ୍କ ନାମରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅଭିଭାବକ । ଅଭିଯୋଗ ମୁତାବକ, ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ ବୁଧବାର ଚତୁର୍ଥ ଶ୍ରେଣୀରେ ଗଣିତ ପଢ଼ାଉଥିଲେ । ଏହି ସମୟରେ ଜଣେ … Read more

ଅର୍ଚ୍ଚନା ନାଗଙ୍କୁ ହତ୍ୟା ଉଦ୍ୟମ

ଭୁବନେଶ୍ୱର: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ନାଗ । ଅର୍ଚ୍ଚନାଙ୍କୁ ହତ୍ୟା ଉଦ୍ୟମ କରିଥିବା ନେଇ ଜଗବନ୍ଧୁଙ୍କ ନାଁରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ସେ କହିଛନ୍ତି, ମୁଁ ବେଡରୁମରେ ଶୋଇଥିଲି ସେ ବେଡରୁମ ୱିଣ୍ଡୋରେ ଆସି ଘରେ ପଶି ଷ୍ଟାବିଂ କରିବା ପାଇଁ ଚେଷ୍ଟା କରୁଥିଲେ। ପୋଲିସ ଜଗବନ୍ଧୁଙ୍କୁ ଅଟକ ରଖିଥିବାବେଳେ ତାଙ୍କ ନିକଟରୁ ଏକ ଛୁରୀ ଜବତ କରାଯାଇଛି । ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ମଧ୍ୟରେ … Read more

ବନ୍ଧା ହେଲେ ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ

ବେଲପାହାଡ଼: ଝାରସୁଗୁଡ଼ା ଜିଲ୍ଲାର ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ପୂର୍ବତନ ନିର୍ବାହୀ ଅଧିକାରୀ ତଥା ମୟୂରଭଞ୍ଜ ଜିଲ୍ଲା ଜାମଦାର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି। ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ଇଓଡବ୍ଲ୍ୟୁ ପକ୍ଷରୁ ତଦନ୍ତ ଜାରି ରହିଛି। କେବଳ ପୂର୍ବତନ ନିର୍ବାହୀ ଅଧିକାରୀଙ୍କ ସମୟରେ ନୁହେଁ ବରଂ ଏବେର ନିର୍ବାହୀ ଅଧିକାରୀ ଗୌରବ ଚନ୍ଦ୍ର ପ୍ରଧାନଙ୍କ ସମୟରେ ମଧ୍ୟ କ୍ୟାସ୍‌ବୁକ୍‌ ନଦେଖି ୨ କୋଟିରୁ ଅଧିକ ଟଙ୍କାର … Read more

ଓଡ଼ିଶା ଡିସ୍‌କମ୍ ପକ୍ଷରୁ ୧ କିଲୋୱାଟ୍ ରୁଫ୍‌ଟପ୍ ସୋଲାର ସ୍କିମ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ଭାରତ ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍‌ତ ବିଜିଲି ଯୋଜନାର ଅଂଶ ବିଶେଷ ଭାବେ ୟୁଟିଲିଟି ଲେଡ ଏଗ୍ରିଗେସନ (ୟୁଏଲ୍‌ଏ) ମଡେଲ୍ ଅଧୀନରେ ଏକ ସ୍ୱତନ୍ତ୍ର ଏକ କିଲୋୱାଟ୍ ରୁଫ୍‌ଟପ୍ ସୋଲାର (ଆର୍‌ଟିଏସ୍‌) ସ୍କିମର ଘୋଷଣା କରାଯାଇଛି। ୟୁଏଲ୍‌ଏ ମଡେଲ୍‌ରେ ଗାହକମାନଙ୍କୁ ଏକକାଳୀନ ୫୦୦୦ ଟଙ୍କା ଦେବାକୁ ପଡ଼ିବ। ଏହି ଅଭିଯାନରେ ନେଟ୍ ମିଟର୍‌କୁ ଡିସକମ୍‌ଗୁଡ଼ିକ ପ୍ରଦାନ କରିବେ ଏବଂ ସୋଲାର ଜେନେରସନ ମିଟର ଖର୍ଚ୍ଚ ଗ୍ରାହକଙ୍କୁ ବହନ … Read more

ଏଥର ଦୁର୍ଗାପୂଜା ଭସାଣି ହେବ ପାରମ୍ପରିକ ରୀତିନୀତିରେ

ଭୁବନେଶ୍ୱର: ଏଇ ବର୍ଷ ରୀତିନୀତିରେ ହେବ ଦୁର୍ଗାପୂଜା ଭସାଣି । ଚଳିତ ବର୍ଷ ଦୁର୍ଗା ପୂଜା ଭସାଣିରେ ଡିଜେ ବାଜିବନି। ଭସାଣିରେ ଲେଜର ଲାଇଟ୍‌ ଓ ବାଣ ଫୁଟାଇବାକୁ ବି ମନା। ଏହି ସବୁ ଉପରେ ଲାଗିଲା କଟକଣା। ଚଳିତ ବର୍ଷ ଦୁର୍ଗାପୂଜାକୁ ନେଇ ପୋଲିସ ସେବା ଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ପାରମ୍ପରିକ ବାଜାରେ ହେବ ମା’ଙ୍କ ଭସାଣି। ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକରେ ନିଆଯାଇଛି ଏପରି ନିଷ୍ପତ୍ତି। ଏହି … Read more