ବାରବାଟୀ ମ୍ୟାଚ ପାଇଁ ଡିସେମ୍ବର ୫ରେ ହବ ଟିକେଟ୍‌ ବିକ୍ରି

କଟକ : ବାରବାଟୀରେ ଟି-୨୦ମ୍ୟାଚ ପାଇଁ ଡିସେମ୍ବର ୫ରେ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଷ୍ଟାଡିୟମର ୬ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ୍‌। ଡିସେମ୍ବର ୧ ତାରିଖରେ ଅନଲାଇନ୍‌ରେ ମିଳିବ ଟିକେଟ୍‌। ଡିସେମ୍ବର ୩ ଓ ୪ରେ OCA ଅନୁବନ୍ଧିତ ସଂସ୍ଥାକୁ ଟିକେଟ୍‌ ଦିଆଯିବl ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଡିସେମ୍ବର ୯ରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ … Read more

ଘରୋଇ ବସ ମାଲିକଙ୍କ ଧର୍ମଘଟ ଚେତାବନୀ

ଭୁବନେଶ୍ୱର: ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦେଇଛି। ୧୪ ହଜାର ଘରୋଇ ବସ୍ ଏହି ଆନ୍ଦୋଳନରେ ସାମିଲ ହେବେ। ପୁଲିସକୁ ଏମଭି କ୍ଷମତା ନ ଦେବାକୁ ବସ୍ ମାଲିକ ସଂଘ ଦାବି କରିଛି । ଏ ନେଇ ବସ୍‌ ମାଲିକ ସଂଘ ସରକାରଙ୍କୁ ଦାବିପତ୍ର ଦେବ ।ଡିସେମ୍ବର ୧ରୁ ପୁଲିସ୍‌କୁ ଗାଡ଼ି ଚେକିଂ ପାଇଁ … Read more

ବ୍ରହ୍ମପୁରରୁ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ୍

ଗଞ୍ଜାମ: ସବୁଜ ପତାକା ଦେଖାଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନରୁ ଉତ୍ତରପ୍ରଦେଶର ଓଁକାରେଶ୍ଵର ଓ ଉଜ୍ଜୟିନୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ ସ୍ଵତନ୍ତ୍ର ଟ୍ରେନ୍ ଯାତ୍ରା ଆରମ୍ଭ କରିଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦକ୍ଷିଣ ଓଡ଼ିଶାର ବରିଷ୍ଠ ନାଗରିକଙ୍କୁ ନେଇ ତୀର୍ଥଯାତ୍ରୀ ଟ୍ରେନ୍ ଯାତ୍ରା ଆରମ୍ଭ କରିଛି। ପୂର୍ବରୁ ଆବେଦନ ପ୍ରକ୍ରିୟାରେ ୬୦ରୁ ୭୫ ବର୍ଷ ବୟସ୍କ ବରିଷ୍ଠ … Read more

ଦଲାଲଙ୍କ କବ୍‌ଜାରେ ବାଲେଶ୍ୱରର ୧୦ ଶିଶୁଶ୍ରମିକ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଧାନ କାଟିବା ପାଇଁ ଶ୍ରମିକଙ୍କ ଅଭାବ ଯୋଗୁ ଲୋକେ ବାହାର ଜିଲ୍ଲାର ଶ୍ରମିକମାନଙ୍କୁ ଆଣି ଧାନକଟାରେ ନିୟୋଜିତ କରୁଛନ୍ତି। ଏହାର ସୁଯୋଗ ନେଇ କେତେକ ଦଲାଲ ବାହାର ଜିଲ୍ଲାର ଶିଶୁଶ୍ରମିକମାନଙ୍କୁ ଆଣି ଏହି ଥାନା ଅଧୀନ ଅଞ୍ଚଳକୁ ଆସୁଥିଲେ। ଖବର ପାଇ ମହାକାଳପଡ଼ା ପୋଲିସ ଦଧିପୁର ଗ୍ରାମ ନିକଟ ଲୁଣାବନ୍ଧରୁ ୧୦ ଶିଶୁଶ୍ରମିକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ସେମାନଙ୍କ ଠିକଣା … Read more

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅବସ୍ଥା ସଂକଟାପନ୍ନ

ଭୁବନେଶ୍ୱର: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅବସ୍ଥା ଟିକେ ସୁଧୁରିଥିଲେ ମଧ୍ୟ ସଂକଟାପନ୍ନ ରହିଛି । ସେ ଭୁବନେଶ୍ଵର ଏମ୍ସ ICUରେ ଚିକିତ୍ସାଧୀନ ଅଛନ୍ତି। ହ୍ୟୁମାନ ସାଗର ଏକାଧିକ ରୋଗରେ ପୀଡ଼ିତ। ଶ୍ଵାସ ପ୍ରକ୍ରିୟାରେ ସମସ୍ୟା ଯୋଗୁଁ ଭେଣ୍ଟିଲେଟରରେ ରଖାଯାଇଛି। ରେନାଲ ଫେଲ୍ୟୁୟର୍ ହୋଇଛି। ତାଙ୍କୁ ନିୟମିତ CRRT ଡାଇଲିସିସ୍ କରାଯାଉଛି। ତାଙ୍କୁ ସବୁବେଳେ ମନିଟରିଂ କରୁଛନ୍ତି MICU ଟିମ୍। ଏକାଧିକ ସ୍ପେସାଲିଷ୍ଟ ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି। ଆଗ ଅପେକ୍ଷା ସେ ସାମାନ୍ୟ ସୁସ୍ଥ ଅଛନ୍ତି । … Read more

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ

ଭୁବନେଶ୍ୱର: ଗଣତନ୍ତ୍ରକୁ ସୁଦୃଢ଼ ଓ ସକ୍ରିୟ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସଠିକ ଖବର ପରିବେଷଣ ଓ ଗଠନମୂଳକ ସମାଲୋଚନା ଗଣତନ୍ତ୍ରକୁ ଋଦ୍ଧିମନ୍ତ କରିଥାଏ । ମାତ୍ର ସାମ୍ପ୍ରତିକ ଦୁନିଆରେ ଅନେକ ସମୟରେ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ଖବର ଭ୍ରମାତ୍ମକ ଭାବେ ପ୍ରସାରିତ ହେଉଥିବାରୁ ପ୍ରେସ୍‌ର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସ୍ୱୟଂ ନିୟନ୍ତ୍ରିତ ଗଣମାଧ୍ୟମ ସମାଜ ଗଠନ ସହ ଗଣତନ୍ତ୍ରର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବାର ନଜିର୍‌ ରହିଛି । ତେଣୁ … Read more

ରାଜ୍ୟର ସମସ୍ତ ବନ୍ଦରରେ ମୁତୟନ ହେବ ତଟରକ୍ଷୀ ଜାହାଜ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବନ୍ଦରରେ ତଟରକ୍ଷୀ ଜାହାଜ ମୁତୟନ କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବାର ସୂଚନା ଦେଇଛନ୍ତି ଉତ୍ତରପୂର୍ବ ତଟରକ୍ଷୀ ଆଇଜି ଇକବାଲ୍ ସିଂ ଚୌହ୍ୱାନ । ଶନିବାର ଦିନ ପାରାଦ୍ୱୀପରେ ସମୁଦ୍ର ଭିତରେ ତଟରକ୍ଷୀ ବାହିନୀର ଅଭ୍ୟାସ କରାଯାଇଛି । କୌଣସି ବେଆଇନ କାରବାର, ବେଆଇନ ଅନୁପ୍ରବେଶ ଏବଂ ଆକ୍ରମଣକୁ କିପରି ରୋକା ଯାଇପାରିବ ତାର ଅଭ୍ୟାସ ହୋଇଛି । ଏହି ଅବସରରେ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି … Read more

ପ୍ରକାଶ ପାଇଲା ଚଳିତ ବର୍ଷର ସ୍ବତନ୍ତ୍ର OTET ପରୀକ୍ଷା ଫଳ

ଭୁବନେଶ୍ୱର: ଚଳିତ ବର୍ଷର ସ୍ବତନ୍ତ୍ର OTET ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୬୬.୫% ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ମୋଟା ୪୮ ହଜାର ୧୫୩ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ କୃତକାର୍ଯ୍ୟ କରିଛନ୍ତି। ଗତ ସେପ୍ଟେମ୍ବର ୨୭ ତାରିଖରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହୋଇଥିଲା। ଉଭୟ ପେପର-I ଓ ପେପର-IIରେ ୭୫ ହଜାର ୪୦୩ ଜଣ ଶିକ୍ଷକ-ଶିକ୍ଷିୟିତ୍ରୀ ଓଟିଇଟି ପାଇଁ ନାମ ପଞ୍ଜିକୃତ କରିଥିଲେ। ସେଥିମଧ୍ୟରୁ ପରୀକ୍ଷା ଦେଇଥିଲେ ମୋଟ ୭୨ହଜାର ୪୧୩ଜଣ ପରୀକ୍ଷାର୍ଥୀ । ପେପର-I ରେ … Read more

ପୁଣି ବିଜେଡିକୁ ଶ୍ରୀମୟୀଙ୍କ ତାଚ୍ଛଲ୍ୟ…

ନୂଆପଡ଼ା: ଏକଦା ଏକ ନମ୍ବର କୁହାଉଥିବା ବିଜୁ ଜନତା ଦଳ ଶେଷରେ ତୃତୀୟକୁ ଖସିଆସିଛି । ବିପୁଳ ଭୋଟ ବ୍ୟବଧାନରେ ଜୟ ଢୋଲକିଆ ଜିତିବା ପରେ ପୁଣି ବିଜେଡ଼ିକୁ ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର । ଏଥର ଶ୍ରୀମୟୀଙ୍କ ଟାର୍ଗେଟରେ ଅଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ନବରାତ୍ରିରେ ଆରମ୍ଭ ହୋଇଥିଲା, ମାର୍ଗଶୀରରେ ଲକ୍ଷ୍ମୀ ଛାଡ଼ିଗଲେ ବୋଲି କହିଛନ୍ତି ଶ୍ରୀମୟୀ ।ଶ୍ରୀମୟୀ ମିଶ୍ର ସାମାଜିକ ଗଣମାଧ୍ୟମରେ ବିଜେଡ଼ି ଏବଂ ସ୍ନେହାଙ୍ଗିନୀଙ୍କୁ କଟାକ୍ଷ କରିବା ସହିତ ତାଙ୍କୁ ଦିଆଯାଇଥିବା ଅପମାନର … Read more

ଓଡ଼ିଶାରେ ଜାତୀୟ ଫୋରେନ୍‌ସିକ୍‌ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶାର ଜଟଣୀଠାରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଅଗ୍ରଗତି ନେଇ ସମୀକ୍ଷା କରି ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସାହୁ ଭୁବନେଶ୍ୱରରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (NFSU)ର ସ୍ଥାୟୀ କ୍ୟାମ୍ପସ ସ୍ଥାପନର ପ୍ରଗତି ଏବଂ NFSUର ବର୍ତ୍ତମାନ … Read more