ନୂଆପଡା ଉପ ନିର୍ବାଚନ: ୮୩ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ଜିତିଲେ ଜୟ ଢୋଲକିଆ

ଭୁବନେଶ୍ଵର: ଓଡିଶାର ଏକ ମାତ୍ର ବିଧାନସଭା ଆସନ ନୂଆପଡା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଭୋଟ ଗଣତି ଶେଷ ହୋଇଛି। ଏହି ଉପନିର୍ବାଚନର ଫଳାଫଳ ନିର୍ବାଚନ ଆୟୋଗ ପ୍ରକାଶ କରିଛନ୍ତି। ନିର୍ବାଚନ ଆୟୋଗ ଅନୁଯାୟୀ, ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ ହୋଇଛନ୍ତି। ଜୟ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୮୩, ୭୪୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ସେପଟେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ତୃତୀୟ ସ୍ଥାନରେ ଅଛନ୍ତି। ଜୟ ଢୋଲକିଆ ମୋଟ … Read more

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନୂଆଦିଲ୍ଲୀ ଗସ୍ତ…

ଭୁବନେଶ୍ୱର : ଆଜି ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେଠାରେ ସେ ୪୪ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଯୋଗଦେଇ ଓଡ଼ିଶା ପାଭିଲିୟନକୁ ଉଦ୍‌ଘାଟନ କରିବେ । ଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ ଏହି ମେଳାରେ ଓଡ଼ିଶା ପ୍ରତ୍ୟେକ ବର୍ଷ ଏକ ପ୍ରମୁଖ ରାଜ୍ୟ ଭାବେ ଅଂଶଗ୍ରହଣ କରି ନିଜର ଅବଦାନ ରଖିବା ସହ ରାଜ୍ୟର ଐତିହ୍ୟ, କଳା, ପରମ୍ପରା, ସଂସ୍କୃତିର ପ୍ରଦର୍ଶନ ଜାରି ରଖିଛି ।ସେହିପରି ୧୫ ତାରିଖରେ ସେ ଦିନିକିଆ ବେଙ୍ଗାଲୁରୁ … Read more

ବାଲିଯାତ୍ରାର ଶେଷ ଦିନରେ ହେଲା ପ୍ରବଳ ଭିଡ଼,ଦୁଇ ଜଣ ହେଲେ ଅଚେତ

କଟକ : ବାଲିଯାତ୍ରା ର ଅନ୍ତିମ ଦିବସ ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବିଶେଷ କରି ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ସୋ’ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଲୋକେ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏପରିକି ପୁଲିସ ଓ ଲୋକ ହାତାହାତି ମଧ୍ୟ ହୋଇଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ସିପି ପହଞ୍ଚିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ମୃଦୁ ଲାଠି … Read more

ପ୍ରସ୍ତାବିତ ସାଇନ୍ସ ସିଟି ସ୍ଥାନ ବୁଲିକି ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ଭାରତରେ ବୈଜ୍ଞାନିକ ଅଧ୍ୟୟନ ଓ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା ତଥା ବୈଜ୍ଞାନିକ ଅନୁସନ୍ଧିତ୍ସା ଏବଂ ଶିକ୍ଷା ପାଇଁ ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଭୁବନେଶ୍ୱର ଠାରେ ଏକ ସାଇନ୍ସ ସିଟି ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହା ୧୦୦ଏକର ପରିମିତ ସ୍ଥାନରେ ନିର୍ମାଣ କରାଯିବ । ଉକ୍ତ ସାଇନ୍ସ ସିଟି ନିର୍ମାଣ ଅଗ୍ରଗତି ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି … Read more

ବିନା ପରମିଟ୍‌ରେ ପୁରୀ-କଲିକତା ମଧ୍ୟରେ ଚାଲୁଥିଲା ବସ୍

ଭୁବନେଶ୍ୱର: ସରକାରଙ୍କୁ ରାଜ୍ୟ ବସ୍ କଥା କହି ଭୁଆଁ ବୁଲାଉଥିଲେ କଲିକତା ବସ୍ । ନା ଥିଲା ପରମିଟ, ନା ଦେଉଥିଲେ ଟିକସ। ଆଉ ଏଭଳି କିଛି ବସ୍ କୁ ଜବତ କରି ଫାଇନ ପକେଇଛି ପରିବହନ ବିଭାଗ। ଟିକସ ଫାଙ୍କି ଓ ପରମିଟ୍ ନିୟମ ଉଲ୍ଲଙ୍ଘନ ବିରୋଧରେ STA, Odisha ଓ RTO ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଜାରି ରହିଛି। ଏହି ବସ୍ ଗୁଡିକ ବାବଦରେ କୌଣସି ତଥ୍ୟ ନଥିଲା। ମନଇଚ୍ଛା ଆସୁଥିଲେ, ମନଇଚ୍ଛା … Read more

ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ହେବେ ମୁହାଁମୁହିଁ

କଟକ: ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଯେପରି ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ଭାବେ ଆୟୋଜନ ହେବ ସେଥିପାଇଁ ସମସ୍ତ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ପରାମର୍ଶ ଦେଇଛନ୍ତି।ଲୋକସେବା ଭବନଠାରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତାକରି ମୁଖ୍ୟମନ୍ତ୍ରୀ ଓଡ଼ିଶା କ୍ରିକେଟ ଆସୋସିଏସନ ଓ ରାଜ୍ୟ ପ୍ରଶାସନର … Read more

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୫’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’କୁ ଉଦ୍‌ଘାଟନ କରିଛନ୍ତି । ଶିଶୁମାନେ ହେଉଛନ୍ତି ଆମର ଭବିଷ୍ୟତ ଏବଂ ଆଶା। ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଏବଂ ମାର୍ଗଦର୍ଶନ ଆମର ସର୍ବୋଚ୍ଚ ପ୍ରାଥମିକତା ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍-୩ସ୍ଥିତ କ୍ୟାପିଟାଲ ହାଇସ୍କୁଲଠାରେ ଆୟୋଜିତ ତିନିଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭା‌ବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ ପ୍ରାକ୍‌ ପ୍ରାଥମିକ ଶିକ୍ଷାଠାରୁ ଦ୍ୱାଦଶ … Read more

ଓଡ଼ିଆ ଲେଖକ ରାଜକିଶୋର ପାଢ଼ୀ ବାଲ୍ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ମନୋନୀତ

ଭୁବନେଶ୍ୱର: ଓଡ଼ିଆ ଲେଖକ ରାଜକିଶୋର ପାଢ଼ୀ ବାଲ୍ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ମନୋନୀତ ହୋଇଛନ୍ତି । ଶିଶୁ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ । ରାଜକିଶୋର ପାଢ଼ୀ ତାଙ୍କର କବିତା ପୁସ୍ତକ ‘କେତେ ଫୁଲ ଫୁଟିଛି’ ପାଇଁ ଓଡ଼ିଆ ଭାଷା ବର୍ଗରେ ଏହି ପୁରସ୍କାର ପାଇବେ। ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ଘୋଷଣା କରଯାଇଛି। ସାରା ଦେଶରୁ ମୋଟ୍ ୨୪ ଜଣ ଲେଖକଙ୍କୁ ମନୋନୀତ କରାଯାଇଛି।ଏହି ୨୪ ଜଣ ପୁରସ୍କାର … Read more

ତହସିଲଦାରଙ୍କୁ ମିଳିଲା ପୁରୁଣା ପଞ୍ଜୀକୃତ କବଲା ସଂଶୋଧନ କରିବାର କ୍ଷମତା

ଭୁବନେଶ୍ୱର: ରାଜ୍ୟରେ ଜମି କ୍ରେତା ଓ ବିକ୍ରେତାମାନଙ୍କର ଦୀର୍ଘଦିନର ସମସ୍ୟାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ପୁରୁଣା ପଞ୍ଜିକୃତ କବଲା କିମ୍ବା ଅନ୍ୟ ବୈଧ ଦଲିଲ ସମ୍ବନ୍ଧୀୟ ଜମିଜମା ରେକର୍ଡରେ ସଂଶୋଧନ ନିମନ୍ତେ ଓଡ଼ିଶା ସର୍ଭେ ଆଣ୍ଡ ସେଟେଲମେଣ୍ଟ ରୁଲ୍‌ସରେ ସଂଶୋଧନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।ଏବେ ପ୍ରଚଳିତ ପ୍ରାବଧାନ ଅନୁସାରେ, ବନ୍ଦୋବସ୍ତ ପ୍ରକ୍ରିୟା (Settlement Operation) ପୂର୍ବରୁ କିଣାଯାଇଥିବା ଜମିର ଜମି ପଟ୍ଟା … Read more

ଡକାୟତି ଉଦ୍ୟମ ବିଫଳ ହେବାରୁ ବୋମାମାଡ଼

ନୟାଗଡ଼: ନୟାଗଡ ଜିଲ୍ଲା ସୋଲପଟା ଗାଁରେ ଡକାୟତି ଉଦ୍ୟମ ବିଫଳ ହେବାରୁ ବୋମାମାଡ଼ ହୋଇଛି । ଏହି ଘଟଣାରେ ୩ ଗ୍ରାମବାସୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ଏହି ଘଟଣାରେ ଜଣଙ୍କୁ କାବୁ କରିଛନ୍ତି ଗ୍ରାମବାସୀ। ଖବର ଅନୁଯାୟୀ, ଗାଁରେ ରାସ୍ତା କାମ ଚାଲୁଥିବାରୁ ୨ ଜଣ ଯୁବକ ସିମେଣ୍ଟ ଜଗିଥିଲେ । ଗତକାଲି ବିଳମ୍ବିତ ରାତିରେ ୨ଟି ମୋଟର ସାଇକେଲ୍‌ରେ ଆସି ଡକାୟତି ଉଦ୍ୟମ କରିଥିଲେ ୪ ଦୁର୍ବୃତ୍ତ। ଲୁଟ୍ ଉଦ୍ଦେଶ୍ୟରେ ଭାଟସାହି … Read more