ଅର୍ଚ୍ଚନା ନାଗଙ୍କ ଘରେ ED ଚଢ଼ାଉ

ଭୁବନେଶ୍ବର : ବେଆଇନ ଅର୍ଥ କାରବାର ମାମଲାରେ ଅର୍ଚ୍ଚନା ନାଗଙ୍କ ଘରେ ଚଢ଼ାଉ କରିଛି ED । ୨୦୨୨ ଅର୍ଥ କାରବାର ମାମଲାରେ ଚଢ଼ାଉ କରିଛି ED । ସୂଚନା ଯୋଗ୍ୟ, ଅର୍ଚ୍ଚନା ନାଗ ଭୁବନେଶ୍ୱରରେ ଏକ ସେକ୍ସଟର୍ସନ୍ /ହନିଟ୍ରାପ୍ ରାକେଟ୍ ଚଲାଇଥିବା ଅଭିଯୋଗରେ 2022ରେ ଗିରଫ ହୋଇଥିଲେ । ତାଙ୍କ ନାମରେ ଅଭିଯୋଗ ହୋଇଥିଲା ଯେ, ସେ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ସୃଷ୍ଟି କରି, ଗୁପ୍ତ ଭିଡିଓ/ଫଟୋ ଉଠାଇ ସେମାନଙ୍କୁ ବ୍ଲାକମେଲ୍ କରି ଟଙ୍କା … Read more

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ନିଯୁକ୍ତି ମିଳିଛି । ସେ ବର୍ତ୍ତମାନ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି । ସେ ଏକକାଳୀନ ଦୁଇଟି ଦାୟିତ୍ୱ ତୁଲାଇବେ । ସେହିପରି ଆୟୁଷ ନିର୍ଦ୍ଦେଶକ ବଦଳିଛନ୍ତି । ଆୟୁଷ ନିର୍ଦ୍ଦେଶକ ଥିବା ପ୍ରେମଜିତ ପଟ୍ଟନାୟକଙ୍କୁ ଏସିଏସଟି ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ … Read more

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ପ୍ରଫୁଲ୍ଲ ମଲ୍ଲିକ ନିଲମ୍ବିତ

ଭୁବନେଶ୍ୱର: ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବିତ କଲା ବିଜେଡି । ପୂର୍ବତନ ମନ୍ତ୍ରୀ ତଥା କାମାକ୍ଷାନଗରର ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଉପସଭାପତି ପ୍ରତାପ ଜେନାଙ୍କ ଏକ ଚିଠି ଜରିଆରେ ଗଣମାଧ୍ୟମକୁ ଜଣାଇ ଦିଆଯାଇଛି। ସୁଚନାଅନୁଯାଇ, ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦଳ ବିରୋଧରେ ନିୟମିତଭାବେ ଅସନ୍ତୋ‌ଷ ଝାଡ଼ିଚାଲିଥିଲେ। ବିଜେଡି ଠିକ୍ … Read more

ଆସନ୍ତା ୧୬ ତାରିଖରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର : ଆସନ୍ତା ୧୬ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ। ଗୃହକୁ ସୁରୁଖୁରୁରେ କେମିତି ଚଳାଯିବ, କେମିତି ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ, ରାଜ୍ୟର ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ କେମିତି ବିରୋଧୀଙ୍କୁ ପୁରା ସୁଯୋଗ ମିଳିବ, ସେ ସଂପର୍କରେ ସର୍ବଦଳୀୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ଅଛି। ଆସନ୍ତା ୧୮ ତାରିଖରୁ ମୌସୁମୀ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ ଅଧିବେଶନ ୨୫ ତାରିଖ ଯାଏ ଚାଲିବ। ବିଧାନସଭାରେ ୭ଟି କାର୍ଯ୍ୟ ଦିବସ ରହିଛି। … Read more

ବାଣୀବିହାରରେ ‘ଅପରେସନ୍ ଅଲଆଉଟ୍’

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ଡେରା ପକାଇ ବସିଥିବା ଅଣଛାତ୍ରଙ୍କୁ ‘ଅପରେସନ ବ୍ଲୁ ଷ୍ଟାର’ ଜରିଆରେ ତଡ଼ାଯିବା ପରେ ‘ଅପରେସନ୍ ଅଲଆଉଟ୍ ଆରମ୍ଭ ହୋଇଛି । ବାଣୀବିହାର ପରିସରରେ ସରକାରୀ କ୍ୱାଟର୍ସଗୁଡ଼ିକରେ ରହୁଥିବା ଅଣକର୍ମଚାରୀଙ୍କୁ ଗୁରୁବାର ଖାଲି କରାଯାଇଛି ।ଆଜି ସକାଳୁ ସକାଳୁ ପୁଣି ଥରେ’ କ୍ୱାଟର୍ସ ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶ୍ୱବିଦ୍ୟାଳୟ ପରିସରରେ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ନିଜେ କୁଳପତି ମଧ୍ୟ ଉପସ୍ଥିତ ରହିଛନ୍ତି । … Read more

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପ୍ରଥମ ଟ୍ରେନର ଶୁଭାରମ୍ଭ

ଭୁବନେଶ୍ୱର: ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଠାରୁ କାଶୀ ବିଶ୍ଵନାଥ ଧାମକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପ୍ରଥମ ଟ୍ରେନର ଯାତ୍ରା ମଙ୍ଗଳମୟ ହେଉ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି । ୬ଟି ଜିଲ୍ଲାରୁ ୭୭୫ ଜଣ ବରିଷ୍ଠ ନାଗରିକମାନେ ଅଯୋଧ୍ୟାରେ ସନାତନ ଧର୍ମର ପ୍ରାଣକେନ୍ଦ୍ର ତଥା ଭାରତୀୟ ସଂସ୍କୃତିର ପ୍ରତୀକ ପ୍ରଭୁ ଶ୍ରୀ ରାମଲାଲଙ୍କୁ ଦର୍ଶନ କରିବାର ସୁଯୋଗ ପାଇବା ସହ ଭାରତର ପ୍ରସିଦ୍ଧ ଶୈବପୀଠ … Read more

କ୍ଷୀର ଅପମିଶ୍ରଣ ବେଳେ ପୋଲିସର ଚଢ଼ାଉ; ମିଶା ଯାଉଥିଲା ଲୁଣ, ପାଉଡର୍ ଓ କେମିକାଲ୍

ଆଠଗଡ଼: କଟକ ଜିଲ୍ଲା ଗୁରୁଡ଼ି ଝାଟିଆ ଥାନା କୁଷ୍ପଙ୍ଗୀ ନିକଟରେ କ୍ଷୀର ଅପମିଶ୍ରଣ ବେଳେ ପୋଲିସକଲା ଚଢ଼ାଉ । କ୍ଷୀର କରୁଥିଲେ ଭେଜାଲ୍। କ୍ଷୀର ଟ୍ୟାଙ୍କର ଡ୍ରାଇଭର ସମେତ ଅପମିଶ୍ରିତ କରୁଥିବା ଦୁର୍ବୃତ୍ତ ଘଟଣା ସ୍ଥଳରୁ ଫେରାର୍‌ ଅଛନ୍ତି। ଘଟଣା ସ୍ଥଳରୁ କ୍ଷୀର ଅପମିଶ୍ରଣରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ। ସମ୍ବଲପୁରରୁ କଟକର ଏକ କମ୍ପାନୀକୁ ଯାଉଥିବା ବେଳେ ଗାଡିଟି ଧରାପଡ଼ିଛି। ଦଲାଲ ମାନେ ଲୁଣ, ପାଉଡର୍ ଓ କେମିକାଲକୁ କ୍ଷୀରରେ ଅପମିଶ୍ରିତ କରୁଥିବା କୁହାଯାଇଛି … Read more

ବିଏମସି ବୈଠକରେ ହଟ୍ଟଗୋଳ;ଧାରଣାରେ ବସିଲେ କର୍ପୋରେଟର

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଫିସ ସମ୍ମୁଖରେ କର୍ପୋରେଟରଙ୍କ ଧାରଣା । କର୍ପୋରେଶନ ବୈଠକ ଚାଲିଥିବା ବେଳେ ବିଏମସି ଅଫିସ ସମ୍ମୁଖରେ ଧାରଣାରେ ବସିଲେ ୩୭ ନଂ ୱାର୍ଡ କର୍ପୋରେଟର ବନ୍ଦିତା ପାଲ । ଗତ ୩ ବର୍ଷ ହେବ କୌଣସି କାମ ହେଉ ନଥିବା ଅଭିଯୋଗରେ ଧାରଣା ବସିଥିବା ଖବର ମିଳିଛି । କର୍ପୋରେଟର ବନ୍ଦିତା ପାଲଙ୍କ ଅଭିଯୋଗ ମୁତାବକ, ଗତ ତିନି ବର୍ଷ ହେଲା ବୈଠକ ବସୁଛି, ବିଭିନ୍ନ ଏଜେନ୍ସି ଓ କଳି … Read more

ଧର୍ମଶାଳାରେ ବିଜେପିର ଐତିହାସିକ ମହାମିଶ୍ରଣ ପର୍ବ ପାଳନ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଆସିଛି । ଆଜି ଯାଜପୁର ସ୍ଥିତ ଧର୍ମଶାଳା ମହୋତ୍ସବ ପଡ଼ିଆଠାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଐତିହାସିକ ମହା ମିଶ୍ରଣ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଉଛି। ଏହାପୂର୍ବରୁ ଏକ ବିରାଟ ‌ଶୋଭାଯାତ୍ରାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସଭାସ୍ଥଳକୁ ଅଣାଯାଇଥିଲା। ଏଥିରେ ହଜାର ହଜାର ବିଜେପି କର୍ମୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ତଥା ଧର୍ମଶାଳା ବିଧାୟକ ହିମାଂଶୁ … Read more

ମାଟିରେ ମିଶିଲା ଲେଡି ନିଶା ମାଫିଆଙ୍କ ଘର

ଭୁବନେଶ୍ୱର:ଲେଡି ନିଶା ମାଫିଆଙ୍କ ଘରେ ବୁଲିଲା ବୁଲଡୋଜର । ପୋଲିସକୁ ବେଖାତିର କରି ଶିକ୍ଷାନୁଷ୍ଠାନ ପାଖେ ବେଧଡକ ଚଳାଇଥିଲା ନିଶା କାରବାର। ନିଶା କାରବାରକୁ ସବୁଦିନ ପାଇଁ ବନ୍ଦ କରିବାକୁ ବୁଲଡୋଜର  ଚଢାଇଛି ପୋଲିସ । ଭୁବନେଶ୍ୱର ନୟାପଲ୍ଲୀ ଥାନା ଆଇଡି ମାର୍କେଟରେ ନିଶା ମାଫିଆ ଓରଫ ଲେଡି ଡନ ସାବିତ୍ରୀଙ୍କ ଘର । ଯେଉଁଠି ବେଧଡକ ଭାବେ ଗଞ୍ଜେଇ, ଡ୍ରଗ୍ସ କାରବାର ଚାଲୁଥିଲା। କେହି କିଛି ପ୍ରତିବାଦ କଲେ ମିଛ କେସ୍ ଲଗାଇ ଜେଲ ପଠାଇଦେବ ବୋଲି … Read more