୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ ଆବେଦନ

ପୁରୀ: ଚଳିତ ବର୍ଷ ପୁରୀରେ ହବିଷ୍ୟାଳୀଙ୍କ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ ପକ୍ରିୟା। ଆସନ୍ତା ୧୯ତାରିଖ ପୂର୍ବାହ୍ନ ୧୦ ଠାରୁ ଧାର୍ଯ୍ୟ ଲକ୍ଷ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନରେ ନିଜର ନାଁ ପଞ୍ଜିକରଣ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପ୍ରାୟ ଅଢ଼େଇ ହଜାର ହବିଷ୍ୟାଳୀଙ୍କ ପାଇଁ ଏଥର ହୋଇଛି ବ୍ୟବସ୍ଥା।ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତୀକ ବ୍ରତ। ଆଉ ଗତଥର ଭଳି ଚଳିତବର୍ଷ ମଧ୍ୟ ବୃନ୍ଦାବତୀ ଭବନ ସହ ଆଉ ତିନଟି କୋଠାରେ ରହିବେ ହବିଷ୍ୟାଳୀ। … Read more

ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍ ଶୁଭାରମ୍ଭ

ଭୁବନେଶ୍ୱର: କୌଣସି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ସହାୟତାରୁ ବଞ୍ଚିତ ହେବେ ନାହିଁ । ଏହି ଅଭିଯୋଗ ସମାଧାନ ମଡ୍ୟୁଲ ଯୋଜନାର ପାରଦର୍ଶିତା, ଉତ୍ତରଦାୟିତ୍ୱ ଏବଂ ସମୟୋଚିତ ନିଷ୍ପତ୍ତିକୁ ସୁନିଶ୍ଚିତ କରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ ଶୁଭାରମ୍ଭ ଅବସରରେ ମତ ପ୍ରକାଶ କରିଛନ୍ତି । ରାଜ୍ୟରେ ସୁଭଦ୍ରା ଯୋଜନାରେ ଅଭିଯୋଗ ସମାଧାନ ପ୍ରକ୍ରିୟାକୁ ଆହୁରି ସୁଦୃଢ ଓ ସୁଗମ କରିବା ନିମନ୍ତେ ଆଜି ମହିଳା ଓ ଶିଶୁ ବିକାଶ ବିଭାଗ … Read more

୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶିଳ୍ପ ବିକାଶ ପାଇଁ ରାଜ୍ୟ ସରକାରଙ୍କର ଏହା ଏକ ବଡ଼ ଆୟୋଜନ। ଏନେଇ ଓୟୁଏଟିରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଶିଳ୍ପ ପ୍ରତିଷ୍ଠା ବାବଦରେ ୨୫ ହଜାର ୩୮୦ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଯାହା ଦ୍ୱାରା ରାଜ୍ୟରେ ୫୧ହଜାର ୮୨୬ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । … Read more

ସମସ୍ତ ସରକାରୀ ସ୍କୁଲ ଶନିବାର ସାଢ଼େ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବା ପାଇଁ ନିର୍ଦ୍ଦେଶ

ଖୋର୍ଦ୍ଧା: ଏଣିକି ଶନିବାର ସାଢେ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ। ଏନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ଏନେଇ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି। ଚିଠିରେ ଲେଖା ଅଛି ଯେ, ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶାଳୀନ ପଣ୍ଡିତ ଖୋର୍ଦ୍ଧା ଗସ୍ତରେ ଆସିଥିବା ବେଳେ … Read more

ଦରମା ବୃଦ୍ଧି ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ ସଫେଇ କର୍ମଚାରୀ

ଭୁବନେଶ୍ୱର: ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବେ ସଫେଇ କର୍ମଚାରୀ । ଦରମା ବୃଦ୍ଧି, ବୋନସ ଦାବିରେ ଧାରଣାରେ ବସିବେ । ଆସନ୍ତାକାଲି ଦାବି ନଶୁଣିଲେ ମଙ୍ଗଳବାରଠୁ ହେବ ଝାଡୁ ବନ୍ଦ ଆନ୍ଦୋଳନ । ତେବେ ଚାରି ଦଫା ଦାବି ନେଇ ଆସନ୍ତାକାଲି କାମ ସାରି ବିଏମସି ଅଫିସରେ ଧାରଣାରେ ବସିବା ନେଇ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମ୍ୟୁନିସିପାଲଟି ସଫେଇ ମଜଦୁର ସଂଘ । ମୃତ୍ୟୁ ପରେ ଅନୁଦାନ, ଇପିଏଫ୍, ଇଏସଆଇ ଏବଂ ଦରମା ବୃଦ୍ଧି ସାଙ୍ଗକୁ ବୋନସ ଦାବିରେ … Read more

ନୂଆପଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆପଡା : ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପନିର୍ବାଚନ ହେବ। ଏଥି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ନୂଆପଡ଼ା ଆସନରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧୀକାରୀ (ସିଇଓ)ଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରସ୍ତୁତିରେ କୁହାଯାଇଛି ଯେ, ଚଳିତ ସେପ୍ଟେମ୍ବର ୧୫ ସୁଦ୍ଧା ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ଭୋଟରମାନେ ୧୫ ତାରିଖ ସୁଦ୍ଧା ଦାବି ଓ … Read more

ଭୁଶୁଡ଼ିଲା ମାର୍କେଟ କମ୍ପ୍ଲେକ୍ସ ଛାତ

କୋରାପୁଟ: ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଅଘଟଣ । କୋରାପୁଟରେ ମାର୍କେଟ୍ କମ୍ପ୍ଲେକ୍ସ ଭୁଶୁଡ଼ିବା ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ପାନ ଦୋକାନୀ ପି.ଲୋକନାଥଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କୁ ପ୍ରଥମେ ଉଦ୍ଧାର କରି କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଏବେ ବି ୨ ଜଣ ଛାତ ତଳେ ଚାପି ହୋଇ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି … Read more

ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ଆମ ବସ୍ କର୍ମଚାରୀ

ଭୁବନେଶ୍ୱର: ଦରମା ନ ମିଳିବରୁ ଗାଡ଼ି ଗଡ଼ିଲାନି । ସଠିକ ସମୟରେ ଦରମା ନ ମିଳିବା ପ୍ରତିବାଦରେ ଆମ ବସ୍ ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି । ୪୨ ଦିନ ହେବ ଦରମା ମିଳି ନଥିବାରୁ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରାୟ ୧୫ଟି ମାର୍ଗରେ ଗଡ଼ୁଥିବା ୪୩ଟି ବସ ଭୁବନେଶ୍ୱର ଉପକଣ୍ଠ ପୋଖରୀପୁଟ ଡିପୋରେ ବନ୍ଦ ପଡ଼ିଛି ।ଡ୍ରାଇଭରମାନେ ଅଭିଯୋଗ ଆଣିଛନ୍ତି ଯେ, ପ୍ରତିମାସ ୧୦ ତାରିଖ ସୁଦ୍ଧା ଦରମା ମିଳିଥାଏ। କିନ୍ତୁ ଗତମାସ … Read more

ସେପ୍ଟେମ୍ବର ୨୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୭ରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ବ୍ରହ୍ମପୁରରେ ଏକ ବିଶାଳ ଜନ ସମାବେଶରେ ଯୋଗଦେବାର ସମ୍ଭାବନା ଅଛି। ମୋଦିଙ୍କ ଯୋଜନାବଦ୍ଧ ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ଏବଂ ଚୂଡ଼ାନ୍ତ ଯାତ୍ରା କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ତାଙ୍କର ଦିନିକିଆ ଗସ୍ତ ସମୟରେ ବ୍ରହ୍ମପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର ସମ୍ଭାବନା ଅଛି। ପ୍ରସ୍ତାବିତ ଗସ୍ତ ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ଚୂଡ଼ାନ୍ତ … Read more

ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାମରା ତହସିଲଦାର

ଭୁବନେଶ୍ୱର : ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାମରା ତହସିଲଦାର ଅଶ୍ବିନୀ ପଣ୍ଡା । ସେ ୨୦୧୯ ବର୍ଷର ଓଏଏସ ଟପ୍ପର ।୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତି । ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଥିବା ପ୍ରବିନ କୁମାରଙ୍କୁ ଅଟକ ରଖି ସମ୍ବଲପୁରକୁ ନେଇଛି ଭିଜିଲାନ୍ସ। ଜମି ପଟ୍ଟା ମ୍ୟୁଟେସନ୍ ଓ କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ । ସୂଚନା ଅନୁଯାଇ, ବାମରା ବ୍ଲକ ସଦର ମହକୁମା ସ୍ଥିତ … Read more